Posted inଜାତୀୟ

ନାବାଳିକାଙ୍କୁ ବଳାତ୍କାର କଲେ ୧୪ ଜଣ

ପୁଣେ,୮।୯: ୧୪ ବର୍ଷୀୟା ନାବାଳିକାଙ୍କୁ ଅପହରଣ କରି ପୁଣେ ରେଲଓ୍ବେ ଷ୍ଟେଶନ ନିକଟରେ ବିଭିନ୍ନ ସ୍ଥାନରେ ଗଣବଳାତ୍କାର କରାଯାଇଥିବା ଅଭିଯୋଗ ଆସିଛି। ଏହି ଅପରାଧରେ ସମ୍ପୃକ୍ତ ୬ ଜଣ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିଛି। ପୂର୍ବରୁ ସୋମବାର ଏହି ଗଣବଳାତ୍କାର ମାମଲାରେ ୮ ଜଣଙ୍କୁ ଗିରଫ କରାଯାଇଥିଲା। ୧୪ ଜଣଙ୍କୁ ଆଇପିସି ଦଫା ୩୪ (ସାଧାରଣ ଉଦ୍ଦେଶ୍ୟ), ୩୬୩ (ଅପହରଣ), ୩୭୬ ଡି’ ଏ (୧୬ ବର୍ଷରୁ କମ୍‌ ଯୁବତୀଙ୍କୁ ଗଣବଳାତ୍କାର), ୩୭୭ (ଅପ୍ରାକୃତିକ ଯୌନ ସମ୍ପର୍କ) ସହ ପୋକ୍ସୋ ଆଇନରେ ମାମଲା ରୁଜୁ କରାଯାଇଛି।

ଅଭିଯୁକ୍ତଙ୍କ ମଧ୍ୟରେ ପୁଣେ ରେଲଓ୍ବେ ଷ୍ଟେଶନର ଚତୁର୍ଥ ଶ୍ରେଣୀର ଦୁଇ କର୍ମଚାରୀ ରହିଛନ୍ତି। ଅନ୍ୟ ୬ ଜଣ ଅଟୋ ରିକ୍‌ସା ଚାଳକ। ଅଭିଯୁକ୍ତଙ୍କ ମଧ୍ୟରେ ଜଣେ ପୀଡ଼ିତାଙ୍କ ପରିଚିତ ଥିଲେ। ନାବାଳିକାଙ୍କୁ ୧୪ ଜଣ ଅଭିଯୁକ୍ତ ବିଭିନ୍ନ ସ୍ଥାନରେ ବଳାତ୍କାର କରିବା ପରେ ଚଣ୍ଡିଗଡ଼ରେ ଛାଡ଼ି ଦେଇଥିଲେ। ଘଟଣା ସାମ୍ନାକୁ ଆସିବା ପରେ ଦୁଇ ରେଲଓ୍ବେ କର୍ମଚାରୀଙ୍କୁ ସସ୍‌ପେଣ୍ଡ କରାଯାଇଛି।

ଗଣବଳାତ୍କାର ପୀଡ଼ିତା ଜଣେ ୭ମ ଶ୍ରେଣୀର ଛାତ୍ରୀ। ଅଗଷ୍ଟ ୩୧ ତାରିଖ ରାତିରେ ଏକ ସାଙ୍ଗକୁ ଦେଖା କରିବା ପାଇଁ ସେ ପୁଣେ ରେଲଓ୍ବେ ଷ୍ଟେଶନ ଯାଇଥିଲେ। ତେବେ ସେ ରାତି ସାଢ଼େ ୧୦ଟାରେ ଷ୍ଟେଶନରେ କେମିତି ପହଞ୍ଚିଲେ, ତାହା ଜଣାପଡ଼ିନାହିଁ। ସେଠାରୁ ଘରକୁ ଯିବା ପାଇଁ ଅଟୋ ନେଇଥିଲେ। ହେଲେ ଚାଳକ ପୀଡ଼ିତାଙ୍କୁ ଧମକ ଦେଇ ପ୍ରଥମେ ଲଜରେ ବଳାତ୍କାର କରିଥିଲେ। ଅଟୋ ଚାଳକଙ୍କ ଅନ୍ୟ ସହଯୋଗୀମାନେ ନାବାଳିକାଙ୍କୁ ଅଟୋ ଓ ଇଣ୍ଡିଆନ ରେଲଓ୍ବେ କାର୍ଯ୍ୟାଳୟ ପରିସରରେ ବଳାତ୍କାର କରିଥିଲେ। ତା’ ପରେ ପୀଡ଼ିତାଙ୍କୁ ବସାଇଥିଲେ ପୁଣେ-ଜମ୍ମୁ ତାଓ୍ବି ଝେଲମ ଏକ୍ସପ୍ରେସରେ। ସେପ୍ଟେମ୍ବର ୧ ତାରିଖରେ ଥାନାରେ ନିଖୋଜ ଅଭିଯୋଗ କରିଥିଲେ ପୀଡ଼ିତାଙ୍କ ବାପା-ମା’। ପୋଲିସ ତଦନ୍ତ ପରେ ରେଲଓ୍ବେ ପୋଲିସ ଥାନା ଅଧିକାରୀଙ୍କୁ ସୂଚନା ଦିଆଯାଇଥିଲା। ଫଳରେ ୪ ତାରିଖରେ ପୁଣେ ପୋଲିସ ପୀଡ଼ିତାଙ୍କୁ ଉଦ୍ଧାର କରିଥିଲା ଚଣ୍ଡିଗଡ଼ ଷ୍ଟେଶନରୁ।


Enter your email to get our daily news in your inbox.

All Right Reserved By Dharitri.Com

ବୁଧଙ୍କ ଓଲଟା ଚାଲି: ଅକ୍ଟୋବରରେ ଏହି ୩ ରାଶିଙ୍କ ବଢ଼ିବ ଟେନସନ, ପାଖରୁ ପଳେଇବ ସବୁ ଟଙ୍କା!

ବୁଧଙ୍କ ରାଶି ପରିବର୍ତ୍ତନ ସହିତ ତାଙ୍କର ମାର୍ଗୀ ଏବଂ ବକ୍ରୀ ହେବା ଜ୍ୟୋତିଷ ଶାସ୍ତ୍ର ଦୃଷ୍ଟିକୋଣରୁ ବିଶେଷ ମହତ୍ତ୍ୱ ବହନ କରେ। ଜ୍ୟୋତିଷୀୟ ମାନ୍ୟତା ଅନୁଯାୟୀ, ବୁଧଙ୍କ…

କ୍ରେନ ତଳେ ଚାପି ହୋଇ ଗଞ୍ଜାମର ପ୍ରବାସୀ ଶ୍ରମିକଙ୍କ ମୃତ୍ୟୁ

ଗଞ୍ଜାମ,୨୯।୯(ଅନାଥ ତରାଇ): ପେଟ ପାଇଁ ଆନ୍ଧ୍ରପ୍ରଦେଶର ତିରୁପତି ଯାଇଥିବା ଗଞ୍ଜାମ ଜିଲାର ଜଣେ ପ୍ରବାସୀ ଶ୍ରମିକଙ୍କର ଏକ ଅଭାବନୀୟ ଦୁର୍ଘଟଣାରେ ମୃତ୍ୟୁ ଘଟିଛି। ଗଞ୍ଜାମ ବ୍ଲକ ପାଳିବନ୍ଧ…

ହଜିଗଲା ମାନବିକତା: ଗଞ୍ଜାମରେ ଘଣ୍ଟା ଘଣ୍ଟା ଧରି ପଡ଼ିରହିଲା ନିରାଶ୍ରୟା ବୃଦ୍ଧାଙ୍କ ମୃତଦେହ

ଗଞ୍ଜାମ,୨୯।୯(ଅନାଥ ତରାଇ ): ଗଞ୍ଜାମ ସହରରୁ ଆସିଥିବା ଏକ ହୃଦୟବିଦାରକ ଦୃଶ୍ୟ ଆଜି ସମାଜର ମୁଖା ଖୋଲିଦେଇଛି। ବଜାରର ଭିଡ଼ ମଝିରେ ଘଣ୍ଟା ଘଣ୍ଟା ଧରି ପଡ଼ିରହିଥିଲା…

ମୋହନାରୁ ବ୍ରହ୍ମପୁର ଚୋରା ଚାଲାଣ ବେଳେ ଧରାପଡ଼ିଲେ ୨ ଗଞ୍ଜେଇ ବେପାରୀ: ୨୩ କେଜି ଗଞ୍ଜେଇ ସହ…

ଦିଗପହଣ୍ଡି ,୨୯।୯ ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ପାଟପୁର ପୋଲିସ ଟିମ୍ ମଙ୍ଗଳବାର ଅପରାହ୍ନରେ ଗଞ୍ଜେଇ ଚୋରା ଚାଲାଣ ପଣ୍ଡ କରିବା ସହ ଏକ ଗଞ୍ଜେଇ…

ଦିଗପହଣ୍ଡି ବିଧାୟକ ସିଦ୍ଧାନ୍ତ ମହାପାତ୍ରଙ୍କ ବିରୋଧରେ ମହାମେଳି: ଅସନ୍ତୋଷ ଝାଡ଼ିଲେ ବରିଷ୍ଠ ନେତା, ପଞ୍ଚାୟତ ନିର୍ବାଚନ ପୂର୍ବରୁ…

ଦିଗପହଣ୍ଡି,୨୯।୯ ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ନିର୍ବାଚନ ମଣ୍ଡଳୀର ବରିଷ୍ଠ ଭାଜପା କାର୍ଯ୍ୟକର୍ତ୍ତାଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ବିଧାୟକ ଡ. ସିଦ୍ଧାନ୍ତ ମହାପାତ୍ର ବରିଷ୍ଠ…

ରାଜନଗରରେ ସୁଜାତାଙ୍କ ସନ୍ଦେହଜନକ ମୃତ୍ୟୁ: ଶାଶୂଘର ଲୋକଙ୍କ ବିରୋଧରେ ହତ୍ୟା ଅଭିଯୋଗ, ସ୍ୱାମୀଙ୍କୁ ଅଟକ ରଖିଲା…

ରାଜନଗର,୨୯।୯(ଭାସ୍କର ରାଉତରାୟ): ରାଜନଗର ଥାନା ଅନ୍ତର୍ଗତ ସାନବଡ଼ ଗୋପାଳପୁର ପଞ୍ଚାୟତ ଗୋସିଗାଁର ଇନ୍ଦ୍ରମଣି ରାଉତଙ୍କ ବୋହୂ ସୁଜାତା ପ୍ରଧାନଙ୍କର ସନ୍ଦେହଜନକ ମୃତ୍ୟୁ ଘଟିଛି। ଏହି ଘଟଣାରେ ଶାଶୂଘର…

୫ ରାଶି ଉପରେ କୃପା କରିବେ ଶନି; ଟଙ୍କାରେ ପୁରିଯିବ ଘର, କ୍ୟାରିୟରରେ ମିଳିବ ବଡ଼ ସଫଳତା

ଜ୍ୟୋତିଷ ଶାସ୍ତ୍ରରେ ଶନିଙ୍କୁ କର୍ମଫଳଦାତା ଏବଂ ନ୍ୟାୟର କାରକ ଗ୍ରହ ବୋଲି ବିବେଚନା କରାଯାଏ। ଶନି ପ୍ରତ୍ୟେକ ବ୍ୟକ୍ତିଙ୍କୁ ତାଙ୍କ କର୍ମ ଅନୁସାରେ ଶୁଭ ତଥା ଅଶୁଭ…

ଛାଡ଼ିଲା ବନ୍ୟା, ବଢ଼ିଲା ଚାଷୀଙ୍କ ଦୁର୍ଦ୍ଦଶା

ଭବାନୀପାଟଣା,୨୯ା୯(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲାରେ ଗତ ସପ୍ତାହରେ ହାତୀ ଓ ତେଲ ନଦୀରେ ବନ୍ୟା ଆସିବାରୁ ନଦୀ କୂଳରେ ଥିବା ଶତାଧିକ ଏକର ଧାନଚାଷ ନଷ୍ଟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?