୪୧ ବର୍ଷ ପରେ କେସିଙ୍ଗା ମହାବିଦ୍ୟାଳୟକୁ ମିଳିଲା ପଟ୍ଟା

କେସିଙ୍ଗା,୧୦।୫: କଳାହାଣ୍ଡି ଜିଲା କେସିଙ୍ଗା ସ୍ଥିତ ମହାବିଦ୍ୟାଳୟକୁ ଦୀର୍ଘ ୪୧ ବର୍ଷ ପରେ ଉଚ୍ଚ ଶିକ୍ଷା ବିଭାଗ ଓଡିଶା ସରକାରଙ୍କ ପକ୍ଷରୁ ଜମିର ପଟ୍ଟା ପ୍ରଦାନ କରାଯାଇଛି। କେସିଙ୍ଗା ମହାବିଦ୍ୟାଳୟ ଓ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ନାମରେ ଦୁଇଟି ଜମି ପଟ୍ଟା ପ୍ରଦାନ କରାଯାଇଛି। ମଙ୍ଗଳବାର କେସିଙ୍ଗା ତହସିଲଦାର ଜ୍ୟୋର୍ତିମୟ କର ମହାବିଦ୍ୟାଳୟର ପ୍ରିନ୍ସିପାଲ କୈଳାଶ ଚନ୍ଦ୍ର ସାହାଙ୍କୁ ଜମି ପଟ୍ଟା ପ୍ରଦାନ କରିଛନ୍ତି। କେସିଙ୍ଗା ମହାବିଦ୍ୟାଳୟ ନାମରେ ୬.୯୩୦ ଏକର ଓ ଉଚ୍ଚ ମହାବିଦ୍ୟାଳୟ ନାମରେ ୩.୭୮୦ ଏକର ଜମି ପ୍ରଦାନ କରାଯାଇଛି। ଏହାକୁ ନେଇ କେସିଙ୍ଗା ସହରବାସୀ ତଥା ଶିକ୍ଷାବିତ୍‌, କଲେଜ ଛାତ୍ରୀଛାତ୍ର ପ୍ରମୁଖ ରାଜ୍ୟ ସରକାର ଓ ଉଚ୍ଚ ଶିକ୍ଷା ବିଭାଗକୁ ଧନ୍ୟବାଦ ଜଣାଇଛନ୍ତି। ଏହି ପଟ୍ଟା ବଣ୍ଟନ ସମୟରେ ମହାବିଦ୍ୟାଳୟ ବରିଷ୍ଠ ଇଂଲିଶ ଅଧ୍ୟାପକ ସୁଶାନ୍ତ ପାଢ଼ୀ ଓ ଅନ୍ୟ ଅଧ୍ୟାପକମାନେ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

୩ ପ୍ରମୁଖ ଦଳର ପ୍ରଚାର ଜୋର୍‌ଦାର: ମୁଖ୍ୟ ପ୍ରସଙ୍ଗ ମେଡିକାଲ କଲେଜ

ଭଦ୍ରକ ଅଫିସ, ୨୫।୪ – ଭଦ୍ରକ ଲୋକ ସଭା ଓ ବିଧାନସଭା ପାଇଁ ୩ ପ୍ରମୁଖ ଦଳର ପ୍ରାର୍ଥୀଙ୍କ ପ୍ରଚାର ଜୋର୍‌ଦାର ଚାଲିଛି। ଏଥିରୁ ବାଦ୍‌...

ଗୋଟିଏ ଦିନରେ କାମ କଲେ ୧ ଲକ୍ଷରୁ ଊର୍ଦ୍ଧ୍ୱ ଶ୍ରମିକ

ବଲାଙ୍ଗୀର ଅଫିସ, ୫ା୬ – କରୋନା ମହାମାରୀ ଓ ଲକ୍‌ଡାଉନ୍‌ ସମୟରେ ବଲାଙ୍ଗୀର ଭଳି ଦାଦନପ୍ରବଣ ଓ ଶିଳ୍ପବିହୀନ ଜିଲାରେ ଲୋକଙ୍କୁ ରୋଜଗାର ଯୋଗାଇବା ଏକ...

ମାଥିଲିରେ ପୋଲିସର ଫ୍ଲାଗ ମାର୍ଚ୍ଚ 

ମାଥିଲି, ୧।୧୦(ଡି.ଏନ.ଏ.) : ମାଲକାନଗିରି ଜିଲା ମାଥିଲି ବ୍ଲକ ସଦରରେ ଶୁକ୍ରବାର ପୋଲିସର ଫ୍ଲାଗ ମାର୍ଚ୍ଚ ଅନୁଷ୍ଠିତ ହୋଇଥିଲା। ଆଇଆଇସି ସୂର୍ଯ୍ୟପ୍ରକାଶ ନାୟକଙ୍କ ନେତୃତ୍ୱରେ ଫ୍ଲାଗ...

ବୃକ୍ଷରାଜିରେ ଭରିବ ବୁଦୁବୁଦିଆ ଜଙ୍ଗଲ

ଭୁବନ, ୩।୭(ଡି.ଏନ୍‌.ଏ.): କାୟା ମେଲାଉଛି କଂକ୍ରିଟ୍‌ ଜଙ୍ଗଲ। ଉଜୁଡୁଛି ସବୁଜିମା। ଘନ ସଂରକ୍ଷିତ ଜଙ୍ଗଲ ପତଳା ହେଲାଣି। ସବୁଜବନାନୀ ଏବେ ଶ୍ରୀହୀନ। ବୃକ୍ଷହୀନ ଲଣ୍ଡା ପାହାଡ଼...

ନାବାଳିକା ଛାତ୍ରୀଙ୍କୁ ଅପହରଣ ଅଭିଯୋଗ, ଜଣେ କୋର୍ଟଚାଲାଣ

ଗୋପାଳପୁର,୨୭।୭- ଜଣେ ନାବାଳିକା ଛାତ୍ରୀଙ୍କୁ ଅପହରଣ ଅଭିଯୋଗରେ ଗୋଳନ୍ଥରା ପୋଲିସ ଜନୈକ ଯୁବକଙ୍କୁ ଶନିବାର ଗିରଫ କରି କୋର୍ଟଚାଲାଣ କରିଛି। ସେ ହେଲେ ଆସିକା ଥାନା...

ସ୍ବାବଲମ୍ବୀ ହେଲେ ଦୁଇ ‘ସ୍ବୟଂସିଦ୍ଧା’

ବାରିପଦା ଅଫିସ,୨୮।୭- ଆଦିବାସୀ ଅଧ୍ୟୁଷିିତ ମୟୂରଭଞ୍ଜ ଜିଲା ସବୁବେଳେ ବାଲ୍ୟବିବାହକୁ ନେଇ ଚର୍ଚ୍ଚାରେ ରହିଆସିଛି। ବାଲ୍ୟବିବାହର ଶିକାର ହେଉଥିବା ନାବାଳିକାଙ୍କୁ ସ୍ବାବଲମ୍ବୀ କରିବା ଲକ୍ଷ୍ୟ ନେଇ...

ମୋବାଇଲ ଦେଲେନି ବୋଲି ସ୍ବାମୀଙ୍କୁ ପନିକିରେ ହାଣିଲେ ସ୍ତ୍ରୀ

ବଲାଙ୍ଗୀର ଅଫିସ, ୧୩।୩: ମୋବାଇଲ ଦେଲେନି ବୋଲି ସ୍ବାମୀଙ୍କୁ ପନିକିରେ ଆକ୍ରମଣ କରିଛନ୍ତି ସ୍ତ୍ରୀ। ଗୁରୁତର ଅବସ୍ଥାରେ ସ୍ବାମୀଙ୍କୁ ବଲାଙ୍ଗୀରସ୍ଥିତ ଭୀମ ଭୋଇ ମେଡିକାଲ କଲେଜ...

ଗଛ ପକାଇ ଲକ ଡାଉନ କଲେ ଗ୍ରାମବାସୀ

କୋକସରା, ୫।୪, (ଡି.ଏନ.ଏ.) ଉପକୂଳ ଓଡିଶା ପରେ ପଶ୍ଚିମ ଓଡିଶାର କଳାହାଣ୍ଡି ଜିଲାରେ କରୋନା ଭୂତାଣୁ ସଂକ୍ରମଣ ହୋଇଛି । ଜିଲାରେ କରୋନା ସଂକ୍ରମିତ ବାହାରିବା...

Advertisement
Archives

Model This Week