ମିଶ୍ର କ୍ରିଏଶନ୍ସ ଏମ୍‌ଡି ଜ୍ୟୋତିରଞ୍ଜନ ଗିରଫ

ଭୁବନେଶ୍ୱର,୧୮।୫(ବ୍ୟୁରୋ): ଫ୍ଲାଟ୍‌ ଦେବାକୁ କହି ୧୫ କୋଟି ଟଙ୍କା ଠକେଇ ମାମଲାରେ କ୍ରାଇମବ୍ରାଞ୍ଚ ଅର୍ଥନୈତିକ ଅପରାଧ ଶାଖା (ଇଓଡବ୍ଲ୍ୟୁ) ଏକ ରିଏଲ ଇଷ୍ଟେଷ୍ଟ କମ୍ପାନୀ ଏମ୍‌/ଏସ୍‌ ମିଶ୍ର କ୍ରିଏସନ୍ସ ପ୍ରାଇଭେଟ୍‌ ଲିମିଟେଡ୍‌ର ପରିଚାଳନା ନିର୍ଦ୍ଦେଶକ (ଏମ୍‌ଡି)ଙ୍କୁ ମଙ୍ଗଳବାର ଗିରଫ କରିଛି। ସେ ହେଲେ ଜ୍ୟୋତିରଞ୍ଜନ ମିଶ୍ର। ଇଓଡବ୍ଲ୍ୟୁ ଅଭିଯୁକ୍ତ ଜ୍ୟୋତିରଞ୍ଜନଙ୍କଠାରୁ ଠକେଇ ସମ୍ବନ୍ଧୀୟ ବିଭିନ୍ନ କାଗଜପତ୍ର ଜବତ କରିଛି। ଜ୍ୟୋତିରଞ୍ଜନଙ୍କୁ କଟକ ଓପିଆଇଡି କୋର୍ଟକୁ ଚାଲାଣ କରାଯାଇଥିଲା। ଜାମିନ ନାମଞ୍ଜୁର ହେବାରୁ ତାଙ୍କୁ ବିଚାର୍‌ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି। ଏନେଇ ଅଧିକ ତଦନ୍ତ ଚାଲୁ ରହିଥିବା ଇଓଡବ୍ଲ୍ୟୁ ପକ୍ଷରୁ କୁହାଯାଇଛି।
ଇଓଡବ୍ଲ୍ୟୁର ସୂଚନା ଅନୁଯାୟୀ, ଅଭିଯୁକ୍ତ ଜ୍ୟୋତିରଞ୍ଜନ ଭୁବନେଶ୍ୱର ଉପକଣ୍ଠ ଚନ୍ଦକା ଅଁଳାପାଟଣା ଅଞ୍ଚଳରେ (ୟୁଟିଓପିଆଇଏ) ପ୍ରୋଜେକ୍ଟରେ ଘର ଦେବାକୁ ବିଭିନ୍ନ ଗ୍ରାହକଙ୍କୁ ଫସାଇଥିଲେ। ଏଥିପାଇଁ ୨୦୧୬ରୁ ୧୨୭ଜଣ ଗ୍ରାହକଙ୍କଠାରୁ ସେ ୧୫କୋଟି ଟଙ୍କା ନେଇଥିଲେ। ଏହି ଟଙ୍କା ଦେବାକୁ ଗ୍ରାହକମାନେ ବ୍ୟାଙ୍କରେ ଲୋନ୍‌ ମଧ୍ୟ କରିଥିଲେ। ଏଥିପାଇଁ ବ୍ୟାଙ୍କ, ଗ୍ରାହକ ଓ ବିଲ୍ଡରଙ୍କ ମଧ୍ୟରେ ଚୁକ୍ତିନାମା ମଧ୍ୟ ହୋଇଥିଲା। ୩୦ ମାସ ମଧ୍ୟରେ ଫ୍ଲାଟ୍‌ ଦେବାର ପ୍ରତିଶ୍ରୁତି ଦିଆଯାଇଥିଲା। ହେଲେ ଘର ପାଇଁ ଗ୍ରାହକମାନେ ୯୫ ପ୍ରତିଶତ ଟଙ୍କା ଦେଇଥିଲେ ମଧ୍ୟ ଉକ୍ତ ବିଲ୍ଡର ସଂସ୍ଥା ବିଭିନ୍ନ ଆଳ ଦେଖାଇ ସମୟ ଗଡ଼ାଇ ଚାଲିଥିଲା। ଏପରିକି ୮ ବର୍ଷ ହେଲା ବିଭିନ୍ନ ପ୍ରତିଶ୍ରୁତି ଦେଇ ଜ୍ୟୋତିରଞ୍ଜନ ଟଙ୍କା ଦେଇଥିବା ଗ୍ରାହକଙ୍କୁ ଭୁଆଁ ବୁଲାଉଥିଲେ। ରସୁଲଗଡ଼ର ବାସିନ୍ଦା ସ୍ବଦେଶ ରାୟ ଚୌଧୁରୀ ଏହି ପ୍ରୋଜେକ୍ଟରେ ଏକ ଫ୍ଲାଟ୍‌ ବୁକ୍‌ କରିଥିଲେ। ଏଥିପାଇଁ ୨୦୧୬ରୁ ସେ ବ୍ୟାଙ୍କ ଲୋନ୍‌ କରି ୧୬ ଲକ୍ଷ ଟଙ୍କା ଦେଇ ଠକେଇର ଶିକାର ହୋଇଥିଲେ। ବିଭିନ୍ନ ଗ୍ରାହକଙ୍କ ସମେତ ସ୍ବଦେଶ ଏଭଳି ଠକେଇର ଶିକାର ହୋଇଥିବା ନେଇ ସେ ଇଓଡବ୍ଲ୍ୟୁରେ ଅଭିଯୋଗ କରିଥିଲେ। ଇଓଡବ୍ଲ୍ୟୁ ମେ ୧ରେ ଏକ ମାମଲା (ନଂ.୧୭/୨୦୨୩) ରୁଜୁକରି ତଦନ୍ତ ଆରମ୍ଭ କରିଥିଲା। ତେବେ ଜ୍ୟୋତିରଞ୍ଜନ ପୂର୍ବରୁ ଏଭଳି ଫ୍ଲାଟ୍‌ ଦେବାର ପ୍ରତିଶ୍ରୁତି ଦେଇ ବହୁତ ଲୋକଙ୍କଠାରୁ ଟଙ୍କା ନେଇଥିବା ଇଓଡବ୍ଲ୍ୟୁ ଜାଣିବାକୁ ପାଇଛି। ଏପରିକି ଜ୍ୟୋତିରଞ୍ଜନଙ୍କ ସମେତ ଆଉ କେତେଜଣ ଏହି ଠକେଇରେ ସମ୍ପୃକ୍ତ ଥିବା ସନ୍ଦେହ କରାଯାଉଛି। ଏନେଇ ଅଧିକ ତଦନ୍ତ କରାଯାଉଥିବା ଇଓଡବ୍ଲ୍ୟୁ ପକ୍ଷରୁ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?