Posted inଜାତୀୟ

୧୦ ରାଜ୍ୟରେ ହିନ୍ଦୁଙ୍କୁ ସଂଖ୍ୟାଲଘୁ ମାନ୍ୟତା, ସୁପ୍ରିମ୍‌କୋର୍ଟରେ କେନ୍ଦ୍ର ସରକାର…

ନୂଆଦିଲ୍ଲୀ, ୧୦।୫ : ଦେଶର ୧୦ଟି ରାଜ୍ୟରେ ହିନ୍ଦୁମାନଙ୍କୁ ସଂଖ୍ୟାଲଘୁ ମାନ୍ୟତା ଦେବା ପ୍ରସଙ୍ଗରେ କେନ୍ଦ୍ର ସରକାର ସୁପ୍ରିମକୋର୍ଟଙ୍କଠାରୁ ଅଧିକ ସମୟ ମାଗିଛନ୍ତି। ସୋମବାର କେନ୍ଦ୍ର ସରକାର ସୁପ୍ରିମକୋର୍ଟରେ ଏକ ନୂତନ ସତ୍ୟପାଠ ଦାଖଲ କରିଛନ୍ତି ଯେ ଏହି ପ୍ରସଙ୍ଗରେ ରାଜ୍ୟ ସରକାର ଏବଂ ଅନ୍ୟ ଦଳଙ୍କ ସହ ବ୍ୟାପକ ପରାମର୍ଶର ଆବଶ୍ୟକତା ରହିଛି। କାରଣ ଏହି ବିଷୟ ସମଗ୍ର ଦେଶରେ ସୁଦୂରପ୍ରସାରୀ ପ୍ରଭାବ ପକାଇବ। ବିସ୍ତୃତ ଆଲୋଚନା ବିନା ନିଆଯାଇଥିବା ନିଷ୍ପତ୍ତି ଦେଶ ପାଇଁ ଅପ୍ରତ୍ୟାଶିତ ଜଟିଳତାର କାରଣ ହୋଇପାରେ।

ଏହି ପ୍ରସଙ୍ଗରେ ଏକ ପିଟିଶନର ଜବାବ ଦେବାକୁ ସୁପ୍ରିମକୋର୍ଟ କେନ୍ଦ୍ରକୁ ଚାରି ସପ୍ତାହ ସମୟ ଦେଇଥିଲେ। ଏହି ଆବେଦନରେ କେନ୍ଦ୍ର ସ୍ତରରେ ସଂଖ୍ୟାଲଘୁ ସମ୍ପ୍ରଦାୟ ଚିହ୍ନଟ ପାଇଁ ଏକ ଗାଇଡଲାଇନ ପ୍ରସ୍ତୁତ କରିବାକୁ କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେଶ ଦେବାକୁ ଅନୁରୋଧ କରାଯାଇଛି। ଆଇନଜୀବୀ ଅଶ୍ୱିନୀ ଉପାଧ୍ୟାୟଙ୍କ ଦ୍ୱାରା ଦାଖଲ ହୋଇଥିବା ଆବେଦନକୁ ଦୃଷ୍ଟିରେ ରଖି କେନ୍ଦ୍ର ସଂଖ୍ୟାଲଘୁ ମନ୍ତ୍ରଣାଳୟ ସୁପ୍ରିମକୋର୍ଟରେ ଏକ ନୂତନ ସତ୍ୟପାଠ ଦାଖଲ କରିଛନ୍ତି। ମାର୍ଚ୍ଚ ୨୫ରେ ଦାଖଲ ହୋଇଥିବା ସତ୍ୟପାଠଠାରୁ କେନ୍ଦ୍ର ସରକାରଙ୍କ ନୂତନ ଅରଭିମୁଖ୍ୟରେ କିଛି ଭିନ୍ନତା ରହିଛି। ପୂର୍ବ ସତ୍ୟପାଠରେ ହିନ୍ଦୁମାନଙ୍କୁ ସମ୍ପୃକ୍ତ ରାଜ୍ୟଗୁଡ଼ିକରେ ସଂଖ୍ୟାଲଘୁ ବୋଲି ଘୋଷଣା କରିବାର ଦାୟିତ୍ୱ ରାଜ୍ୟ ସରକାରଙ୍କ ଉପରେ ପକାଯାଇଥିଲା।

ଯେକୌଣସି ସମୁଦାୟଙ୍କୁ ସଂଖ୍ୟାଲଘୁ ଘୋଷିତ କରିବାର ଅଧିକାର ମଧ୍ୟ ରାଜ୍ୟଗୁଡିକର ବୋଲି କେନ୍ଦ୍ର ସରକାର କହିଥିଲେ। ଏହି କାରଣରୁ କେନ୍ଦ୍ର ସରକାରଙ୍କୁ ଏକ ନୂତନ ସତ୍ୟପାଠ ଦାଖଲ କରିବାକୁ ପଡ଼ିଥିଲା। ଆବେଦନକାରୀଙ୍କ ଦ୍ୱାରା ଦିଆଯାଇଥିବା ଦାବ ଦେଶର ବୃହତ ଜନସାଧାରଣ କିମ୍ବା ଜାତୀୟ ସ୍ବାର୍ଥରେ ନାହିଁ ବୋଲି କହି ଏହାକୁ ଖାରଜ କରିବାକୁ କେନ୍ଦ୍ର ସରକାର କହିଥିଲେ। ସୁପ୍ରିମକୋର୍ଟଙ୍କ ପକ୍ଷରୁ ବାରମ୍ବାର ଜବାବ ଲୋଡ଼ିବା ପରେ କେନ୍ଦ୍ର ସରକାର ନୀରବ ରହିଥିଲେ। ଏହାପରେ ୭୫୦୦ ଟଙ୍କା ଜରିମାନା ଦେବା ପରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଏହି ସତ୍ୟପାଠ ଦାଖଲ କରାଯାଇଥିଲା। ମାର୍ଚ୍ଚ ୨୮ରେ ହୋଇଥିବା ଶୁଣାଣି ସମୟରେ ମଧ୍ୟ ସୋଲିସିଟର ଜେନେରାଲ ତୁଷାର ମେହେଟ୍ଟା କୋର୍ଟଙ୍କୁ ଏନେଇ ଧିକ ସମୟ ମାଗିଥିଲେ।

ଏହା ପରେ ବର୍ତ୍ତମାନ କେନ୍ଦ୍ର ପକ୍ଷରୁ ଏକ ନୂତନ ସତ୍ୟପାଠ ଦାଖଲ କରାଯାଇଛି। ରିପୋର୍ଟ ଅନୁଯାୟୀ, ଅଶ୍ୱିନୀ ଉପାଧ୍ୟାୟଙ୍କ ଦ୍ୱାରା ୨୦୨୦ ରେ ଦାଖଲ ହୋଇଥିବା ଆବେଦନ ଉପରେ କେନ୍ଦ୍ର ପକ୍ଷରୁ ଏହି ସତ୍ୟପାଠ ଦାଖଲ ହୋଇଛି। ନୂତନ ସତ୍ୟପାଠରେ ନ୍ୟାଶନାଲ କମିଶନ ଫର ମାଇନରିଟି (ଏନସିଏମ) ଆକ୍ଟ, ୧୯୯୨ ଏବଂ ନ୍ୟାଶନାଲ କମିଶନ ଫର ମାଇନରିଟି ଏଜୁକେଶନାଲ ଇନଷ୍ଟିଚ୍ୟୁୀନ୍ସ ଆଦି ଦୁଇଟି ଅଧିନିୟମକୁ ରକ୍ଷା କରିଛନ୍ତି। ଏହି ଅଧିନିୟମ ଏବଂ ସଂଖ୍ୟାଲଘୁ ସମ୍ପ୍ରଦାୟର ଜାତୀୟ ଆୟୋଗ ଅନୁଯାୟୀ ନିଜ ପସନ୍ଦର ଶିକ୍ଷାନୁଷ୍ଠାନ ଗଠନ ତଥା ପରିଚାଳନା ୬ଟି ସମ୍ପ୍ରଦାୟକୁ ସଶକ୍ତ କରିଥାଏ।

କେନ୍ଦ୍ର ସରକାର ସତ୍ୟପାଠରେ କହିଛନ୍ତି ଯେ ଏହା ନିଶ୍ଚିତ କରିବାକୁ ହେବ ଯେ ସୁପ୍ରିମକୋର୍ଟରେ ସାମାଜିକ ଏବଂ ଅନ୍ୟାନ୍ୟ ଦିଗକୁ ଦୃଷ୍ଟିରେ ରଖି ଏକ ସୁଚିନ୍ତିତ ଉପାୟ ଅବଲମ୍ବନ କରିବା ଆବଶ୍ୟକ। ପରବର୍ତ୍ତୀ ସମୟରେ ସୁପ୍ରିମକୋର୍ଟ ଏହି ମାମଲାର ଶୁଣାଣି କରିବେ। ଅଶ୍ୱିନୀ କୁମାର ଉପାଧ୍ୟାୟଙ୍କ ଦ୍ୱାରା ଦାଖଲ ହୋଇଥିବା ଆବେଦନ ଉପରେ କେନ୍ଦ୍ର ସରକାର ଏହାର ରେକର୍ଡ ରଖିବାକୁ କହିଛନ୍ତି।

୨୦୧୧ଜନଗଣନା ଆଧାରରେ ଅଶ୍ୱିନୀ ଉପାଧ୍ୟାୟ କହିଛନ୍ତି ଯେ ଲକ୍ଷ୍ମାଦୀପ, ମିଜୋରାମ, ନାଗାଲାଣ୍ଡ, ମେଘାଳୟ, ଜମ୍ମୁ-କଶ୍ମୀର, ଅରୁଣାଚଳ ପ୍ରଦେଶ, ମଣିପୁର ଏବଂ ପଞ୍ଜାବରେ ହିନ୍ଦୁମାନେ ସଂଖ୍ୟାଲଘୁ ଅଟନ୍ତି। ଏଭଳି ପରିସ୍ଥିତିରେ, ସୁପ୍ରିମକୋର୍ଟଙ୍କ ଦ୍ୱାରା ଦିଆଯାଇଥିବା ନିଷ୍ପତ୍ତି ଅନୁଯାୟୀ, ହିନ୍ଦୁମାନଙ୍କୁ ଏହି ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳରେ ଅଳ୍ପସଂଖ୍ୟକ ମାନ୍ୟତା ଦିଆଯିବା ଉଚିତ୍‌।

ଏହାପୂର୍ବରୁ୨୦୧୭ରେ ସେ ହିନ୍ଦୁମାନଙ୍କ ପାଇଁ ସଂଖ୍ୟାଲଘୁ ମାନ୍ୟତା ଦାବି କରି ପ୍ରଥମ ଥର ପାଇଁ ସୁପ୍ରିମକୋର୍ଟରେ ପହଞ୍ଚିଥିଲେ। ସେହି ସମୟରେ କେବଳ କେନ୍ଦ୍ର ସରକାର ଏଥିରୁ ସୁରକ୍ଷା ଦେଇପାରିବେ। ଏନେଇ ସଂଖ୍ୟାଲଘୁ ସମ୍ପ୍ରଦାୟର ଜାତୀୟ ଆୟୋଗକୁ ଏହି ଆବେଦନ ପଠାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଫ୍ଲାଇଦୁବାଇ ବିମାନରେ ଆକ୍ରମଣ: ନିଜେ ଆହାତ ହୋଇ ମଧ୍ୟ ବଞ୍ଚାଇଲେ ୧୮୦ ଯାତ୍ରୀଙ୍କ ଜୀବନ, କିଏ ଏହି ପାଇଲଟ୍?

ନୂଆଦିଲ୍ଲୀ,୩୦ା୯: ଦୁବାଇରୁ ତେଲ ଅଭିଭ ଯାଉଥିବା ଫ୍ଲାଇଦୁବାଇର FZ1073 ବିମାନରେ ବୁଧବାର ଘଟିଥିବା ଘଟଣାକୁ ନେଇ ଭାରତୀୟ ପାଇଲଟ୍ ସ୍ମିତ ମଚ୍ଛରଙ୍କ ନାଁ ଚର୍ଚ୍ଚାରେ ରହିଛି। ରିପୋର୍ଟ…

ଗିଲ୍‌ଙ୍କ ଦ୍ୱିଶତକ, ରୋହିତଙ୍କ ଶତକ: ୱେଷ୍ଟଇଣ୍ଡିଜକୁ ଧୂଳି ଚଟାଇଲା ଭାରତ

ଗୁଆହାଟୀ,୩୦ା୯: ଶୁବମନ ଗିଲଙ୍କ ଦ୍ୱିଶତକ ଏବଂ ରୋହିତ ଶର୍ମାଙ୍କ ଧମାକାଦାର ଶତକ ବଳରେ ୱେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ଦିନିକିଆରେ ଭାରତ ୮ ୱିକେଟ୍‌ରେ ବଡ଼ ବିଜୟ ହାସଲ…

ଖେଳୁ ଖେଳୁ ହଠାତ୍ ପଡ଼ିଆ ମଝିରେ ନାଚିଲେ ହିଟମ୍ୟାନ, ଭିଡିଓ ଦେଖିଲେ….

ଗୁଆହାଟୀ,୩୦ା୯: ୱେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ଦିନିକିଆରେ ‘ହିଟମ୍ୟାନ୍’ ରୋହିତ ଶର୍ମାଙ୍କ ବ୍ୟାଟ୍‌ରୁ ଦେଖିବାକୁ ମିଳିଛି ଧମାକାଦାର ଶତକ । ୪୦୬ ରନ୍‌ର ବିଶାଳ ଲକ୍ଷ୍ୟ ପିଛା କରୁଥିବା…

ଶିକ୍ଷା ବିଭାଗର ସମନ୍ୱୟ ଅଭାବ: ଷାଣ୍ମାସିକ ପରୀକ୍ଷା ବେଳେ ଜିଲାସ୍ତରୀୟ କ୍ରୀଡ଼ା, ପରୀକ୍ଷାରୁ ବଞ୍ଚିତ ହେଲେ ଛାତ୍ରଛାତ୍ରୀ

ଅମରପାଲି, ୩୦ା୯(ପୀତାମ୍ବର ସାହୁ): ସରକାର ଶିକ୍ଷାକୁ ସାର୍ବଜନୀନ ଓ ବାଧ୍ୟତାମୂଳକ କରିଥିବା ବେଳେ ଶିକ୍ଷା ବିଭାଗରେ ସମନ୍ୱୟର ଅଭାବକୁ ନେଇ ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକରେ ଗମ୍ଭୀର…

ବିମାନକୁ କ୍ରାଶ କରିବାକୁ….ବଡ଼ ବୟାନ ଦେଲେ ପ୍ରଧାନମନ୍ତ୍ରୀ, ବିଶ୍ବରେ ହଇଚଇ!

ଦୁବାଇରୁ ଇସ୍ରାଏଲ ଯାଉଥିବା ଏକ ଫ୍ଲାଇଦୁବାଇ ବିମାନରେ ହୋଇଥିବା ଅଘଟଣକୁ ନେଇ ପ୍ରତିକ୍ରିୟା ଦେଇଛନ୍ତି ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତନ୍ୟାହୁ । ବିମାନ ଇସ୍ରାଏଲ ନିକଟରେ ପହଞ୍ଚିବା…

କାଗଜପତ୍ରରେ ବଦଳିଲା, ନାମଫଳକରେ ନାହିଁ: ବରଗଡ଼ର ଇଂରାଜୀ ବନାନକୁ ନେଇ ଦ୍ୱନ୍ଦ୍ୱରେ ଜିଲାବାସୀ

ବରଗଡ଼, ୩୦ା୯(ପ୍ରେମାନନ୍ଦ ଖମାରୀ): ରାଜ୍ୟର ବିଭିନ୍ନ ଜିଲା, ଉପଖଣ୍ଡ, ତହସିଲ, ବ୍ଲକ ଏବଂ ସହରାଞ୍ଚଳଗୁଡ଼ିକର ଅଶୁଦ୍ଧ ତଥା ଅପଭ୍ରଂଶ ଇଂରାଜୀ ବନାନକୁ ସଂଶୋଧନ କରି ଓଡ଼ିଶାର ଭାଷାଗତ…

ବିଶ୍ୱ ରେକର୍ଡ ଭାଙ୍ଗିଲେ ଗିଲ୍, ଏହି ଖେଳାଳିଙ୍କୁ ପଛରେ ପକାଇ କଲେ…

ଗୁଆହାଟୀ,୩୦ା୯: ୱେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ଦିନିକିଆରେ ଭାରତୀୟ ଅଧିନାୟକ ଶୁବମନ ଗିଲ୍ ନିଜ ନାମରେ ଆଉ ଏକ ବଡ଼ ବିଶ୍ୱ ରେକର୍ଡ ଯୋଡ଼ିଛନ୍ତି । ଗୁଆହାଟୀର ବାରସାପାରା…

ମହାସଂଯୋଗ! ଅକ୍ଟୋବର ଆରମ୍ଭରୁ ଚମକିବ ୫ଟି ରାଶିର ଭାଗ୍ୟ! ବୁଧ-ଅରୁଣଙ୍କ କୃପାରୁ ହେବେ ମାଲାମାଲ୍ !

ଜ୍ୟୋତିଷ ଶାସ୍ତ୍ରରେ ଗ୍ରହମାନଙ୍କର ଗୋଚର ଓ ବିଶେଷ ସଂଯୋଗର ଏକ ବଡ଼ ଗୁରୁତ୍ୱ ରହିଛି । ୩୦ ସେପ୍ଟେମ୍ବର ୨୦୨୬ ସକାଳ ୮ଟା ୫୬ ମିନିଟ୍‌ରେ ବୁଧ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?