ରାଉରକେଲାରୁ ନିଖୋଜ, କୋରାପୁଟରୁ ମିଳିଲା ମୃତଦେହ

ରାଉରକେଲା,୨ା୧୧(ସଙ୍ଗୀତା ଜେନା): ରାଉରକେଲା ଇସ୍ପାତ କାରଖାନା (ଆର୍‌ଏସ୍‌ପି) କର୍ମଚାରୀ ଗୌତମ ଘଡେଇଙ୍କ ଏକ ମାତ୍ର ପୁଅ ଶମ୍ଭୁନାଥ ଘଡେଇ(୨୭)ଙ୍କ ସନ୍ଦେହଜନକ ମୃତ୍ୟୁ ହୋଇଛି। ରାଉରକେଲାରୁ ନିଖୋଜ ହୋଇଥିବାବେଳେ ୩୦ ତାରିଖରେ କୋରାପୁଟରୁ ମୃତଦେହ ଜବତ କରାଯାଇଛି। ବୁଲିବାକୁ ଡାକି ନେଇ ହତ୍ୟା କରାଯାଇଛି ବୋଲି ପରିବାର ପକ୍ଷରୁ ବୁଧବାର ଅଭିଯୋଗ ହୋଇଛି। ମୃତ୍ୟୁ ପଛରେ ସାଙ୍ଗମାନଙ୍କ ହାତ ଥିବା ଅଭିଯୋଗ କରି ପ୍ଲାଣ୍ଟସାଇଟ୍‌ ଥାନାରେ ପରିବାର ଲୋକେ ଏତଲା ଦେଇଥିଲେ। ହେଲେ ପୋଲିସ ଏତଲା ଗ୍ରହଣ କରି ନ ଥିଲା।

ରାଉରକେଲା ଟିମ୍ବର କଲୋନିରେ ଶମ୍ଭୁନାଥଙ୍କ ଘର। ସେପ୍ଟେମ୍ବର ୨୫ରେ ତାଙ୍କ ଜନ୍ମ ଦିନ ଥିଲା। ତାଙ୍କର କେତେଜଣ ସାଙ୍ଗ ଘରକୁ ଆସି ଜନ୍ମ ଦିନ ପାଳନ କରିିଥିଲେ। ୨୬ ତାରିଖ ଭୋର ୩ ଜଣ ସାଙ୍ଗ ଶମ୍ଭୁଙ୍କୁ କାରରେ ବୁଲିବାକୁ ଜୋରଜବରଦସ୍ତି ନେଇ ଯାଇଥିଲେ। ୨୭ ତାରିଖରୁ ତାଙ୍କ ମୋବାଇଲ୍‌ ଫୋନ୍‌ ସୁଇଚ୍‌ ଅଫ୍‌ ଥିଲା। ସାଙ୍ଗମାନଙ୍କ ସହ ଯୋଗାଯୋଗ କରିଥିଲେ ମଧ୍ୟ କୌଣସି ସନ୍ତୋଷଜନକ ଉତ୍ତର ମିଳି ନ ଥିଲା। ଅନ୍ୟ ଉପାୟ ନ ପାଇ ପରିବାରବର୍ଗ ପ୍ଲାଣ୍ଟସାଇଟ୍‌ ଥାନାରେ ନିଖୋଜ ଏତଲା ଦେବାକୁ ଆସିଥିଲେ। ହେଲେ ପୋଲିସ ଏହାକୁ ଗ୍ରହଣ ନ କରି ୨ ଦିନ ଅପେକ୍ଷା କରିବାକୁ କହିଥିଲା। ୩୦ ତାରିଖ ଶମ୍ଭୁଙ୍କ ମୃତଦେହ କୋରାପୁଟ୍‌ ପଟ୍ଟାଙ୍ଗିରୁ ଜବତ ହୋଇଥିବା ପରିବାରବର୍ଗ ପୋଲିସଠାରୁ ସୂଚନା ପାଇଥିଲେ। ସାଙ୍ଗ ହତ୍ୟା କରିଥିବା ସନ୍ଦେହ କରି ପରିବାରବର୍ଗ ଏତଲା ଦେଇଥିଲେ ମଧ୍ୟ ତାହାକୁ ପୋଲିସ ନେଇ ନ ଥିଲା। ଏକ ନିଖୋଜ ମାମଲା ରୁଜୁ କରି ତଦନ୍ତ କରିଥିଲା। କୋରାପୁଟ୍‌ ପଟାଙ୍ଗିରୁ ମୃତଦେହ ଜବତ ହୋଇଥିବାରୁ ସେଠାରେ ହତ୍ୟା ମାମଲା ରୁଜୁ ହେବ ବୋଲି ପୋଲିସ କହି ପରିବାର ଲୋକଙ୍କୁ ଫେରାଇ ଦେଇଥିଲା। ଶମ୍ଭୁଙ୍କ ଜେଜେମା’ ସତ୍ୟ ଘଡେଇ କହିଛନ୍ତି, ଶମ୍ଭୁଙ୍କ ସହ ଯାଇଥିବା ସାଙ୍ଗ ସହ କିଛି ବର୍ଷ ପୂର୍ବେ ଗଣ୍ଡଗୋଳ ହୋଇଥିଲା। ପରେ ବନ୍ଧୁତା ହୋଇଥିଲା। ସାଙ୍ଗକୁ ପଚାରା ଯିବାରୁ ସେ ଠିକ୍‌ ଉତ୍ତର ଦେଇ ପାରି ନ ଥିଲେ। ଶମ୍ଭୁଙ୍କ ମୃତଦେହରେ ଅନେକ ସ୍ଥାନରେ କ୍ଷତଚିହ୍ନ ରହିଛି। ତେଣୁ ତାଙ୍କୁ ହତ୍ୟା କରାଯାଇଛି।

ଅପରପକ୍ଷରେ, ଥାନାଧିକାରୀ ଜ୍ୟୋତି ପତି କହିଲେ, ୩ଜଣ ସାଙ୍ଗଙ୍କ ସହ ଶମ୍ଭୁ କାରରେ ଯାଇଥିଲେ। ଅତ୍ୟଧିକ ମଦ୍ୟପାନ ଯୋଗୁ ଶମ୍ଭୁ ଅଧାରାସ୍ତାରେ ଅଚେତ ହୋଇ ପଡ଼ିଥିଲେ। ଅନ୍ୟ ଉପାୟ ନ ପାଇ ସାଙ୍ଗମାନେ ତାଙ୍କୁ ଏକ ପଡ଼ିଆରେ ଓହ୍ଲାଇ ଚାଲି ଆସିଥିଲେ। ଥାନାରେ ଜଣେ ସାଙ୍ଗ ଆତ୍ମସମର୍ପଣ କରିଛି। ପୋଲିସ ପଚରାଉଚୁରା ଜାରି ରଖିଛି। ପରିବାରବର୍ଗ ଥାନାରେ ନିଖୋଜ କହିଥିବାରୁ ଆମେ ତଦନ୍ତ କରି କୋରାପୁଟରେ ଏକ ଅଜଣା ମୃତଦେହ ମିଳିଥିବା ଜାଣି ଚିହ୍ନଟ କରାଇଥିଲୁ। ତେବେ ହତ୍ୟା ଅଭିଯୋଗ କୋରାପୁଟ ପଟାଙ୍ଗିରେ କରାଯିବା ନିୟମ ରହିଛି ବୋଲି ପତି କହିଥିଲେ। କୋରାପୁଟରେ ସ୍ଥାନୀୟ ପୋଲିସ ଅପମୃତ୍ୟୁ ମାମଲା ରୁଜୁ କରିଛି। ବୁଧବାର ଅପରାହ୍ନରେ ଶମ୍ଭୁଙ୍କ ମୃତଦେହ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ପୋଲିସ ହସ୍ତାନ୍ତର କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ଦ୍ରୁତ ଗତିରେ ଆସୁଥିଲା ବସ୍‌, ଚକାତଳେ ପଶିଗଲେ ବାଇକ୍‌ଚାଳକ, ଆଉ ତା’ ପରେ…

ଗଜପତି,୪ା୧୨(ଗିରିଧାରୀ ପରିଚ୍ଛା): ଗଜପତି ଜିଲା ସଦର ମହକୁମା ପାରଳାଖେମୁଣ୍ଡି ଉପକଣ୍ଠ ଦେବିତି ଗ୍ରାମ ନିକଟରେ ଗୋଟିଏ ଘରୋଇ ବସ୍‌ ସହ ବାଇକ୍‌ର ମୁହାଁମୁହିଁ ଧକ୍କା ହେବାରୁ...

ସ୍ବାମୀଙ୍କ ନାଁରେ ଯୌତୁକ ନିର୍ଯାତନା ଅଭିଯୋଗ ଆଣି ଥାନାର ଦ୍ୱାରସ୍ଥ ହେଲେ ନବ ବିବାହିତା

ଥୁଆମୂଳ ରାମପୁର,୪ା୧୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନାରେ ବୁଧବାର ଜଣେ ନବବିବାହିତା ତାଙ୍କୁ ସ୍ବାମୀ ଶାରୀରିକ, ମାନସିକ ଏବଂ ଯୌତୁକ ଜନିତ ନିର୍ଯାତନା...

ଖୁବଶୀଘ୍ର ଗଞ୍ଜାମ ଏବଂ ଢେଙ୍କାନାଳରେ ଖୋଲିବ ଆୟୁଷ ହସପିଟାଲ

ଭୁବନେଶ୍ୱର,୪।୧୨: ଓଡିଶାର ଗଞ୍ଜାମ ଏବଂ ଢେଙ୍କାନାଳ ଜିଲାରେ ଖୁବ ଶୀଘ୍ର ଆୟୁଷ ଡାକ୍ତରଖାନା ଆରମ୍ଭ ହେବ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବୁଧବାର ଘୋଷଣା...

ଯାତ୍ରା ଷ୍ଟେଜ୍‌ରେ ସାପ ଖେଳାଇଥିବା କଳାକାରଙ୍କୁ ଗିରଫ କଲା ବନ ବିଭାଗ

ହିଞ୍ଜିଳିକାଟୁ,୪ା୧୨(ଦ୍ୱିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ଥାନା ରାଳବ ଗ୍ରାମରେ ଗତ ମାସରେ ଅନୁଷ୍ଠିତ କାଞ୍ଜିଅଁଳା ଯାତ୍ରା ଷ୍ଟେଜ୍‌ରେ ବିଷଧର ସାପକୁ ଖେଳାଇବା ଘଟଣାରେ ଜଣେ...

ପଡ଼ୋଶୀଙ୍କ ଠେଙ୍ଗାମାଡ଼ରେ ମହିଳା ଗୁରୁତର ଘଟଣା: ଜେଲ୍‌ ଗଲେ ଅଭିଯୁକ୍ତ

ଦିଗପହଣ୍ଡି,୪ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ମୌଳାଭଞ୍ଜା ଗ୍ରାମର ତରା ସାହୁ ନାମ୍ନୀ ମହିଳାଙ୍କ ମୁଣ୍ଡକୁ ତାଙ୍କ ପଡ଼ୋଶୀ ଭଗବାନ ଡାକୁଆ ମଙ୍ଗଳବାର...

ବରଗଡ଼ ଧନୁଯାତ୍ରା ପାଇଁ ସ୍ଥାପନ ହେଲା ଶୁଭସ୍ତମ୍ଭ, ଜୀରାନଦୀ ହେବ ଯମୁନା

ବରଗଡ଼,୪ା୧୨(ପ୍ରେମାନନ୍ଦ ଖମାରୀ): ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ଆସନ୍ତା ୨୦୨୫ ଜାନୁଆରୀ ୩ରୁ ଆରମ୍ଭ ହୋଇ ଜାନୁଆରୀ ୧୩ ପର୍ଯ୍ୟନ୍ତ ଚାଲିବ। ଦୀର୍ଘ...

ନାବାଳିକାଙ୍କୁ ବଳାତ୍କାର କରି ୯ ମାସର ଗର୍ଭବତୀ କରିଥିଲେ ଯୁବକ, ଏବେ ଭୋଗିବେ ଆଜୀବନ କାରାଦଣ୍ଡ

କେନ୍ଦୁଝର,୪ା୧୨(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଫାଷ୍ଟ ଟ୍ରାକ୍‌ କୋର୍ଟର ବିଚାରପତି ବିଜୟ କୁମାର ମିଶ୍ର ଏକ ବଳାତ୍କାର ମାମଲାର ବିଚାର କରି କାଞ୍ଜିପାଣି ଥାନା ଅନ୍ତର୍ଗତ...

ଯୁବକଙ୍କୁ ହତ୍ୟା ଉଦ୍ୟମ କରି ମୁଖ୍ୟ ଅଭିଯୁକ୍ତ ଗଲେ ଜେଲ୍‌

ଦିଗପହଣ୍ଡି,୪ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଦିଗପହଣ୍ଡି ବ୍ଲକ ଗୋକର୍ଣ୍ଣପୁର ପଞ୍ଚାୟତ ନରସିଂହପୁର ଗ୍ରାମର ଜି.ବଂଶୀ ଦୋରାଙ୍କୁ ହତ୍ୟା ଉଦ୍ୟମ ଘଟଣାରେ ସମ୍ପୃକ୍ତ ମୁଖ୍ୟ ଅଭିଯୁକ୍ତ ବି....

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri