ବିଧାୟକ ପ୍ରଦୀପଙ୍କ ଜାମିନ ଆବେଦନ ମାମଲା: କେସ୍‌ ଡାଏରି ଦାଖଲ ପାଇଁ ହାଇକୋର୍ଟଙ୍କ ନିର୍ଦ୍ଦେଶ

କଟକ ଅଫିସ,୫।୧(ଡି.ଏନ.ଏ.): ପୂର୍ବତନ ମନ୍ତ୍ରୀ ତଥା ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ଜାମିନ ଆବେଦନର ଶୁଣାଣି ସୋମବାର ହାଇକୋର୍ଟରେ ହୋଇଥିଲା। ହାଇକୋର୍ଟ ବିଚାରପତି ଜଷ୍ଟିସ୍‌ ଦେବବ୍ରତ ଦାସ ଏହି ମାମଲାର ଶୁଣାଣି କରି କେସ୍‌ ଡାଏରି ଦାଖଲ କରିବାକୁ କ୍ରାଇମବ୍ରାଞ୍ଚକୁ ନିର୍ଦ୍ଦେଶ ଦେଇଛନ୍ତି। ମାମଲାର ବିବରଣୀରୁ ପ୍ରକାଶ, ଟାଟା କମ୍ପାନୀରେ ଚାକିରି ଲୋଭ ଦେଖାଇ ନିଲମ୍ବିତ ଆଇଏଫ୍‌ଏସ୍‌ ଅଭୟକାନ୍ତ ପାଠକଙ୍କ ପୁଅ ଆକାଶ ଲୋକଙ୍କଠାରୁ ଟଙ୍କା ଠକି ନେଇଥିବା ଅଭିଯୋଗ ହୋଇଥିଲା। ଏଥିରେ ବିଧାୟକ ପାଣିଗ୍ରାହୀଙ୍କ ସମ୍ପୃକ୍ତି ଥିବା ଅଭିଯୋଗରେ କ୍ରାଇମବ୍ରାଞ୍ଚ ତାଙ୍କୁ ଗତ ଡିସେମ୍ବର ୪ ତାରିଖରେ ଗିରଫ କରି ଝାରପଡା ଜେଲ୍‌କୁ ପଠାଇଥିଲା। ପରେ ପାଣିଗ୍ରାହୀ ଭୁବନେଶ୍ୱର ଅତିରିକ୍ତ ଜିଲା ଦୌରାଜଜ୍‌ଙ୍କ ନିକଟରେ ଜାମିନ ପାଇଁ ଆବେଦନ କରିଥିଲେ। ହେଲେ କୋର୍ଟ ଜାମିନ ଆବେଦନ ଖାରଜ କରିଦେବା ପରେ ସେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବହିର୍ବିଭାଗ ସମ୍ମୁଖରେ ଓହଳିଛି ବିଦ୍ୟୁତ୍‌ ତାର

ନାଉଗାଁ,୧୦।୯(ସ୍ବ.ପ୍ର.): ନାଉଗାଁ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଉପରେ ୧୬ ପଞ୍ଚାୟତର ୧ ଲକ୍ଷରୁ ଊର୍ଦ୍ଧ୍ୱ ଜନସାଧରାଣ ସ୍ବାସ୍ଥ୍ୟସେବା ପାଇଁ ନିର୍ଭରଶୀଳ। ଏହି ସ୍ବାସ୍ଥ୍ୟକେନ୍ଦ୍ରର ବହିର୍ବିଭାଗ ସମ୍ମୁଖରେ କେନ୍ଦ୍ରର...

ଜନ୍ମମାଟିକୁ ଫେରିଯିବେ ଜଗା !

ଫୁଲବାଣୀ ଅଫିସ,୨୨।୩: ବହୁ ଚର୍ଚ୍ଚିତ ଯୋଡ଼ାମୁଣ୍ଡ ଶିଶୁ କାଳିଆଙ୍କ ପରଲୋକ ହୋଇଯାଇଥିବା ବେଳେ ଜଗାଙ୍କୁ କନ୍ଧମାଳ ତଥା ଜନ୍ମମାଟିକୁ ଫେରାଇ ଆଣିବା ପାଇଁ ପ୍ରକ୍ରିୟା ଆରମ୍ଭ...

ବେକରେ ରଶି ଲଗାଇ ଝୁଲିପଡ଼ିଲେ କନ୍‌ଷ୍ଟେବଲ

ଫୁଲବାଣୀ ଅଫିସ, ୧୩।୩: ବେକରେ ରଶି ଲଗାଇ ଝୁଲିପଡ଼ିଲେ କନ୍‌ଷ୍ଟେବଲ । ଏଭଳି ଘଟଣା ଘଟିଛି କନ୍ଧମାଳ ଜିଲା ଟିକାବାଲି ଥାନା ଅଞ୍ଚଳରେ। ମୃତ କନ୍‌ଷ୍ଟେବଲ...

ସନ୍ଧ୍ୟାରେ ଲ୍ୟାଣ୍ଡଫଲ କରିବ ‘ଗୁଲାବ୍‌’

ଭୁବନେଶ୍ୱର,୨୫।୯(ବ୍ୟୁରୋ): ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଗଭୀର ଅବପାତଟି ଶନିବାର ସନ୍ଧ୍ୟାରେ ବାତ୍ୟାରେ ପରିଣତ ହୋଇପାରେ। ଆଉ ରବିବାର ସନ୍ଧ୍ୟାରେ ଏହା ଓ ଗୋପାଳପୁର ଓ ଆନ୍ଧ୍ର...

ବ୍ୟାରିକେଡ୍‌ରେ ସାନଘାଗରା

କେନ୍ଦୁଝର, ୩୦ା୭ (ସ୍ବ.ପ୍ର.)- ମନୋରମ ପର୍ଯ୍ୟଟନସ୍ଥଳ ସାନଘାଗରା ଦୀର୍ଘ ପ୍ରାୟ ୪ ମାସ ହେଲା ତାଲା ବନ୍ଦ ରହିଛି। ବର୍ଷତମାମ ଚଳଚଞ୍ଚଳ ରହୁଥିବା ଏହି ସ୍ଥାନଟି...

ଦକ୍ଷିଣା ପାଇଁ ଭକ୍ତଙ୍କୁ ଦୁର୍ବ୍ୟବହାର

ପୁରୀ ଅଫିସ,୨୨।୨: ଶ୍ରୀମନ୍ଦିରକୁ ଆସୁଥିବା ଶ୍ରଦ୍ଧାଳୁଙ୍କଠାରୁ ଦାନ, ଦକ୍ଷିଣା ଆଦାୟ କରାଯାଇପାରିବ ନାହିଁ। ଏହା ଉପରେ ରୋକ୍‌ ଲଗାଇଛନ୍ତି ସୁପ୍ରିମ୍‌କୋର୍ଟ। ହେଲେ ଏହାକୁ କେତେକ ସେବାୟତ...

ଭିତରେ ଛାତ୍ରୀଛାତ୍ର, ବାହାରେ ଶିକ୍ଷୟିତ୍ରୀଶିକ୍ଷକ

ଭୋଗରାଇ, ୪।୯(ଡି.ଏନ.ଏ.): ବାଲେଶ୍ୱର ଜିଲା ଭୋଗରାଇ ବ୍ଲକ ଅଧୀନ ନାଛିନ୍ଦା ଉନ୍ନୀତ ପ୍ରାଥମିକ ବିଦ୍ୟାଳୟରେ ପ୍ରଧାନଶିକ୍ଷକ ବଦଳି ପ୍ରତିବାଦରେ ଶୁକ୍ରବାରଠାରୁ ଛାତ୍ରୀଛାତ୍ର ଓ ଅଭିଭାବକଙ୍କ ଦ୍ୱାରା...

ଜଗଦ୍ଦେବଙ୍କ ପାଇଁ ଚିଲିକାର ମର୍ଯ୍ୟାଦା ହାନି ଘଟିଛି: ରଘୁନାଥ

ଖୋର୍ଦ୍ଧା ଅଫିସ,୧୭ା୧:ଚିଲିକା ନିର୍ବାଚନମଣ୍ଡଳୀରେ ବିଜେଡିର ଦୁଇ ନେତାଙ୍କ ମଧ୍ୟରେ ଆରୋପ ପ୍ରତ୍ୟାରୋପ ନେଇ ରାଜନୀତି ଜୋର ଧରିଛି। ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ମକର ସଂକ୍ରାନ୍ତିରେ ଅଟ୍ରି...

Advertisement
Archives

Model This Week