ବସ୍‌ରେ ଯିବା ସମୟରେ ଅପହରଣ କରିନେଇ ନାବାଳିକାଙ୍କୁ ବଳାତ୍କାର: ବନ୍ଧାହେଲେ ଯୁବକ

ଗୋପାଳପୁର,୨୪ା୧(ନବୀନ ରାଜ ଆଚାରୀ): ଜଣେ ନାବାଳିକାଙ୍କୁ ଅପହରଣ ପରେ ବଳାତ୍କାର ଅଭିଯୋଗରେ ଗଞ୍ଜାମ ଜିଲା ଗୋପାଳପୁର ଥାନା ପୋଲିସ ଶୁକ୍ରବାର ଅଭିଯୁକ୍ତ ଯୁବକଙ୍କୁ ଗିରଫ କରିଛି। ସେ ହେଲେ ଯାଜପୁର ଜିଲା ଜେନାପୁର ବାଲିସାହି ଅଞ୍ଚଳର ବସନ୍ତ ମଲ୍ଲିକ (୨୧)। ଗତ ଡିସେମ୍ବର ୨୮ରେ ଗୋସାଣି ନୂଆଗାଁ ଥାନା ଅଞ୍ଚଳର ନାବାଳିକା ଜଣଙ୍କ ଗୋପାଳପୁରସ୍ଥିତ ପିଉସୀଙ୍କ ଘରକୁ ବୁଲିବାକୁ ଆସିଥିଲେ। ବୁଲାବୁଲି ସରିବା ପରେ ପିଉସୀ ଓ ପିଉସା ତାଙ୍କୁ ବ୍ରହ୍ମପୁର ଯିବା ପାଇଁ ବସ୍‌ରେ ବସାଇଥିଲେ। କିନ୍ତୁ ନାବାଳିକା ଘରକୁ ଫେରି ନ ଥିଲେ। ବହୁ ଖୋଜାଖୋଜି ପରେ ତାଙ୍କର ପତ୍ତା ନ ମିଳିବାରୁ ୨୯ ତାରିଖରେ ନାବାଳିକାଙ୍କ ଜେଜେମା’ ଗୋପାଳପୁର ଥାନାରେ ଅଭିଯୋଗ କରିଥିଲେ। ପୋଲିସ ନଂ. ୪୫୮/୨୫ରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। ବସନ୍ତ ନାବାଳିକାଙ୍କୁ ଅପହରଣ କରି ନେଇଥିବା ପୋଲିସ ଖବରପାଇ ଢେଙ୍କାନାଳ ଜିଲା ବିଧାରପୁର ଗ୍ରାମରୁ ତାଙ୍କୁ ଧରିଥିବା ବେଳେ ନାବାଳିକାଙ୍କୁ ଉଦ୍ଧାର କରିଥିଲା। ନାବାଳିକାକୁ ଅପହରଣ ସହ ବଳାତ୍କାର କରାଯାଇଥିବା ନେଇ ପୋଲିସ ନିକଟରେ ସେ ପ୍ରକାଶ କରିଥିଲେ। ଶୁକ୍ରବାର ନାବାଳିକାଙ୍କ ଡାକ୍ତରୀ ମାଇନା, ବିଚାର ପତି ସମ୍ମୁଖରେ ବୟାନ ରେକର୍ଡ କରାଯାଇଥିଲା। ବସନ୍ତଙ୍କୁ ପୋଲିସ କୋର୍ଟ ଚାଲାଣ କରିଛି।

Dharitri – The Largest & Most Trusted Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଗୋଡ଼ ଭାଙ୍ଗିଦେଲା ରୋହିତ ଶର୍ମାଙ୍କ ଶଟ୍‌, ମୁମ୍ବାଇ ଇଣ୍ଡିଆନ୍ସ ଅଭ୍ୟାସ ସମୟରେ ବଡ଼ ଅଘଟଣ,ଦେଖନ୍ତୁ Video

ମୁମ୍ବାଇ,୬।୫: ଇଣ୍ଡିଆନ ପ୍ରିମିୟର ଲିଗ୍‌(IPL ୨୦୨୬)ରେ ମୁମ୍ବାଇ ଇଣ୍ଡିଆନ୍ସର ଷ୍ଟାର୍‌ ବ୍ୟାଟର ରୋହିତ ଶର୍ମା ଆଘାତ ଯୋଗୁ ୫ଟି ମ୍ୟାଚରୁ ବାହାରେ ରହିବା ପରେ ପଡ଼ିଆକୁ ଏକ…

ଗୋଡ଼ ବନ୍ଧା ହୋଇ ଘରେ ପଡୁଛି ପୁଅ, ଅର୍ଥ ଅଭାବରୁ ଚିକିିତ୍ସା ପାଇଁ ମା-ବାପା…

କୁଜଙ୍ଗ,୬ା୫(ମନୋଜ ପ୍ରଧାନ): ଏରସମା ବ୍ଲକ ବାମଦେଇପୁର ପଞ୍ଚାୟତ ବାରାକଣା ଗ୍ରାମର ସୁରେଶ ଚନ୍ଦ୍ର ପାଣି (୪୫) ଜଣେ ଦିନମଜୁରିଆ ଭାବେ କାର୍ଯ୍ୟ କରି ପରିବାର ଚଳାଉଥିଲେ। ପରିବାର…

‘ପାଠ ପଢ଼ି ମାର୍କ ଆଣିବା ଚିନ୍ତାରୁ ବାହାରି ଗବେଷଣା କରିବା ଜରୁରୀ’

ଭଞ୍ଜନଗର,୬ା୫(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟ ଇଲୋକ୍ଟ୍ରୋନିକ୍ସ ବିଭାଗ ପକ୍ଷରୁ ବୁଧବାର ଏକ ପାଠଚକ୍ର ଅନୁଷ୍ଠିତ ହୋଇଥିଲା। ଏଥିସହ ଯୁକ୍ତ…

ଟାଙ୍କିରେ ମିଳୁନି ପେଟ୍ରୋଲ-ଡିଜେଲ, ଚଢ଼ା ଦରରେ ଉପଭୋକ୍ତା କିଣି …

ଦାରିଙ୍ଗବାଡ଼ି,୬ା୫(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ିରେ ଏବେ ପେଟ୍ରୋଲ ଓ ଡିଜେଲର ଘୋର ସଙ୍କଟ ଦେଖାଯାଇଛି। ଉକ୍ତ ବ୍ଲକର ୨୫ଟି ପଞ୍ଚାୟତ ପାଇଁ ମାତ୍ର ୨ଟି ଟାଙ୍କି…

ଶେଷ ହେବ ଯୁଦ୍ଧ! ଇରାନ-ଆମେରିକା ମଧ୍ୟରେ ଚୁକ୍ତିନାମା, ଏହି 3 ଟି ପ୍ରସଙ୍ଗରେ ସହମତି…

ଓ୍ବାଶିଂଟନ,୬ା୫: ଇରାନ ଏବଂ ଆମେରିକା ମଧ୍ୟରେ ଶତ୍ରୁତା ବନ୍ଦ କରିବା ନେଇ ଏକ ସହମତି ହୋଇଛି । ଆଗାମୀ ୪୮ ଘଣ୍ଟା ମଧ୍ୟରେ ଦୁଇ ରାଷ୍ଟ୍ର ମଧ୍ୟରେ…

ସ୍ବାସ୍ଥ୍ୟ ପାଇଁ ବିପଦ ସାଜିଛି ସାର-ଔଷଧ, ଜୈବିକ ସାର ପ୍ରୟୋଗ କରି…

ଭଞ୍ଜନଗର,୬ା୫(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ କଲ୍ୟାଣ ମଣ୍ଡପରେ ବୁଧବାର ଅନନ୍ୟା ଜୈବିକ ପନିପରିବା ଓ ବିହନ ମେଳା ଅନୁଷ୍ଠିତ ହୋଇଯାଇଛି। ଭଞ୍ଜନଗର ବିଧାୟକ ପ୍ରଦ୍ୟୁମ୍ନ…

ଓଡ଼ିଶା ଚାଖିବ ଭିଏତନାମ ଡୁରିଆନ, ଦୁଇ ଦେଶ ମଧ୍ୟରେ ୧୦ ଚୁକ୍ତିନାମା

ନୂଆଦିଲ୍ଲ,୬ା୫: ଭାରତ ଏବଂ ଭିଏତନାମ ମଧ୍ୟରେ ସମ୍ପର୍କ ଆହୁରି ମଜବୁତ ହେବାକୁ ଯାଉଛି । ରାଷ୍ଟ୍ରପତି ଟୋ ଲାମଙ୍କ ଭାରତ ଗସ୍ତ ପରେ – ତାଙ୍କ ନିର୍ବାଚନର…

ତାମିଲନାଡ଼ୁରେ ସରକାର ଗଢ଼ିବେ ଥଲାପତି ବିଜୟ, ରାଜ୍ୟପାଳଙ୍କୁ ଭେଟିଲେ TVK ମୁଖ୍ୟ

ଚେନ୍ନାଇ,୬।୫:  ବୁଧବାର ଦିନ ତାମିଲନାଡୁ ରାଜନୀତିରେ ଏକ ବଡ଼ ମୋଡ଼ ଦେଖିବାକୁ ମିଳିଛି । ସୁପରଷ୍ଟାର ଥଲାପତି ବିଜୟଙ୍କ ଦଳ ଟିଭିକେକୁ ସରକାର ଗଠନ ପାଇଁ ଭାରତୀୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri