ଆଜିଠାରୁ ଟାଙ୍ଗୀ, ଚନ୍ଦକାକୁ ଗଡିବ ‘ମୋ ବସ୍‌’

ଭୁବନେଶ୍ୱର, ୨୪।୧ (ବ୍ୟୁରୋ):କଟକ ଟାଙ୍ଗୀ ଓ ଚନ୍ଦକାକୁ ଗଡିବ ‘ମୋ ବସ୍‌’। ଏହି ଅଞ୍ଚଳରେ ମୋ ବସ୍‌ ଚଳାଚଳ ଲାଗି ଦୀର୍ଘଦିନରୁ ଲୋକେ ଦାବି କରି ଆସୁଥିବାବେଳେ କ୍ରୁଟ୍‌ ପକ୍ଷରୁ ଏଥିପାଇଁ ଦୁଇଟି ନୂଆ ରୁଟ୍‌ର ଶୁଭାରମ୍ଭ କରାଯାଇଛି। ମଙ୍ଗଳବାରଠାରୁ ରୁଟ୍‌ ନଂ.୪୧: ବରମୁଣ୍ଡା ବସ୍‌ଷ୍ଟାଣ୍ଡ୍‌ରୁ ଟାଙ୍ଗୀ(ଭାୟା: ଏନ୍‌ଏଚ୍‌, ଲିଙ୍କ୍‌ ରୋଡ୍‌, ବାଦାମବାଡ଼ି) ଏବଂ ରୁଟ୍‌ ନଂ.୪୨: ବରମୁଣ୍ଡା ବସ୍‌ଷ୍ଟାଣ୍ଡ୍‌ରୁ ନନ୍ଦନକାନନ (ଭାୟା ଚନ୍ଦକା) ରୁଟ୍‌ରେ ‘ମୋ ବସ୍‌’ ଚଳାଚଳ କରିବ। ଏନେଇ କ୍ରୁଟ୍‌ର ପରିଚାଳନା ନିର୍ଦ୍ଦେଶକ ବିଜୟ ଅମୃତା କୁଲାଙ୍ଗେ କହିଛନ୍ତି, ଗ୍ରାହକଙ୍କୁ ଉତ୍ତମ ଓ ଚିନ୍ତାମୁକ୍ତ ସେବା ଯୋଗାଇବା ପାଇଁ ନୂଆ ରୁଟ୍‌ ଯୋଡ଼ିବା କାର୍ଯ୍ୟ ଜାରି ରଖିବୁ। ସହରରେ ମୋ ବସ୍‌କୁ ଗମନାଗମନ ପାଇଁ ସବୁଠୁ ପସନ୍ଦର ମାଧ୍ୟମରେ ପରିଣତ କରିବାକୁ ନିରନ୍ତର ପ୍ରୟାସ କରାଯାଉଥିବା ସେ କହିଛନ୍ତି। ସୁରକ୍ଷିତ ଏବଂ ନିରାପଦ ଗମନାଗମନ ଉପରେ କ୍ରୁଟ୍‌ ସର୍ବଦା ବିଶ୍ୱାସ କରୁଛି। କ୍ରୁଟ୍‌ ଫ୍ଲିଟ୍‌ରେ ଇଲେକ୍ଟ୍ରିକ୍‌ ବସ୍‌ ଯୋଡ଼ି ହେଉଥିବାବେଳେ ଏବେ ମୋଟ ୩୫ଟି ବସ୍‌ ସହରର ବିଭିନ୍ନ ରୁଟ୍‌ରେ ଚଳାଚଳ କରୁଥିବା ସୂଚନା ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ପୁଣି ଆଇସୋଲେଶନ

ଭୁବନେଶ୍ୱର,୨୬।୨ : କରୋନାର ଦ୍ୱିତୀୟ ସଂକ୍ରମଣକୁ ଦୃଷ୍ଟିରେ ରଖି ପୁଣି ଥରେ ରାଜ୍ୟରେ ଆରମ୍ଭ ହେବାକୁ ଯାଉଛି ଆଇସୋଲେଶନ ପ୍ରକ୍ରିୟା। ଏ ନେଇ ଜାରି ହୋଇଛି...

କେନ୍ଦୁଝର ଜିଲା ମୁଖ୍ୟ ଚିକିତ୍ସାଳୟରେ ଶିଶୁ ମୃତ୍ୟୁ ନେଇ ବିବାଦ

କେନ୍ଦୁଝର,୧୮।୯(ସ୍ବ.ପ୍ର.): କେନ୍ଦୁଝର ଜିଲା ମୁଖ୍ୟ ଡାକ୍ତରଖାନାରେ ଚିକିତ୍ସା ଅବହେଳାରୁ ଶିଶୁ ମୃତ୍ୟୁକୁ ନେଇ ପୁଣି ବିବାଦ ଦେଖାଦେଇଛି। ଏଥିଯୋଗୁ ଉତ୍ତେଜନାମୂଳକ ପରିସ୍ଥିତି ସୃଷ୍ଟି ହୋଇଛି। ଖବର...

କଟକରେ ମାଡୁଛି କରୋନା: ଆଜି ଚିହ୍ନଟ ହେଲେ ୩୫ ଆକ୍ରାନ୍ତ; ରାଉସପାଟଣାରୁ ଅଛନ୍ତି ୨୦

କଟକ ଅଫିସ,୨୫।୭: କଟକ ସହରରେ ଶନିବାର ୩୫ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ସେଥିରୁ ୬ ଇନଷ୍ଟିଚ୍ୟୁଟ୍‌ କ୍ୱାରାଣ୍ଟାଇନ୍‌ କେସ୍‌, ୨୬ ହୋମ୍‌ କ୍ୱାରାଣ୍ଟାଇନ୍‌ ଏବଂ...

ଏକ୍ସପୋର୍ଟ, ଇମ୍ପୋର୍ଟ କମ୍ପାନୀ ନାଁରେ ୭୫ଲକ୍ଷ ଠକେଇ

ବାଲେଶ୍ୱର ଅଫିସ,୨୪।୭-ବାଲେଶ୍ୱର ଜିଲା ସହଦେବଖୁଣ୍ଟା ମଡ଼େଲ ଥାନା ଭାସ୍କରଗଞ୍ଜ(ବି) ଅଞ୍ଚଳରେ ଗତ ୯ ତାରିଖରେ ନ୍ୟାଶନାଲ ପୋର୍ଟ ପ୍ରାଇଭେଟ୍‌ ଲିମିଟେଡ୍‌ ନାମକ ଏକ କମ୍ପାନୀ ଖୋଲି...

ପରୀ ପରେ ବେବିନାଙ୍କୁ ହତ୍ୟା

ନୟାଗଡ଼ ଅଫିସ/ଦଶପଲ୍ଲା, ୧୭ା୬(ଡି.ଏନ୍‌.ଏ.): ନୟାଗଡ଼ ଜିଲା ଦଶପଲ୍ଲା ବ୍ଲକ ବାଣିଗୋଛା ଥାନା ନୂଆଗଁା ପଞ୍ଚାୟତ ଧୁନ୍ଦୁଗାଡିଆ ଗଁାର ୫ ବର୍ଷୀୟା ଶିଶୁକନ୍ୟା ବେବିନା ନାୟକଙ୍କୁ ହତ୍ୟା...

ଆସନ୍ତା ସପ୍ତାହରେ ମାଟ୍ରିକ୍‌ ପରୀକ୍ଷାଫଳ: ଆଜି ତାରିଖ ଘୋଷଣା

ଭୁବନେଶ୍ୱର,୪ା୭(ବ୍ୟୁରୋ): ଚଳିତ ବର୍ଷର ମାଟ୍ରିକ୍‌ ପରୀକ୍ଷାଫଳ ପ୍ରକାଶ ନେଇ ସୋମବାର ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ତାରିଖ ଘୋଷଣା କରିବେ। ମାଧ୍ୟମିକ...

ଭାରସାମ୍ୟ ହରାଇ ପୋଲ ତଳକୁ ଓଲଟିଲା କାର୍‌: ଜଣେ ମୃତ, ୩ ଗୁରୁତର

ବାହାନଗା,୧୪।୯(ଡି.ଏନ.ଏ.): ବାଲେଶ୍ବର ଜିଲା ବାହାନଗା ବ୍ଲକ ୧୬ ନମ୍ବର ଜାତୀୟ ରାଜପଥ ଓଳିଆପାଟଣା ଠାରେ ଏକ କାର୍‌ ଭାରସାମ୍ୟ ହରାଇ ପୋଲ ତଳକୁ ଖସିପଡିଛି। ଫଳରେ...

ସୋନୀ ସାଜିଲେ ଛତିଶଗଡ଼ ବୋହୂ

ଝାରସୁଗୁଡ଼ା ଅଫିସ,୨୧।୪:  ୫ବର୍ଷ ତଳେ ଛତିଶଗଡ଼ରୁ ମହାନଦୀ ବନ୍ୟାଜଳରେ ଭାସିଆସିଥିବା ଯୁବତୀ ସୋନୀ ଯାଦବଙ୍କ ବୁଧବାର ବାହାଘର ପରେ ବଧୂ ବେଶରେ ଓଡିଶାରୁ ଛତିଶଗଡ଼ ଫେରିଯାଇଛନ୍ତି।...

Advertisement
Archives

Model This Week