ବନ୍ଦ ପଡ଼ିଛି ମିଶନ ଶକ୍ତି କାଫେ

ପଟ୍ଟାମୁଣ୍ଡାଇ,୧୨ା୧ (କଳ୍ପତରୁ ନାୟକ): ସହରାଞ୍ଚଳ, ଗ୍ରାମାଞ୍ଚଳ ଏସ୍‌ଏଚ୍‌ଜି ମହିଳାଙ୍କୁ ସ୍ବାବଲମ୍ବୀ କରିବା ଏବଂ ଦୂରଦୂରାନ୍ତରୁ ଆସୁଥିବା ଲୋକଙ୍କୁ ସୁସ୍ବାଦୁ ଖାଦ୍ୟ ଯୋଗାଇ ଦେବା ଲକ୍ଷ୍ୟରେ କେନ୍ଦ୍ରାପଡ଼ା ଜିଲା ପ୍ରଶାସନ ପଟ୍ଟାମୁଣ୍ଡାଇ ବ୍ଲକ ଭିତରେ ୩ବର୍ଷ ତଳେ ମିଶନ ଶକ୍ତି କାଫେ ଖୋଲିଥିଲେ। ଏହାର ପରିଚାଳନା ଦାୟିତ୍ୱ ସ୍ବୟଂ ସହାୟକ ଗୋଷ୍ଠୀର ମହିଳାମାନଙ୍କୁ ଦେଇଥିଲେ। ମାତ୍ର ଏହି କାଫେ କିଛିଦିନ ଚାଲିଲା ପରେ ଏବେ ବନ୍ଦ ହୋଇ ପଡ଼ିଥିବାରୁ ଏହା ଉପରୁ ଜନସାଧାରଣଙ୍କ ଆସ୍ଥା ତୁଟୁଛି।
ପଟ୍ଟାମୁଣ୍ଡାଇ ବ୍ଲକ ପରିସରରେ ମିଶନ ଶକ୍ତି କାଫେ ଖୋଲିବାକୁ ଜିଲା ପ୍ରଶାସନ ନିଷ୍ପତ୍ତି ନେବା ପରେ ବ୍ଲକରେ ଥିବା ଷ୍ଟୋର ଘରକୁ ନବୀକରଣ କରାଯାଇ ୨୦୨୧ ଅଗଷ୍ଟ ୩୧ରେ ଅନୁଷ୍ଠାନିକ ଭାବେ ଉଦ୍‌ଘାଟନ କରାଯାଇଥିଲା। ଏହାର ପରିଚାଳନା ଦାୟିତ୍ୱ ପଟ୍ଟାମୁଣ୍ଡାଇ ମହିଳା ବିଏଲ୍‌ଏ ମହାସଂଘକୁ ଦିଆଯାଇଥିଲା। ସଭାପତି ସୁପ୍ରଭା ଦାସଙ୍କ ନେତୃତ୍ୱରେ ସଂଘ ମହିଳାମାନେ ଏହି କାଫେ ପରିଚାଳନା କରୁଥିଲେ। ପରବର୍ତ୍ତୀ ସମୟରେ ଉକ୍ତ ସଂଘ ଏଥିରୁ ଓହରି ଭଡ଼ା ସୂତ୍ରରେ ଏକ ହୋଟେଲ ମାଲିକଙ୍କୁ ହସ୍ତାନ୍ତର କରାଇଥିଲେ। ସେ ମଧ୍ୟ କିଛିଦିନ ଚଳାଇବା ପରେ ଛାଡ଼ି ଚାଲିଯାଇଥିଲେ। ଏହିଭଳି ଭାବେ ୨ରୁ ୩ ଜଣ ହୋଟେଲ ମାଲିକ ଏହି କାଫେକୁ ପରିଚାଳନା କରି ନ ପାରି ଚାଲିଯିବାରୁ ସମ୍ପ୍ରତି ଏହି କାଫେଟି ଅବ୍ୟବହୃତ ହୋଇ ପଡ଼ିରହିଛି। ଏହାର ଲାଇଟ, ଆକ୍ୱାଗାର୍ଡ ଖରାପ ହୋଇ ପଡ଼ିଥିବା ବେଳେ ସୌନ୍ଦର୍ଯ୍ୟକରଣ ସାମଗ୍ରୀଗୁଡ଼ିକ ଏଣେତେଣେ ପଡ଼ିରହିଛି। ଦୂରଦୂରାନ୍ତରୁ ବ୍ଲକ ଓ କୋର୍ଟକୁ ଆସୁଥିବା ଲୋକେ ମିଶନ ଶକ୍ତିରୁ ପ୍ରସ୍ତୁତ ସୁସ୍ବାଦୁ ଖାଦ୍ୟ ମିଳିପାରୁନାହିଁ ବୋଲି ମତ ଦେଇଛନ୍ତି। ଏବେ ଉକ୍ତ କାଫେ ପରିଚାଳନା କରିବାକୁ କେହି ରାଜି ହେଉନାହାନ୍ତି। ଏ ବାବଦରେ ମିଶନ ଶକ୍ତି ଡିପିସି ପ୍ରଭୁ ଧବଳେଶ୍ୱର ବରାଳଙ୍କୁ ପଚାରିବାରେ ଉକ୍ତ କାଫେ ପାଇଁ ଅନ୍ୟ ଏକ ଏସ୍‌ଏଚ୍‌ଜିକୁ ମନୋନୀତ କରାଯାଇଛି। ପରିଚାଳନାଗତ ପ୍ରକ୍ରିୟା ଜାରି ରହିଛି। ପରେ ଏହାର ଦାୟିତ୍ୱ ଯୋଗ୍ୟ ଏସ୍‌ଏଚ୍‌ଜିକୁ ହସ୍ତାନ୍ତର କରାଯିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଥୁଆମୂଳ ରାମପୁରରେ ସ୍ବାଧୀନତା ଦିବସ: କୋର୍ଟରେ ପତାକା ଉତ୍ତୋଳନ କଲେ ବିଚାରପତି

ଥୁଆମୂଳ ରାମପୁର,୧୫।୮(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକର ବିଭିନ୍ନ ସରକାରୀ ଏବଂ ବେସରକାରୀ ଅନୁଷ୍ଠାନଗୁଡ଼ିକରେ ୮୦ତମ ସ୍ବାଧୀନତା ଦିବସ ଉତ୍ସାହ ଏବଂ ଆନନ୍ଦର ସହିତ…

କଲ୍ୟାଣସିଂହପୁର ଭିଡ଼ ହିଂସାରୁ ଯୁବତୀଙ୍କୁ ଉଦ୍ଧାର କରିଥିବା ୩ ସାହସୀ ଯୁବକଙ୍କୁ ଜିଲାସ୍ତରୀୟ ସମ୍ମାନ

​କଲ୍ୟାଣସିଂହପୁର, ୧୫/୮(ଦୀପକ କୁମାର ପରିଡ଼ା): ରାୟଗଡ଼ା ଜିଲାରେ ଉତ୍ସାହ ଓ ଦେଶଭକ୍ତିର ମାହୋଲ ମଧ୍ୟରେ ୮୦ତମ ସ୍ୱାଧୀନତା ଦିବସ ଅତ୍ୟନ୍ତ ଆଡ଼ମ୍ବରର ସହ ପାଳିତ ହୋଇଯାଇଛି। ସ୍ଥାନୀୟ…

ବିଧାୟକଙ୍କ ଦ୍ଵାରା ଖେମୁଣ୍ଡି ଫୁଟବଲ ଟୁର୍ନାମେଣ୍ଟ ଉଦଘାଟିତ: ୭ ଟିମ୍ ଖେଳିଲେ ମ୍ୟାଚ୍, ରବିବାର ହେବ…

ଦିଗପହଣ୍ଡି, ,୧୫।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଖେମୁଣ୍ଡି ସ୍ପୋର୍ଟିଂ କ୍ଲବ୍ ଏବଂ ଏନ୍ଏସି କାର୍ଯ୍ୟାଳୟର ମିଳିତ ଆନୁକୂଲ୍ୟରେ ପବିତ୍ର ସ୍ଵାଧୀନତା ଦିବସ ଅବସରରେ…

ମହାପୁରୁଷ ଶ୍ରୀଅରବିନ୍ଦଙ୍କ ୧୫୪ତମ ଜୟନ୍ତୀ ପାଳିତ: ମାନବ ଜୀବନର ଲକ୍ଷ୍ୟ କେବଳ…

ଭଞ୍ଜନଗର,୧୫। ୮(ବାବୁଲା ପ୍ରଧାନ)- ଗଞ୍ଜାମ ଜିଲା ଭଞ୍ଜନଗରସ୍ଥିତ ଶ୍ରୀଅରବିନ୍ଦ ଶକ୍ତିପୀଠରେ ଶନିବାର ମହାପୁରୁଷ ଶ୍ରୀଅରବିନ୍ଦଙ୍କ ୧୫୪ତମ ଜୟନ୍ତୀ ଅତ୍ୟନ୍ତ ଶ୍ରଦ୍ଧା ଓ ଭକ୍ତିର ସହ ପାଳିତ ହୋଇଯାଇଛି।…

ସ୍ବାଧୀନତା ଦିବସରେ ରକ୍ତଦାନ କଲେ ସ୍ବେଚ୍ଛାସେବୀ

ବରଗଡ଼,୧୫।୮(ପ୍ରେମାନନ୍ଦ ଖମାରୀ): ସ୍ବାଧୀନତା ଦିବସ ଅବସରରେ ବରଗଡ଼ର ସାମାଜିକ ଅନୁଷ୍ଠାନ ସଂକଳ୍ପ ପରିବାର ପକ୍ଷରୁ ଏକ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଆୟୋଜିତ ହୋଇଥିଲା। ଜିଲାସ୍ତରୀୟ ସ୍ବାଧୀନତା ଦିବସ…

କଥା ଦେଇ କଥା ରଖିଲେ ଅକରୁଆ ସରପଞ୍ଚ: ପକ୍କା ହେଲା ବଡ଼ସାହି-କେନ୍ଦୁଗୁଡ଼ା ରାସ୍ତା , ଗ୍ରାମବାସୀଙ୍କ ମଧ୍ୟରେ ଖୁସିର…

ହାଟଡିହୀ/ଛେନାପଦୀ,୧୫।୮(ଶୁଭକାନ୍ତ ନାୟକ/ନିରାକାର ପରିଡା): ଦିନେ ଯେଉଁ ରାସ୍ତାରେ ଆଣ୍ଠୁଏ କାଦୁଅ ଓ ପାଣି ଜମି ରହୁଥିବାରୁ ଯାତାୟାତ ଦୁର୍ବିସହ ହୋଇପଡ଼ୁଥିଲା, ଶେଷରେ ସେହି ରାସ୍ତା ପକ୍କା ରାସ୍ତାରେ…

ପତାକା ଉତ୍ତୋଳନକୁ ନେଇ ଟଣାଓଟରା

ଖଲ୍ଲିକୋଟ,୧୫।୮(ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ବ୍ଲକ ପରିସରରେ ସ୍ବଧୀନତା ଦିବସ ପାଳନ ବେଳେ ପତାକା ଉତ୍ତୋଳନକୁ ନେଇ ବିଡିଓ ଦେବାଶିଷ ସାମଲ ଏବଂ ବ୍ଲକ…

ଦାରିଙ୍ଗବାଡ଼ିରେ ୮୦ତମ ସ୍ୱାଧୀନତା ଦିବସ ପାଳିତ: ଜନସେବାକୁ ଦେଶସେବା ବୋଲି କହି…

ଦାରିଙ୍ଗବାଡ଼ି, ୧୫।୮ (ଅରୁଣ ସାହୁ): ଦେଶ ସ୍ୱାଧୀନତାର ୮୦ତମ ବର୍ଷପୂର୍ତ୍ତି ଉତ୍ସବ ଅବସରରେ କନ୍ଧମାଳ ଜିଜିଲା ଦାରିଙ୍ଗବାଡ଼ି ଅଞ୍ଚଳ ସମ୍ପୂର୍ଣ୍ଣ ଉତ୍ସବମୁଖର ହୋଇପଡ଼ିଛି। ଏହି ପରିପ୍ରେକ୍ଷୀରେ ଦାରିଙ୍ଗବାଡ଼ିର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri