ନାବାଳିକାଙ୍କ ଆତ୍ମାହୁତି ଘଟଣା: କାମଦେଲାନି ସରକାରୀ କଟକଣା

ବରଗଡ଼,୧୨।୮(ପ୍ରେମାନନ୍ଦ ଖମାରୀ):ବାଲେଶ୍ୱର ଏଫ୍‌.ଏମ୍‌ ସ୍ବୟଂସାଶିତ କଲେଜ ଛାତ୍ରୀ ସୌମ୍ୟାଶ୍ରୀ ଆତ୍ମାହୁତି ଘଟଣା ପରେ ରାଜ୍ୟ ସରକାର ପ୍ଲାଷ୍ଟିକ ବୋତଲରେ ପେଟ୍ରୋଲ ବିକ୍ରି ଉପରେ କଟକଣା ଜାରି କରିଥିଲେ। ମାତ୍ର ସରକାରଙ୍କ ଏହି କଟକଣା ସଠିକ୍‌ଭାବେ କାର୍ଯ୍ୟକାରୀ ହୋଇପାରି ନାହିଁ। ସୋମବାର ବରଗଡ଼ ଜିଲା ପଦ୍ମପୁର ଉପଖଣ୍ଡ ଫିରିଙ୍ଗିମାଳ ଗ୍ରାମରେ ନାବାଳିକାଙ୍କ ଆତ୍ମାହୁତି ଘଟଣାରୁ ଏହା ସ୍ପଷ୍ଟ ହୋଇଛି। ନାବାଳିକା ଜଣକ ଶରୀରରେ ପେଟ୍ରୋଲ ଢାଲିବା ପରେ ନିଆଁ ଲଗାଇ ଆତ୍ମାହୁତି କରିଥିବା ସ୍ଥାନୀୟ ଲୋକେ କହୁଛନ୍ତି। ସେହିପରି ଘଟଣାସ୍ଥଳରୁ ପୋଲିସ ଏକ ପ୍ଲାଷ୍ଟିକ ବୋତଲ, ଦିଆସିଲି ସହିତ ନାବାଳିକାଙ୍କ ଜୋତା ଜବତ କରିଛି। ନାବାଳିକା ଜଣକ ଜବତ ପ୍ଲାଷ୍ଟିକ ବୋତଲରୁ ହିଁ ଗ୍ରାମର କୌଣସି ପେଟ୍ରୋଲ ପମ୍ପ କିମ୍ବା ଖୁଚୁରା ଦୋକାନୀଙ୍କଠାରୁ ପେଟ୍ରୋଲ କିଣି ନେଇଥିବା ଅନୁମାନ କରାଯାଉଛି। ପୋଲିସ ମଧ୍ୟ ଗ୍ରାମର ୨ଦୋକାନୀଙ୍କୁ ଉଠାଇ ନେଇ ତଦନ୍ତ ଜାରି ରଖିଛି।
ବଲାଙ୍ଗିର ଜିଲାରୁ ଆସିଲା ଆମ୍ବୁଲାନ୍ସ
ବରଗଡ଼ ଜିଲା ପଦ୍ମପୁର ଉପଖଣ୍ଡ ଗାଇସିଲେଟ ବ୍ଲକ ଫିରିଙ୍ଗିମାଳରେ ନାବାଳିକାଙ୍କ ଆତ୍ମାହୁତି ଘଟଣା ଘଟିଥିଲା। ତେବେ ନାବାଳିକା ଜଣକ ଜଳୁଥିବାବେଳେ ସ୍ଥାନୀୟ ଲୋକେ ୧୦୮ ଆମ୍ବୁଲାନ୍ସକୁ ଫୋନ କରିଥିଲେ। ମାତ୍ର ସେତେବେଳେ ଜିଲାର ପଦ୍ମପୁର, ବିଜେପୁର କିମ୍ବା ଗାଇସିଲେଟ୍‌ରେ ୧୦୮ ଆମ୍ବୁଲାନ୍ସ ଉପଲବ୍ଧ ନଥିବା କୁହାଯାଇଥିଲା। ଶେଷରେ ବଲାଙ୍ଗିର ଜିଲା ଲୋଇସିଂହାରୁ ଏକ ଆମ୍ବୁଲାନ୍ସ ଘଟଣାସ୍ଥଳକୁ ପହଞ୍ଚିଥିଲା। ତେବେ ଘଟଣାଟି ପାଖାପାଖି ସାଢ଼େ ୭ଟାରେ ଘଟିଥିବାବେଳେ ପ୍ରାୟ ଦେଢ଼ଘଣ୍ଟାରୁ ୨ଘଣ୍ଟା ବିଳମ୍ବରେ ଆମ୍ବୁଲାନ୍ସ ଆସିଥିବା ସ୍ଥାନୀୟ ଲୋକେ କହିଛନ୍ତି।
ଡାଳପତ୍ର, ଧୂଳିରେ ନିଆଁ ଆୟତ୍ତ
ନାବାଳିକା ଜଣକ ଘର ପଛପଟ ଏକ ଖେଳ ପଡ଼ିଆରେ ପେଟ୍ରୋଲ ଢାଳି ଆତ୍ମାହୁତି କରିଥିଲେ। ତେବେ ନାବାଳିକା ଝିଅ ଜଳୁଥିବା ଦେଖି ତାଙ୍କ ମା’ ପ୍ରଥମେ ଚିତ୍କାର କରିଥିଲେ। ଚିତ୍କାର ଶୁଣି କିଛି ବୁଝିବା ପୂର୍ବରୁ ପରିବାର ଏବଂ ପଡ଼ୋଶୀ ଲୋକେ ସେଠାକୁ ହଠାତ୍‌ ଧାଇଁ ଆସିଥିଲେ। ହେଲେ ନିଆଁକୁ ଆୟତ୍ତ କରିବା ପାଇଁ ସେତେବେଳେ କାହାରି ପାଖରେ କିଛି ସାଧନ ନଥିଲା। ଫଳରେ ପାଖରେ ରହିଥିବା ଗଛ ଡାଳପତ୍ର ଏବଂ ପଡ଼ିଆରେ ପଡ଼ିଥିବା ଧୂଳି ମାରି ଲୋକେ ନିଆଁକୁ ଆୟତ୍ତ କରିଥିଲେ। ନିଆଁ ଲିଭି ଯାଇଥିଲା। ହେଲେ ଡାକ୍ତରଖାନାରେ ସବୁଦିନ ପାଇଁ ନାବାଳିକା ଆଖି ବୁଜି ଦେଇଥିଲେ।
ଆଉ ଏକ ଦାଦନ ଦୁଃଖ
ବାପା ତାମିଲନାଡୁରେ ଦାଦନ ଖଟୁଛନ୍ତି। ମା’ ଏବଂ ବଡ଼ଭାଇଙ୍କ ସହିତ ମୃତ ନାବାଳିକା ମାମୁଁଘରେ ରହୁଥିଲେ। ତେବେ ସପ୍ତମ ଶ୍ରେଣୀରେ ଉତ୍ତୀର୍ଣ୍ଣ ହେବା ପରେ ଚଳିତବର୍ଷ ନାବାଳିକା ଜଣକ ପାଇକମାଳ ବ୍ଲକ ସାପଲହର ସେବାଶ୍ରମ ଛାତ୍ରୀ ନିବାସରେ ରହି ପଢ଼ୁଥିଲେ। ସେଠାରେ ଅସୁସ୍ଥ ହେବା ପରେ ପୁଣି ମାମୁଁଘରକୁ ଛୁଟିରେ ଆସିଥିଲେ ଏବଂ ସେବାଶ୍ରମକୁ ସୋମବାର ଫେରିବା କାର୍ଯ୍ୟକ୍ରମ ଥିବାବେଳେ ଏହି ଦିନ ହିଁ ସେ ଆତ୍ମାହୁତି କଲେ। ଏଭଳି ଘଟଣା ମୃତ ନାବାଳିକାଙ୍କ ପରିବାର ପାଇଁ କେତେ ଯେ ଦୁଃଖଦ, ସହଜରେ ଅନୁମେୟ। ଦାଦନ ଖଟିବାକୁ ଯାଇଥିବା ବାପା ଘରକୁ ଫେରି ଝିଅର ଶେଷ ଦର୍ଶନ କରି ପାରିବେ କି ନାହିଁ, ସେଥିରେ ଅନିଶ୍ଚିତତା ରହିଛି। ଫଳରେ ଜିଲାରେ ଏହା ମଧ୍ୟ ଆଉ ଏକ ଦାଦନ ଦୁଃଖ ବୋଲି ସଭିଁଏ କହୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗଭୀର ଅବପାତ: ଗଞ୍ଜାମରେ ପ୍ରଶାସନର ହାଇ-ଆଲର୍ଟ, ୨୧୬ ଜଣ ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତର

ଛତ୍ରପୁର, ୨୨।୯(ଦିଲ୍ଲୀପ ସାମଲ): ସମ୍ଭାବ୍ୟ ଗଭୀର ଅବପାତ ଓ ପ୍ରବଳ ବର୍ଷା ଜନିତ ବିପର୍ଯ୍ୟୟର ମୁକାବିଲା ପାଇଁ ଗଞ୍ଜାମ ଜିଲା ପ୍ରଶାସନ ପକ୍ଷରୁ ଆଗୁଆ ସତର୍କତାମୂଳକ ପଦକ୍ଷେପ…

‘ଧରିତ୍ରୀ’ରେ ଖବର ପ୍ରସାରଣର ବଡ଼ ପ୍ରଭାବ: ଥୁଆମୂଳ ରାମପୁରରେ ଅଟକିଲା ବେଆଇନ ଦାଦନ ବସ୍, ୧୭ ହଜାରରୁ ଊର୍ଦ୍ଧ୍ୱ ଟଙ୍କା ଫାଇନ୍

ଥୁଆମୂଳ ରାମପୁର, ୨୨।୯(ଦୁର୍ଗା କୀର୍ତ୍ତି): ‘ଧରିତ୍ରୀ’ରେ ବେଆଇନ ଦାଦନ ଶ୍ରମିକ ଚାଲାଣ ସମ୍ପର୍କିତ ବିଶେଷ ଖବର ପ୍ରକାଶ ପାଇବା ପରେ ପ୍ରଶାସନିକ କଳ ତତ୍ପର ହୋଇଉଠିଛି। ଜିଲା…

୨ କିଲୋମିଟର ଘୋଷାଡ଼ି ନେଲା ପିକଅପ୍: ଅତାବିରାରେ ମର୍ମନ୍ତୁଦ ଦୁର୍ଘଟଣା, ଚାଲିଗଲା ଜଳଖିଆ ବ୍ୟବସାୟୀଙ୍କ ଜୀବନ

ଅତାବିରା, ୨୨।୯(ଯୁଧିଷ୍ଠିର ମହାପାତ୍ର): ସମ୍ବଲପୁର-ବରଗଡ଼ ୫୩ ନମ୍ବର ଜାତୀୟ ରାଜପଥର ଅତାବିରାରେ ମଙ୍ଗଳବାର ସନ୍ଧ୍ୟାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଜଣେ ଯୁବକଙ୍କର ମୃତ୍ୟୁ ହୋଇଛି। ମୃତ…

ସୁବଳୟା ମହାନଦୀରୁ ଦୁଇ ଅଜଣା ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର: ଗଞ୍ଜେଇ ମାଫିଆ ହୋଇଥିବା ସନ୍ଦେହ, ପରିଚୟ ଖୋଜୁଛି…

ଅମରପାଲି, ୨୨।୯(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ସୁବଳୟା ମହାନଦୀ ଫେରିଘାଟ ନିକଟରୁ ମଙ୍ଗଳବାର ଅପରାହ୍ନରେ ଦୁଇଜଣ ଅଜଣା ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର କରାଯାଇଛି।…

ପୋଷଣ ସହ ବଢ଼ିବ ମନୋବଳ: ଗୁଡ଼ାରିରେ ଯକ୍ଷ୍ମା ଆକ୍ରାନ୍ତଙ୍କୁ ପୋଷଣ ଖାଦ୍ୟ ବାସ୍କେଟ ବଣ୍ଟନ, ଏମ୍‌ସିଏଲ୍‌ର ପ୍ରଶଂସନୀୟ…

ଗୁଡ଼ାରି, ୨୨।୯(ପ୍ରମୋଦ କୁମାର ପତି): ‘ପ୍ରଧାନମନ୍ତ୍ରୀ ଯକ୍ଷ୍ମା ମୁକ୍ତ ଭାରତ ଅଭିଯାନ’ ଅନ୍ତର୍ଗତ ରାୟଗଡ଼ା ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀଙ୍କ ତତ୍ତ୍ୱାବଧାନରେ ଗୁଡ଼ାରି ବ୍ଲକରେ ଚିହ୍ନଟ ହୋଇଥିବା ୫୧…

ହାଟଡିହୀର ଦୀପ୍ତିମୟୀଙ୍କୁ ବଡ଼ ଦାୟିତ୍ୱ: କେନ୍ଦୁଝର ଜିଲା ମହିଳା ମୋର୍ଚ୍ଚା ଉପସଭାପତି; ଛୁଟୁଛି ଶୁଭେଚ୍ଛାର…

ହାଟଡିହୀ,୨୨।୯(ଶୁଭକାନ୍ତ ନାୟକ): ଭାରତୀୟ ଜନତା ପାର୍ଟିର କେନ୍ଦୁଝର ଜିଲା ମହିଳା ମୋର୍ଚ୍ଚା ଉପସଭାପତି ଭାବେ ହାଟଡିହୀ ବ୍ଲକ ବଞ୍ଚୋ ଗ୍ରାମର ଦୀପ୍ତିମୟୀ ଖୁଣ୍ଟିଆଙ୍କୁ ମନୋନୀତ କରାଯାଇଛି। ଭାଜପା…

କଳାହାଣ୍ଡିରେ ଲଗାଣ ବର୍ଷାର ତାଣ୍ଡବ: କାଲି ସମସ୍ତ ଶିକ୍ଷାନୁଷ୍ଠାନ ଛୁଟି, ୨୫ ଯାଏ ସରକାରୀ କର୍ମଚାରୀଙ୍କ…

ଭବାନୀପାଟଣା, ୨୨।୯(ଉତ୍ତମ କୁମାର ଦାଶ): ବଙ୍ଗୋପସାଗରରେ ସୃଷ୍ଟ ଗଭୀର ଅବପାତ ପ୍ରଭାବରେ କଳାହାଣ୍ଡି ଜିଲାରେ ପ୍ରବଳ ବର୍ଷା ଜାରି ରହିଛି। ମଙ୍ଗଳବାର ସକାଳୁ ଘଡ଼ଘଡ଼ି ଓ ବିଜୁଳି…

ଆଉ ନାହାନ୍ତି ବିଶିଷ୍ଟ ଶିକ୍ଷାବିତ୍ ପ୍ରଫେସର ଡ. ଗୋପବନ୍ଧୁ ବେହେରା: କଳାହାଣ୍ଡିରେ ଶୋକର ଛାୟା

ଭବାନୀପାଟଣା, ୨୨।୯(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲାର ଜଣେ ଅଗ୍ରଣୀ ଶିକ୍ଷାବିତ୍, ଆଦର୍ଶ ମାର୍ଗଦର୍ଶକ ତଥା ବିଶିଷ୍ଟ ରସାୟନ ବିଜ୍ଞାନ ପ୍ରଫେସର ଡକ୍ଟର ଗୋପବନ୍ଧୁ ବେହେରାଙ୍କର ୮୭…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?