Posted inଜାତୀୟ

ଟଙ୍କା ପାଇଁ ୧୫୦ କୁକୁରଙ୍କୁ ଜିଅନ୍ତା ପୋତିଦେଲେ

ଶିବାମୋଗା,୮।୯: କର୍ନାଟକର ଶିବାମୋଗା ଜିଲାରେ କିଛି ଦୁର୍ବୃତ୍ତ ୧୫୦ କୁକୁରଙ୍କୁ ଜିଅନ୍ତା ପୋତିଦେଇଛନ୍ତି। ସେପ୍ଟେମ୍ବର ୪ରେ ଭଦ୍ରାବତୀ ସହର ନିକଟ ରଙ୍ଗନାଥପୁରାରେ ଏଭଳି ଘଟଣା ଘଟିଥିବା ପୋଲିସ କହିଛି। ଜଙ୍ଗଲ ମଧ୍ୟରେ କୁକୁରମାନଙ୍କ ଭୋକିବା ଶବ୍ଦ ଶୁଭୁବା ହଠାତ୍‌ ବନ୍ଦ ହୋଇଯିବାରୁ ସ୍ଥାନୀୟ ଲୋକେ ସନ୍ଦେହ କରିଥିଲେ। ଏହି ସମ୍ପର୍କରେ ସେମାନେ ସ୍ଥାନୀୟ ପ୍ରାଣୀ ଅଧିକାରଙ୍କୁ ଜଣାଇଥିଲେ। ପ୍ରାଣୀ ଅଧିକାରୀ ଘଟଣାର ତଦନ୍ତ କରି କୁକୁରଗୁଡ଼ିକୁ ପୋତି ଦିଆଯାଇଥିବା ଜାଣିବାକୁ ପାଇଥିଲେ। ଏନେଇ ଭଦ୍ରାବତୀ ଗ୍ରାମାଞ୍ଚଳ ଥାନାରେ ଅଭିଯୋଗ ହୋଇଥିଲା। ହେଲେ କୁକୁରଗୁଡ଼ିକୁ ଜୀଅନ୍ତା ପୋତିବାର କାରଣ ଜଣାପଡ଼ିନାହିଁ।

କୁକୁର ବଂଶବୃଦ୍ଧି ରୋକିବା ପାଇଁ ଜଣେ ଠିକାଦାରଙ୍କୁ ଅସ୍ତ୍ରୋପଚାର ଦାୟିତ୍ୱ ଦିଆଯାଇଥିଲା। ସେ ପଇସା ବଞ୍ଚାଇବା ପାଇଁ କୁକୁରକୁ ପୋତି ଦେଇଥିବା ସନ୍ଦେହ କରାଯାଉଛି। ଗତ ମାସରେ କର୍ନାଟକର ହାସନ ଜିଲାର ଏକ ଗ୍ରାମରୁ ମାଙ୍କଡ ଧରାଯାଇଥିଲା। ସେଗୁଡ଼ିକୁ ଅଖାରେ ଭର୍ତ୍ତି କରି ଜଙ୍ଗଲରେ ଛାଡ଼ିବା ପାଇଁ ନିଆଯାଉଥିଲା ବେଳେ ଶ୍ୱାସରୁଦ୍ଧ ହୋଇ ୩୮ ମାଙ୍କଡ ମରିଯାଇଥିଲେ। ଉକ୍ତ ଘଟଣାରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ ଲାଗି ରାଜ୍ୟ ସରକାରଙ୍କୁ କର୍ନାଟକ ହାଇକୋର୍ଟ ନିର୍ଦ୍ଦେଶ ଦେବା ପରେ ପୋଲିସ ୭ ଜଣଙ୍କୁ ଗିରଫ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ସ୍ବାଧିନ ପ୍ରାର୍ଥୀଙ୍କ ଉପରେ ଭାଜପା ଚାପ ପକାଉଥିବା ଅଭିଯୋଗ

ରୋହତକ,୨୪।୧୦: ହରିୟାଣା ବିଧାନସଭା ନିର୍ବାଚନକୁ ନେଇ ଏବେ ରାଜନୀତି ହୋଇଛି ସରଗରମ। ଏଠାରେ ୯୦ ଆସନ ପାଇଁ ହୋଇଥିବା ନିର୍ବାଚନରେ ଭାଜପା ଓ କଂଗ୍ରେସ ବିଜୟ...

ପରାକ୍ରମ ଦେଖାଇଛି ‘ବିହାର ରେଜିମେଣ୍ଟ’

ସର୍ଜିକାଲ ଷ୍ଟ୍ରାଇକ୍‌ ହେଉ କି ସୀମାପାର ଲଢ଼େଇ, ସବୁଥିରେ ଆଗୁଆ ‘ବିହାର ରେଜିମେଣ୍ଟ’। ଏହି ରେଜିମେଣ୍ଟର ଯବାନଙ୍କ ପରାକାଷ୍ଠା, ଶୌର୍ଯ୍ୟ, କୀର୍ତ୍ତି, ବୀରତ୍ୱର ଗାଥା ଇତିହାସର...

ପାଓ୍ବାର ପ୍ଲାଣ୍ଟ୍‌‌ରେ ବିସ୍ଫୋରଣ: ୪ ମୃତ, ୧୩ ଆହତ

ଚେନ୍ନାଇ, ୧।୭: ତାମିଲନାଡୁର କୁଡ଼ାଲୋର୍‌ ଜିଲାରେ ଥିବା ଥର୍ମାଲ ପାଓ୍ବାର ପ୍ଲାଣ୍ଟ୍‌ର ବଏଲରରେ ବିସ୍ଫୋରଣ ଘଟିଛି। ଏଥିରେ ୪ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ୧୩ ଜଣ...

ଜୁନ୍‌ ୩୦ ପର୍ଯ୍ୟନ୍ତ ବୁକ୍‌ କରାଯାଇଥିବା ସମସ୍ତ ଟିକେଟକୁ ବାତିଲ କଲା ଭାରତୀୟ ରେଲଓ୍ବେ

ନୂଆଦିଲ୍ଲୀ,୧୪।୫: ଜୁନ୍‌ ୩୦ ଅବା ଏହା ପୂର୍ବରୁ ଯେଉଁ ଯାତ୍ରୀମାନେ ଟ୍ରେନ୍‌ ଟିକେଟ ବୁକ୍‌ କରିଥିଲେ ସେମାନଙ୍କୁ ଲାଗିଛି ଝଟ୍‌କା। କାରଣ ଭାରତୀୟ ରେଲଓ୍ବେ ଜୁନ...

ୟୁପି ସରକାରଙ୍କ ଜନସଂଖ୍ୟା ନୀତିକୁ ସମର୍ଥନ କଲେ ସଞ୍ଜୟ

ମୁମ୍ବାଇ,୧୮ ।୭: ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ କିଛିଦିନ ପୂର୍ବରୁ ଉତ୍ତର ପ୍ରଦେଶ ଜନତସଂଖ୍ୟା ନୀତି ୨୦୨୧-୨୦୩୦ ଜାରି କରିଥିଲେ । ଏହି ସମୟରେ...

ମକା ଅଟାରୁ ତିଆରି ହେଲା ପ୍ଲାଷ୍ଟିକ୍‌

ରାୟପୁର,୨।୨: ଛତିଶଗଡ଼ରେ ଥିବା ଆଇଆଇଟିର ୩ ଜଣ ଛାତ୍ର ମକା ଅଟାରୁ ପ୍ଲାଷ୍ଟିକ୍‌ ତିଆରି କରିଛନ୍ତି। ଗୋଟିଏ ବର୍ଷ ମଧ୍ୟରେ ଏହି ପ୍ଲାଷ୍ଟିକ୍‌ ବିଘଟନ ହୋଇ...

ବିଗିଡିଲା ଆଜମ ଖାନ୍‌ଙ୍କ ସ୍ବାସ୍ଥ୍ୟାବସ୍ଥା

ନୂଆଦିଲ୍ଲୀ,୨୯।୫:ସମାଜବାଦୀ ପାର୍ଟି ନେତା ଆଜମ ଖାନଙ୍କ ସ୍ବାସ୍ଥ୍ୟ ଅବସ୍ଥା ରବିବାର ବିଗିଡି ଯାଇଛି। ଏହା ପରେ ତାଙ୍କୁ ଦିଲ୍ଲୀର ସାର୍‌ ଗଙ୍ଗା ରାମ ହସ୍ପିଟାଲରେ ଭର୍ତ୍ତି...

ପିଏମ୍‌ କେୟାର ପାଣ୍ଠିକୁ ଚାଇନା-ପାକିସ୍ତାନରୁ ଅନୁଦାନ: କିଏ ଦେଇଛି, କେତେ ଦେଇଛି

ନୂଆଦିଲ୍ଲୀ,୧୬।୧୨: ପିଏମ୍‌ କେୟାର ପାଣ୍ଠିକୁ ଚାଇନା,ପାକିସ୍ତାନ ଏବଂ କତାରରୁ ଅନୁଦାନ ଆସିଛି। ତେବେ ଏସବୁ ଅନୁଦାନ କିଏ ଦେଇଛି ଓ କେତେ ଦେଇଛି ସେ ନେଇ...

Advertisement
Archives

Model This Week