ରାଉରକେଲାରୁ ନିଖୋଜ, କୋରାପୁଟରୁ ମିଳିଲା ମୃତଦେହ

ରାଉରକେଲା,୨ା୧୧(ସଙ୍ଗୀତା ଜେନା): ରାଉରକେଲା ଇସ୍ପାତ କାରଖାନା (ଆର୍‌ଏସ୍‌ପି) କର୍ମଚାରୀ ଗୌତମ ଘଡେଇଙ୍କ ଏକ ମାତ୍ର ପୁଅ ଶମ୍ଭୁନାଥ ଘଡେଇ(୨୭)ଙ୍କ ସନ୍ଦେହଜନକ ମୃତ୍ୟୁ ହୋଇଛି। ରାଉରକେଲାରୁ ନିଖୋଜ ହୋଇଥିବାବେଳେ ୩୦ ତାରିଖରେ କୋରାପୁଟରୁ ମୃତଦେହ ଜବତ କରାଯାଇଛି। ବୁଲିବାକୁ ଡାକି ନେଇ ହତ୍ୟା କରାଯାଇଛି ବୋଲି ପରିବାର ପକ୍ଷରୁ ବୁଧବାର ଅଭିଯୋଗ ହୋଇଛି। ମୃତ୍ୟୁ ପଛରେ ସାଙ୍ଗମାନଙ୍କ ହାତ ଥିବା ଅଭିଯୋଗ କରି ପ୍ଲାଣ୍ଟସାଇଟ୍‌ ଥାନାରେ ପରିବାର ଲୋକେ ଏତଲା ଦେଇଥିଲେ। ହେଲେ ପୋଲିସ ଏତଲା ଗ୍ରହଣ କରି ନ ଥିଲା।

ରାଉରକେଲା ଟିମ୍ବର କଲୋନିରେ ଶମ୍ଭୁନାଥଙ୍କ ଘର। ସେପ୍ଟେମ୍ବର ୨୫ରେ ତାଙ୍କ ଜନ୍ମ ଦିନ ଥିଲା। ତାଙ୍କର କେତେଜଣ ସାଙ୍ଗ ଘରକୁ ଆସି ଜନ୍ମ ଦିନ ପାଳନ କରିିଥିଲେ। ୨୬ ତାରିଖ ଭୋର ୩ ଜଣ ସାଙ୍ଗ ଶମ୍ଭୁଙ୍କୁ କାରରେ ବୁଲିବାକୁ ଜୋରଜବରଦସ୍ତି ନେଇ ଯାଇଥିଲେ। ୨୭ ତାରିଖରୁ ତାଙ୍କ ମୋବାଇଲ୍‌ ଫୋନ୍‌ ସୁଇଚ୍‌ ଅଫ୍‌ ଥିଲା। ସାଙ୍ଗମାନଙ୍କ ସହ ଯୋଗାଯୋଗ କରିଥିଲେ ମଧ୍ୟ କୌଣସି ସନ୍ତୋଷଜନକ ଉତ୍ତର ମିଳି ନ ଥିଲା। ଅନ୍ୟ ଉପାୟ ନ ପାଇ ପରିବାରବର୍ଗ ପ୍ଲାଣ୍ଟସାଇଟ୍‌ ଥାନାରେ ନିଖୋଜ ଏତଲା ଦେବାକୁ ଆସିଥିଲେ। ହେଲେ ପୋଲିସ ଏହାକୁ ଗ୍ରହଣ ନ କରି ୨ ଦିନ ଅପେକ୍ଷା କରିବାକୁ କହିଥିଲା। ୩୦ ତାରିଖ ଶମ୍ଭୁଙ୍କ ମୃତଦେହ କୋରାପୁଟ୍‌ ପଟ୍ଟାଙ୍ଗିରୁ ଜବତ ହୋଇଥିବା ପରିବାରବର୍ଗ ପୋଲିସଠାରୁ ସୂଚନା ପାଇଥିଲେ। ସାଙ୍ଗ ହତ୍ୟା କରିଥିବା ସନ୍ଦେହ କରି ପରିବାରବର୍ଗ ଏତଲା ଦେଇଥିଲେ ମଧ୍ୟ ତାହାକୁ ପୋଲିସ ନେଇ ନ ଥିଲା। ଏକ ନିଖୋଜ ମାମଲା ରୁଜୁ କରି ତଦନ୍ତ କରିଥିଲା। କୋରାପୁଟ୍‌ ପଟାଙ୍ଗିରୁ ମୃତଦେହ ଜବତ ହୋଇଥିବାରୁ ସେଠାରେ ହତ୍ୟା ମାମଲା ରୁଜୁ ହେବ ବୋଲି ପୋଲିସ କହି ପରିବାର ଲୋକଙ୍କୁ ଫେରାଇ ଦେଇଥିଲା। ଶମ୍ଭୁଙ୍କ ଜେଜେମା’ ସତ୍ୟ ଘଡେଇ କହିଛନ୍ତି, ଶମ୍ଭୁଙ୍କ ସହ ଯାଇଥିବା ସାଙ୍ଗ ସହ କିଛି ବର୍ଷ ପୂର୍ବେ ଗଣ୍ଡଗୋଳ ହୋଇଥିଲା। ପରେ ବନ୍ଧୁତା ହୋଇଥିଲା। ସାଙ୍ଗକୁ ପଚାରା ଯିବାରୁ ସେ ଠିକ୍‌ ଉତ୍ତର ଦେଇ ପାରି ନ ଥିଲେ। ଶମ୍ଭୁଙ୍କ ମୃତଦେହରେ ଅନେକ ସ୍ଥାନରେ କ୍ଷତଚିହ୍ନ ରହିଛି। ତେଣୁ ତାଙ୍କୁ ହତ୍ୟା କରାଯାଇଛି।

ଅପରପକ୍ଷରେ, ଥାନାଧିକାରୀ ଜ୍ୟୋତି ପତି କହିଲେ, ୩ଜଣ ସାଙ୍ଗଙ୍କ ସହ ଶମ୍ଭୁ କାରରେ ଯାଇଥିଲେ। ଅତ୍ୟଧିକ ମଦ୍ୟପାନ ଯୋଗୁ ଶମ୍ଭୁ ଅଧାରାସ୍ତାରେ ଅଚେତ ହୋଇ ପଡ଼ିଥିଲେ। ଅନ୍ୟ ଉପାୟ ନ ପାଇ ସାଙ୍ଗମାନେ ତାଙ୍କୁ ଏକ ପଡ଼ିଆରେ ଓହ୍ଲାଇ ଚାଲି ଆସିଥିଲେ। ଥାନାରେ ଜଣେ ସାଙ୍ଗ ଆତ୍ମସମର୍ପଣ କରିଛି। ପୋଲିସ ପଚରାଉଚୁରା ଜାରି ରଖିଛି। ପରିବାରବର୍ଗ ଥାନାରେ ନିଖୋଜ କହିଥିବାରୁ ଆମେ ତଦନ୍ତ କରି କୋରାପୁଟରେ ଏକ ଅଜଣା ମୃତଦେହ ମିଳିଥିବା ଜାଣି ଚିହ୍ନଟ କରାଇଥିଲୁ। ତେବେ ହତ୍ୟା ଅଭିଯୋଗ କୋରାପୁଟ ପଟାଙ୍ଗିରେ କରାଯିବା ନିୟମ ରହିଛି ବୋଲି ପତି କହିଥିଲେ। କୋରାପୁଟରେ ସ୍ଥାନୀୟ ପୋଲିସ ଅପମୃତ୍ୟୁ ମାମଲା ରୁଜୁ କରିଛି। ବୁଧବାର ଅପରାହ୍ନରେ ଶମ୍ଭୁଙ୍କ ମୃତଦେହ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ପୋଲିସ ହସ୍ତାନ୍ତର କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ସୁବଳୟା ମହାନଦୀରୁ ଦୁଇ ଅଜଣା ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର: ଗଞ୍ଜେଇ ମାଫିଆ ହୋଇଥିବା ସନ୍ଦେହ, ପରିଚୟ ଖୋଜୁଛି…

ଅମରପାଲି, ୨୨।୯(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ସୁବଳୟା ମହାନଦୀ ଫେରିଘାଟ ନିକଟରୁ ମଙ୍ଗଳବାର ଅପରାହ୍ନରେ ଦୁଇଜଣ ଅଜଣା ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର କରାଯାଇଛି।…

ପୋଷଣ ସହ ବଢ଼ିବ ମନୋବଳ: ଗୁଡ଼ାରିରେ ଯକ୍ଷ୍ମା ଆକ୍ରାନ୍ତଙ୍କୁ ପୋଷଣ ଖାଦ୍ୟ ବାସ୍କେଟ ବଣ୍ଟନ, ଏମ୍‌ସିଏଲ୍‌ର ପ୍ରଶଂସନୀୟ…

ଗୁଡ଼ାରି, ୨୨।୯(ପ୍ରମୋଦ କୁମାର ପତି): ‘ପ୍ରଧାନମନ୍ତ୍ରୀ ଯକ୍ଷ୍ମା ମୁକ୍ତ ଭାରତ ଅଭିଯାନ’ ଅନ୍ତର୍ଗତ ରାୟଗଡ଼ା ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀଙ୍କ ତତ୍ତ୍ୱାବଧାନରେ ଗୁଡ଼ାରି ବ୍ଲକରେ ଚିହ୍ନଟ ହୋଇଥିବା ୫୧…

ହାଟଡିହୀର ଦୀପ୍ତିମୟୀଙ୍କୁ ବଡ଼ ଦାୟିତ୍ୱ: କେନ୍ଦୁଝର ଜିଲା ମହିଳା ମୋର୍ଚ୍ଚା ଉପସଭାପତି; ଛୁଟୁଛି ଶୁଭେଚ୍ଛାର…

ହାଟଡିହୀ,୨୨।୯(ଶୁଭକାନ୍ତ ନାୟକ): ଭାରତୀୟ ଜନତା ପାର୍ଟିର କେନ୍ଦୁଝର ଜିଲା ମହିଳା ମୋର୍ଚ୍ଚା ଉପସଭାପତି ଭାବେ ହାଟଡିହୀ ବ୍ଲକ ବଞ୍ଚୋ ଗ୍ରାମର ଦୀପ୍ତିମୟୀ ଖୁଣ୍ଟିଆଙ୍କୁ ମନୋନୀତ କରାଯାଇଛି। ଭାଜପା…

କଳାହାଣ୍ଡିରେ ଲଗାଣ ବର୍ଷାର ତାଣ୍ଡବ: କାଲି ସମସ୍ତ ଶିକ୍ଷାନୁଷ୍ଠାନ ଛୁଟି, ୨୫ ଯାଏ ସରକାରୀ କର୍ମଚାରୀଙ୍କ…

ଭବାନୀପାଟଣା, ୨୨।୯(ଉତ୍ତମ କୁମାର ଦାଶ): ବଙ୍ଗୋପସାଗରରେ ସୃଷ୍ଟ ଗଭୀର ଅବପାତ ପ୍ରଭାବରେ କଳାହାଣ୍ଡି ଜିଲାରେ ପ୍ରବଳ ବର୍ଷା ଜାରି ରହିଛି। ମଙ୍ଗଳବାର ସକାଳୁ ଘଡ଼ଘଡ଼ି ଓ ବିଜୁଳି…

ଆଉ ନାହାନ୍ତି ବିଶିଷ୍ଟ ଶିକ୍ଷାବିତ୍ ପ୍ରଫେସର ଡ. ଗୋପବନ୍ଧୁ ବେହେରା: କଳାହାଣ୍ଡିରେ ଶୋକର ଛାୟା

ଭବାନୀପାଟଣା, ୨୨।୯(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲାର ଜଣେ ଅଗ୍ରଣୀ ଶିକ୍ଷାବିତ୍, ଆଦର୍ଶ ମାର୍ଗଦର୍ଶକ ତଥା ବିଶିଷ୍ଟ ରସାୟନ ବିଜ୍ଞାନ ପ୍ରଫେସର ଡକ୍ଟର ଗୋପବନ୍ଧୁ ବେହେରାଙ୍କର ୮୭…

ଦିଗପହଣ୍ଡିରେ ଲଗାଣ ବର୍ଷା: ଘୋଡ଼ାହାଡ଼ ନଦୀକୂଳିଆ ଗ୍ରାମବାସୀଙ୍କୁ ଆଲର୍ଟ, ଯେକୌଣସି ମୁହୂର୍ତ୍ତରେ ଖୋଲିପାରେ ଡ୍ୟାମ୍ ଗେଟ୍

ଦିଗପହଣ୍ଡି,୨୨।୯(ଅଶେଷ ନାଥ ମିଶ୍ର): ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଅଧିକ ଘନୀଭୂତ ହୋଇ ଘୂର୍ଣ୍ଣିବଳୟରେ ପରିଣତ ହେବା ଫଳରେ ଦିଗପହଣ୍ଡି ଅଞ୍ଚଳରେ ମଙ୍ଗଳବାର ସକାଳୁ ଅବିଶ୍ରାନ୍ତ ବର୍ଷା…

ନୂଆପଡ଼ାରେ ଲଜ୍ଜା, ନାବାଳିକାଙ୍କୁ ଟେକି ନେଇ ବଳାତ୍କାର

ନୂଆପଡ଼ା,୨୨ା୯(ମକାରୁ ବେମାଲ): ନୂଆପଡ଼ା ଜିଲା ବେଲଟୁକୁରି ଥାନା ଅଞ୍ଚଳରେ ନାବାଳିକାଙ୍କୁ ବଳାତ୍କାର ଅଭିଯୋଗରେ ପୋଲିସ ମଙ୍ଗଳବାର ସମ୍ପୃକ୍ତ ଯୁବକଙ୍କୁ ଗିରଫ କରିଛି। ସେ ହେଲେ ଭାଲେଶ୍ୱର ପଞ୍ଚାୟତ…

ଦାରିଙ୍ଗବାଡ଼ିରେ ବ୍ଲକ ସ୍ତରୀୟ ‘ସେବା ସଂକଳ୍ପ ଅଭିଯାନ’: ଜିଲା ସ୍ତରୀୟ ପ୍ରତିଯୋଗିତା ପାଇଁ ୬ କୃତୀ ଛାତ୍ରଛାତ୍ରୀ ମନୋନୀତ

ଦାରିଙ୍ଗବାଡ଼ି,୨୨।୯(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ସରକାରୀ ଆଇଟିଆଇ (ITI) ପରିସରରେ ମଙ୍ଗଳବାର ବ୍ଲକ ସ୍ତରୀୟ ‘ସେବା ସଂକଳ୍ପ ଅଭିଯାନ’ ଆନନ୍ଦ-ଉଲ୍ଲାସ ସହ ଅନୁଷ୍ଠିତ ହୋଇଯାଇଛି। ଏହି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?