Posted inଜାତୀୟ

QR କୋଡ୍‌ ସାଜିଲା ବରଦାନ, ମା’ କୋଳକୁ ଫେରିଲା ହଜିଲା ପୁଅ

ନୂଆଦିଲ୍ଲୀ,୧୩।୪: ପ୍ରାୟତ ଫିଲ୍ମରେ ଏପରି ଦୃଶ୍ୟ ଦେଖିବାକୁ ମିଳେ, ଯେଉଁଠି ପିଲା ନିଜ ପରିବାର ଠାରୁ ଅଲଗା ହୋଇଗଲେ କିମ୍ବା ହଜିଗଲେ ପିଲାର ଶରୀରରେ ଥିବା କଳାଜାଇ କିମ୍ବା କୌଣସି ଚିହ୍ନ ଦେଖି ନିଖୋଜ ପିଲାଟିର ପରିବାରକୁ ସନ୍ଧାନ କରାଯାଏ। କିନ୍ତୁ ବାସ୍ତବରେ ଏପରି ଏକ ଘଟଣା ଦେଖିବାକୁ ମିଳିଛି। ତେବେ ଏହି ଘଟଣାରେ କୌଣସି କଳାଜାଇ କିମ୍ବା ପ୍ରତୀକାତ୍ମକ ଚିହ୍ନ ନୁହେଁ ବରଂ QR କୋଡ୍‌ ଦ୍ୱାରା ହଜିଲା ପୁଅ ମା’ କୋଳକୁ ଫେରି ଆସିଛି।

ଆଧୁନିକ ଜ୍ଞାନକୌଶଳର ଏକ ତାଜୁବ କରିଦେବା ମାମଲା ମହାରାଷ୍ଟ୍ରର ମୁମ୍ବାଇରେ ଦେଖିବାକୁ ମିଳିଛି। ଯେଉଁଠାରେ ମୁମ୍ବାଇ ପୋଲିସ ଜଣେ ନାବାଳକଙ୍କୁ କ୍ୱୁଆର କୋଡ ଦ୍ୱାରା ତାଙ୍କ ପିତାମାତାଙ୍କୁ ଠାବ କରିଛି। ପୁଅକୁ ପାଇ ପରିବାାର ଖୁସିର ଲହରୀ ଖେଳି ଯାଇଛି।

ସୂଚନାନୁସାରେ, ଏହି ୧୨ ବର୍ଷର ଶିଶୁ ଖେଳୁଥିବା ସମୟରେ ବସରେ ଚଢି ଯାଇଥିଲେ। ପରିବାର ସଦସ୍ୟ ବହୁ ଖୋଜାଖୋଜି କରିଥିଲେ ମଧ୍ୟ ଶିଶୁର କୌଣସି ସନ୍ଧାନ ପାଇପାରି ନ ଥିଲେ ଯେଉଁଥିପାଇଁ ନିରାଶ ହୋଇ ପୋଲିସ ପାଖରେ ନିଖୋଜ ମାମଲା ରୁଜୁ କରିଥିଲେ। ଏହାପରେ ପୋଲିସ ଶିଶୁଟିକୁ ଖୋଜିବାରେ ଲାଗିପଡିଥିଲା। ପୋଲିସ କହିବାନୁସାରେ. ଶିଶୁଟି ମୁମ୍ବାଇର ଦକ୍ଷିଣ ଭାଗରେ ଥିବା କୋଲାବାରେ ପରିତ୍ୟକ୍ତ ଅବସ୍ଥାରେ ବୁଲୁଥିବା ଦେଖିବାକୁ ମିଳିଥିଲା। ସ୍ଥାନୀୟ ଲୋକମାନେ ଏନେଇ ପୋଲିସକୁ ଖବର ଦେଇଥିଲେ। ଲୋକମାନେ କହିଥିଲେ କି, ଶିଶୁଟିକୁ ଯେତେ ପଚାରିଲେ ମଧ୍ୟ ସେ କିଛି କହିପାରୁ ନ ଥିଲା।

ଏହା ପରେ ଜଣେ ବ୍ୟକ୍ତି ପିଲାଟିକୁ ସାଙ୍ଗରେ ନେଇ ପୋଲିସ ଷ୍ଟେସନକୁ ଯାଇଥିଲେ। ଏହି ସମୟରେ ପୋଲିସର ଆଖି ପିଲାଟିର ବେକରେ ଥିବା ଲକେଟ ଉପରେ ପଡିଥିଲା। ଏହା ଭିତରେ ଏକ QR କୋଡ ଥିବା ପୋଲି ଦେଖିବାକୁ ପାଇଥିଲା। ଡେରି ନ କରି ପୋଲିସ ଏକ QR କୋଡ ସ୍କାନ କରିଥିଲା। ସ୍କାନ କରିବାରୁ ଏକ ନମକବର ସାମ୍ନାକୁ ଆସିଥିଲା। ସେହି ନମ୍ବରକୁ ଫୋନ ଲଗାଇ ପୋଲିସ ଶିଶୁଟିର ପରିବାର ଲୋକଙ୍କ ସନ୍ଧାନ ପାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ସାମ୍ନାକୁ ଆସିଲା ବଡ଼ ଘୋଟାଲା, କମିଶନ୍‌ ନେଇ ୨୦୦ କୋଟିର ନକଲି ବିଲ୍‌ ପାସ୍‌

ନୂଆଦିଲ୍ଲୀ, ୨୬।୦୭: କରୋନା ସମୟରେ ୨୦୦ କୋଟି ଟଙ୍କାର ଏକ ବଡ ଦୁର୍ନୀତିର ଖୁଲାସା କରିଛି ଦୁର୍ନୀତି ନିବାରଣ ବ୍ୟୁରୋ ବା ଏସିବି । ଏହି...

ପ୍ରକାଶ ପାଇଲା ନିଟ୍‌ର ସଂଶୋଧିତ ତାଲିକା, ୬୭ରୁ ୧୭କୁ ଖସିଲେ ଟପ୍ପର

ନୂଆଦିଲ୍ଲୀ, ୨୬।୦୭: ଗତ କିଛିଦିନ ଧରି ବିବାଦରେ ରହିଥିବା ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି ବା ଏନ୍‌ଟିଏ ମେଡିକାଲ୍‌ ପ୍ରବେଶିକା ପରୀକ୍ଷା ନିଟ୍‌-ୟୁଜିର ଫାଇନାଲ୍‌ ରେଜଲ୍ଟ ପ୍ରକାଶ...

୯୯ରେ ସାପ କାମୁଡ଼େ, କଂଗ୍ରେସକୁ ଏମିତି କହିଦେଲେ କେନ୍ଦ୍ରମନ୍ତ୍ରୀ

ନୂଆଦିଲ୍ଲୀ, ୨୬।୦୭: ବରିଷ୍ଠ ଜନତା ଦଳ ୟୁନାଇଟେଡ (ଜେଡିୟୁ) ନେତା ତଥା କେନ୍ଦ୍ର ମନ୍ତ୍ରୀ ରାଜୀବ ରଂଜନ (ଲଲନ ସିଂ) ଶୁକ୍ରବାର ଦିନ କଂଗ୍ରେସକୁ ଟାର୍ଗେଟ୍‌...

ମନୀଷ ସିସୋଦିଆଙ୍କୁ ପୁଣି କୋର୍ଟ ଝଟ୍‌କା, ବଢ଼ିଲା ନ୍ୟାୟିକ ହେପାଜତ ଅବଧି

ନୂଆଦିଲ୍ଲୀ, ୨୬।୦୭: ଦିଲ୍ଲୀ ମଦ ଦୁର୍ନୀତି ସହ ଜଡ଼ିତ ସିବିଆଇ ମାମଲାରେ ଆଜି ପୁଣିଥରେ କୋର୍ଟ ଶୁଣାଣି କରିଛନ୍ତି । ରାଉଜ ଆଭେନ୍ୟୁ କୋର୍ଟ ଦିଲ୍ଲୀର...

‘ଦିଲ୍ଲୀରୁ ଗୋଟିଚାଳନା ସରିଛି, ଉତ୍ତରପ୍ରଦେଶରେ କିଛି ବଡ଼ ହେବାକୁ ଯାଉଛି’

ନୂଆଦିଲ୍ଲୀ,୨୬।୭: ଆମ ଆଦମୀ ପାର୍ଟି(ଏଏପି)ର ଏମ୍‌ପି ସଞ୍ଜୟ ସିଂ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ନେଇ ଏକ ବଡ଼ ଦାବି କରିଛନ୍ତି। ସଞ୍ଜୟ ଶୁକ୍ରବାର କହିଛନ୍ତି...

ରାହୁଲ ଗାନ୍ଧୀଙ୍କ ନୂଆ ଠିକଣା: ବଙ୍ଗଳା ନମ୍ବର-୫, ସୁନ୍‌ହେରୀ ବାଗ୍‌ ରୋଡ…

ନୂଆଦିଲ୍ଲୀ,୨୬।୭: କଂଗ୍ରେସ ନେତା ଏବଂ ଲୋକ ସଭାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କ ଠିକଣା ବଦଳିବାକୁ ଯାଉଛି। ସୁନ୍‌ହରୀ ବାଗ୍‌ ରୋଡ୍‌, ବଙ୍ଗଳା ନମ୍ବର-୫...

ଗୁଗୁଲ ସିଇଓ ସୁନ୍ଦର ପିଚାଇଙ୍କୁ ଭାରତରୁ ମିଳିଲା ବଡ଼ ଉପାଧି, କହିଲେ…

ନୂଆଦିଲ୍ଲୀ, ୨୬।୦୭: ଲୋକପ୍ରିୟ ସର୍ଚ୍ଚ ଇଞ୍ଜିନ୍‌ ଗୁଗୁଲର ସିଇଓ ସୁନ୍ଦର ପିଚାଇଙ୍କୁ ନିଜେ ପଢ଼ୁଥିବା ଅନୁଷ୍ଠାନରୁ ବଡ଼ ଉପାଧି ମିଳିଛି । ଆଇଆଇଟି ଖଡ଼ଗପୁରରୁ ସେ...

ଫିଟିଗଲା ଗୁମର, କଂଗ୍ରେସ ସହ ହୋଇଛି ଭିତିରି ମେଣ୍ଟ!

ନୂଆଦିଲ୍ଲୀ,୨୬।୭:ନିର୍ବାଚନରେ ହାରିବା ଏବଂ ମୁଖ୍ୟମନ୍ତ୍ରୀ ପଦ ହରାଇବା ପରେ ଜଗନମୋହନ ରେଡ୍ଡୀଙ୍କ ଅଡୁଆ ବଢିବାରେ ଲାଗିଛି। ଚନ୍ଦ୍ରବାବୁ ନାଇଡୁ ଆନ୍ଧ୍ରପ୍ରଦେଶର ସିଏମ ହୋଇଛନ୍ତି ଏବଂ ଦାୟିତ୍ୱ...

Advertisement
Mettle Meet 2024

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri