ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କଲେ ବିଧାୟକ, ତୁରନ୍ତ କାର୍ଯ୍ୟ ସାରିବାକୁ ଅଧିକାରୀଙ୍କୁ ନିର୍ଦ୍ଦେଶ

ମହାକାଳପଡ଼ା,୧୧ା୬(ପ୍ରତାପ ଚନ୍ଦ୍ର ସ୍ବାଇଁ): ମହାକାଳପଡା ବିଧାନସଭା ନିର୍ବାଚନ ମଣ୍ଡଳୀସ୍ତରୀୟ ଉନ୍ନୟନମୂଳକ ପ୍ରକଳ୍ପର ଅଗ୍ରଗତି ସମ୍ପର୍କରେ ସମୀକ୍ଷା ବୈଠକ ବ୍ଲକ ସଭା ଗୃହରେ ବୁଧବାର ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ବିଧାୟକ ଡ. ଦୁର୍ଗା ପ୍ରସନ୍ନ ନାୟକ ଓ ଜିଲାପାଳ ରଘୁରାମ ଆର ଆୟର ଯୋଗଦେଇ ଶିକ୍ଷା, ସ୍ବାସ୍ଥ୍ୟ, ବନ୍ୟା ବାତ୍ୟା, ନଦୀବନ୍ଧ ସୁଦୃଢୀକରଣ, ତଟ ସୁରକ୍ଷା ବ୍ୟବସ୍ଥା, ପାଟନାଳୀ ଜଳ ନିଷ୍କାସନ, ଆଖଡ଼ାସାହି କ୍ରିକ୍‌ କାର୍ଯ୍ୟକ୍ଷମ, ରାମନଗର କାଜୁ ଜଙ୍ଗଲରୁ କଞ୍ଚା ଗଛ କାଟିବା ସହ ବେଆଇନ ବାଲି ଚାଲାଣ, ଗୋ ମଇଁଷି ପାଳନ ଚାଷୀଙ୍କୁ ସରକାରୀସ୍ତରରେ ଆର୍ଥିକ ସହାୟତା ଓ ପ୍ରାଣୀ ଚିକିତ୍ସାରେ ଅବହେଳା, ରାମଚଣ୍ଡୀ ମନ୍ଦିର ପରିସର ସୌନ୍ଦର୍ଯ୍ୟକରଣ ଓ ନୂଆ ମନ୍ଦିର ନିର୍ମାଣ, ଜବରଦଖଲକାରୀଙ୍କଠାରୁ ମା’ଙ୍କ ସମ୍ପତ୍ତି ଉଦ୍ଧାର ଉପରେ ଗୁରୁତ୍ୱାରୋପ କରିଛନ୍ତି। ମୌସୁମୀ ବର୍ଷା ପୂର୍ବରୁ ନଦୀବନ୍ଧ ଓ ଅନ୍ୟାନ୍ୟ କାର୍ଯ୍ୟ ସାରିବା ପାଇଁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ।
ସେହିପରି ଖରା ଦିନେ ଜଳକ୍ଳିଷ୍ଟ ଅଞ୍ଚଳକୁ ଟ୍ୟାଙ୍କର ଯୋଗେ ପାନୀୟ ଜଳ ଯୋଗାଣ ପାଇଁ ଦାବି ହୋଇଥିଲା। ବିଦ୍ୟୁତ୍‌ ସେବା, ଆବାସ ଯୋଜନା ଗରିବ ଲୋକଙ୍କୁ ଚିହ୍ନଟ କରି ପ୍ରଦାନ କରିବା ଭଳି ଅନେକ ଉନ୍ନୟନମୂଳକ କାର୍ଯ୍ୟରେ ସମୀକ୍ଷା କରାଯାଇ ଯୁଦ୍ଧ କାଳୀନ ଭିତ୍ତିରେ କାର୍ଯ୍ୟ ଶେଷ କରିବା ପାଇଁ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଏହି ସମୀକ୍ଷା ବୈଠକରେ ଉପଜିଲାପାଳ ଅରୁଣ କୁମାର ନାୟକ, ଜିଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ଅଜାମ୍ବର ମହାନ୍ତି, ଜିଲା ସାମାଜିକ ସୁରକ୍ଷା ଅଧିକାରୀ ସଂଗ୍ରାମ କେଶରୀ ବେଉରା, ବ୍ଲକ ଅଧ୍ୟକ୍ଷା ମୀରାରାଣୀ ମହାନ୍ତି, ମାର୍ଶାଘାଇ ବ୍ଲକ ଅଧ୍ୟକ୍ଷା ମଧୁସ୍ମିତା ସାମଲ, ମାର୍ଶାଘାଇ ବିଡିଓ ଅମିୟ କୁମାର ସ୍ବାଇଁଙ୍କ ସମେତ ବିଭିନ୍ନ ବିଭାଗର ଅଧିକାରୀମାନେ ଆଲୋଚନାରେ ଅଂଶଗ୍ରହଣ କରିଥିଲେ।
ଜନ ପ୍ରତିନିଧିମାନଙ୍କ ମଧ୍ୟରେ ଗଗୁଆ ପଞ୍ଚାୟତ ସମିତି ସଭ୍ୟ ଡ଼. ପ୍ରତାପ ଚନ୍ଦ୍ର ଦାସ, କ୍ରିଷ୍ଣପଦ ମଣ୍ଡକ, ମିଲନ ଦେବନାଥ, ତରୁଣକାନ୍ତ କାଞ୍ଜିଲାଲ, ଅଲେଖ ପ୍ରଧାନ, ପ୍ରତାପ ଚନ୍ଦ୍ର ପାଇକରାୟ, ପ୍ରଜ୍ଞା ପାରମିତା କର, ସାଲବେଗ ମାହାଳୀ, ବିଶ୍ୱଜିତ୍‌ ବସୁ, ଭଗବତୀ ମଣ୍ଡଳଙ୍କ ସମେତ ବହୁ ସଂଖ୍ୟାରେ ଜନସଧାରଣ ଉପସ୍ଥିତ ରହି ନିଜ ନିଜ ପଞ୍ଚାୟତ ସମସ୍ୟା ଉଠାଇଥିଲେ। ଶେଷରେ ବିଡିଓ ରବି ନାରାୟଣ ଆଚାର୍ଯ୍ୟ ଧନ୍ୟବାଦ ଦେଇଥିଲେ।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ବିନା ବିଦ୍ୟୁତ୍‌ରେ ଚାଲିଛି ଆୟୁଷ୍ମାନ ଆରୋଗ୍ୟ ମନ୍ଦିର, ଅସହ୍ୟ ଗରମରେ ରୋଗୀ ହନ୍ତସନ୍ତ

ଅମରପାଲି,୧୧ା୬(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ କେନଝିରିଆପାଲି ଗ୍ରାମରେ ଥିବା ଆୟୁଷ୍ମାନ ଆରୋଗ୍ୟ ମନ୍ଦିର ଦୀର୍ଘଦିନ ଧରି କାର୍ଯ୍ୟକ୍ଷମ ଥିଲେ ମଧ୍ୟ ଏପର୍ଯ୍ୟନ୍ତ ବିଦ୍ୟୁତ୍‌…

ଖୁସିରେ ଗଦଗଦ ହୋଇ ମୋଦିଙ୍କୁ ଏମିତି ମେସେଜ୍‌ କରିଦେଲେ ଟ୍ରମ୍ପ: ଚାହିଁ ରହିଗଲା ସାରା ବିଶ୍ୱ

ନୂଆଦିଲ୍ଲୀ,୧୧।୬:ଲଗାତର ଅଧିକ ଦିନ ନିର୍ବାଚିତ ପ୍ରଧାନମନ୍ତ୍ରୀ ଭାବେ ଜବାହରଲାଲ ନେହେରୁଙ୍କ କାର୍ଯ୍ୟକାଳ ରେକର୍ଡକୁ ବୁଧବାର ଜୁନ୍‌ ୧୦ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅତିକ୍ରମ କରିଛନ୍ତି। ୨୦୧୪ ମେ’…

ନିୟମଗିରିକୁ ପୁଣି ଫେରିଲେ ହାତୀପଲ, କଦଳୀ ବଗିଚା ନଷ୍ଟ କରିବା ସହ…

କଲ୍ୟାଣସିଂହପୁର,୧୧ା୬(ଦୀପକ କୁମାର ପରିଡ଼ା): ରାୟଗଡ଼ା ଜିଲା ନିୟମଗିରି ଅଞ୍ଚଳକୁ ପୁଣି ଫେରିଛନ୍ତି ହାତୀପଲ। କଲ୍ୟାଣସିଂହପୁର ବ୍ଲକ ପାର୍ସଲି ପଞ୍ଚାୟତର ଲମ୍ବା ନ୍‌ଗାଁରେ ହାତୀ ଆତଙ୍କ ଦେଖାଦେଇଛି। ବୁଧବାର…

ସମସ୍ୟା ଘେରରେ କେସିଙ୍ଗା ରେଳ ଷ୍ଟେଶନ: ସମାଧାନ ଦାବି କଲା ଜିଲା ରେଳଯାତ୍ରୀ ସଂଘ

କେସିଙ୍ଗା,୧୧।୬(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗାସ୍ଥିତ ରେଳ ଷ୍ଟେଶନର ବିଭିନ୍ନ ସମସ୍ୟାକୁ ନେଇ କଳାହାଣ୍ଡି ଜିଲା ରେଳ ଯାତ୍ରୀ ସଂଘ ପକ୍ଷରୁ ସମ୍ବଲପୁର ଡିଭିଜନର ଡିଆରଏମ ସୁବାସ…

ଦୁର୍ଦ୍ଦାନ୍ତ ଅପରାଧୀ ପପୁଙ୍କୁ ପୋଲିସର ଏନ୍‌କାଉଣ୍ଟର, ଜଙ୍ଗଲରେ ଆପରାଧିକ କାଣ୍ଡ ଘଟାଇବାକୁ ଯୋଜନାବେଳେ…

ଭଦ୍ରକ,୧୧ା୬(ସନାତନ ରାଉତ): ଭଦ୍ରକ ଗ୍ରାମାଞ୍ଚଳ ପୋଲିସ ଦୁର୍ଦ୍ଦାନ୍ତ ଅପରାଧୀ ପ୍ରଫୁଲ୍ଲ ମଲ୍ଲିକ ଓରଫ ପପଙ୍କୁ ଏନ୍‌କାଉଣ୍ଟର କରିଛି। ପପୁଙ୍କ ଡାହାଣ ଗୋଡ଼ରେ ଗୁଳି ବାଜିଥିବାରୁ ତାଙ୍କୁ କଟକ…

ଆଜିଠୁ ସିଜେପିର ଦେଶବ୍ୟାପୀ ବିକ୍ଷୋଭ: ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା…

ନୂଆଦିଲ୍ଲୀ,୧୦ା୬(ପି.ଟି.):ଏନ୍‌ଇଇଟି-ୟୁଜି ପରୀକ୍ଷା ପ୍ରଶ୍ନପତ୍ର ଲିକ୍‌ ଏବଂ ସିବିଏସ୍‌ଇ ପରୀକ୍ଷା ଅନିୟମିତତାକୁ ନେଇ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଦାବିରେ କକ୍‌ରୋଚ ଜନତା ପାର୍ଟି (ସିଜେପି) ଗୁରୁବାରଠାରୁ…

ପୁଣି ହର୍ମୁଜ ବନ୍ଦ: ଇରାନ ଉପରେ ବଡ଼ ଆକ୍ରମଣ କଲା ଆମେରିକା

ଓ୍ବାଶିଂଟନ୍‌/ତେହରାନ,୧୧।୬: ଏକ ଆପାଚେ ହେଲିକପ୍ଟର ଖସାଇ ଦିଆଯିବା ପରେ ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧ ପୁଣି ତୀବ୍ର ହୋଇଛି। ଲଗାତାର ଦ୍ୱିତୀୟ ଦିନ ପାଇଁ ଆମେରିକା…

ଘରେ ଶୋଇଥିବାବେଳେ ଲାଗିଲା ନିଆଁ, ଜଳିଗଲା ସ୍ପେୟାର ପାଟର୍‌ସ ଦୋକାନ ସହ ଦୋକାନୀଙ୍କ ଘର

ନନ୍ଦପୁର/ପାଡୁଆ,୧୧ା୬(ତୁଷାରକାନ୍ତ ମହାନ୍ତି/ଶଙ୍କର ପୂଜାରୀ): କାଳବୈଶାଖୀ ପ୍ରଭାବରେ ଗଛ ଉପୁଡ଼ି କୋରାପୁଟ ଜିଲା ନନ୍ଦପୁର ବ୍ଲକ ଅଞ୍ଚଳରେ ବିଦ୍ୟୁତ୍‌ ସରବରାହ ବନ୍ଦ ଥିବାବେଳେ ବୁଧବାର ରାତିରେ ପାଡୁଆ ବଜାରରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri