୪ ସ୍ଥାନରୁ ଜବରଦଖଲ ଉଚ୍ଛେଦ

ଭୁବନେଶ୍ୱର, ୭।୧୨ (ବ୍ୟୁରୋ): ରାଜଧାନୀରେ ଜୋର୍‌ଦାର ସୌନ୍ଦର୍ଯ୍ୟକରଣ କାମ ଚାଲୁ ରହିଛି। ଏହାକୁ ଦୃଷ୍ଟିରେ ରଖି ମଙ୍ଗଳବାର ମଧ୍ୟ ଉଚ୍ଛେଦ କାର୍ଯ୍ୟ ଜାରି ରହିଥିଲା। ବିଡିଏର ଏନ୍‌ଫୋର୍ସମେଣ୍ଟ ସ୍କ୍ବାଡ୍‌ ପକ୍ଷରୁ ୪ଟି ସ୍ଥାନରେ ଉଚ୍ଛେଦ କରାଯାଇଥିଲା। ପ୍ରଥମ ଉଚ୍ଛେଦରେ ସ୍କ୍ବାଡ୍‌ ନମ୍ବର ୧୩, ୧୪, ୧୫ ଓ ୧୬ ସାମିଲ ହୋଇଥିଲେ। ଏହି କ୍ରମରେ ଡୁମୁଡୁମାସ୍ଥିତ ହାଉସିଂ ବୋର୍ଡ କଲୋନୀର ଫେଜ୍‌-୩ରୁ ପୋଲିସ ଉପସ୍ଥିତିରେ ଜବରଦଖଲ ହଟାଯାଇଥିଲା। ଏଥିରେ ୫ଟି ଆଜବେଷ୍ଟସ ଘର, ଗୋଟିଏ ଟିଣ ଘର, ଦୁଇଟି ଲୁହାଗେଟ, ୮ଟି ବାଉଁଶ ନିର୍ମିତ ଘର, ୨ଟି କ୍ୟାବିନ ଏବଂ ୩୦୦ ଫୁଟର ପାଚେରି ଭଙ୍ଗାଯାଇଥିଲା। ସେହିପରି ଦ୍ୱିତୀୟ ଉଚ୍ଛେଦ ବାଣୀବିହାର ଛକରୁ ଆଚାର୍ଯ୍ୟ ବିହାର ଛକ ପର୍ଯ୍ୟନ୍ତ ହୋଇଥିଲା। ୯, ୧୦, ୧୧ ଓ ୧୨ ନଂ. ସ୍କ୍ବାଡ ପକ୍ଷରୁ ୫୦ ମିଟରର ଲୁହାଜାଲି, ୫ଟି ଛାତ ଘର, ୩ଟି ବିଜ୍ଞାପନ ବୋର୍ଡ ହଟାଯାଇଥିଲା। ଅପରପକ୍ଷେ ମହାରାଜା ସିନେମା ହଲ ନିକଟରେ ଥିବା ଭେଣ୍ଡିଂ ଜୋନ୍‌ର ବ୍ୟବସାୟୀମାନେ ସମୟ ମାଗିବା ସହିତ ଲିଖିତ ପ୍ରତିଶ୍ରୁତି ଦେଇଥିବାରୁ ଏହାକୁ ଭଙ୍ଗାଯାଇ ନ ଥିଲା। ପ୍ରେସ୍‌ ଛକରୁ ଏମ୍‌ସିଏଲ ରୋଡ ଏବଂ କିଟ୍‌ ଛକରେ ଉଚ୍ଛେଦ ହୋଇଥିଲା। ଜବରଦଖଲକାରୀଙ୍କ ବିରୋଧ ସତ୍ତ୍ବେ ସ୍କ୍ବାଡ୍‌ ନମ୍ବର ୫, ୬, ୭ ଓ ୮ ଉଚ୍ଛେଦ କାର୍ଯ୍ୟ ଜାରି ରଖିଥିଲେ। ଏହି କ୍ରମରେ ଗୋଟିଏ ଆଜବେଷ୍ଟସ ଘର, ୮ଟି ଟିଣ ଦୋକାନ, ୫ଟି କ୍ୟାବିନ, ଗୋଟିଏ ସିମେଣ୍ଟ ପିଣ୍ଡି ଓ ୨୦ ଫୁଟ ଲମ୍ବର ପାଚେରିକୁ ଭଙ୍ଗାଯାଇଥିଲା। ଏଥିସହ କିଟ୍‌ ଛକରେ ଥିବା ଗୋଟିଏ ଓମ୍‌ଫେଡ ବୁଥ ଓ ୩ଟି ଭେଣ୍ଡିଂ ଜୋନକୁ ବେଆଇନ ଜବରଦଖଲ ପାଇଁ ସିଲ୍‌ କରାଯାଇଥିଲା। ଚାନ୍ଦିନି ଫାଷ୍ଟ ଫୁଡ୍‌ ଦୋକାନରେ ଖରାପ ପରିମଳ ପାଇଁ ସ୍କ୍ବାଡ ପକ୍ଷରୁ ୫ହଜାର ଟଙ୍କା ଏବଂ ପରିବା ଦୋକାନୀଙ୍କଠାରୁ ୨ହଜାର ଟଙ୍କା ଜରିମାନା ଆଦାୟ କରାଯାଇଥିଲା। ଶେଷରେ ଏମ୍ସ ଛକରୁ ଡିଏନ୍‌ ରେଗାଲିଆ, ଗୋପବନ୍ଧୁ ଛକରୁ ଡେଲଟା ଏବଂ ଇନ୍ଦ୍ରଧନୁ ମାର୍କେଟସ୍ଥିତ ରାସ୍ତା କଡ଼ରେ ହୋଇଥିବା ବେଆଇନ ନିର୍ମାଣକୁ ଉଚ୍ଛେଦ କରାଯାଇଥିଲା। ସ୍କ୍ବାଡ୍‌ ନମ୍ବର ୧୩, ୧୪, ୧୫ ଓ ୧୬ ଏଥିରେ ସାମିଲ ହୋଇ ୧୧ଟି ଫଳ ଦୋକାନ, ୫ଟି ଦୋକାନ ଓ ୮ଟି ଟିଫିନ ଷ୍ଟଲକୁ ଉଚ୍ଛେଦ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଅଶ୍ୱିନୀ ବୈଷ୍ଣବଙ୍କ ବିରୋଧରେ ମାମଲା ଖାରଜ: ଆବେଦନକାରୀ ଗଣିବେ ୫ ଲକ୍ଷ ଜରିମାନା

କଟକ,୨୪ା୪(କାର୍ତ୍ତିକ ସାହୁ): କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ବିରୋଧରେ ତଥ୍ୟ ଲୁଚାଇବା ଅଭିଯୋଗ ନେଇ ଦାୟର ମାମଲାକୁ ହାଇକୋର୍ଟ ଖାରଜ କରିଛନ୍ତି। ରାଜନୈତିକ ଉଦ୍ଦେଶ୍ୟ ରଖି ମାମଲା...

ଓଡ଼ିଶା ରାଜନୀତିରେ ରାଜପରିବାର: ଜାଣନ୍ତୁ କେଉଁ ଆସନରୁ ଲଢ଼ୁଛନ୍ତି କେଉଁ ରାଜପରିବାର

ଭୁବନେଶ୍ୱର,୨୨ା୪: ଭାରତ ସ୍ୱାଧୀନ ହେବା ପରେ ଦେଶରେ ରାଜତନ୍ତ୍ର ଶେଷ ହୋଇଥିଲା। ଏହାପରେ ରାଜା ପରିବାର ସଦସ୍ୟମାନେ ଗଣତାନ୍ତ୍ରିକ ପ୍ରକ୍ରିୟାରେ ମଧ୍ୟ ଲୋକଙ୍କ ଦ୍ୱାରା ନିର୍ବାଚିତ...

କାଳବୈଶାଖୀର ତାଣ୍ଡବ, ଭାଙ୍ଗିଲା ବିଜୁ ପଟ୍ଟନାୟକ ଇନ୍‌ଡୋର ଷ୍ଟାଡିୟମ

ପୁରୁଷୋତ୍ତମପୁର,୨୪ା୪(ସୀମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁରରେ ବୁଧବାର ଅପରାହ୍ନରେ କାଳବୈଶାଖୀ ତାଣ୍ଡବ ରଚିଛି। ମାତ୍ର ୧୦ ମିନିଟ୍‌ ମଧ୍ୟରେ ସହରକୁ ଛିନ୍‌ଭିନ୍‌ କରିପକାଇଛି। ବିଭିନ୍ନ ସ୍ଥାନରେ...

ବାକିରେ ନେଇ ଖାଇଲେ, ଟଙ୍କା ମାଗିବାରୁ ଦୋକାନରେ ନିଆଁ ଲଗାଇଦେଲେ

ଭୁବନେଶ୍ୱର,୨୪।୪: ବାକିରେ ନେଇ ଖାଇଲେ, ଟଙ୍କା ମାଗିବାରୁ ଦୋକାନରେ ନିଆଁ ଲଗାଇଦେଲେ। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ରାଜଧାନୀ ଚନ୍ଦକା ଅଞ୍ଚଳରେ। ଗତକାଲି ରାତିରେ...

ଆସନ୍ତା ୩ ଘଣ୍ଟା ପାଇଁ କାଳବୈଶାଖୀ, ବଜ୍ରପାତ ସୂଚନା

ଭୁବନେଶ୍ୱର,୨୪ା୪: ଦିନ ସାରା ପ୍ରଚଣ୍ଡ ଖରା ଏବଂ ଗୁଳୁଗୁଳିରେ ଲୋକେ ଆଉଟୁପାଉଟୁ ହେଉଥିବା ବେଳେ ଅପରାହ୍ନରେ କାଳବୈଶାଖୀ ବର୍ଷା ସାମାନ୍ୟ ଆଶ୍ୱସ୍ତି ଆଣିଛି। ଅପରାହ୍ନ ସାଢ଼େ...

ନିଜ ନିର୍ବାଚନ ମଣ୍ଡଳୀରୁ ପ୍ରଚାର ଆରମ୍ଭ କଲେ ମୁଖ୍ୟମନ୍ତ୍ରୀ

ହିଞ୍ଜିଳିକାଟୁ,୨୪ା୪(ଦ୍ୱିତୀକୃଷ୍ଣ ପଣ୍ଡା): ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ବୁଧବାରଠାରୁ ନିଜ ନିଜାଚନ ମଣ୍ଡଳୀ ହିଞ୍ଜିଳିରୁ ୨୦୨୪ ନିର୍ବାଚନ ପ୍ରଚାରର ଶୁଭାରମ୍ଭ କରିଛନ୍ତି। ହିଞ୍ଜିଳିକାଟୁ...

ଭୋଟରଙ୍କୁ ସଚେତନ କରୁଛନ୍ତି ପଦ୍ମଶ୍ରୀ ହଳଧର ନାଗ, କଂସ ମହାରାଜ ହୃଷୀକେଶ ଭୋଇ

ବରଗଡ଼,୨୪ା୪(ପ୍ରେମାନନ୍ଦ ଖମାରୀ): ସାଧାରଣ ନିର୍ବାଚନରେ ସମସ୍ତ ଭୋଟରଙ୍କ ଭାଗିଦାରୀ ସୁନିଶ୍ଚିତ କରିବା ତଥା ଭୋଟରଙ୍କୁ ସଚେତନ କରିବା ପାଇଁ ବରଗଡ଼ ଜିଲା ପ୍ରଶାସନ ଅଭିନୟ ପ୍ରୟାସ...

୪୫ ଡେଇଁବ ପାରଦ! ସାରା ରାଜ୍ୟକୁ ସିଭିୟର ହିଟ୍‌ ଓ୍ବେଭ ଆଲର୍ଟ

ଭୁବନେଶ୍ୱର,୨୪।୪:ତାତିରୁ ମିଳିବନି ତ୍ରାହି । ୫ ଦିନ ଧରି କଲବଲ କରିବ ଗ୍ରୀଷ୍ମ ପ୍ରବାହ । ବିଶେଷ କରି ୨୭ ଓ ୨୮ ତାରିଖରେ ଜଳିବ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri