ଏମକେସିଜିକୁ ମିଳିଲାଣି ୨୯ ଶରୀର

ବ୍ରହ୍ମପୁର, ୧୩ା୮(ସୁବାସ ଚନ୍ଦ୍ର ପାଢ଼ୀ): ମଙ୍ଗଳବାର ବିଶ୍ୱ ଅଙ୍ଗଦାନ ଦିବସ। ମୃତ ଶରୀର ପାଇଁ ମେଡିକାଲ ଛାତ୍ରୀଛାତ୍ରଙ୍କୁ ବହୁ କଷ୍ଟ ସ୍ବୀକାର କରିବାକୁ ପଡୁଥିଲା। ଏବେ ବି ତାହା ଲାଗି ରହିଥିବାବେଳେ ଏହାର ସରଳୀକରଣ କରାଯାଇଛି। ଓଡ଼ିଶା ଆନାଟୋମି ବିଲ-୨୦୧୨ ପ୍ରଣୟନ ପରେ ଶରୀର ଦାନ ବୃଦ୍ଧି ପାଉଛି। ଏହି ବିଲ ଡାକ୍ତରୀ ବିଜ୍ଞାନ ଓ ଗବେଷଣା କ୍ଷେତ୍ରରେ ଏକ ଐତିହାସିକ ପଦକ୍ଷେପ। ଏହା ଶରୀର ଓ ଅଙ୍ଗଦାନକୁ ଏକ ନୂଆ ଦୀଶା ଦେଖାଇଛି। ଏବେ ବହୁ ଲୋକ ସ୍ବଇଚ୍ଛାରେ ଶରୀର ଦାନ କରିବାକୁ ଆଗେଇ ଆସୁଛନ୍ତି। ଏମକେସିଜି ମେଡିକାଲ କଲେଜ ଓ ହସ୍ପିଟାଲକୁ ଇତି ମଧ୍ୟରେ ୨୯ ଜଣଙ୍କ ମରଶରୀର ଦାନସୂତ୍ରରେ ମିଳିିଥିବା ଆନାଟୋମି ବିଭାଗ ମୁଖ୍ୟ ପ୍ରଫେସର ଡା. ସାଗର ପୃଷ୍ଟି କହିଛନ୍ତି। ଏଥି ପାଇଁ ଲୋକଙ୍କ ମଧ୍ୟରେ ଧୀରେ ଧୀରେ ସଚେତନତା ବୃଦ୍ଧି ପାଉଛି। ଯାହାକି ଡାକ୍ତରୀ ପିଲାଙ୍କ ପାଠପଢ଼ା ଓ ଗବେଷଣାରେ ବେଶ ସହଯୋଗ କରୁଛି ବୋଲି ପ୍ରଫେସର ପୃଷ୍ଟି କହିଛନ୍ତି।

ଶରୀର ଦାନକୁ ସରକାରୀ ସ୍ବୀକୃତି ମିଳିବା ପରେ ବହୁ ସଚେତନ ନାଗରିକ ନିଜର ଶରୀର ଦାନ କରିବାକୁ ଆଗେଇ ଆସୁଛନ୍ତି। ପୂର୍ବରୁ ଥିବା ଓ ଆନାଟୋମି ଆକ୍ଟ-୧୯୭୫କୁ ସଂଶୋଧନ କରାଯାଇ ଓ ଆନାଟୋମି ବିଲ-୨୦୧୨ ସର୍ବସମ୍ମତି କ୍ରମେ ଓଡ଼ିଶା ବିଧାନସଭାରେ ଗୃହୀତ ହୋଇଥିଲା। ସଂଶୋଧିତ ଆଇନରେ ଶରୀର ଓ ଅଙ୍ଗଦାନ ପ୍ରକ୍ରିୟାକୁ ସରଳୀକରଣ କରାଯାଇଥିଲା। ଯଦ୍ବାରା ଯେ କୌଣସି ବ୍ୟକ୍ତିଙ୍କ ମୃତ୍ୟୁ ପରେ ପରିବାର ବର୍ଗ ଅତି ସହଜରେ ମରଶରୀର ଗବେଷଣା ପାଇଁ ସରକାରୀ ମେଡିକାଲକୁ ଦାନ ଆକାରରେ ଦେଇ ପାରିବେ। କିନ୍ତୁ ପୂର୍ବରୁ ଅଙ୍ଗଦାନ କରିବାକୁ ଚାହୁଁଥିବା ବ୍ୟକ୍ତିଙ୍କୁ ବହୁ ଜଟିଳ ପ୍ରକ୍ରିୟା ଦେଇ ଗତି କରିବାକୁ ପଡୁଥିଲା। ଏବେ ଏହା ସରଳୀକରଣ ପରେ ୨୦୧୫ରୁ ୨୦୨୪ ଅଗଷ୍ଟ ୮ତାରିଖ ସୁଦ୍ଧା ୧୦୧ ଜଣ ବ୍ୟକ୍ତି ନିଜର ଶରୀରଦାନ ପାଇଁ ଏମକେସିଜି ମେଡିକାଲ କଲେଜରେ ଘୋଷଣାନାମା ଦାଖଲ କରିଥିବା ସୂଚନା ମିଳିଛି। ଲୋକଙ୍କ ମଧ୍ୟରେ ଶରୀରଦାନ ପାଇଁ ସଚେତନତା ବୃଦ୍ଧି ପାଉଛି। ଏଥିପାଇଁ ସେମାନେ ନିର୍ଦ୍ଧାରିତ ଫର୍ମ ଜରିଆରେ ଆବେଦନ କରି ଏମକେସିଜି ମେଡିକାଲ କଲେଜର ଆନାଟୋମି ବିଭାଗ ମୁଖ୍ୟଙ୍କୁ ଘୋଷଣାନାମା ପ୍ରଦାନ କରୁଛନ୍ତି। ସମ୍ପୃକ୍ତ ବ୍ୟକ୍ତିଙ୍କ ମୃତ୍ୟୁପରେ ପରିବାରବର୍ଗ ତାଙ୍କ ଶରୀର ମେଡିକାଲ କଲେଜକୁ ଦାନ କରିବେ ବୋଲି ସେଥିରେ ଉଲ୍ଲେଖ ରହୁଛି। ଗତ ୨୦୧୩ରୁ ଏମକେସିଜି ମେଡିକାଲ କଲେଜକୁ ଦାନସୂତ୍ରରୁ ମରଶରୀର ମିଳିଛି। ୨୦୧୩ରେ ଜଣେ ପୁରୁଷ, ୨୦୧୭ରେ ଜଣେ ପୁରୁଷ, ୨୦୧୮ରେ ଜଣେ ପୁରୁଷ ଓ ଜଣେ ମହିଳା, ୨୦୧୯ରେ ଦୁଇ ପୁରୁଷ, ୨୦୨୦ରେ ଜଣେ ପୁରୁଷ, ୨୦୨୧ରେ ଜଣେ ପୁରୁଷ ଓ ଜଣେ ମହିଳା, ୨୦୨୨ରେ ୫ ପୁରୁଷ ଓ ୨ ମହିଳା, ୨୦୨୩ରେ ୧୦ ପୁରୁଷ, ୩ ମହିଳା ଏଭଳି ୧୨ ବର୍ଷ ଭିତରେ ୨୨ ପୁରୁଷଙ୍କ ଶରୀର ମିଳିଥିବାବେଳେ ୭ ମହିଳାଙ୍କ ଶରୀର ମିଳିଥିବା ଆନାଟୋମି ବିଭାଗ ପ୍ରଫେସର ପୃଷ୍ଟି ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଧରିତ୍ରୀ ପ୍ରଭାବ: ମୁକୁଳା ଡ୍ରେନରେ ପଡ଼ିଲା କଭର ପ୍ଲେଟ୍

ଗଞ୍ଜାମ, ୬/୧୦ (ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ସମ୍ମୁଖରେ ଥିବା ମୁକୁଳା ଡ୍ରେନରେ ଗତକାଲି ବିଳମ୍ବିତ ରାତିରେ ଗୋଟିଏ ଗାଈ ଗଳି ପଡ଼ିଥିଲା। ଖବର ପାଇ ଛତ୍ରପୁର…

ସୌମ୍ୟରଞ୍ଜନ ମାମଲାରେ ହାଇକୋର୍ଟ ଗଲେ ବିଦ୍ୟାଭାରତୀ: ଆଗୁଆ ଜାମିନ ପାଇଁ ଆବେଦନ, ଅକ୍ଟୋବର ୩୦ ଯାଏ ହାଜର ସମୟ ବୃଦ୍ଧି

କଟକ, ୬।୧୦(ପ୍ରଭୁକଲ୍ୟାଣ ପାଲ୍): ବହୁଚର୍ଚ୍ଚିତ ଏସିଏଫ୍‌ ସୌମ୍ୟରଞ୍ଜନ ମହାପାତ୍ର ମୃତ୍ୟୁ ମାମଲାରେ ପତ୍ନୀ ବିଦ୍ୟାଭାରତୀ ପଣ୍ଡା ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। ସେ ଆଗୁଆ ଜାମିନ ପାଇଁ ହାଇକୋର୍ଟରେ…

ଛାତ୍ର ସଂସଦ ନିର୍ବାଚନ: ଅଣଛାତ୍ରଙ୍କ ପ୍ରବେଶ ଉପରେ ନଜର

ବ୍ରହ୍ମପୁର,୬ା୧୦(ସୁବାସ ଚନ୍ଦ୍ର ପାଢ଼ୀ): ଛାତ୍ର ସଂସଦ ନିର୍ବାଚନ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ସୋମବାର ଘୋଷଣା କରାଯିବା ପରେ ମହାବିଦ୍ୟାଳୟ ଓ ବିଶ୍ୱ ବିଦ୍ୟାଳୟଗୁଡ଼ିକରେ ରାଜନୈତିକ ମାହୋଲ…

୩ ରାଶି ଉପରେ ରହିବ ରାହୁ-କେତୁଙ୍କ କୃପା: ଘର, ଗାଡ଼ିଠାରୁ ଚାକିରି ଯାଏ ସବୁ ସ୍ୱପ୍ନ ହେବ ପୂରଣ!

ଜ୍ୟୋତିଷ ଶାସ୍ତ୍ରରେ ରାହୁ ଏବଂ କେତୁଙ୍କୁ ଛାୟା ଗ୍ରହ ସହିତ ଅତ୍ୟନ୍ତ ପ୍ରଭାବଶାଳୀ ଗ୍ରହ ଭାବେ ବିବେଚନା କରାଯାଏ। ଏହି ଦୁଇ ଗ୍ରହଙ୍କ ପ୍ରଭାବ ବ୍ୟକ୍ତିଙ୍କ ଜୀବନରେ…

ଟିମ୍ ଇଣ୍ଡିଆକୁ ବଡ଼ ଝଟ୍‌କା: ନ୍ୟୁଜିଲ୍ୟାଣ୍ଡ ସିରିଜ୍ ପୂର୍ବରୁ ଆହତ ହେଲେ ଷ୍ଟାର୍ ବୋଲର, CoEରେ ଚାଲିଛି…

ନୂଆଦିଲ୍ଲୀ,୬।୧୦: ୱେଷ୍ଟଇଣ୍ଡିଜ୍ ବିପକ୍ଷ ଟି-୨୦ ସିରିଜ୍ ପରେ ଭାରତୀୟ କ୍ରିକେଟ୍ ଦଳ ନ୍ୟୁଜିଲ୍ୟାଣ୍ଡ ଗସ୍ତ କରିବ, ଯେଉଁଠାରେ ତିନୋଟିଯାକ ଫର୍ମାଟ୍‌ରେ ସିରିଜ୍ ଖେଳାଯିବ। ତେବେ ଏହି ଗୁରୁତ୍ୱପୂର୍ଣ୍ଣ…

IPL 2027: ଦିଲ୍ଲୀ କ୍ୟାପିଟାଲ୍ସର ନୂଆ ହେଡ୍ କୋଚ୍ ହେଲେ ସୌରଭ ଗାଙ୍ଗୁଲି, ହେମାଙ୍ଗ ବଦାନୀଙ୍କ ସ୍ଥାନ ନେଲେ ଦାଦା

ନୂଆଦିଲ୍ଲୀ,୬।୧୦: ଇଣ୍ଡିଆନ୍ ପ୍ରିମିୟର ଲିଗ୍ (IPL) ୨୦୨୭ ସିଜନ୍ ପାଇଁ ଦିଲ୍ଲୀ କ୍ୟାପିଟାଲ୍ସ (DC) ସୌରଭ ଗାଙ୍ଗୁଲିଙ୍କୁ ଟିମ୍‌ର ନୂଆ ହେଡ୍ କୋଚ୍ ଭାବେ ନିଯୁକ୍ତ କରିଛି।…

ପୁଣି ମହଙ୍ଗା ହେବ ମୋବାଇଲ ରିଚାର୍ଜ ପ୍ଲାନ! ଜାଣନ୍ତୁ କେବେଠୁ…

ନୂଆଦିଲ୍‌ଲୀ,୬।୧୦: ସାଧାରଣ ଲୋକଙ୍କୁ ପୁଣି ଥରେ ମହଙ୍ଗା ମାଡ଼ର ଝଟକା ଲାଗିପାରେ। ଏଥର ଏହି ଝଟକା ଟେଲିକମ କମ୍ପାନୀଗୁଡ଼ିକ ଦେଇପାରନ୍ତି। ଏକ ରିପୋର୍ଟ ଅନୁସାରେ, ଆଗାମୀ ୪ରୁ…

ଛାତ୍ର ସଂସଦ ନିର୍ବାଚନ ପାଇଁ ବାଜିଲା ବିଗୁଲ: ଚଳଚଞ୍ଚଳ ଗଞ୍ଜାମ ମହାବିଦ୍ୟାଳୟ, ୮ ବର୍ଷ ପରେ ଫେରିବ କ୍ୟାମ୍ପସ ରାଜନୀତି

ଗଞ୍ଜାମ, ୬।୧୦ (ବିଦ୍ୟାଧର ସାହୁ): ଦୀର୍ଘ ୮ ବର୍ଷର ବ୍ୟବଧାନ ପରେ ରାଜ୍ୟରେ ପୁଣି ଛାତ୍ର ସଂସଦ ନିର୍ବାଚନ ହେବାକୁ ଯାଉଥିବାରୁ ଗଞ୍ଜାମ ମହାବିଦ୍ୟାଳୟ ପରିସର ଚଳଚଞ୍ଚଳ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?