ମିଳୁନି ସ୍ଲଟ୍‌, ଡାଏଲିସିସ୍‌ ପାଇଁ କିଡ୍‌ନୀ ରୋଗୀ ହଇରାଣ

ରାୟଗଡ଼ା,୧୭।୯ (ଭାଗ୍ୟଶ୍ରୀ ମିଶ୍ର )ରାୟଗଡ଼ା ଭଳି ଆଦିବାସୀ ଅଧ୍ୟୁଷିତ ଜିଲାରେ ସ୍ବାସ୍ଥ୍ୟସେବା ବିପର୍ଯ୍ୟସ୍ତ ହୋଇପଡ଼ିଛି। ଜିଲାର ବିଭିନ୍ନ ବ୍ଲକ୍‌ରେ କିଡ୍‌ନୀ ରୋଗରେ ଆକ୍ରାନ୍ତ ଲୋକେ ଡାଏଲିସିସ୍‌ ପାଇଁ ଜିଲା ମୁଖ୍ୟ ଚିକିତ୍ସାଳୟକୁ ଆସୁଥିବାବେଳେ ଏଠାରେ ଉଚିତ ସ୍ବାସ୍ଥ୍ୟସେବା ନ ପାଇ ହଇରାଣ ହେଉଥିବା ଦେଖିବାକୁ ମିଳିଛି। ମେଡିକାଲରେ ରୋଗୀଙ୍କ ସଂଖ୍ୟା ଅଧିକ ରହୁଥିବାବେଳେ ମେଶିନ୍‌ କମ୍‌ ଥିବାରୁ ଗୁରୁତର ରୋଗୀଙ୍କୁ ଡାଏଲିସିସ୍‌ ପାଇଁ ୫ରୁ ୬ଦିନ ଲେଖାଏଁ ଅପେକ୍ଷା କରିବାକୁ ପଡ଼ୁଛି। ଫଳରେ ଅନେକ ଗୁରୁତର ରୋଗୀ ବାଧ୍ୟ ହୋଇ ପଡୋଶୀ ରାଜ୍ୟ ଆନ୍ଧ୍ରପ୍ରଦେଶ ଏବଂ ଭୁବନେଶ୍ୱର, କଟକ ଯାଇ ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରୁଥିବା ଅଭିଯୋଗ ହେଉଛି।

ରାୟଗଡ଼ା ଜିଲା ମୁଖ୍ୟ ଚିକିତ୍ସାଳୟରେ କିଡ୍‌ନୀ ରୋଗରେ ଆକ୍ରାନ୍ତ ରୋଗୀଙ୍କୁ ଡାଏଲିସିସ୍‌ ସେବା ଯୋଗାଇଦେବାକୁ ୨ ଜୁଲାଇ ୨୦୧୮ରେ ଡାଏଲିସିସ୍‌ ସେଣ୍ଟର ଆରମ୍ଭ କରାଯାଇଛି । ରାହି କେୟାର ନାମକ ଏକ ବେସରକାରୀ ସଂସ୍ଥାକୁ ଏହି ଦାୟିତ୍ୱ ଦିଆଯାଇଛି। ଉକ୍ତ ସେଣ୍ଟରରେ ଆବଶ୍ୟକ ଅନୁଯାୟୀ ମେଶିନ ନ ଥିବାରୁ ୩ଟି ଶିଫ୍ଟରେ ଦୈନିକ ପ୍ରାୟ ୧୫ ଜଣ ରୋଗୀଙ୍କ ଡାଏଲିସିସ୍‌ କରାଯାଉଛି। ତେବେ ଜିଲା ମୁଖ୍ୟ ଚିକିତ୍ସାଳୟରେ ମାଗଣାରେ ଡାଏଲିସିସ୍‌ କରାଯାଉଥିବାରୁ ଜିଲାର ବିଭିନ୍ନ ବ୍ଲକ୍‌ରୁ ରୋଗୀ ଏଠାକୁ ଆସିଥାନ୍ତି। ରୋଗୀଙ୍କ ସଂଖ୍ୟା ଅଧିକ ଥିବାରୁ ସେମାନଙ୍କୁ ସ୍ଲଟ୍‌ ପାଇଁ ପ୍ରାୟ ସପ୍ତାହେ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡ଼ୁଛି। ପ୍ରତିଦିନ ୧୫ ରୋଗୀଙ୍କ ଡାଏଲିସିସ୍‌ କରାଯାଉଥିବାବେଳେ ୧୨ରୁ ଊର୍ଦ୍ଧ୍ୱ ରୋଗୀଙ୍କୁ ଅପେକ୍ଷା କରିବାକୁ ପଡ଼ୁଛି। ଗୁରୁତର ରୋଗୀଙ୍କୁ ସ୍ଲଟ୍‌ ନାହିଁ ବୋଲି କହି ଫେରାଇ ଦିଆଯାଉଥିବାରୁ ସେମାନେ ମୃତ୍ୟୁମୁଖରେ ପଡ଼ୁଥିବା ମଧ୍ୟ ଅଭିଯୋଗ ହେଉଛି।

ସେଣ୍ଟରରେ ଡାଏଲିସିସ୍‌ ମେଶିନ କମ୍‌ ଥିବାବେଳେ ରୋଗୀ ଅଧିକ ହେଉଥିବାରୁ ସେବା ଯୋଗାଇପାରୁ ନ ଥିବା ବିଭାଗୀୟ ଅଧିକାରୀ କହିଛନ୍ତି। ସେହିପରି ଜଣେ ରୋଗୀଙ୍କୁ ଡାକ୍ତର ବାରମ୍ବାର ଡାଏଲିସିସ୍‌ ପାଇଁ ମଧ୍ୟ କହିଥାନ୍ତି। ଏଭଳି ପରିସ୍ଥିତିରେ ନୂତନ ରୋଗୀଙ୍କୁ ସ୍ଲଟ୍‌ ଦେବୁ ନା ପୁରୁଣା ରୋଗୀଙ୍କୁ ବାରମ୍ବାର ଡାଏଲିସିସ୍‌ କରିବେ ତାକୁ ନେଇ ବିଭଗୀୟ କର୍ତ୍ତୃପକ୍ଷ ଦ୍ୱନ୍ଦ୍ୱରେ ରହୁଛନ୍ତି । ଏଭଳି ସ୍ଥିତିରେ ଜିଲା ମୁଖ୍ୟ ଚିକିତ୍ସାଳୟରେ ଆବଶ୍ୟକତା ପଡୁଥିବା ଆଉ ୩ଟି ଡାଏଲିସିସ୍‌ ମେଶିନ ତୁରନ୍ତ ଯୋଗାଇଦେବାକୁ ବୁଦ୍ଧିଜୀବୀ ଦାବି କରିଛନ୍ତି।

ସୂଚନାଯୋଗ୍ୟ, ଗତ ୩ ମାସ ମଧ୍ୟରେ ୧୦୪ ରୋଗୀ ଡାଏଲିସିସ୍‌ ସେବା ପାଇଛନ୍ତି । ୧୪ ରୁ ୭୨ ବୟସ ପର୍ଯ୍ୟନ୍ତ କିଡ୍‌ନୀ ରୋଗୀ ହେମୋ ଡାଏଲିସିସ୍‌ ପାଇଁ ଜିଲା ମୁଖ୍ୟ ଚିକିତ୍ସାଳୟକୁ ଆସୁଛନ୍ତ l ବର୍ତ୍ତମାନ ହେମୋ ଡାଏଲିସିସ୍‌ ସେଣ୍ଟରରେ ୬ଟି (୧ ପଜିଟିଭ ୫ଟା ନେଗେଟିଭ) ମେଶିନ ରହିଥିବା ଜଣାପଡିଛି । ରାୟଗଡା କସ୍ତୁରୀନଗର ନିବାସୀ କେ.କେ. ଜେନା ମଧୁମେହ ରୋଗରେ ପୀଡିତ ହୋଇ କିଡ୍‌ନୀ ରୋଗରେ ଆକ୍ରାନ୍ତ ହୋଇଛନ୍ତି । ଡାକ୍ତର ତାଙ୍କୁ ନିୟମିତ ବ୍ୟବଧାନରେ ଡାଏଲିସିସ୍‌ ପାଇଁ କହିଥିବାବେଳେ କେବେ ଜିଲା ମୁଖ୍ୟ ଚିକିତ୍ସାଳୟରେ ସ୍ଲଟ୍‌ ମିଳୁଛି ପୁଣି କେବେ ମିଳୁନାହିଁ। ଏଠାରେ ମାଗଣା ସୁବିଧା ପାଇଁ ଅନେକ ଦିନ ଅପେକ୍ଷ ପରେ ସ୍ଲଟ୍‌ ନ ମିଳିବାରୁ ବାଧ୍ୟ ହୋଇ ଧାରକରଜ କରି ଭୁବନେଶ୍ୱର ଯାଇ ଡାଏଲିସିସ୍‌ କରୁଛନ୍ତି ବୋଲି ସେ କହିଛନ୍ତି। ଭୁବନେଶ୍ୱର ଯାଇ ଥରେ ଡାଏଲିସିସ୍‌ କରିବାକୁ ୫୦ହଜାର ଟଙ୍କା ପର୍ଯ୍ୟନ୍ତ ଖର୍ଚ୍ଚ ହେଉଥିବା ସେ କହିଛନ୍ତି। ଅନ୍ୟପକ୍ଷରେ ଡାକ୍ତରଖାନାରେ ସ୍ଥାୟୀ କିଡ୍‌ନୀ ବିଶେଷଜ୍ଞ ନ ଥିବାରୁ ଚୁକ୍ତି ଭିତ୍ତିରେ ଜଣେ ଅବସରପ୍ରାପ୍ତ ଡାକ୍ତରଙ୍କୁ ନେଇ ଚାଲିଛି ବିଭାଗ। ଅନେକ ସମୟରେ ମେଡିକାଲରେ ଡାକ୍ତର ଉପସ୍ଥିତ ରହୁନାହାନ୍ତି। ଫଳରେ ରେଗୁଲାର ଚେକ୍‌ଅପ୍‌ ମଧ୍ୟ ହୋଇପାରୁ ନ ଥିବା କିଡ୍‌ନୀ ରୋଗୀ ଅଭିଯୋଗ କରିଛନ୍ତି। ସେପଟେ ଏକ ବେସରକାରୀ ସଂସ୍ଥା ରାହି କେୟାରକୁ ଦାୟିତ୍ୱ ଦେଇ ଚୁପ୍‌ ବସିଛି ସ୍ବାସ୍ଥ୍ୟ ବିଭାଗ। ଏ ନେଇ ସିଡିଏମ୍‌ଓ ଲାଲମୋହନ ରାଉତରାୟଙ୍କୁ ପଚାରିବାରୁ ସେଣ୍ଟରରେ ଅଧିକ ମେଶିନ କିପରି ଲାଗିବ ସେ ନେଇ ଉପରିସ୍ଥ ଅଧିକାରୀଙ୍କୁ ଜଣାଇଛୁ । ମେଶିନ ଲାଗିଲେ ସମସ୍ୟା ରହିବ ନାହଁ, ରୋଗୀଙ୍କୁ ଉଚିତ ସେବା ମିଳିପାରିବ ବୋଲି ସେ କହିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?