୧୫ ଭରି ସୁନା, ନଗଦ ଟଙ୍କା ନେଇଗଲେ ଦୁର୍ବୃତ୍ତ

ତାଳଚେର,୨୬।୫(ନି.ପ୍ର.): ଅନୁଗୋଳ ଜିଲା ତାଳଚେରରେ ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ ହୋଇପଡ଼ିଛି। ବ୍ଲକର ବିଭିନ୍ନ ଥାନା ଅଞ୍ଚଳରେ ଘନ ଘନ ଚୋରି, ଲୁଟ୍‌ ଓ ଅସାମାଜିକଙ୍କ ଦୌରାତ୍ମ୍ୟ ଲୋକଙ୍କ ଚିନ୍ତାର କାରଣ ହୋଇଛି। ଗତ କିଛି ମାସ ହେଲା ଚୋରି ଘଟଣା ବଢ଼ିବାରେ ଲାଗିଥିଲେ ମଧ୍ୟ ଦୁର୍ବୃତ୍ତମାନଙ୍କୁ କାବୁ କରିବାରେ ପୋଲିସ ଏକପ୍ରକାର ବିଫଳ ହୋଇଥିବା ଅଭିଯୋଗ ହେଉଛି। ଏହାର ଉଦାହରଣ ସୋମବାର ଅପରାହ୍ନରେ ବିକ୍ର୍ରମପୁର ଥାନା କଳିଙ୍ଗ କଲୋନୀ ଅଞ୍ଚଳରେ ଦେଖିବାକୁ ମିଳିଛି। ଘର ମାଲିକ ଥିଲେ ମଧ୍ୟ ଦୁର୍ବୃତ୍ତମାନେ ଘରେ ପଶି ୧୫ ଭରି ଓଜନର ସୁନା ଅଳଙ୍କାର ଓ ନଗଦ ୫୨ ହଜାର ଟଙ୍କା ନେଇଯାଇଥିବା ଥାନାରେ ଅଭିଯୋଗ ହୋଇଛି। ପ୍ରକାଶ ଯେ, କଳିଙ୍ଗ କଲୋନୀର କ୍ୱାର୍ଟର୍ସ ନଂ. ବି/୧୯୯ରେ ଭରତପୁର ପ୍ରୋଜେକ୍ଟର ଡମ୍ପର ଅପରେଟର ପ୍ରମୋଦ କୁମାର ମହାନ୍ତି ରହୁନ୍ତି। ସୋମବାର ସେ ଘରେ ଶୋଇଥିବା ବେଳେ ଅପରାହ୍ନ ୨ଟାରୁ ୩ଟା ମଧ୍ୟରେ କେତେଜଣ ଦୁର୍ବୃତ୍ତ ରୋଷେଇ ଘର କବାଟ ତାଡ଼ି ଆଲମିରାରେ ଥିବା ୧୫ ଭରି ଓଜନର ସୁନାଗହଣା ଓ ୫୨ ହଜାର ଟଙ୍କା ନେଇଯାଇଥିଲେ। ଏଥିସହ ପ୍ରମୋଦ ଶୋଇଥିବା ରୁମ୍‌କୁ ବାହାରୁ ବନ୍ଦ କରି ଫେରାର ହୋଇଯାଇଥିଲେ। ଏ ନେଇ ପ୍ରମୋଦ ଥାନାରେ ଅଭିଯୋଗ କରିଛନ୍ତି। ସେହିପରି ମଙ୍ଗଳବାର ତାଳଚେର ଥାନାର ରେମୁଁଆ ବାଇପାସ ଛକ ନିକଟରୁ ରୁପା ବ୍ୟବସାୟୀ ବୁଲୁ ନାୟକଙ୍କୁ ଖଣ୍ଡାରେ ଆକ୍ରମଣ କରି ଦୁର୍ବୃତ୍ତମାନେ ୩ କେ.ଜି. ରୁପା, ୧୦ କେ.ଜି. ଗିଲଟି ରୁପା ଓ ଅଳଙ୍କାର ନେଇ ପଳାଇ ଯାଇଥିବା ଥାନାରେ ଅଭିଯୋଗ ହୋଇଛି। ଗତ ସପ୍ତାହରେ ମଙ୍ଗଳା ମନ୍ଦିର ନିକଟରୁ ଏକ ବାଇକ୍‌ ଡିକି ଭାଙ୍ଗି ଦେଢ଼ ଲକ୍ଷ ଟଙ୍କା ଲୁଟ ହୋଇଥିଲା। କିଛି ମାସ ତଳେ କଳିଙ୍ଗା କଲୋନୀରେ ରହୁଥିବା ଜଣେ ଡାକ୍ତରଙ୍କ ଘରୁ ଲକ୍ଷାଧିକ ଟଙ୍କାର ସୁନାଗହଣା ଚୋରି ହୋଇଥିଲା। ଜଣେ ଅଧିକାରୀଙ୍କ ଘରେ ପଶି ତାଙ୍କ ସ୍ତ୍ରୀଙ୍କୁ ଅସାମାଜିକ ବ୍ୟକ୍ତି ଦୁର୍ବ୍ୟବହାର କରିଥିଲେ। ଭରତପୁର ନେହେରୁ ଶତାବ୍ଦୀ କଲୋନୀରୁ ମଧ୍ୟ ଚୋରି ହୋଇଥିଲା। ଏପରି ଚୋରି, ଲୁଟ୍‌ ନେଇ ଥାନାରେ ମାମଲା ଗଡ଼ି ଚାଲିଥିଲେ ବି ପୋଲିସ ଅପରାଧୀଙ୍କ ନିକଟରେ ପହଞ୍ଚିପାରୁ ନ ଥିବାରୁ ଅଞ୍ଚଳବାସୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ଏଠାରେ ଉପଖଣ୍ଡ ପୋଲିସ ଅଧିକାରୀଙ୍କ ସହ ଜଣେ ଅତିରିକ୍ତ ଏସ୍‌ପି ଓ ଜଣେ ଡିଆଇଜିଙ୍କୁ ନିଯୁକ୍ତି ଦିଆଯାଇଛି। ହେଲେ ଆପରାଧିକ କାର୍ଯ୍ୟକଳାପ ବଢ଼ୁଥିବାରୁ ଆଗାମୀ ଦିନରେ ଆନ୍ଦୋଳନ କରାଯିବ ବୋଲି ତାଳଚେରବାସୀ ଚେତାବନୀ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

‘କେନ୍ଦ୍ର ପାଇଁ ଓଡ଼ିଶା କେବଳ ଏକ ବିନ୍ଦୁ’

ଛେଣ୍ଡିପଦା, ୨୫।୪ (ଅଜିତ ଧଳ)/ ଅନୁଗୋଳ, (ଅମିତ କୁମାର ସାମଲ)ସମ୍ବଲପୁର ବିଜେଡି ଏମ୍‌ପି ପ୍ରାର୍ଥୀ ତଥା ବିଜେଡି ରାଜ୍ୟ ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ...

ପାଣି ପାଇଁ ଡହଳବିକଳ

ବଇଣ୍ଡା,୨୫।୪(ପରିକ୍ଷିତ ସାହୁ)ସାରା ରାଜ୍ୟରେ ଲାଗିରହିଛି ଗ୍ରୀଷ୍ମ ପ୍ରବାହ। ଅଧିକାଂଶ ସମୟରେ ତାପମାତ୍ରା ୪୩ ଡିଗ୍ରୀ ଉପରେ ରହୁଥିବାବେଳେ ଏବେ ଅନେକ ଅଞ୍ଚଳରେ ପାଣି ସମସ୍ୟା ଦେଖିବାକୁ...

ବିଜେଡି ଛାଡ଼ିଲେ ବରିଷ୍ଠ ନେତା ଭକ୍ତିପ୍ରସାଦ

ଅନୁଗୋଳ,୨୪।୪ (ଅମିତ କୁମାର ସାମଲ):ଅନୁଗୋଳ ଜିଲାର ବରିଷ୍ଠ ନେତା ଭକ୍ତି ପ୍ରସାଦ ଦାସ ମଙ୍ଗଳବାର ବିଜୁ ଜନତା ଦଳରୁ ଇସ୍ତଫା ଦେଇଛନ୍ତି। ଦଳରେ ତାଙ୍କୁ ଅଣଦେଖା...

ସମ ରଣନୀତିରେ ବିଜେଡି-ଭାଜପା

ବଇଣ୍ଡା,୨୨ା୪(ପରିକ୍ଷିତ ସାହୁ):ଅନୁଗୋଳ ଜିଲା ଆଠମଲ୍ଲିକ ବିଧାନସଭା କ୍ଷେତ୍ରରେ ଆସନ୍ତା ମେ ୨୫ରେ ହେବ ଭୋଟଗ୍ରହଣ। ଏଥର ଏହି ନିର୍ବାଚନମଣ୍ଡଳୀରେ ବିଜେଡି ଓ ଭାଜପା ପ୍ରାର୍ଥୀ ପରିବର୍ତ୍ତନ...

ସ୍ବଳ୍ପ ଖର୍ଚ୍ଚରେ ଅଧିକ ରୋଜଗାର ବାଟ ଦେଖାଉଛନ୍ତି ଶିକ୍ଷକ

ଛେଣ୍ଡିପଦା,୨୧ା୪(ଅଜିତ ଧଳ)ଶିକ୍ଷକତାରୁ ଟିକେ ସମୟ ପାଇଲେ ଲାଗିପଡ଼ନ୍ତି ଚାରା ଉତ୍ପାଦନରେ। ନିଜ ଫାର୍ମରେ ଥିବା ବିଭିନ୍ନ ଗଛରୁ କଲମୀକରଣ କରିବା ସହିତ କିପରି ସେଥିରୁ ଭଲ...

ଭୋଟ ଭିକ୍ଷା କଲେ ପ୍ରଣବ ଦାସ: ମୁଖ୍ୟମନ୍ତ୍ରୀଙ୍କୁ ସଶକ୍ତ କରିବାବୁ ଆଶୀର୍ବାଦ ଦିଅ

ଅନୁଗୋଳ,୧୯।୪ (ଅମିତ କୁମାର ସାମଲ):ସମ୍ବଲପୁର ଲୋକ ସଭା କ୍ଷେତ୍ରର ବିଜେଡି ପ୍ରାର୍ଥୀ ତଥା ବିଜେଡି ରାଜ୍ୟ ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ (ବବି) ଏହି...

ଅନୁଗୋଳରେ ପ୍ରଥମ କରି ମହିଳା କାର୍ଡ

ଅନୁଗୋଳ ୧୮।୪ (ଅମିତ କୁମାର ସାମଲ)ଅନୁଗୋଳ ବିଧାନସଭା କ୍ଷେତ୍ରରେ ବିଜେଡି ଖୋଲିଛି ମହିଳା କାର୍ଡ। ବିଜେଡିର ଦୀର୍ଘ ୨୪ ବର୍ଷ ଇତିହାସରେ ଦଳ କେବେ ବି...

ହାଇଓ୍ବାକୁ ଧକ୍କା ଦେଲା ବସ୍‌: ଚାଲିଗଲା ଜଣଙ୍କ ଜୀବନ,୧୫ରୁ ଅଧିକ ଆହତ

ଛେଣ୍ଡିପଦା,୧୬।୪(ଅଜିତ ଧଳ): ଅନୁଗୋଳ ଜିଲା ଜରପଡା ଥାନା ଦେଇ ଯାଇଥିବା ଅନୁଗୋଳ ସମ୍ବଲପୁର ୫୫ନଂ ଜାତୀୟ ରାଜପଥର ଜରପଡା ଠାରେ ମଙ୍ଗଳବାର ସକାଳେ ଡଲଫିନ ବସ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri