୧୫ ଭରି ସୁନା, ନଗଦ ଟଙ୍କା ନେଇଗଲେ ଦୁର୍ବୃତ୍ତ

ତାଳଚେର,୨୬।୫(ନି.ପ୍ର.): ଅନୁଗୋଳ ଜିଲା ତାଳଚେରରେ ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ ହୋଇପଡ଼ିଛି। ବ୍ଲକର ବିଭିନ୍ନ ଥାନା ଅଞ୍ଚଳରେ ଘନ ଘନ ଚୋରି, ଲୁଟ୍‌ ଓ ଅସାମାଜିକଙ୍କ ଦୌରାତ୍ମ୍ୟ ଲୋକଙ୍କ ଚିନ୍ତାର କାରଣ ହୋଇଛି। ଗତ କିଛି ମାସ ହେଲା ଚୋରି ଘଟଣା ବଢ଼ିବାରେ ଲାଗିଥିଲେ ମଧ୍ୟ ଦୁର୍ବୃତ୍ତମାନଙ୍କୁ କାବୁ କରିବାରେ ପୋଲିସ ଏକପ୍ରକାର ବିଫଳ ହୋଇଥିବା ଅଭିଯୋଗ ହେଉଛି। ଏହାର ଉଦାହରଣ ସୋମବାର ଅପରାହ୍ନରେ ବିକ୍ର୍ରମପୁର ଥାନା କଳିଙ୍ଗ କଲୋନୀ ଅଞ୍ଚଳରେ ଦେଖିବାକୁ ମିଳିଛି। ଘର ମାଲିକ ଥିଲେ ମଧ୍ୟ ଦୁର୍ବୃତ୍ତମାନେ ଘରେ ପଶି ୧୫ ଭରି ଓଜନର ସୁନା ଅଳଙ୍କାର ଓ ନଗଦ ୫୨ ହଜାର ଟଙ୍କା ନେଇଯାଇଥିବା ଥାନାରେ ଅଭିଯୋଗ ହୋଇଛି। ପ୍ରକାଶ ଯେ, କଳିଙ୍ଗ କଲୋନୀର କ୍ୱାର୍ଟର୍ସ ନଂ. ବି/୧୯୯ରେ ଭରତପୁର ପ୍ରୋଜେକ୍ଟର ଡମ୍ପର ଅପରେଟର ପ୍ରମୋଦ କୁମାର ମହାନ୍ତି ରହୁନ୍ତି। ସୋମବାର ସେ ଘରେ ଶୋଇଥିବା ବେଳେ ଅପରାହ୍ନ ୨ଟାରୁ ୩ଟା ମଧ୍ୟରେ କେତେଜଣ ଦୁର୍ବୃତ୍ତ ରୋଷେଇ ଘର କବାଟ ତାଡ଼ି ଆଲମିରାରେ ଥିବା ୧୫ ଭରି ଓଜନର ସୁନାଗହଣା ଓ ୫୨ ହଜାର ଟଙ୍କା ନେଇଯାଇଥିଲେ। ଏଥିସହ ପ୍ରମୋଦ ଶୋଇଥିବା ରୁମ୍‌କୁ ବାହାରୁ ବନ୍ଦ କରି ଫେରାର ହୋଇଯାଇଥିଲେ। ଏ ନେଇ ପ୍ରମୋଦ ଥାନାରେ ଅଭିଯୋଗ କରିଛନ୍ତି। ସେହିପରି ମଙ୍ଗଳବାର ତାଳଚେର ଥାନାର ରେମୁଁଆ ବାଇପାସ ଛକ ନିକଟରୁ ରୁପା ବ୍ୟବସାୟୀ ବୁଲୁ ନାୟକଙ୍କୁ ଖଣ୍ଡାରେ ଆକ୍ରମଣ କରି ଦୁର୍ବୃତ୍ତମାନେ ୩ କେ.ଜି. ରୁପା, ୧୦ କେ.ଜି. ଗିଲଟି ରୁପା ଓ ଅଳଙ୍କାର ନେଇ ପଳାଇ ଯାଇଥିବା ଥାନାରେ ଅଭିଯୋଗ ହୋଇଛି। ଗତ ସପ୍ତାହରେ ମଙ୍ଗଳା ମନ୍ଦିର ନିକଟରୁ ଏକ ବାଇକ୍‌ ଡିକି ଭାଙ୍ଗି ଦେଢ଼ ଲକ୍ଷ ଟଙ୍କା ଲୁଟ ହୋଇଥିଲା। କିଛି ମାସ ତଳେ କଳିଙ୍ଗା କଲୋନୀରେ ରହୁଥିବା ଜଣେ ଡାକ୍ତରଙ୍କ ଘରୁ ଲକ୍ଷାଧିକ ଟଙ୍କାର ସୁନାଗହଣା ଚୋରି ହୋଇଥିଲା। ଜଣେ ଅଧିକାରୀଙ୍କ ଘରେ ପଶି ତାଙ୍କ ସ୍ତ୍ରୀଙ୍କୁ ଅସାମାଜିକ ବ୍ୟକ୍ତି ଦୁର୍ବ୍ୟବହାର କରିଥିଲେ। ଭରତପୁର ନେହେରୁ ଶତାବ୍ଦୀ କଲୋନୀରୁ ମଧ୍ୟ ଚୋରି ହୋଇଥିଲା। ଏପରି ଚୋରି, ଲୁଟ୍‌ ନେଇ ଥାନାରେ ମାମଲା ଗଡ଼ି ଚାଲିଥିଲେ ବି ପୋଲିସ ଅପରାଧୀଙ୍କ ନିକଟରେ ପହଞ୍ଚିପାରୁ ନ ଥିବାରୁ ଅଞ୍ଚଳବାସୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ଏଠାରେ ଉପଖଣ୍ଡ ପୋଲିସ ଅଧିକାରୀଙ୍କ ସହ ଜଣେ ଅତିରିକ୍ତ ଏସ୍‌ପି ଓ ଜଣେ ଡିଆଇଜିଙ୍କୁ ନିଯୁକ୍ତି ଦିଆଯାଇଛି। ହେଲେ ଆପରାଧିକ କାର୍ଯ୍ୟକଳାପ ବଢ଼ୁଥିବାରୁ ଆଗାମୀ ଦିନରେ ଆନ୍ଦୋଳନ କରାଯିବ ବୋଲି ତାଳଚେରବାସୀ ଚେତାବନୀ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଯିଏ ଜଗୁଥିଲେ ସିଏ ଖାଇଗଲେ: ହରିଣ ମାରି ମାଂସ ରାନ୍ଧି ଖାଉଥିଲେ ଧରାପଡ଼ିଲେ ବନ ଜଗୁଆଳି

ଅନୁଗୋଳ, ୪।୭: ବନ୍ୟପ୍ରାଣୀଙ୍କ ସୁରକ୍ଷା ଦାୟିତ୍ୱରେ ଥିବା ବନ ଜଗୁଆଳିମାନେ ହିଁ ହରିଣ ଶିକାର କରି ତାହାର ମାଂସ ରାନ୍ଧି ଖାଉଥିବା ଘଟଣା ସାମ୍ନାକୁ ଆସିଛି। ଅନୁଗୋଳ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri