ମିଳୁନି ହଷ୍ଟେଲ, ପାଠପଢ଼ାରୁ ବଞ୍ଚିତ ଛାତ୍ରୀଛାତ୍ର

ବିଷମକଟକ,୨୬।୪ (ଡି.ଏନ୍‌.ଏ.) ଆଦିବାସୀ ପିଲାମାନେ ଶିକ୍ଷାରୁ ଯେଭଳିି ବଞ୍ଚିତ ନ ହେବେ ସେ ନେଇ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। କୋରାପୁଟ, ନବରଙ୍ଗପୁର, ମାଲକାନଗିରି, ରାୟଗଡା, କଳାହାଣ୍ଡି, କନ୍ଧମାଳ ଓ ବଲାଙ୍ଗୀର ଜିଲାର ବିକାଶ ପାଇଁ ସରକାର ଅଧିକ ଗୁରୁତ୍ୱ ଦେଉଥିବା ବେଳେ ଅଧିକ ପରିମାଣର ଅର୍ଥ ମଧ୍ୟ ମଞ୍ଜୁର କରୁଛନ୍ତି । ଅନ୍ୟ ଜିଲା ଅପେକ୍ଷା ପଛୁଆ ଜିଲା ଗୁଡିକରେ ସ୍ବତନ୍ତ୍ର ଭାବେ ବିଭିନ୍ନ ଯୋଜନା ମଧ୍ୟ ପ୍ରଣୟନ କରାଯାଇଛି। ଆଦିବାସୀ ଅଧ୍ୟୁସିତ ଜିଲାଗୁଡିକରେ ପିଲାମାନେ ଶିକ୍ଷାରୁ ବଞ୍ଚିତ ନ ହେବାକୁ ସେମାନଙ୍କ ଲାଗି ବିଭିନ୍ନ ସୁବିଧା କରାଯାଉଛି। ସରକାର ୧୦୦ ଶଯ୍ୟ ବିଶିଷ୍ଟ ହଷ୍ଟେଲ ମଧ୍ୟ ମଞ୍ଜୁର କରୁଛନ୍ତି । କିନ୍ତୁ ରାୟଗଡ଼ା ଜିଲା ବିଷମକଟକ ବ୍ଲକର ଅନେକ ସ୍ଥାନରେ ହଷ୍ଟେଲ ନିର୍ମାଣ ବିଳମ୍ବ ହେଉଛି। ତେଣୁ ଆଗ୍ରହ ଥିଲେ ସୁଦ୍ଧା ପିଲା ରହିବା ଅସୁବିଧା କାରଣରୁ ପାଠପଢ଼ି ପାରୁନାହାନ୍ତି।
ବିଷମକଟକ ବ୍ଲକର ହାଟମୁନିଗୁଡା, ବିଷମକଟକ, ନିରୁଗୁଣ୍ଡି, କୁଟ୍ରାଗଡ, ମୋଟକବାଡ଼ି, ଗଜବାହାଲ ଇ,ଟି,ଇ, ଆଦି ସ୍କୁଲରେ ନୂତନ ୧୦୦ ଶଯ୍ୟା ବିଶିଷ୍ଟ ହଷ୍ଟେଲ ପାଇଁ ଟଙ୍କା ମଞ୍ଜୁର ହୋଇଛି। ଏହାର ନିର୍ମାଣ କାର୍ଯ୍ୟ ପାଇଁ ବିଭିନ୍ନ ସଂସ୍ଥାକୁ ଦାୟିତ୍ୱ ମଧ୍ୟ ଦିଆଯାଇଛି। ବିଭିନ୍ନ ଘରୋଇ ସଂସ୍ଥାକୁ ଟେଣ୍ଡର ମାଧ୍ୟମରେ କାର୍ଯ୍ୟାଦେଶ ପ୍ରଦାନ କରାଯାଇଛି। ହେଲେ ଦାୟିତ୍ୱରେ ଥିବା କର୍ମଚାରୀମାନଙ୍କୁ ହାତଗୁଞ୍ଜା ଦେଇ ଅନେକ ସ୍ଥାନରେ ଠିକାଦାର ଅଧାପନ୍ତରିଆ କାର୍ଯ୍ୟ କରି ଛାଡି ଚାଲିଯାଇ ଦେଖିବାକୁ ମିଳିଛି। ସୂଚନାଯୋଗ୍ୟ, ଅନୁସୂଚିତ ଜାତି ଓ ଜନଜାତି ପଛୁଆ ବର୍ଗ ପିଲାଙ୍କ ପାଇଁ ନାମ ଲେଖିବା ପାଇଁ ସୁଯୋଗ ମିଳୁନାହିଁ। କାରଣ ପ୍ରତିବର୍ଷ ବିଦ୍ୟାଳୟ ଗୁଡିକରେ ଥିବା ସିଟ୍‌ ପୂରଣ ହୋଇଯିବା ପରେ ଅନେକ ପାଠପଢ଼ାରେ ଆଗ୍ରହ ରଖୁଥିବା ଅନେକ ପିଲା ନାମ ଲେଖାରୁ ବଞ୍ଚିତ ହେଉଛନ୍ତି। ଅନ୍ୟପଟେ ଉଚ୍ଚପଦସ୍ଥ ଅଧିକାରୀଙ୍କ ନିର୍ଦ୍ଦେଶକ୍ରମେ ଅଧିକ ପିଲାଙ୍କୁ ହଷ୍ଟେଲରେ ରଖିବା ପାଇଁ ଶିକ୍ଷକ ଶିକ୍ଷୟିତ୍ରୀ ମାନେ ବାଧ୍ୟ ହେଉଛନ୍ତି । ଏହି ବିଦ୍ୟାଳୟଗୁଡିକରେ ସିଟ ସଂଖ୍ୟା ବୃଦ୍ଧି କରାଯାଉଥିବା ବେଳେ ଅଧାପନ୍ତରିଆ କୋଠାକୁ ସମ୍ପୂର୍ଣ୍ଣ କରିବା ପାଇଁ ପଦକ୍ଷେପ ନିଆଯାଉ ନାହିଁ । ନିଜ ବ୍ଲକର ବିଦ୍ୟାଳୟରେ ନାମ ଲେଖିବା ପାଇଁ ସୁଯୋଗ ନ ପାଇ ପିଲାମାନେ ବାଧ୍ୟ ହୋଇ ଅନ୍ୟ ବ୍ଲକରେ ଥିବା ହଷ୍ଟେଲ ଯାଉଛନ୍ତି । ଯେଉଁ ପିଲାମାନେ ହଷ୍ଟେଲରୁ ବଞ୍ଚିତ ହେଉଛନ୍ତି ସେମାନେ ପାଠଛାଡ଼ି ଘର ଚାପରେ ଗାଈ ଗୋରୁ, ଛେଳି ମେଣ୍ଢା ଚରେଇବା ପାଇଁ ବାଧ୍ୟ ହେଉଛନ୍ତି। ପିଲାମାନେ ଗୋଟିଏ ବର୍ଷ ପାଠ ଛାଡିବା ପରେ ପୁଣି ନୂତନ ବର୍ଷ ସ୍କୁଲରେ ନାମ ନ ଲେଖାଇ ଅନ୍ୟ କାମରେ ଲିପ୍ତ ରହୁଛନ୍ତି। ଏଥିପ୍ରତି ପ୍ରଶାସନ ଓ ସରକାର ଦୃଷ୍ଟି ଦେବାକୁ ଦାବି ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ପଦ୍ମପୁର ଆସନରେ ପ୍ରାର୍ଥୀ ଘୋଷଣା ଦ୍ୱନ୍ଦ୍ୱ

ପଦ୍ମପୁର,୨୮।୩. (ପ୍ରଦୀପ୍ତ ଦାଶ): ବରଗଡ଼ ଜିଲାରେ ଥିବା ବିଧାନସଭା ଆସନ ପାଇଁ ବିଜେଡି ବୁଧବାର ପ୍ରାର୍ଥୀ ଘୋଷଣା କରିଛି। କିନ୍ତୁ ପଦ୍ମପୁର ବିଧାନସଭା ଆସନ ପାଇଁ...

ମା’ ପୁଅଙ୍କୁ ହତ୍ୟା କଲେ ମାଓବାଦୀ

ରାଉରକେଲା,୨୮।୩(ସଙ୍ଗୀତା ଜେନା): ଓଡ଼ିଶା-ଝାଡ଼ଖଣ୍ଡ ସୀମାବର୍ତ୍ତୀ ପଶ୍ଚିମ ସିଂହଭୂମ ଚାଇଁବାସା ଅଞ୍ଚଳରେ ମାଓବାଦୀମାନେ ଜଣେ ବୃଦ୍ଧା ଓ ତାଙ୍କ ପୁଅଙ୍କୁ ହତ୍ୟା କରିଛନ୍ତି। ମୃତକ ହେଲେ ଚାଇଁବାସା...

