ହରନାଜଙ୍କୁ ଗ୍ରାଣ୍ଡ ୱେଲକମ୍‌

ମୁମ୍ବାଇ,୧୬ ।୧୨: ଚଳିତ ବର୍ଷର ମିସ୍ ୟୁନିଭର୍ସ ମୁକୁଟ ବିଜୟିନୀ ହରନାଜ ସାନ୍ଧୁ ବୁଧବାର ବିଳମ୍ବିତ ରାତିରେ ସ୍ୱଦେଶ ଫେରିଛନ୍ତି । ମୁମ୍ବାଇ ବିମାନ ବନ୍ଦରରେ ପହଞ୍ଚିବା ପରେ ସେଠାରେ ତାଙ୍କୁ ଗ୍ରାଣ୍ଡ ୱେଲକମ୍ କରାଯାଇଛି । ଏହି ସମୟରେ ହରନାଜଙ୍କ ପ୍ରିୟପରିଜନ ଓ ମୁମ୍ବାଇ ପୋଲିସର ଯବାନମାନେ ହରନାଜଙ୍କ ଫଟୋ ଉଠାଉଥିବା ଦେଖାଯାଇଥିଲା । ହାତରେ ଜାତୀୟ ପତାକା ଧରି ସମସ୍ତ ସ୍ୱାଗତକାରୀଙ୍କୁ ଧନ୍ୟବାଦ ଦେଇଥିଲେ ହରନାଜ । ସୂଚନାଯୋଗ୍ୟ, ଦୀର୍ଘ ୨୧ ବର୍ଷର ଅପେକ୍ଷା ପରେ ହରନାଜ ମିସ୍ ୟୁନିଭର୍ସ ବ୍ୟୁଟି ପେଜେଂଟ ରେସରେ ଭାରତର ନାଁ ରଖିଛନ୍ତି । ମିସ୍ ୟୁନିଭର୍ସ ହେବା ପୂର୍ବରୁ ହରନାଜ ମିସ୍ ଚଣ୍ଡିଗଡ଼ ୨୦୧୭ର ବିଜୟିନୀ ହୋଇ ସାରିଛନ୍ତି । ଏହାସହ ୨୦୧୮ରେ ତାଙ୍କୁ ମିସ୍ ମ୍ୟାକ୍ସ ଇମର୍ଜିଂଗ ଷ୍ଟାର ଇଣ୍ଡିଆ ଟାଇଟଲ ମିଳି ସାରିଛି । ପ୍ରଥମେ ୧୯୯୪ରେ ସୁସ୍ମିତା ସେନ୍ ମିସ୍ ୟୁନିଭର୍ସ ମୁକୁଟ ପିନ୍ଧିଥିବା ବେଳେ ୨୦୦୦ରେ ଲାରା ଦତ୍ତ ବି ମିସ୍ ୟୁନିଭର୍ସ ମୁକୁଟ ପିନ୍ଧିଥିଲେ । ଆଉ ଏବେ ୨୧ ବର୍ଷ ପରେ ୨୧ ବର୍ଷିୟା ସାନ୍ଧୁ ପୁଣିଥରେ ମିସ୍ ୟୁନିଭର୍ସ ମୁକୁଟ ପିନ୍ଧିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ଶହୀଦଙ୍କ କୁନି ଝିଅର ବୁକୁଫଟା କାନ୍ଦ, ବାପା କେବେ ଆସିବେ

ଲକ୍ଷ୍ନୌ,୧୦।୨: ଉତ୍ତର ପ୍ରଦେଶର କସଗଞ୍ଜ ଜିଲାର ଏକ ମଦ ମାଫିଆ ଆକ୍ରମଣରେ ନିହତ ହୋଇଛନ୍ତି ସୈନିକ ଦେବେନ୍ଦ୍ର ସିଂ। ସେ ଆଗ୍ରାର ନାଗଲା ବିନ୍ଦୁ ଗାଁର...

ନାମାଙ୍କନ ପତ୍ର ଦାଖଲ କଲେ ଟିବ୍ରେୱାଲ

କୋଲକାତା,୧୩।୯: ଭାରତୀୟ ଜନତା ପାର୍ଟି (ଭାଜପା) ପ୍ରାର୍ଥୀ ପ୍ରିୟଙ୍କା ଟିବ୍ରେୱାଲ ସୋମବାର ଭବନୀପୁର ବିଧାନସଭା ଆସନରେ ହେବାକୁ ଥିବା ଉପ-ନିର୍ବାଚନ ପାଇଁ ନାମାଙ୍କନପତ୍ର ଦାଖଲ କରିଛନ୍ତି।...

ଚାଇନା-ପାକିସ୍ତାନକୁ କଡ଼ା ଜବାବ ଦେବ ରାଫାଲ

ଅମ୍ବାଲା, ୧୦।୯: ଏଣିକି ଏଲ୍‌ଓସି ଏବଂ ଏଲ୍‌ଏସିରେ ଚାଇନା-ପାକିସ୍ତାନକୁ କଡ଼ା ଜବାବ ମିଳିବ। ଯୁଦ୍ଧ ବିମାନ ରାଫାଲ ବୁଧବାର ଭାରତୀୟ ବାୟୁସେନାରେ ସାମିଲ ହୋଇଛି। ଅମ୍ବାଲାସ୍ଥିତ...

ଚାଇନା ସହ ୯ଥର କଥାବାର୍ତ୍ତା ପରେ ବି ବାହାରୁନି କୌଣସି ସମାଧାନ: ବୈଦେଶିକ ମନ୍ତ୍ରୀ

ନୂଆଦିଲ୍ଲୀ,୬ ।୨: ବୈଦେଶିକମନ୍ତ୍ରୀ ଏସ୍ ଜୟଶଙ୍କର କହିଛନ୍ତି ଚାଇନା ସହ ପ୍ରାୟ ୯ଥର କଥାବାର୍ତ୍ତା ହୋଇଥିଲେ ବି ସୀମା ବିବାଦକୁ ନେଇ ଏହାର କୌଣସି ପ୍ରଭାବ...

ପାର୍ଟି ବଦଳିଲେ ଭାଜପା, ଏସ୍‌ପି ପ୍ରାର୍ଥୀ

ଲକ୍ଷ୍ନୌ,୨୪।୧: ଉତ୍ତରପ୍ରଦେଶରେ ନେତାଙ୍କ ଦଳ ବଦଳ ଜାରି ରହିଛି। ଏହି ଅବସରରେ ସମାଜବାଦୀ ପାର୍ଟି ବିଧାୟକ ସୁଭାଷ ରାୟ ସୋମବାର ଭାଜପାରେ ଯୋଗ ଦେଇଛନ୍ତି। ସେହିପରି...

ଗାଧେଇଲା ବେଳେ ଲୋକଙ୍କୁ ପ୍ରଶ୍ନ କରୁଛନ୍ତି ଭାଜପା ବିଧାୟକ

କାନପୁର,୧୪।୧: କୋଭିଡ୍‌ କାରଣରୁ ନିର୍ବାଚନ ଆୟୋଗ (ଇସି) ରାଲି ଉପରେ ପ୍ରତିବନ୍ଧକ ଲଗାଇଥିବାରୁ ପ୍ରାର୍ଥୀମାନେ ଘରରୁ ଘର ବୁଲି ପ୍ରଚାର କରୁଛନ୍ତି। କାନପୁରରୁ ଭାଇରାଲ ହୋଇଥିବା...

ଭାରତ ବିପଦକୁ ସୁଯୋଗ ଭାବେ ବଦଳାଇ ଦେଇଛି: ମୋଦି

ନୂଆଦିଲ୍ଲୀ,୧୨।୫: ବିଶ୍ୱବାସୀଙ୍କ କରୋନା ମୁକାବିଲାକୁ ୪ ମାସ ବିତିଲାଣି। ଗୋଟିଏ ଭୂତାଣୁ ବିଶ୍ୱକୁ ହଲାଇଦେଇଛି। ବିଶ୍ୱର କୋଟି କୋଟି ଜୀବନ ସଙ୍କଟ ଦେଇ ଗତି କରୁଛି।...

ଦିନକୁ ଆୟ କରୁଛନ୍ତି ହଜାରେ କୋଟି

ନୂଆଦିଲ୍ଲୀ,୩୦।୯: ଶିଳ୍ପପତୀ ଗୌତମ ଆଦାନି ଏସିଆର ଧନୀ ତାଲିକାରେ ଦ୍ୱିତୀୟ ସ୍ଥାନ ଅଧିକାର କରିଛନ୍ତି। ଗତ ବର୍ଷ ଅପେକ୍ଷା ତାଙ୍କ ସମ୍ପତ୍ତି ୪ ଗୁଣା ବୃଦ୍ଧି...

Advertisement
Archives

Model This Week