Posted inଜାତୀୟ

ସଂଖ୍ୟାଲଘୁଙ୍କୁ ଟାର୍ଗେଟ କରାଯାଉଛି

ଉଦୟପୁର,୧୪।୫(ପି.ଟି.): ରାଜସ୍ଥାନର ଉଦୟପୁରଠାରେ କଂଗ୍ରେସର ୩ ଦିନିଆ ଚିନ୍ତନ ଶିବିରକୁ ଦଳ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଶୁକ୍ରବାର ଉଦ୍‌ଘାଟନ କରିବା ସହ ଭାଜପା ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ କଡ଼ା ସମାଲୋଚନା କରିଛନ୍ତି। ମୋଦି ସରକାର ଦେଶରେ ବିଭେଦ ଓ ଆତଙ୍କର ବାତାବରଣ ସୃଷ୍ଟି କରିଥିବା ସେ କହିଛନ୍ତି। ଭାଜପାର ‘ସର୍ବନିମ୍ନ ସରକାର, ସର୍ବାଧିକ ଶାସନ’ର ସ୍ଲୋଗାନର ଅର୍ଥ ଦେଶକୁ ସ୍ଥାୟୀ ଧ୍ରୁବୀକରଣ ସ୍ଥିତିରେ ରଖିବା, ସଂଖ୍ୟାଲଘୁଙ୍କୁ ଟାର୍ଗେଟ କରିବା ଓ ବିରୋଧୀ ରାଜନେତାଙ୍କୁ ଧମକ ଦେବା ବୋଲି କଂଗ୍ରେସ ଅଧ୍ୟକ୍ଷା କହିଛନ୍ତି। ସଂଖ୍ୟାଲଘୁ ଆମ ସମାଜର ଅବିଚ୍ଛେଦ୍ୟ ଅଙ୍ଗ ଏବଂ ଆମ ସାଧାରଣତନ୍ତ୍ରରେ ସମାନ ନାଗରିକ ହୋଇଥିବାବେଳେ ସେମାନଙ୍କୁ ଅସୁରକ୍ଷିତ ଓ ଭୟର ବାତାବରଣ ମଧ୍ୟରେ ରହିବାକୁ ପଡ଼ୁଛି। ସେମାନଙ୍କ ପ୍ରତି ନୃଶଂସତା ବଢ଼ୁଛି। ସେମାନେ ଯେଉଁ ଘୃଣାର ନିଆଁ ଲଗାଇଛନ୍ତି, ତାହା ବହୁ ଲୋକଙ୍କ ଜୀବନ ନେଲାଣି। ଏହାର ପରିଣାମ ଭୟଙ୍କର ଓ କଳ୍ପନାତୀତ ବୋଲି କଂଗ୍ରେସ ଅଧ୍ୟକ୍ଷା କହିଛନ୍ତି।
ଚିନ୍ତନ ଶିବିର ଉଦ୍‌ଘାଟନୀ ଭାଷଣରେ ସୋନିଆ ଉପସ୍ଥିତ ୪୫୦ ପ୍ରତିନିଧିଙ୍କୁ ଖୋଲାମନରେ ଆଲୋଚନା କରିବା ସହ ସୁଦୃଢ଼ ସଂଗଠନ, ସଂକଳ୍ପ ଓ ଏକତାର ସ୍ପଷ୍ଟ ବାର୍ତ୍ତା ଦେବାକୁ ଆହ୍ବାନ ଦେଇଥିଲେ। ଦଳ ଏବେ ଅନେକ ଚ୍ୟାଲେଞ୍ଜର ସମ୍ମୁଖୀନ ହୋଇଛି। ସେଗୁଡ଼ିକ ଉପରେ ଆଲୋଚନା ପାଇଁ ଚିନ୍ତନ ଶିବିର ଏକ ସୁଯୋଗ। ଏଥିରେ ଜାତୀୟ ପ୍ରସଙ୍ଗ ସମେତ ନିଜ ଦଳର ସଂଗଠନକୁ ନେଇ ଆତ୍ମଚିନ୍ତନ କରିବାକୁ ହେବ ବୋଲି କଂଗ୍ରେସ ନେତ୍ରୀ କହିଥିଲେ। ସାମୂହିକ ଉଦ୍ୟମ ଦ୍ୱାରା ଦଳ ପୁନର୍ଜୀବିତ ହୋଇପାରିବ। ଉକ୍ତ ଶିବିରରୁ ଏହି ଯାତ୍ରା ଆରମ୍ଭ ହେବ। ସଙ୍ଗଠନରେ ପରିବର୍ତ୍ତନ ଆଣିବାକୁ ହେବ। ଏହାକୁ କେବଳ ବଞ୍ଚାଇ ରଖିବା ନୁହେଁ ଆଗେଇ ନେବାକୁ ହେବ। ସେଥିପାଇଁ ଦଳୀୟ ନୀତିରେ ଉନ୍ନତି ଓ ପରିବର୍ତ୍ତନ ଆବଶ୍ୟକ ବୋଲି ସୋନିଆ କହିଛନ୍ତି।
୨୦୨୪ ଲୋକ ସଭା ନିର୍ବାଚନରେ ଭାଜପାକୁ କ୍ଷମତାରୁ ହଟାଇବାକୁ ଲକ୍ଷ୍ୟ ରଖିଥିବା କଂଗ୍ରେସ ୩ ଦିନିଆ ନବ ସଂକଳ୍ପ ଚିନ୍ତନ ଶିବିରରେ କେତେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବାକୁ ଯାଉଛି। ଗୋଟିଏ ପରିବାର ଗୋଟିଏ ଟିକେଟ ପ୍ରସ୍ତାବ ଉପରେ ବୈଠକରେ ନିଷ୍ପତ୍ତି ନିଆଯିବ। ସଂଗଠନରେ ଯୁବ ନେତୃତ୍ୱକୁ ପ୍ରାଧାନ୍ୟ ଦେବା ଉପରେ ଦଳ ଚିନ୍ତା କରୁଛି। ବ୍ଲକ୍‌ ସ୍ତରରୁ କଂଗ୍ରେସ କାର୍ଯ୍ୟକାରୀ କମିଟି (ସିଡବ୍ଲ୍ୟୁସି) ପର୍ଯ୍ୟନ୍ତ ୫୦ ପତିଶତ କାର୍ଯ୍ୟକର୍ତ୍ତାଙ୍କ ବୟସ ୫୦ ବର୍ଷରୁ କମ୍‌ ରଖାଯିବ। ଏଥିସହିତ କଂଗ୍ରେସର ସର୍ବୋଚ୍ଚ ନୀତି ନିର୍ଦ୍ଧାରଣ ସଂସ୍ଥା ଏବଂ ଏଆଇସିସି କମିଟି ଓ ଏହାର ବିଭିନ୍ନ ଶାଖା ସଂଗଠନରେ ବ୍ୟାପକ ପରିବର୍ତ୍ତନ ହେବ। ବର୍ତ୍ତମାନ ସିଡବ୍ଲ୍ୟୁସି ସଦସ୍ୟଙ୍କ ହାରାହାରି ବୟସ ୬୮ ରହିଥିବାବେଳେ ଜଣେ ହେଲେ ସଦସ୍ୟଙ୍କ ବୟସ ୫୦ ବର୍ଷରୁ କମ୍‌ ନାହିଁ। ନିଜ ସଂଗଠନକୁ ମଜଭୁତ କରିବା ସହ ମେଣ୍ଟ ପ୍ରସଙ୍ଗରେ ଚିନ୍ତନ ଶିବିରରେ ଆଲୋଚନା ହେବ। ସମଭାବାପନ୍ନ ଦଳ ଏବଂ ଦେଶର ଗଣତନ୍ତ୍ର ଓ ସମ୍ବିଧାନର ସୁରକ୍ଷାକୁ ନେଇ ଚିନ୍ତିତ ଦଳ ସହ ମେଣ୍ଟ ସମ୍ପର୍କରେ ନିଷ୍ପତ୍ତି ନିଆଯିବ ବୋଲି ବରିଷ୍ଠ ନେତା ମଲ୍ଲିକାର୍ଜୁନ ଖାର୍ଗେ କହିଛନ୍ତି। ଜାତୀୟତାବାଦ ଓ ଦେଶପ୍ରେମ କଂଗ୍ରେସର ନୀତି। ଭାରତୀୟ ଜାତୀୟତାବାଦ ଏବଂ ଛଦ୍ମ ଜାତୀୟତାବାଦ ମଧ୍ୟରେ ଲଢ଼େଇ ଚାଲିଛି। ଭାଜପା-ଆର୍‌ଏସ୍‌ଏସ୍‌ ଦେଶରେ ଛଦ୍ମ ଜାତୀୟତାବାଦର ପ୍ରସାର ଚଳାଇଛନ୍ତି। ଯେଉଁମାନେ କଂଗ୍ରେସର ନୀତି ଆଦର୍ଶ ସହ ଅଛନ୍ତି, ସେମାନେ ଭାରତୀୟ ଜୀବନଶୈଳୀ ଓ ଚିନ୍ତାଧାରାର ପ୍ରତିନିଧିତ୍ୱ କରୁଛନ୍ତି ବୋଲି ଖାର୍ଗେ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?