ନିର୍ଯାତନା ପରେ ନାବାଳିକାଙ୍କୁ ଫିଙ୍ଗିଦେଲେ

ଭୁବନେଶ୍ୱର,୭ା୧୨ (ବ୍ୟୁରୋ): ନାବାଳିକାଙ୍କୁ ଘରେ ରଖି ଖଟାଉଥିଲେ। ପ୍ରତ୍ୟେକ ଦିନ ତାଙ୍କୁ ଲୁହା ରଡ୍‌ରେ ମାଡ଼ ମାରିବା ସହ ଅକଥନୀୟ ନିର୍ଯାତନା ଦେଉଥିଲେ। ମାଡ଼ରେ ଗୁରୁତର ହେବା ପରେ ମଙ୍ଗଳବାର ଅପରାହ୍ନରେ ୧୧ ବର୍ଷୀୟା ନାବାଳିକାଙ୍କୁ ମାଲିକ ଜଣକ ନୟାପଲ୍ଲୀ ଥାନା ଅନ୍ତର୍ଗତ ସାଲିଆସାହିରେ ଫୋପାଡ଼ି ଦେଇ ପଳାଇ ଯାଇଛନ୍ତି। ଏଭଳି ସମ୍ବେଦନଶୀଳ ଘଟଣାକୁ ନେଇ ରାଜଧାନୀରେ ଆଲୋଡ଼ନ ସୃଷ୍ଟି ହୋଇଛି। ଖବରପାଇ ଚାଇଲ୍ଡଲାଇନ ସହଯୋଗରେ ପୋଲିସ ଗୁରୁତର ନାବାଳିକାଙ୍କୁ ଉଦ୍ଧାର କରି କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରିଛି। ନାବାଳିକାଙ୍କ ଶରୀରର ବିଭିନ୍ନ ସ୍ଥାନରେ ଏକାଧିକ କ୍ଷତ ଚିହ୍ନ ରହିଛି। ତାଙ୍କର ଅଧିକ ଚିକିତ୍ସା କରାଯାଉଥିବା ବେଳେ ଚାଇଲ୍ଡଲାଇନ ପକ୍ଷରୁ ଘଟଣା ସଂକ୍ରାନ୍ତରେ ନୟାପଲ୍ଲୀ ଥାନାରେ ଏତଲା ଦିଆଯାଇଛି। ପୋଲିସ ଏକ ମାମଲା (ନଂ.୭୫୨/୨୦୨୨) ରୁଜୁ କରି ଅଭିଯୁକ୍ତ ମାଲିକଙ୍କୁ ଗିରଫ କରିଛି। ସେ ହେଲେ ଇନ୍‌ଫୋଭ୍ୟାଲି ଥାନା ଅନ୍ତର୍ଗତ କାଇମାଟିଆରେ ରହୁଥିବା ବିଭୂତି ପଟ୍ଟନାୟକ। ଅଭିଯୁକ୍ତ ବିଭୂତିଙ୍କୁ ପୋଲିସ ପଚରାଉଚରା କରୁଛି। ଥାନାଧିକାରୀ ବିଶ୍ୱରଞ୍ଜନ ସାହୁ କହିଛନ୍ତି, ଗିରଫ ଅଭିଯୁକ୍ତ ବିଭୂତିଙ୍କୁ ବୁଧବାର କୋର୍ଟ ଚାଲାଣ କରାଯିବ। ମାମଲାରେ ସମ୍ପୃକ୍ତ ଅନ୍ୟ ଅଭିଯୁକ୍ତଙ୍କ ବିରୋଧରେ ଆଗକୁ କାର୍ଯ୍ୟାନୁଷ୍ଠାନ ହେବ ବୋଲି ସେ କହିଛନ୍ତି। ତେବେ ଏହି ଘଟଣା ସଂକ୍ରାନ୍ତରେ ସିଡବ୍ଲ୍ୟୁସି ଓ ଭୁବନେଶ୍ୱର ଡିସିପିଙ୍କୁ ଜଣାଯାଇଥିବା ଚାଇଲ୍ଡଲାଇନ ଅଧ୍ୟକ୍ଷ ବେଣୁଧର ସେନାପତି କହିଛନ୍ତ।
ସୂଚନା ଅନୁଯାୟୀ, ସାଲିଆସାହିରେ ନାବାଳିକାଙ୍କ ମା’ ରହୁଛନ୍ତି। ତାଙ୍କ ବାପା ପରିବାରକୁ ଛାଡ଼ି କେଉଁଆଡ଼େ ଚାଲିଯାଇଛନ୍ତି। ପରିବାରରେ ୪ଟି ଝିଅ ଓ ଗୋଟିଏ ଦେଢ଼ବର୍ଷର ପୁଅ। ନିର୍ଯାତନାର ଶିକାର ହୋଇଥିବା ନାବାଳିକା ଜଣକ ତାଙ୍କର ତୃତୀୟ ଝିଅ। ପରିବାରରେ ଆର୍ଥିକ ଅନଟନ ଲାଗି ରହିଥିବାରୁ ନାବାଳିକା ଜଣକ ଅଧାରୁ ପାଠପଢ଼ା ଛାଡ଼ି ଦେଇଥିଲେ। ୩ ମାସ ହେଲା ଜଣେ ମଧ୍ୟସ୍ଥ ତାଙ୍କୁ ନେଇ ସମ୍ପୃକ୍ତ ମାଲିକଙ୍କ ଘରେ ଛାଡ଼ି ଦେଇଥିଲେ। ପ୍ରତି ମାସରେ ନାବାଳିକାଙ୍କ ଘରକୁ ୧ ହଜାର ଟଙ୍କା ଆସୁଥିବା ସୂଚନା ମିଳିଛି।


Enter your email to get our daily news in your inbox.

All Right Reserved By Dharitri.Com

୨୮ରେ କମ୍ପିବ ଓଡିଶା, ଆସୁଛନ୍ତି ରାହୁଲ-ନଡ୍ଡା

ଭୁବନେଶ୍ୱର,୨୬।୪: ଦିନକ ପରେ ଓଡିଶା ଗସ୍ତରେ ଆସୁଛନ୍ତି ଭାଜପା ଓ କଂଗ୍ରେସର ଦୁଇ ଟାଣୁଆ ନେତା । ସେମାନେ ହେଲେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି...

ଭାଇବୋହୂ, ପୁତୁରାଙ୍କୁ ଟାଙ୍ଗିଆରେ ହାଣି ହତ୍ୟା କଲେ ଦେଢଶୁର

କୁଚିଣ୍ଡା,୨୬।୪(ବିରଞ୍ଚତ୍ ଦର୍କା): ସମ୍ବଲପୁର ଜିଲା ଗୋବିନ୍ଦପୁର ଥାନା କିନାବଗା ପଞ୍ଚାୟତ ଦଲକିବାହାଲ ଗ୍ରାମରେ ଗୁରୁବାର ରାତିରେ ଏକ ଜଘନ୍ୟ ହତ୍ୟାକାଣ୍ଡ ଘଟିଛି। ନିଜ ଭାଇବୋହୂ ଏବଂ...

ଫୁଟୁଛି ଓଡିଶା, ଅନୁଗୁଳ ସର୍ବୋଚ୍ଚ ଉତ୍ତପ୍ତ ସହର

ଭୁବନେଶ୍ୱର,୨୬।୪(ଅସମାପିକା ସାହୁ): ସାରା ରାଜ୍ୟରେ ଜାରି ରହିଛି ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ । ପ୍ରବଳ ଗରମ ଓ ଗୁଳୁଗୁଳିରେ ସାରା ରାଜ୍ୟ ସନ୍ତୁଳି ହେଉଥିବା ବେଳେ...

ପୁଅକଥା ମନେ ପକାଇ ହସ୍ପିଟାଲରେ ମା’ଙ୍କ ଆତ୍ମହତ୍ୟା ଉଦ୍ୟମ

ବଲାଙ୍ଗୀର,୨୬।୪: ବଲାଙ୍ଗୀର ଜିଲା କଣ୍ଟାବାଞ୍ଜି ହସ୍ପିଟାଲରେ ଜଣେ ମହିଳା ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ମହିଳା ଜଣଙ୍କ ହେଉଛନ୍ତି ମୁରିବାହାଲ ଥାନା ସାନଝରବାହାଲି ଗାଁର ପଦ୍ମାବତୀ ସେଠ...

ଆହୁରି ଦୁଇ ସପ୍ତାହ ନିସ୍ତାର ନାହିଁ: ୨୮ ତାରିଖ ପାଇଁ ସତର୍କ କଲା ବିଭାଗ

ଭୁବନେଶ୍ୱର,୨୬।୪: ରାଜ୍ୟରେ ଜାରି ରହିଛି ତାତି। ଗରମ ସାଙ୍ଗକୁ ଗୁଳୁଗୁଳିରେ ସନ୍ତୁଳି ହେଉଛନ୍ତି ରାଜ୍ୟବାସୀ। ଏଭଳିସ୍ଥତିରେ ଆହୁରି ଦୁଇ ସପ୍ତାହ ତାତିରୁ ନିସ୍ତାର ମିଳିବ ନାହିଁ...

ଧର୍ମେନ୍ଦ୍ରଙ୍କୁ ପାଣ୍ଡିଆନଙ୍କ ଡାଇରେକ୍ଟ ଆଟାକ୍‌, କହିଲେ…

ଭୁବନେଶ୍ୱର,୨୬।୪: ଉମରକୋଟ ଓ ଝରିଗାଁରେ ଜୋରଦାର ପ୍ରଚାର କରିଛନ୍ତି ବିଜୁ ଜନତା ଦଳର ନେତା କାର୍ତ୍ତିକ ପାଣ୍ଡିଆନ । ନବରଙ୍ଗପୁର ଲୋକ ସଭା ନିର୍ବାଚନ ମଣ୍ଡଳୀର...

ଭାଜପାରେ ମିଶିବା ପରେ ଏମିତି କହିଲେ ପର୍ଶୁରାମ ଧଡ଼ା

ଭୁବନେଶ୍ବର, ୨୬।୪: ଭାଜପାରେ ସାମିଲ ହେବା ପରେ ସୋର ବିଧାୟକ ପର୍ଶୁରାମ ଧଡ଼ା ପ୍ରତିକ୍ରିୟା ଦେଇଛନ୍ତି। ସେ କହିଛନ୍ତି, ମୋଦିଙ୍କ ନେତୃତ୍ୱରେ ଭାରତ ବିକଶିତ ରାଷ୍ଟ୍ର...

ଆହୁରି ୫ଦିନ ଅଣାୟତ ହେବ ତାତି, ଘରୁ ବାହାରିଲେ…

ଭୁବନେଶ୍ୱର,୨୬।୪: ସାରା ରାଜ୍ୟରେ ଜାରି ରହିଛି ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ । ପ୍ରବଳ ଗରମ ଓ ଗୁଳୁଗୁଳିରେ ସାରା ରାଜ୍ୟ ସନ୍ତୁଳି ହେଉଥିବା ବେଳେ ଆହୁରି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri