Posted inଜାତୀୟ

ରମଜାନ ଇଦ୍‌ ପାଳନରେ ବାଧା ଦେବନି ଏମ୍‌ଏନ୍‌ଏସ୍‌

ମୁମ୍ବାଇ,୩।୫: ମୁସଲମାନମାନେ ମଙ୍ଗଳବାର ନିର୍ବିଘ୍ନରେ ରମଜାନ ଇଦ୍‌ ପାଳନ କରିବେ ବୋଲି ମହାରାଷ୍ଟ୍ର ନବନିର୍ମାଣ ସେନା (ଏମ୍‌ଏନ୍‌ଏସ୍‌) ଅଧ୍ୟକ୍ଷ ରାଜ୍‌ ଠାକ୍‌ରେ ସୋମବାର ଘୋଷଣା କରିଛନ୍ତି। ମୁସଲମାନମାନେ ଆନନ୍ଦର ସହ ଉତ୍ସବ ପାଳନ କରନ୍ତୁ। ପୂର୍ବ ନିଷ୍ପତ୍ତି ଅନୁଯାୟୀ ଅକ୍ଷୟ ତୃତୀୟାରେ ଆରତୀ କାର୍ଯ୍ୟକ୍ରମ ବନ୍ଦ ରଖିବା ଲାଗି ସେ ତାଙ୍କ ଦଳୀୟ କର୍ମୀମାନଙ୍କୁ ଅନୁରୋଧ କରିଛନ୍ତି। କୌଣସି ଉତ୍ସବ ପାଳନରେ ଏମ୍‌ଏନ୍‌ଏସ୍‌ ସମସ୍ୟା ସୃଷ୍ଟି କରିବ ନାହିଁ ବୋଲି ରାଜ୍‌ ଠାକ୍‌ରେ କହିଛନ୍ତି। ଡାକବାଜି ଯନ୍ତ୍ର କେବଳ ଧର୍ମୀୟ ସମସ୍ୟା ନୁହେଁ, ଏହା ସାମାଜିକ ସମସ୍ୟା। ଡାକବାଜି ଯନ୍ତ୍ର ସମ୍ପର୍କିତ ଆଗାମୀ କାର୍ଯ୍ୟ ଯୋଜନା ନେଇ ସେ ମଙ୍ଗଳବାର ସୋସିଆଲ ମିଡିଆରେ ଘୋଷଣା କରିବେ ବୋଲି କହିଛନ୍ତି।
ରବିବାର ରାତିରେ ଔରଙ୍ଗାବାଦରେ ଏକ ବିଶାଳ ରାଲିକୁ ଉଦ୍‌ବୋଧନ ଦେଇ ତୁରନ୍ତ ମସ୍‌ଜିଦ ଓ ଧର୍ମୀୟ ସ୍ଥାନରୁ ଡାକବାଜି ଯନ୍ତ୍ର ନ ହଟିଲେ ପରିଣାମ ଭୟାବହ ହେବ ବୋଲି ଏମ୍‌ଏନ୍‌ଏସ୍‌ ଅଧ୍ୟକ୍ଷ ଚେତାବନୀ ଦେଇଥିଲେ। ସାରା ରାଜ୍ୟରେ ଦୁଇଗୁଣା ଶବ୍ଦରେ ଦଳୀୟ କର୍ମୀମାନେ ହନୁମାନ ଚାଳିଶା ବଜାଇବେ ବୋଲି ସେ କହିଥିଲେ। ଏହାକୁ ଶାସକ ମହା ବିକାଶ ଅଘାଡ଼ି ସମେତ ଅଧିକାଂଶ ରାଜନୈତିକ ଦଳ ବିରୋଧ କରିବା ପରେ ରାଜ୍‌ ଠାକ୍‌ରେ ସୋମବାର ନିଷ୍ପତ୍ତି ବଦଳାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଖାଦ୍ୟ ସୁରକ୍ଷା ସତ୍ୟପାଠ ଦାଖଲରେ ଅବହେଳା: ୫ ରାଜ୍ୟ ଉପରେ ଅତିରିକ୍ତ ୧୦ ଲକ୍ଷ ଜରିମାନା

ନୂଆଦିଲ୍ଲୀ,୧୭।୨: ଖାଦ୍ୟ ସୁରକ୍ଷା ସତ୍ୟପାଠ ଦାଖଲରେ ଅବହେଳା ପାଇଁ ସୁପ୍ରିମ୍‌କୋର୍ଟ ୫ ରାଜ୍ୟ ଉପରେ ଅତିରିକ୍ତ ୧୦ ଲକ୍ଷ ଟଙ୍କା ଜରିମାନା ଲାଗୁ କରିଛନ୍ତି। ରାଜ୍ୟରେ...

ସାମ୍ପ୍ରତିକ ସ୍ଥିତିରେ ସାମୁଦ୍ରିକ ସୁରକ୍ଷା ଅପରିହାର୍ଯ୍ୟ, କହିଲେ ଡୋଭାଲ…

ନୂଆଦିଲ୍ଲୀ, ୩୦।୬ : ପରିବର୍ତ୍ତିତ ଭୌଗୋଳିକ ବିକାଶ ମଧ୍ୟରେ ସମ୍ପ୍ରତି ସାମୁଦ୍ରିକ ସୁରକ୍ଷା ଅଧିକ ଗୁରୁତ୍ୱପୂର୍ଣ୍ଣ ହୋଇପଡ଼ିଛି। ଗୁରୁବାର ସାମୁଦ୍ରିକ ସୁରକ୍ଷା ଗୋଷ୍ଠୀର ପ୍ରଥମ ବୈଠକରେ...

ମେଘାଳୟ ହିଂସା ମୃତ୍ୟୁସଂଖ୍ୟା ୩

ଶିଲଂ,୨ା୩(ପି.ଟି.): ମେଘାଳୟର ପୂର୍ବ ଖାସି ପାର୍ବତ୍ୟାଞ୍ଚଳ ଜିଲାରେ ଆଦିବାସୀ-ଅଣଆଦିବାସୀ ସଂଘର୍ଷଜନିତ ମୃତ୍ୟୁସଂଖ୍ୟା ରବିବାର ୩ରେ ପହଞ୍ଚତ୍ଛି। ଶନିବାର ଦୁଇଜଣଙ୍କ ମୃତ୍ୟୁ ଘଟିଥିବାବେଳେ ରବିବାର ସକାଳେ ୩...

ଛାତ୍ରୀଙ୍କୁ ଗଣବଳାତ୍କାର ପରେ ହତ୍ୟା ଅଭିଯୋଗ

କୋଲକାତା, ୨୦।୭ : ପଶ୍ଚିମବଙ୍ଗରେ ଜଣେ ସ୍କୁଲ୍‌ ଛାତ୍ରୀଙ୍କୁ ଗଣବଳାତ୍କାର ପରେ ହତ୍ୟା ଅଭିଯୋଗ ପ୍ରତିବାଦରେ ସ୍ଥାନୀୟ ଲୋକେ ରାସ୍ତାରୋକୋ ଓ ପୋଡ଼ାଜଳା କରିଥିଲେ। ହିଂସାତ୍ମକ...

ରାଜସ୍ଥାନରେ ପୁଣି ଫୁଟିବ ପଦ୍ମ: ଶାହା

ଜୟପୁର,୫।୧୨: କେନ୍ଦ୍ର ସ୍ବରାଷ୍ଟ ମନ୍ତ୍ରୀ ଅମିତ ଶାହା ଦୁଇ ଦିନିଆ ରାଜସ୍ଥାନ ଗସ୍ତରେ ଅଛନ୍ତି। ରବିବାର ସେ ଜୟପୁରରେ ଭାଜପା କର୍ମୀଙ୍କୁ ସମ୍ବୋଧିତ କରିଥିଲେ। ସେ...

ଜେଟଲୀଙ୍କୁ ଦେଖିବାକୁ ଏମ୍ସ ଗଲେ କେଜରିଓ୍ବାଲ

ନୂଆଦିଲ୍ଲୀ,୧୮।୮: ପୂର୍ବତନ ଅର୍ଥମନ୍ତ୍ରୀ ଅରୁଣ ଜେଟଲୀଙ୍କ ସ୍ବାସ୍ଥ୍ୟବସ୍ଥା ସଙ୍କଟାପନ୍ନ ଥିବା ବେଳେ ରବିବାର ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲ, ଉପ ମୁଖ୍ୟମନ୍ତ୍ରୀ ମନିଶ ସିସୋଦିଆ, ସ୍ବାସ୍ଥ୍ୟମନ୍ତ୍ରୀ...

ଆଜମ ଖାନଙ୍କୁ ମିଳିଲା ଆଶ୍ୱସ୍ତି

ନୂଆଦିଲ୍ଲୀ,୧୯।୫: ସମାଜବାଦୀ ପାର୍ଟି ବିଧାୟକ ଆଜମ ଖାନଙ୍କୁ ସୁପ୍ରିମକୋର୍ଟରୁ ଏକ ବଡ଼ ଆଶ୍ୱସ୍ତି ମିଳିଛି। ଜେଲରେ ଥିବା ଆଜମଙ୍କୁ କୋର୍ଟ ମଧ୍ୟବର୍ତ୍ତୀକାଳୀନ ଜାମିନ ପ୍ରଦାନ କରିଛନ୍ତି।...

ଗାୟତ୍ରୀ ପ୍ରଜାପତିଙ୍କ ଘରେ ଚଢ଼ାଉ: ୧୧ ଲକ୍ଷ ଅଚଳ ଟଙ୍କା ସହିତ ୧୦୦ ବେନାମୀ ସମ୍ପତ୍ତି ଜବତ

ଲକ୍ଷ୍ନୌ,୩୧।୧୨: ଉତ୍ତରପ୍ରଦେଶର ସମାଜବାଦୀ ପାର୍ଟି ନେତା ଗାୟତ୍ରୀ ପ୍ରଜାପତିଙ୍କ ସମସ୍ୟା ବଢ଼ିବାରେ ଲାଗିଛି। ଖଣି ଦୁର୍ନୀତିରେ ତାଙ୍କର ବିଭିନ୍ନ ସ୍ଥାନରେ ଥିବା ଘରେ ପ୍ରବତ୍ତନ ନିର୍ଦ୍ଦେଶାଳୟ(ଇଡ଼ି)...

Advertisement
Archives

Model This Week