Posted inଖେଳ

ଇତିହାସ ରଚିଲେ ମିଥାଲି

ସିଡନୀ,୨୧।୯: ଭାରତୀୟ ମହିଳା ଦଳର ଅଧିନାୟକ ମିଥାଲି ରାଜ ଅଷ୍ଟ୍ରେଲିଆ ବିପକ୍ଷ ପ୍ରଥମ ଦିନିକିଆରେ ଚମତ୍କାର ପ୍ରଦର୍ଶନ କରି ତାଙ୍କ କ୍ୟାରିୟରରେ ୨୦ ହଜାର ରନ ପୂରଣ କରିଛନ୍ତି। ମିଥାଲି ପ୍ରଥମ ଶ୍ରେଣୀ କ୍ରିକେଟ, ତାଲିକା ଏ ଏବଂ ଟି -୨୦ରେ ୨୦ ହଜାର ରନ ପୂରଣ କରିଥିଲେ। ଏହା ସହ ସେ ଏହି ମ୍ୟାଚରେ କ୍ରମାଗତ ପଞ୍ଚମ ଦିନିକିଆ ଅର୍ଦ୍ଧଶତକ ହାସଲ କରିଥିଲେ। ପ୍ରଥମେ ବ୍ୟାଟିଂ କରିବାକୁ ଆସିଥିବା ଟିମ ଇଣ୍ଡିଆ ନିର୍ଦ୍ଧାରିତ ଓଭରରେ ୮ ଉଇକେଟ ହରାଇ ୨୨୫ ରନ ସଂଗ୍ରହ କରିଥିଲା।
ଅଧିନାୟକ ମିଥାଲି ୧୦୭ ବଲରେ ୬୧ ରନର ଚମତ୍କାର ଇନିଂସ ଖେଳିଥିଲେ। ଦିନିକିଆ କ୍ରିକେଟ ରେ ଏହା ତାଙ୍କର କ୍ରମାଗତ ପଞ୍ଚମ ଏବଂ ୫୯ ତମ ଅର୍ଦ୍ଧଶତକ। ଶେଷ ୪ ଟି ମ୍ୟାଚରେ ସେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ୭୯ ରନ କରିଥିଲେ ଏବଂ ପରେ ଇଂଲଣ୍ଡ ବିପକ୍ଷରେ ୩ଟି ଦିନିକିଆରେ ଯଥାକ୍ରମେ ୭୨, ୫୯ ଏବଂ ୭୫ ରନ କରିନଥିଲେ। ଏହା ଥିଲା ମିଥାଲିଙ୍କ ୨୧୮ ତମ ଦିନିକିଆ ମ୍ୟାଚ୍‌।
୧୯୯୯ରେ ଭାରତ ପାଇଁ ଡେବ୍ୟୁ କରିଥିବା ମିଥାଲି ରାଜଙ୍କ ଏହି ଯାତ୍ରା ଏବେ ମଧ୍ୟ ଜାରି ରହିଛି। ମ୍ୟାଚର ଗୋଟିଏ ସମୟରେ ଭାରତୀୟ ଦଳ ସଂଘର୍ଷ କରୁଥିବା ପରି ମନେ ହେଉଥିଲା ଏବଂ ୨୦୦ ରନରେ ପହଞ୍ଚିବା ମଧ୍ୟ କଷ୍ଟସାଧ୍ୟ ଦେଖାଯାଉଥିଲା, କିନ୍ତୁ ମିଥାଲିଙ୍କ ବ୍ୟତୀତ ରିଚା ଘୋଷଙ୍କ କିଛି ଶକ୍ତିଶାଳୀ ସଟ ଯୋଗୁ ଦଳ ଅଷ୍ଟ୍ରେଲିଆ ସମ୍ମୁଖରେ ଏକ ସମ୍ମାନଜନକ ସ୍କୋର ସ୍ଥାପନ କରିବାରେ ସକ୍ଷମ ହୋଇଥିଲା। ଘୋଷ ୨୯ ବଲରୁ ଅପରାଜିତ ୩୨ ଖେଳିଥିଲେ। ଝୁଲନ ଗୋସ୍ବାମୀ ମଧ୍ୟ ବ୍ୟାଟିଂରେ ଭଲ ସହଯୋଗ କରିଥିଲେ। ସେ ୨୪ ବଲରେ ୨୦ ରନ ସଂଗ୍ରହ କରିଥିଲେ। ଏମାନଙ୍କ ବ୍ୟତୀତ ୟସ୍ତିକା ଭାଟିଆ ୫୧ ବଲରେ ୩୫ ରନ ସଂଗ୍ରହ କରିଥିଲେ। ଓପନର୍‌ ସ୍ମୃତି ମନ୍ଧାନା କେବଳ ୧୬ ରନ କରିଥିେଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ସେମିରେ ଦୀପିକା କୁମାରୀ

ସାଂଘାଇ, ୨୭ା୪: ମାତୃତ୍ୱ ଲାଭ ପରେ ମଧ୍ୟ ଭାରତର ପୂର୍ବତନ ବିଶ୍ୱର ନମ୍ବର-୧ ତୀରନ୍ଦାଜ ଦୀପିକା କୁମାରୀ ତାଙ୍କ ଭଲ ପ୍ରଦର୍ଶନ ଜାରି ରଖିଛନ୍ତି। ଏଠାରେ...

ଆଜିଠାରୁ ଥୋମାସ୍‌, ଉବର କପ୍‌

ଚେଙ୍ଗ୍‌ଡୁ, ୨୭ା୪ ଥୋମାସ କପ୍‌ ଓ ଉବର କପ୍‌ ବ୍ୟାଡ୍‌ମିଣ୍ଟନ ପ୍ରତିଯୋଗିତା ଏଠାରେ ଶନିବାରଠାରୁ ଆରମ୍ଭ ହେବ। ଭାରତୀୟ ପୁରୁଷ ଦଳ ଏଥର ଥୋମାସ କପ୍‌...

ବ୍ରାଜିଲିଆନ ଫୁଟ୍‌ବଲ ଷ୍ଟାର ମାର୍ଟା କଲେ ବଡ଼ ଘୋଷଣା

ସାଓ ପାଉଲୋ, ୨୭ା୪: ଛଅ ଥର ମହିଳା ବିଶ୍ୱକପ୍‌ ଖେଳିଥିବା ବ୍ରାଜିଲିଆନ ଫୁଟ୍‌ବଲ ଷ୍ଟାର ମାର୍ଟା ଚଳିତ ବର୍ଷ ଶେଷ ହେବା ପରେ ଜାତୀୟ ଦଳରୁ...

ଆଇପିଏଲ୍‌ ଇତିହାସରେ ସର୍ବାଧିକ ରନ୍‌ ଚେଜ୍‌

କୋଲକାତା, ୨୭।୪: ଇଡେନ ଗାର୍ଡେନ୍ସରେ କୋଲକାତା ନାଇଟ ରାଇଡର୍ସ କରିଥିବା ୨୬୧ ରନ ପର୍ଯ୍ୟାପ୍ତ ହେଲାନି। ଜନି ବେୟାରଷ୍ଟୋଙ୍କ ଅପରାଜିତ ଶତକ ସହାୟତାରେ ପଞ୍ଜାବ କିଙ୍ଗ୍ସ...

ଟି୨୦ ବିଶ୍ୱକପ୍‌ ଲାଗି ସିକ୍ସର କିଙ୍ଗ ଯୁବରାଜଙ୍କୁ ମିଳିଲା ବଡ଼ ଦାୟିତ୍ୱ

ନୂଆଦିଲ୍ଲୀ,୨୬।୪: ଆଇସିସି ପୁରୁଷ ଟି-୨୦ ବିଶ୍ୱକପ୍‌ ୨୦୨୪ ଜୁନ୍‌ରେ ଆରମ୍ଭ ହେବ। ଆମେରିକା ଓ ୱେଷ୍ଟଇଣ୍ଡିଜରେ ଜୁନ ପହିଲାରୁ ଜୁନ୍‌ ୨୯ ଯାଏ ଏହା ଖେଳାଯିବ।...

ପୂର୍ବତନ ଅଷ୍ଟ୍ରେଲିଆ ଅଧିନାୟକ ପଣ୍ଟିଂଙ୍କ ଖୁଲାସା: ଯେଉଁ ବ୍ୟାଟ୍‌ରେ ଶତକ ମାରୁଥିଲେ…

ନୂଆଦିଲ୍ଲୀ,୨୬।୪: ଦୁଇ ଥର ବିଶ୍ୱକପ୍‌ ବିଜେତା ଅଷ୍ଟ୍ରେଲିଆ ଅଧିନାୟକ ରିକି ପଣ୍ଟିଂ ଏବେ ଦିଲ୍ଲୀ କ୍ୟାପିଟାଲ୍ସର ମୁଖ୍ୟ କୋଚ୍‌ ଭାବେ ଦାୟିତ୍ୱ ସମ୍ପାଦନ କରୁଛନ୍ତି। ଦିନ...

ପାକିସ୍ତାନକୁ ହରାଅ, ତୁମକୁ ଭୂରି ଭୋଜନ ମୁଁ ଦେବି- ବିଶ୍ୱକପ୍‌ରେ ଟିମ୍‌ ଇଣ୍ଡିଆ ଖେଳାଳିଙ୍କୁ କିଛି ଏଭଳି କହିଥିଲେ ସଚିନ…

ନୂଆଦିଲ୍ଲୀ,୨୬।୪: କୌଣସି ଫର୍ମାଟ ହେଉ ନା କାହିଁକି ଭାରତ ପାକିସ୍ତାନ ମ୍ୟାଚ୍‌ କଥା ପଡ଼ିଲେ ପ୍ରଶଂସକଙ୍କ ଉତ୍କଣ୍ଠା ବଢ଼ିଯାଇଥାଏ। ହେଲେ ଦୁଇ ଦେଶ ଏବେ କେବଳ...

ଆଇପିଏଲ୍‌ ମଝିରେ ପୁଣି ଥରେ ବାପା ହେଲେ ପାଣ୍ଡ୍ୟା !

ନୂଆଦିଲ୍ଲୀ,୨୬।୪: ପୁଣି ଥରେ ବାପା ହୋଇଛନ୍ତି ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ବଡ଼ ଭାଇ ତଥା ଆଇପିଏଲ୍‌ରେ ଲକ୍ଷ୍ନୌ ସୁପର ଜିଆଣ୍ଟସ୍‌ ପାଇଁ ଖେଳୁଥିବା କ୍ରୁଣାଳ ପାଣ୍ଡ୍ୟା। କ୍ରୁଣାଳଙ୍କ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri