ଜେଏସ୍‌ପି ଫାଉଣ୍ଡେଶନର ନୂତନ ପ୍ରକଳ୍ପ ଉଦ୍‌ଘାଟିତ

ନୂଆଦିଲ୍ଲୀ,୧୩।୪: ଜିନ୍ଦଲ ଷ୍ଟିଲ୍‌ ଆଣ୍ଡ ପାୱାର (ଜେଏସ୍‌ପି)ର ସାମାଜିକ ପ୍ରତିଷ୍ଠାନ ତଥା ଜେଏସ୍‌ପି ଫାଉଣ୍ଡେଶନର ନୂତନ ପ୍ରକଳ୍ପ ‘ଜିନ୍ଦଲ ଜ୍ଞାନ’ ନିକଟରେ ଉଦ୍‌ଘାଟିତ ହୋଇଯାଇଛି। ବିଶେଷକରି ଦୃଷ୍ଟିବାଧିତ ବ୍ୟକ୍ତିମାନଙ୍କ ଜୀବନଧାରଣ ମାନରେ ଉନ୍ନତ କରିବା ସହ ଆବଶ୍ୟକ ସହାୟତା ଯୋଗାଇଦେବା ପାଇଁ ଜେଏସ୍‌ପି ଫାଉଣ୍ଡେଶନ ପକ୍ଷରୁ ଭୁବନେଶ୍ବରର ଖଣ୍ଡଗିରିବାରିଠାରେ ଏକ ଅତ୍ୟାଧୁନିକ ସହାୟକ ଉପକରଣ ଲାଇବ୍ରେରି ‘ଜିନ୍ଦଲ ଜ୍ଞାନ’ ନିର୍ମାଣ (ସ୍ଥାପନ) କରାଯାଇଛି।
ଏହି ଅବସରରେ ଓଡ଼ିଶା ସରକାରଙ୍କ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ବିଭାଗ ପ୍ରମୁଖ ସଚିବ ବିଷ୍ଣୁପଦ ସେଠୀ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଉକ୍ତ ଲାଇବ୍ରେରିକୁ ଉଦ୍‌ଘାଟନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଜେଏସ୍‌ପିର ସଭାପତି(ପ୍ରେସିଡେଣ୍ଟ) ତଥା ଗ୍ରୁପ ସିଏସ୍‌ଆର୍‌ ହେଡ୍‌ ପ୍ରଶାନ୍ତ ହୋତାଙ୍କ ସମେତ ଏସ୍‌ଭି ନିର୍‌ତାରର ପ୍ରୋସ୍ଥେଟିକ୍ସ ଓ ଅର୍ଥୋଟିକ୍ସ ବିଭାଗ ମୁଖ୍ୟ ପ୍ରଫେସର ଶ୍ରୀକାନ୍ତ ମହାରଣା, ଓଡ଼ିଶା ଆସୋସିଏସନ୍‌ ଅଫ୍‌ ଦି ବ୍ଲାଇଣ୍ଡର ସଭାପତି ସନ୍ନ୍ୟାସୀ ବେହେରା ଏବଂ ଉଇ ଫର୍‌ ୟୁର ସାମ୍ପଦକ ଅଭୟ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ।
ଅତ୍ୟାଧୁନିକ ଜ୍ଞାନକୌଶଳର ଉପଯୋଗକରି ଦୃଷ୍ଟିହୀନ ଦିବ୍ୟାଙ୍ଗମାନଙ୍କୁ ଅତ୍ୟାଧୁନିକ ସହାୟକ ଉପକରଣ ଉପଲବ୍ଧ କରାଇବା ସହିତ ସେମାନଙ୍କୁ ସଶକ୍ତ କରିବା ଉଦ୍ଦେଶ୍ୟରେ ଏହା ସ୍ଥାପନ କରାଯାଇଛି। ବିଶେଷକରି ସାମାଜିକ ଅନୁଷ୍ଠାନ ଉଇ ଫର୍‌ ୟୁ ଚାରିଟେବଲ୍‌ ଟ୍ରଷ୍ଟ ଦ୍ବାରା ଏହାର ପରିଚାଳନା କରାଯିବ।
ଅପରପକ୍ଷରେ ଦୃଷ୍ଟିହୀନ ବ୍ୟକ୍ତିମାନଙ୍କୁ ସଶକ୍ତ କରିବା ପାଇଁ ଜେଏସ୍‌ପି ଫାଉଣ୍ଡେଶନ ଓ ଉଇ ଫର୍‌ ୟୁର ଅଭିନବ ପ୍ରୟାସକୁ ବିଷ୍ଣୁପଦ ସେଠୀ ଉଚ୍ଚ ପ୍ରଶଂସା କରିଥିଲେ। ଦୃଷ୍ଟିହୀନ ବ୍ୟକ୍ତିମାନଙ୍କ ଦୈନନ୍ଦିନ କାର୍ଯ୍ୟରେ ସହାୟତା କରିବା ସହ ସେମାନଙ୍କ ଜୀବନରେ ବହୁତ ଉନ୍ନତି ଆଣିବାରେ ଏହି ଲାଇବ୍ରେରି ସାହାଯ୍ୟ କରିବ ବୋଲି ସେ ଆଶା ବ୍ୟକ୍ତ କରିଥିଲେ।
ଅପରପକ୍ଷରେ ଜେଏସ୍‌ପି ଫାଉଣ୍ଡେଶନର ଅଧ୍ୟକ୍ଷା ଶାଲୁ ଜିନ୍ଦଲଙ୍କ ଦର୍ଶନ ଦ୍ବାରା ଅନୁପ୍ରାଣିତ ହୋଇ ଆମେ ସର୍ବଦା ଏକ ଅନ୍ତର୍ଭୁକ୍ତ ଭାରତ ଗଠନ ନିମନ୍ତେ ପ୍ରୟାସରତ ବୋଲି ଜେଏସ୍‌ପିର ସଭାପତି(ପ୍ରେସିଡେଣ୍ଟ) ତଥା ଗ୍ରୁପ୍‌ ସିଏସ୍‌ଆର୍‌ ହେଡ୍‌ ପ୍ରଶାନ୍ତ ହୋତା ବିସ୍ତୃତ ଭାବେ ମତବ୍ୟକ୍ତ କରିଥିଲେ। ସେହିଭଳି ଏହି ଲାଇବ୍ରେରି ଏ ଦିଗରେ ଆମର ଅନ୍ୟତମ ପ୍ରୟାସ ହୋଇଥିଲାବେଳେ ଏହି ପାଠାଗାର ଭୁବନେଶ୍ବରର ଦୃଷ୍ଟିହୀନ ବ୍ୟକ୍ତିଙ୍କ ଜୀବନରେ ସକାରାତ୍ମକ ପ୍ରଭାବ ପକାଇବା ପାଇଁ ଏକ ମଡେଲ ଭାବେ କାର୍ଯ୍ୟ କରିବ ବୋଲି ଆମେ ଆଶା କରୁଛୁ।
ଉନ୍ନତ ଜ୍ଞାନକୌଶଳ ବ୍ୟବହାରକରି ଦୃଷ୍ଟିହୀନମାନଙ୍କ ମଧ୍ୟରେ ଅନ୍ତର୍ଭୁକ୍ତୀକରଣକୁ ପ୍ରୋତ୍ସାହିତ କରୁଥିବା ଏହି ଲାଇବ୍ରେରିରେ ୧୦୦ରୁ ଅଧିକ ଅତ୍ୟାଧୁନିକ ସହାୟକ ଉପକରଣ ରହିଛି। ଏପରିକି ସ୍ପିଚ୍‌ ରେକ୍‌ଗ୍ନିସନ୍‌ ଡିଭାଇସ୍‌, ମୋବିଲିଟି ଏଡ୍‌ସ ଏବଂ ଯୋଗାଯୋଗ ଉପକରଣ ବିଭିନ୍ନ ଅତ୍ୟାଧୁନିକ ଉପକରଣଗୁଡିକୁ ଭାରତ ଏବଂ ବିଦେଶର ବିଭିନ୍ନ ଅଞ୍ଚଳରୁ ଅଣାଯାଇଛି।
ସେହିପରି ଦୃଷ୍ଟିହୀନ ବ୍ୟକ୍ତିମାନେ ସେମାନଙ୍କ ଶିକ୍ଷା, ସ୍ବାସ୍ଥ୍ୟ ଏବଂ ଦୈନନ୍ଦିନ ଆବଶ୍ୟକତା କ୍ଷେତ୍ରରେ ସହାୟତା ପାଇଁ ଏହି ଅତ୍ୟାଧୁନିକ ଉପକରଣଗୁଡିକୁ ବ୍ୟବହାର କରିପାରିବେ। ଏପରିକି ଉପକରଣଗୁଡିକର ଉପଯୁକ୍ତ ବ୍ୟବହାର ସୁନିଶ୍ଚିତ କରିବା ପାଇଁ ପ୍ରଶିକ୍ଷଣ ପ୍ରଦାନ କରାଯିବ। ଦୃଷ୍ଟିହୀନ ଦିବ୍ୟାଙ୍ଗମାନଙ୍କୁ ସଶକ୍ତ କରିବା ପାଇଁ ବିଭିନ୍ନ ପ୍ରକାର ସହାୟକ ଜ୍ଞାନକୌଶଳର ଗବେଷଣା ଏବଂ ବିକାଶ କ୍ଷେତରେ ମଧ୍ୟ ଏହି ଲାଇବ୍ରେରି କାର୍ଯ୍ୟ କରିବ। ଉଇ ଫର୍‌ ୟୁ ଦ୍ୱାରା ବିକଶିତ ବିଭିନ୍ନ ବିଷୟ ଉପରେ ଅଡିଓ ପୁସ୍ତକଗୁଡିକ ମଧ୍ୟ ଏହି ଲାଇବ୍ରେରିରେ ଉପଲବ୍ଧ ହେବ।


Enter your email to get our daily news in your inbox.

All Right Reserved By Dharitri.Com

ଡିଜେ ଶବ୍ଦରେ ଖସିଲା ଘର ପ୍ଲାଷ୍ଟର, ଗାଁରେ ଉତ୍ତେଜନା

ହିଞ୍ଜିଳିକାଟୁ, ୪।୧୦(ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ଥାନା ଅନ୍ତର୍ଗତ ଗିରିଆ ଗ୍ରାମରେ ରବିବାର ରାତିରେ ଗଣେଶ ମୂର୍ତ୍ତି ବିସର୍ଜନ ବେଳେ ଡିଜେର ଉଚ୍ଚ ଶବ୍ଦକୁ ନେଇ…

ମନିପର୍ସ ଖୋଜିବା ବାହାନାରେ ଦୋକାନରୁ ୩୦ ହଜାର ଲୁଟ୍‌ , ସିସିଟିଭିରେ…

ହାଟଡିହୀ,୪।୧୦(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡରେ ଲୁଟେରାଙ୍କ ଦୌରାତ୍ମ୍ୟ ଦିନକୁ ଦିନ ବଢ଼ିବାରେ ଲାଗିଛି। ଲୋକଙ୍କ ଘର ଝରକା, କବାଟ ତାଡି ଲୁଟ୍‌ ହେଉଛି। ପୋଲିସ…

ବାଇକ୍‌କୁ ଧକ୍କା ଦେଲା ଟ୍ରକ୍‌: ଡ୍ରାଇଭରଙ୍କୁ ମାରଣାନ୍ତକ ଆକ୍ରମଣ ପରେ ଟ୍ରକରେ ଲଗାଇ ଦେଲେ ନିଆଁ

ହିଞ୍ଜିଳିକାଟୁ ୪।୧୦(ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ଥାନା ତହଁର ପଞ୍ଚାୟତ କାର୍ଯ୍ୟାଳୟ ନିକଟରେ ରବିବାର ରାତିରେ ଏକ ଟ୍ରକ ବାଇକ୍‌ ଆରୋହୀଙ୍କୁ ଧକ୍କା ଦେଇଥିଲା। ଏହାକୁ…

ଅର୍ଥମନ୍ତ୍ରୀଙ୍କ ଭାଇରାଲ୍ ଭିଡିଓ ଉପରେ ଚନ୍ଦ୍ରବାବୁ ନାଇଡୁଙ୍କ ବଡ଼ ବୟାନ, କହିଲେ ମୁଁ ଭିଡ଼କୁ….

ନୂଆଦିଲ୍ଲୀ,୪।୧୦: କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଏକ ଭାଇରାଲ୍ ଭିଡିଓକୁ ନେଇ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଏନ୍‌. ଚନ୍ଦ୍ରବାବୁ ନାଇଡୁ ଓ କଂଗ୍ରେସ ରାଜ୍ୟ ସଭା ଏମପି ଜୟରାମ…

୬,୬,୬,୬,୬… WCLରେ ଡିଭିଲିୟର୍ସଙ୍କ ଛକା-ଚୌକା ବର୍ଷା, ୩୯ ବଲ୍‌ରେ….

ନୂଆଦିଲ୍ଲୀ,୪।୧୦: ଦକ୍ଷିଣ ଆଫ୍ରିକାର ମହାନ ବ୍ୟାଟର୍‌ ଏବି ଡିଭିଲିୟର୍ସଙ୍କ ବ୍ୟାଟ୍‌ରୁ ପୁଣି ଦେଖିବାକୁ ମିଳିଛି ଧମାକାଦାର ଇନିଂସ୍‌ । ୱାର୍ଲ୍ଡ ଚାମ୍ପିୟନଶିପ୍‌ ଅଫ୍‌ ଲିଜେଣ୍ଡ୍ସ ୨୦୨୬ରେ ଦକ୍ଷିଣ…

ତେଜିଲା ମଦ ବିରୋଧୀ ଆନ୍ଦୋଳନ, ଅଣ୍ଟା ଭିଡ଼ିଲେ ମହିଳା

ଝରିଗାଁ,୪।୧୦(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ବ୍ଲକରେ ତେଜିଲା ମଦ ବିରୋଧୀ ଆନ୍ଦୋଳନ। ଗୋଟିଏ ପରେ ଗୋଟିଏ ପଞ୍ଚାୟତରେ ଦେଖିବାକୁ ମିଳୁଛି ମହିଳାଙ୍କ ମଦ ବିରୋଧୀ…

ଭାଜପା ଏମପିଙ୍କ ଘରୁ ଚୋରି, ମୂଲ୍ୟବାନ ସାମଗ୍ରୀ ସହ ନେଇଗଲେ…

ନୂଆଦିଲ୍ଲୀ,୪।୧୦: ଦିଲ୍ଲୀରେ ସାଧାରଣ ଲୋକ ନୁହେଁ, ଏବେ ନେତାଙ୍କ ଘର ବି ସୁରକ୍ଷିତ ନଥିବା ଭଳି ଘଟଣା ସାମ୍ନାକୁ ଆସିଛି । ଭାଜପା ରାଜ୍ୟ ସଭା ଏମପି…

ଦୀପ ଜାଳି କ୍ୟାପ୍‌ଟେନଙ୍କ ଆରୋଗ୍ୟ କାମନା କଲେ ଛାତ୍ରୀଛାତ୍ର

ନିରାକାରପୁର,୪।୧୦ (ମାନସ ଚନ୍ଦ୍ର ପଟ୍ଟନାୟକ ): ଭାରତୀୟ ପାଇଲଟ୍‌ କ୍ୟାପ୍‌ଟେନ ସ୍ମିତ ମଚ୍ଛରଙ୍କ ଆରୋଗ୍ୟ କାମନା କରି କାଶୀପୁର ସରକାରୀ ପ୍ରାଥମିକ ବିଦ୍ୟାଳୟ ପରିସରରେ ଏକ କାର୍ଯ୍ୟକ୍ରମ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?