ଜଳସେଚନରୁ ବଞ୍ଚତ୍ତ ୪ ଗ୍ରାମର ଚାଷଜମି ଅଧିକାରୀଙ୍କ ସହ ଆଲୋଚନା କଲେ ବିଧାୟକ

ଖଡ଼ିଆଳ,୨୦ା୫ (ସୁଜିତ କୁମାର ପ୍ରଧାନ): ଖଡ଼ିଆଳ ବ୍ଲକ ସାନମହେଶ୍ୱର ପଞ୍ଚାୟତର ଦେଓବାହାଲ ଓ ରଜାମୁଣ୍ଡା, ବରଗାଁ ପଞ୍ଚାୟତର ଡୁମେରବାହାଲ ଓ ବେନ୍ଦ୍ରାବାହାଲ ଆଦି ୪ ଗ୍ରାମର ଚାଷ ଜମି ତିଖାଲି ଡ୍ୟାମର ନାକ ତଳେ ଥିଲେ ମଧ୍ୟ ଜଳସେଚନରୁ ବଞ୍ଚତ୍ତ ରହୁଛି। ଏହି ପରିପ୍ରେକ୍ଷୀରେ ମଙ୍ଗଳବାର ଖଡ଼ିଆଳଠାରେ ଥିବା ପ୍ରକଳ୍ପ କାର୍ଯ୍ୟାଳୟରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ଖଡ଼ିଆଳ ବିଧାୟକ ଅଧିରାଜ ମୋହନ ପାଣିଗ୍ରାହୀ, ତିଖାଲି ଡ୍ୟାମ ମୁଖ୍ୟ ନିର୍ମାଣ ଯନ୍ତ୍ରୀ ପ୍ରେମାନନ୍ଦ ମାଝୀ, ବ୍ଲକ ଉପାଧ୍ୟକ୍ଷ ଗୌତମ ତାଣ୍ଡି, ବରଗାଁ ପଞ୍ଚାୟତ ସରପଞ୍ଚ ଗୋବିନ୍ଦ ବିହାରୀ ବାରିକ, ଚାଷୀ ନେତା ରମେଶ କୁମାର ଠାକୁର, ସିଦ୍ଧାର୍ଥ ଶଙ୍କର ଯୋଶୀ, ଭୁବନେଶ୍ୱର ପଟେଲ, ପରମେଶ୍ବର ବାରିକ, ଦେବଦତ୍ତ ପୋଡ, ଦଶମୁ ବେହେରା ପ୍ରମୁଖ ଯୋଗଦେଇଥିଲେ। ଏହି ସମୟରେ ଉପରୋକ୍ତ ୪ ଗ୍ରାମର ଜମିକୁ ମେଗା ଯୋଜନାରେ ସାମିଲ କରି ପାଣି ଯୋଗାଇଦେବା ପାଇଁ ଚାଷୀମାନେ ଦାବି ଉପସ୍ଥାପନ କରିଥିଲେ। ସୂଚନାଥାଉ କି ଏହି ଚାରିଖଣ୍ଡ ଗ୍ରାମକୁ ଚାନ୍ଦୋପଲା ମେଗା ପ୍ରକଳ୍ପ ୨ରେ ସାମିଲ ନ କରି ମାଇକ୍ରୋ ପ୍ରକଳ୍ପରେ ସାମିଲ କରାଯାଇଛି। ଏହା ଦ୍ୱାରା କେବଳ ରବି ଚାଷ କରାଯାଇପାରିବ। ପୁଣି ୨୦୨୨ରୁ ମାଇକ୍ରୋ ପ୍ରକଳ୍ପରେ ଏହି ଚାରିଗୋଟି ଗ୍ରାମର ଜମିକୁ ଜଳ ଯୋଗାଣ ପାଇଁ ହାରାହାରି ୪୦ ପ୍ରତିଶତ ପାଇପ୍‌ ପୋତା ଯାଇଥିବା ବେଳେ ତିଖାଲି ଜଳସେଚନ ପ୍ରକଳ୍ପ ଅଧିକାରୀମାନେ ୮୦ ପ୍ରତିଶତ କାମ ସରିଛି ବୋଲି ବୈଠକରେ ଯୁକ୍ତି ଉପସ୍ଥାପନ କରିଥିଲେ। ଚାଷୀମାନଙ୍କ ଉପସ୍ଥିତିରେ ତଦନ୍ତ କରାଯାଇ ଆସନ୍ତା ୨୪ ତାରିଖ ସୁଦ୍ଧା ରିପୋର୍ଟ ପ୍ରଦାନ କରିବାକୁ ବିଧାୟକ ପାଣିଗ୍ରାହୀ ନିର୍ଦ୍ଦେଶ ଦେଇଥିଲେ। କିନ୍ତୁ ମାଇକ୍ରୋ ପ୍ରକଳ୍ପକୁ ବନ୍ଦ କରି ମେଗା ପ୍ରକଳ୍ପରେ ସାମିଲ କରିବା ପାଇଁ ଚାଷୀମାନେ ଅଡି ବସିଥିଲେ। ତିଖାଲି ଡ୍ୟାମ ମୁଖ୍ୟ ନିର୍ମାଣ ଯନ୍ତ୍ରୀ ପ୍ରେମାନନ୍ଦ ମାଝୀ ଏ ବିଷୟରେ ରାଜ୍ୟ ସରକାରଙ୍କ ଜଳସେଚନ ବିଭାଗ ଇଞ୍ଜିନିୟର ଇନ୍‌ ଚିଫଙ୍କୁ ଚିଠି ଲେଖୁଛି ବୋଲି ଚାଷୀମାନଙ୍କୁ କହିଥିଲେ। ବୈଠକରେ ତିଖାଲି ଡ୍ୟାମ ଦାୟିତ୍ୱରେ ଥିବା ସୁପରିଣ୍ଟେଣ୍ଡିଂ ଇଞ୍ଜିନିୟର ସୌମ୍ୟ କିଶୋର ଜୟପୁରିଆ, କେନାଲ ଏକ୍‌ଜିକ୍ୟୁଟିଭ ଇଞ୍ଜିନିୟର ହେମ କୁମାର ନାଏକ, କେନାଲ ଏସ୍‌ଡିଓ ସୌରଭ କୁମାର ଦାଶ, ଏସ୍‌ଡିଓ ଅଶତୋଷ ମହାନ୍ତି, ଓସିସି ଜେଇ ପ୍ରଦୀପ କୁମାର ଦାଶ ଉପସ୍ଥିତ ଥିଲେ।
ଫଟୋ: ବୈଠକରେ ଜନସେଚନ ସମସ୍ୟା ନେଇ ଆଲୋଚନା କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

୬,୬,୬,୬,୬… WCLରେ ଡିଭିଲିୟର୍ସଙ୍କ ଛକା-ଚୌକା ବର୍ଷା, ୩୯ ବଲ୍‌ରେ….

ନୂଆଦିଲ୍ଲୀ,୪।୧୦: ଦକ୍ଷିଣ ଆଫ୍ରିକାର ମହାନ ବ୍ୟାଟର୍‌ ଏବି ଡିଭିଲିୟର୍ସଙ୍କ ବ୍ୟାଟ୍‌ରୁ ପୁଣି ଦେଖିବାକୁ ମିଳିଛି ଧମାକାଦାର ଇନିଂସ୍‌ । ୱାର୍ଲ୍ଡ ଚାମ୍ପିୟନଶିପ୍‌ ଅଫ୍‌ ଲିଜେଣ୍ଡ୍ସ ୨୦୨୬ରେ ଦକ୍ଷିଣ…

ତେଜିଲା ମଦ ବିରୋଧୀ ଆନ୍ଦୋଳନ, ଅଣ୍ଟା ଭିଡ଼ିଲେ ମହିଳା

ଝରିଗାଁ,୪।୧୦(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ବ୍ଲକରେ ତେଜିଲା ମଦ ବିରୋଧୀ ଆନ୍ଦୋଳନ। ଗୋଟିଏ ପରେ ଗୋଟିଏ ପଞ୍ଚାୟତରେ ଦେଖିବାକୁ ମିଳୁଛି ମହିଳାଙ୍କ ମଦ ବିରୋଧୀ…

ଭାଜପା ଏମପିଙ୍କ ଘରୁ ଚୋରି, ମୂଲ୍ୟବାନ ସାମଗ୍ରୀ ସହ ନେଇଗଲେ…

ନୂଆଦିଲ୍ଲୀ,୪।୧୦: ଦିଲ୍ଲୀରେ ସାଧାରଣ ଲୋକ ନୁହେଁ, ଏବେ ନେତାଙ୍କ ଘର ବି ସୁରକ୍ଷିତ ନଥିବା ଭଳି ଘଟଣା ସାମ୍ନାକୁ ଆସିଛି । ଭାଜପା ରାଜ୍ୟ ସଭା ଏମପି…

ଦୀପ ଜାଳି କ୍ୟାପ୍‌ଟେନଙ୍କ ଆରୋଗ୍ୟ କାମନା କଲେ ଛାତ୍ରୀଛାତ୍ର

ନିରାକାରପୁର,୪।୧୦ (ମାନସ ଚନ୍ଦ୍ର ପଟ୍ଟନାୟକ ): ଭାରତୀୟ ପାଇଲଟ୍‌ କ୍ୟାପ୍‌ଟେନ ସ୍ମିତ ମଚ୍ଛରଙ୍କ ଆରୋଗ୍ୟ କାମନା କରି କାଶୀପୁର ସରକାରୀ ପ୍ରାଥମିକ ବିଦ୍ୟାଳୟ ପରିସରରେ ଏକ କାର୍ଯ୍ୟକ୍ରମ…

ଘରେ ନ ଥିବା ବେଳେ କଳାକନା ବୁଲାଇଲେ ଟାଇଲ୍‌ ମିସ୍ତ୍ରୀ

ବଞ୍ଚୋ,୪।୧୦(ପ୍ରଦୋଷ ବିଶ୍ୱାଳ): ଘରେ କେହି ନ ଥିବାର ସୁଯୋଗ ନେଇ ତାଲା ଭାଙ୍ଗି ନଗଦ ଟଙ୍କା ସହ ସୁନା ଏବଂ ରୁପା ଅଳଙ୍କାର ଚୋରି ଘଟଣାରେ ଘସିପୁରା…

କେନ୍ଦୁଝରରେ ଧରିତ୍ରୀ ଖବରଦାତାଙ୍କୁ ଆକ୍ରମଣ, ଅଭିଯୁକ୍ତକୁ ବାନ୍ଧିଲା ପୋଲିସ

ହାଟଡିହୀ,୪।୧୦(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ରାମଚନ୍ଦ୍ରପୁର ଥାନା ଅଞ୍ଚଳରେ ଜଣେ ବରିଷ୍ଠ ଖବରଦାତାଙ୍କୁ ଆକ୍ରମଣ ହୋଇଥିବା ନେଇ ଅଭିଯୋଗ ହୋଇଛି । ଅଭିଯୋଗକୁ ଭିତ୍ତି…

ଆମ୍ବେଦକର ସେବା ସଂଘର ଶୋଭାଯାତ୍ରା, କର୍ମକର୍ତ୍ତା ଚୟନ

ଦିଗପହଣ୍ଡି,୪।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡିଠାରେ ଅନୁସୂଚିତ ଜାତି ଓ ଜନଜାତି ବର୍ଗଙ୍କ ସାମ୍ବିଧାନିକ ମୌଳିକ ଅଧିକାର, ସାମାଜିକ ନ୍ୟାୟ, ଜମି ଅଧିକାର, ଶିକ୍ଷା ଓ…

ଜାଲରେ ଛନ୍ଦି ହୋଇଥିଲା ୮ ଫୁଟର ଅଜଗର, ଟାମଣା ଘାଟି ଜଙ୍ଗଲରେ….

ଛତ୍ରପୁର,୪ା୧୦(ଦିଲ୍ଲୀପ ସାମଲ /ଦ୍ଵାରିକା ପଟ୍ଟନାୟକ): ଛତ୍ରପୁର ବ୍ଲକ ଅନ୍ତର୍ଗତ ଅନ୍ତନ୍ତପୁର ଓ ସୀତାରାମପୁର ଦେଇ ଯାଇଥିବା ଏକ ନାଳରୁ ୮ ଫୁଟିଆ ଅଜଗର ସାପ ଉଦ୍ଧାର କରାଯାଇଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?