ବସ୍‌ ଧକ୍କାରେ ଚାଲିଗଲା ଜୈନ ସନ୍ନ୍ୟାସିନୀଙ୍କ ଜୀବନ

ଫୁଲନଖରା,୨୮ା୩(ସତ୍ୟରଞ୍ଜନ ଦାସମହାପାତ୍ର): ଭୁବନେଶ୍ୱର-କଟକ ୧୬ ନମ୍ବର ଜାତୀୟ ରାଜପଥର ବମ୍ଫକୁଦ ନିକଟରେ ଏକ ଯାତ୍ରୀବାହୀ ବସ୍‌ ଧକ୍କାରେ ଜଣେ ଜୈନ ସନ୍ନ୍ୟାସିନୀଙ୍କ ମୃତ୍ୟୁ ଘଟିଛି। ସେ...

ମାହାଙ୍ଗା ଡବଲ ମର୍ଡର ମାମଲା: ଅନ୍ତରୀଣ ସୁରକ୍ଷା ବଳବତ୍ତର

କଟକ,୨୮ା୩ (କାର୍ତ୍ତିକ ସାହୁ) ମାହାଙ୍ଗା ଡବଲ ମର୍ଡର ମାମଲାରେ ବିଧାୟକ ପ୍ରତାପ ଜେନାଙ୍କ ଅନ୍ତରୀଣ ସୁରକ୍ଷାକୁ ହାଇକୋର୍ଟ ବଳବତ୍ତର ରଖିଛନ୍ତି। ନିମ୍ନକୋର୍ଟର ନିର୍ଦ୍ଦେଶ ବିରୋଧରେ ବିଧାୟକ...

ଦୁର୍ଘଟଣାରେ ଶ୍ୱଶୁର ମୃତ, ଜ୍ୱାଇଁ ଗୁରୁତର

ଭେଡ଼େନ,୨୮।୩ (ସୁଦନ ମହାକୁର): ବରଗଡ଼ ଜିଲା ଭେଡ଼େନ ଥାନା ଅଧୀନ ଭେଡ଼େନ-ରେମଣ୍ଡା ରାସ୍ତାର ଅପାମରା ନିକଟରେ ଗୁରୁବାର ଏକ ସଡ଼କ ଦୁର୍ଘଟଣା ଘଟିଛି। ଏକ ବାଇାକ୍‌...

କଂଗ୍ରେସରୁ ଇସ୍ତଫା ଦେଲେ ପୂର୍ବତନ ବିଧାୟକ, ବିଜେଡିରେ ଯୋଗଦେବା ସମ୍ଭାବନା

ନୂଆଦିଲ୍ଲୀ ,୨୮।୩: ବିଧାନସଭା ନିର୍ବାଚନ ପୂର୍ବରୁ ଟିଟିଲାଗଡର ପୂର୍ବତନ ବିଧାୟକ ସୁରେନ୍ଦ୍ର ସିଂ ଭୋଇ କଂଗ୍ରେସ ଦଳରୁ ଇସ୍ତଫା ଦେଇଛନ୍ତି। ତିନିଥର ପୂର୍ବତନ କଂଗ୍ରେସ ବିଧାୟକ...

ସୁଧାଂଶୁଙ୍କୁ ଗୁରୁଦାୟିତ୍ୱ ଦେଲା କଂଗ୍ରେସ

ରୂପସା,୨୮।୩(ବାଞ୍ଛାନିଧି ଦେ): ବାଲେଶ୍ୱର ଜିଲା କଂଗ୍ରେସ କମିଟି ସାଧାରଣ ସମ୍ପାଦକ ଓ ମୁଖ୍ୟ ମୁଖପାତ୍ର ସୁଧାଂଶୁ ଶେଖର ଜେନାଙ୍କୁ ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ଭଦ୍ରକ...

୩୦ ହଜାର ଟଙ୍କା ଲାଞ୍ଚ ନେବା ବେଳେ ସିଟିଓ-ଜିଏସଟି ଅଧିକାରୀଙ୍କୁ ବାନ୍ଧିଲା ଭିଜିଲାନ୍ସ

ଭୁବନେଶ୍ୱର,୨୮।୩: ପୁରୀରେ ଲାଞ୍ଚ ନେଉଥିଲା ବେଳେ ବାଣିଜ୍ୟିକ ଟିକସ ଅଧିକାରୀ (ସିଟିଓ) ଏବଂ ଦ୍ରବ୍ୟ ଏବଂ ସେବା କର (ଜିଏସଟି) ଅଧିକାରୀଙ୍କୁ ଗିରଫ କରିଛି ଓଡ଼ିଶା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri