ବୁଲା କୁକୁରଙ୍କ ଗଣନା ପାଇଁ ନିୟୋଜିତ ହେବ ସଂସ୍ଥା

ଭୁବନେଶ୍ୱର, ୭।୧୨ (ବ୍ୟୁରୋ):  ରାଜଧାନୀରେ ବୁଲା କୁକୁରଙ୍କ ଆତଙ୍କ ଅନେକ ସମୟରେ ଅସହ୍ୟ ହୋଇପଡୁଛି। ସେମାନଙ୍କ ପାଇଁ କେତେବେଳେ ଦୁର୍ଘଟଣା ଘଟୁଛି ତ ଆଉ କେତେବେଳେ କୁକୁର କାମୁଡ଼ାରେ ଲୋକମାନେ ଆହତ ହେଉଛନ୍ତି। ତେଣୁ ଏବିସି (ଆନିମଲ୍‌ ବାର୍ଥ କଣ୍ଟ୍ରୋଲ) ପ୍ରୋଗ୍ରାମ ଅନ୍ତର୍ଗତ ବିଏମ୍‌ସି ପକ୍ଷରୁ ସେମାନଙ୍କର ଜନ୍ମ ନିୟନ୍ତ୍ରଣ ଅସ୍ତ୍ରୋପଚାର କରାଯାଉଛି। ତେବେ ସହରରେ କେତେ ବୁଲା କୁକୁର ଅଛନ୍ତି ସେ ନେଇ ସୂଚନା ନାହିଁ। ତେଣୁ ବୁଲା କୁକୁରଙ୍କ ଗଣନା କରିବା, କେତୋଟି କୁକୁର କାମୁଡା କେସ୍‌ ରହିଛି ସେଗୁଡିକର ମନିଟରିଂ କରିବା ଏବଂ ସର୍ବୋପରି ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ପାଇଁ ସ୍ବତନ୍ତ୍ର ଏଜେନ୍ସି ଚୟନ କରି ଦାୟିତ୍ୱ ଦେବାକୁ ଯୋଜନା କରୁଛି ବିଏମ୍‌ସି। ମଙ୍ଗଳବାର ବିଏମ୍‌ସି ସଭା ଗୃହରେ ଏବିସି କାର୍ଯ୍ୟକ୍ରମର ମନିଟିରିଂ କମିଟି ମିଟିଂରେ ଏହି ନିଷ୍ପତ୍ତି ହୋଇଛି। ଏଥିସହ ସହରରେ ଅସ୍ଥାୟୀ ରୂପେ କୁକୁରଙ୍କ ରହିବା ପାଇଁ ଆଶ୍ରୟସ୍ଥଳ ନିର୍ମାଣ କରିବା, ଆନିମଲ ଓ୍ବେଲଫେୟାର ବୋର୍ଡ ଅଫ୍‌ ଇଣ୍ଡିଆ ଦ୍ୱାରା ଧାର୍ଯ୍ୟ ଦରକୁ ଅନୁମୋଦନ ପ୍ରଦାନ କରିବା, କୁକୁର ମାଲିକ ଏବଂ ବ୍ରିଡରମାନଙ୍କ ପାଇଁ ଗାଇଡ୍‌ଲାଇନ୍‌ ଆଦି ବିଭିନ୍ନ ବିଷୟରେ ପୁଙ୍ଖାନୁପୁଙ୍ଖ ଭାବେ ଆଲୋଚନା କରାଯାଇଥିଲା। ବିଏମ୍‌ସି ଡେପୁଟି କମିଶନର (ଓ୍ବେଲ୍‌ଫେୟାର) ରମେଶ ଚନ୍ଦ୍ର ଜେନାଙ୍କ ନେତୃତ୍ୱରେ ଆୟୋଜିତ ବୈଠକରେ ‘ଭେଟ୍‌ ଫର ଆନିମଲ’ ସଂସ୍ଥାର ଡା. ଶଶିକାନ୍ତ ଯାଦବ ଏବଂ ଅନ୍ୟାନ୍ୟ ସଦସ୍ୟ ଏବଂ ଅଧିକାରୀ ଉପସ୍ଥିତ ଥିଲେ।
ବିଏମ୍‌ସି ପକ୍ଷରୁ ମହାରାଷ୍ଟ୍ରର ସଂସ୍ଥା ‘ଭେଟ୍‌ ଫର୍‌ ଆନିମଲ୍‌’କୁ ଏବିସି ଦାୟିତ୍ୱ ଦେଇଛି। ସମ୍ପୃକ୍ତ ସଂସ୍ଥାର ସଦସ୍ୟମାନେ ବୁଲା କୁକୁରଙ୍କୁ ରାସ୍ତାରୁ ନେବା ପରେ ଶହୀଦନଗରଠାରେ ଥିବା ଭେଟେରିନାରି ହସ୍ପିଟାଲରେ ରଖିଥାନ୍ତି। ପରଦିନ ସେମାନଙ୍କର ଅସ୍ତ୍ରୋପଚାର କରିବା ପରେ ଗୋଟିଏ ଦିନ ନିରୀକ୍ଷଣରେ ରଖିବା ପରେ ଆଣ୍ଟି ରେବିଜ୍‌ ଭ୍ୟାକ୍ସିନ ଦିଆଯାଏ। ଚତୁର୍ଥ ଦିନ ଯେଉଁଠାରୁ କୁକୁରକୁ ଉଠାଯାଇଥିଲା ପୁଣି ସେହି ସ୍ଥାନରେ ନେଇ ଛାଡ଼ିଦିଆଯାଏ। ଗୋଟିଏ କୁକୁରକୁ ଧରିବା ଏବଂ ଅସ୍ତ୍ରୋପଚାର ଠାରୁ ଭ୍ୟାକ୍ସିନ ପର୍ଯ୍ୟନ୍ତ ସମସ୍ତ ପ୍ରକ୍ରିୟା ପାଇଁ ସଂସ୍ଥାକୁ ବିଏମ୍‌ସି ପକ୍ଷରୁ ୧୬୫୦ ଟଙ୍କା ଲେଖାଏ ପ୍ରଦାନ କରାଯାଉଛି। ନଭେମ୍ବରରେ ଟେଣ୍ଡର ପ୍ରକିୟା ସରିବା ପରେ ୧୬ରୁ ସଂସ୍ଥା ପକ୍ଷରୁ କାମ ଆରମ୍ଭ କରାଯାଇଛି। ଡିସେମ୍ବର ୬ ତାରିଖ ମଧ୍ୟରେ ସଂସ୍ଥା ୩୭୫ଟି କୁକୁର ଧରିଥିବା ବେଳେ ସେଥିମଧ୍ୟରୁ ୩୫୦ କୁକୁରଙ୍କ ଅସ୍ତ୍ରୋପଚାର ସାରିଥିବା ସଂସ୍ଥାର ସେକ୍ରେଟାରି ଡା. ଶଶିକାନ୍ତ ଯାଦବ ସୂଚନା ଦେଇଛନ୍ତି। କୁକୁର ଧରିବା ପାଇଁ ସଂସ୍ଥା ପକ୍ଷରୁ ୯ ଜଣ ସଦସ୍ୟ ଥିବାବେଳେ ମୋଟ୍‌ ୧୫ଜଣ ଷ୍ଟାଫ୍‌ ରହିଛନ୍ତି। ଅପରପକ୍ଷେ ବୁଲା କୁକୁରଙ୍କ ଦୌରାତ୍ମ୍ୟ କମାଇବା ପାଇଁ ବିଏମ୍‌ସି ପକ୍ଷରୁ କେବଳ ଆନିମଲ ବାର୍ଥ କଣ୍ଟ୍ରୋଲ (ଏବିସି) ପ୍ରୋଗ୍ରାମ କରାଯାଉଛି। ରାସ୍ତାରୁ କୁକୁରଙ୍କୁ ଉଠାଇ ନେଇ ସେମାନଙ୍କର ଜନ୍ମ ନିୟନ୍ତ୍ରଣ ଅସ୍ତ୍ରୋପଚାର କରିବା ପରେ ପୁଣି ଥରେ ସେହି ସ୍ଥାନରେ ଛଡାଯାଉଛି, ଯାହାକୁ ନେଇ ସାଧାରଣରେ ଅସେନ୍ତାଷ ପ୍ରକାଶ ପାଉଛି। ଗାଈମାନଙ୍କ ଭଳି ବୁଲା କୁକୁରଙ୍କ ପାଇଁ ମଧ୍ୟ ଆଶ୍ରୟସ୍ଥଳ ନିର୍ମାଣ କରିବାକୁ ଦାବି କରାଯାଉଛି। ଅପରପକ୍ଷେ ଏ ସମ୍ପର୍କରେ ବିଏମ୍‌ସି ଡେପୁଟି କମିଶନର ରମେଶ ଚନ୍ଦ୍ର ଜେନା କହିଛନ୍ତି, ଡଗ୍‌ ରୁଲ୍‌ ୨୦୦୧ ଅନୁଯାୟୀ କୁକୁରମାନଙ୍କର ବଞ୍ଚତ୍ବାର ଅଧିକାର ଅଛି। ସେମାନଙ୍କୁ ଅନ୍ୟ ପ୍ରାଣୀଙ୍କ ଭଳି ଗୋଟିଏ ଜାଗାରେ ବାନ୍ଧି ରଖାଯାଇ ପାରିବ ନାହିଁ। ଏବିସି କାର୍ଯ୍ୟକ୍ରମ ଅଧୀନରେ ସେମାନଙ୍କର ଜନ୍ମନିୟନ୍ତ୍ରଣ ଅସ୍ତ୍ରୋପଚାର ଏବଂ ଟିକାକରଣ କରାଯାଇ ପାରିବ।


Enter your email to get our daily news in your inbox.

All Right Reserved By Dharitri.Com

ଭୋଟ୍‌ ଲାଳସାରେ ରାଜନୈତିକ ଚାପ, ଛୁଟିଦିନରେ ବି ସ୍କୁଲରେ ଚାଲିଛି ଭୋଜିଭାତ

ସରଣ୍ଡା,୨୦ା୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଲୋକ ସଭା କ୍ଷେତ୍ର ଅନ୍ତର୍ଗତ ଅତାବିରା ବିଧାନସଭା ଆସନରେ ନିର୍ବାଚନ ଆଉ ମାସେ ରହିଲା। ଆସନ୍ତା ମେ’  ୨୦ରେ ଏଠାରେ ନିର୍ବାଚନ...

ମୋହନଙ୍କ ପ୍ରାର୍ଥିତ୍ୱ ରଦ୍ଦ, ବିନୋଦ କଂଗ୍ରେସ ଏମ୍‌ପି ପ୍ରାର୍ଥୀ

କେନ୍ଦୁଝର,୨୦ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): ଘୋଷଣା ହେବାର କିଛି ଦିନ ପରେ ଶନିବାର ଏଆଇସିସି କେନ୍ଦୁଝର ଲୋକ ସଭା ପ୍ରାର୍ଥୀ ମୋହନ ହେମ୍ବ୍ରମଙ୍କ ନାମ ପରିବର୍ତ୍ତନ କରି...

ଏହି ଆସନରେ ପ୍ରାର୍ଥୀ ବଦଳାଇଲା କଂଗ୍ରେସ

ଭୁବନେଶ୍ୱର,୨୦ା୪: ଶନିବାର କଂଗ୍ରେସ ୧୬ ବିଧାନସଭା ଏବଂ ୩ ଲୋକ ସଭା ପାଇଁ ପ୍ରାର୍ଥୀ ଘୋଷଣା କରିଛି। ତେବେ କଂଗ୍ରେସ ୩ଟି ବିଧାନସଭା ଆସନରେ ଆଜି...

ନିମାପଡ଼ାରୁ ସୁରଙ୍କ ବଡ଼ପୁଅକୁ ଟିକେଟ୍ ଦେଲା କଂଗ୍ରେସ

ନୂଆଦିଲ୍ଲୀ,୨୦ା୪: ଓଡ଼ିଶାର ଚର୍ଚ୍ଚିତ ରାଜନେତା ସୁରେଶ ରାଉତରାୟଙ୍କ ବଡ଼ ପୁଅ ସିଦ୍ଧାର୍ଥ ରାଉତରାୟଙ୍କୁ ପୁରୀ ନିମାପଡ଼ାରୁ ପ୍ରାର୍ଥୀ କରିଛି କଂଗ୍ରେସ। ନିର୍ବାଚନ ତାରିଖ ଘୋଷଣା ହେବା...

୩ ଲୋକ ସଭା ପ୍ରାର୍ଥୀଙ୍କ ନାମ ଘୋଷଣା କଲା କଂଗ୍ରେସ

ଭୁବନେଶ୍ୱର,୨୦ା୪: ଶନିବାର କଂଗ୍ରେସ ଆଉ ୩ ଲୋକ ସଭା ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି। ସମ୍ବଲପୁରରୁ ଦୁଲାଲ ଚନ୍ଦ୍ର ପ୍ରଧାନଙ୍କୁ କଂଗ୍ରେସ ଲୋକ ସଭା ପ୍ରାର୍ଥୀ...

ବିଧାନସଭା ପ୍ରାର୍ଥୀ ତାଲିକା ଘୋଷଣା କଲା କଂଗ୍ରେସ, ଜାଣନ୍ତୁ କେଉଁ ଆସନରୁ କାହାକୁ ମିଳିଲା ଟିକେଟ୍‌

ଭୁବନେଶ୍ୱର,୨୦ା୪: ଶନିବାର କଂଗ୍ରେସ ତା’ର ଆଉ ୧୬ଟି ବିଧାନସଭା ପ୍ରାର୍ଥୀ ତାଲିକା ଘୋଷଣା କରିଛି। ଝାରସୁଗୁଡ଼ାରୁ ଅମିତା ବିଶ୍ୱାଳଙ୍କୁ କଂଗ୍ରେସ ପ୍ରାର୍ଥୀ କରିଥିବା ବେଳେ ବଡ଼ସାହିରୁ...

ବର୍ତ୍ତମାନ ସୁଦ୍ଧା କେଉଁ ଦଳ କେତେ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛି, ଆଉ ରହିଲା କେତେ ଜାଣନ୍ତୁ…

ଭୁବନେଶ୍ୱର,୨୦ା୪: ସାଧାରଣ ନିର୍ବାଚନ ଯେତିକି ପାଖେଇ ଆସୁଛି ସମସ୍ତଙ୍କ ମଧ୍ୟରେ ଉତ୍ସାହ ସେତିକି ବଢ଼ି ଚାଲିଛି। ବିଶେଷକରି ଭୋଟରଙ୍କ ନଜର ତିନି ପ୍ରମୁଖ ଦଳ ଯଥା...

ବାରବାଟୀରେ ଗର୍ଜିଲେ ସମୀର ଦାଶ; ହଜାର ହଜାର ସମର୍ଥକ କହିଲେ ‘ସମୀର ନାହିଁ ତ ଶଙ୍ଖ ନାହିଁ’ 

ନିମାପଡ଼ା,୨୦।୪: ବିଜେଡି ପକ୍ଷରୁ ନିମାପଡ଼ା ବିଧାୟକ ସମୀର ରଞ୍ଜନ ଦାଶଙ୍କୁ ଟିକେଟ ମିଳିନାହିଁ। ଏହାକୁ ନେଇ ତାଙ୍କର ସମର୍ଥକଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଧି ପାଇବାରେ ଲାଗିଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri