Advertisement

ଭାଲୁ ହାବୁଡ଼ରେ ନାବାଳକ, ମୋବାଇଲ ଟର୍ଚ୍ଚ ଜଳିବାରୁ ଛାଡ଼ି ପଳାଇଲା

କେନ୍ଦୁଝର,୨୩ା୧୦(ସ୍ବ.ପ୍ର.): କେନ୍ଦୁଝର ଜିଲା ସଦର ରେଞ୍ଜ ନରଣପୁର ସେକ୍ସନ ରଘୁନାଥପୁର ବିଟ୍‌ ଅଧୀନ ଜଜପଶି ଗ୍ରାମରେ ଭାଲୁ ହାବୁଡ଼ରେ ପଡି ଜଣେ ନାବାଳକ ଗୁରୁତର ଆହତ ହୋଇଛନ୍ତି। ସେ ହେଲେ ଉକ୍ତ ଗ୍ରାମର ଦୀପକ ମହାନ୍ତ(୧୬)।

ଗାଁ ପାଖ ଜଙ୍ଗଲକୁ ଶୌଚ ପାଇଁ ଯାଉଥିବା ବେଳେ ୨ଟି ଭାଲୁ ହାବୁଡ଼ରେ ପଡ଼ିଯାଇଥିଲେ। ହେଲେ ଗୋଟିଏ ଭାଲୁ ତାଙ୍କୁ ଆକ୍ରମଣ କରିଥିଲା। ଦୀପକ ନିଜ ଜୀବନ ବଞ୍ଚାଇବାକୁ ଯାଇ ମୋବାଇଲ ଫୋନ୍‌ରେ ଭାଲୁ ମୁହଁକୁ ପିଟିଥିଲେ। ଏହି ସମୟରେ ମୋବାଇଲ ଟର୍ଚ୍ଚ ଜଳିବାରୁ ଭାଲୁଟି ସେ ସ୍ଥାନ ଛାଡ଼ି ପଳାଇଥିଲା। ଏଥିରେ ଦୀପକଙ୍କ ଡାହାଣ ହାତରେ ଗଭୀର ଆଘାତ ଲାଗିଛି। ସ୍ଥାନୀୟ ଲୋକେ ତାଙ୍କୁ କେନ୍ଦୁଝର ମୁଖ୍ୟ ଚିକିତ୍ସାଳୟ ଅସ୍ଥିଶଲ୍ୟ ବିଭାଗରେ ଭର୍ତ୍ତି କରିଛନ୍ତି। ଖବର ପାଇ ସଦର ରେଞ୍ଜର ବିଜୟ ମହାନ୍ତ ଚିକିତ୍ସାଳୟରେ ପହଞ୍ଚି ଆହତଙ୍କ ସ୍ବାସ୍ଥ୍ୟାବସ୍ଥା ପଚାରି ବୁଝିବା ସହ ସରକାରଙ୍କ ନିୟମ ମୁତାବକ କ୍ଷତିପୂରଣ ଦିଆଯିବ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପାରୋଲରେ ଆସିଥିବା କଏଦୀଙ୍କୁ ଗୁଳି

ପରଜଙ୍ଗ, ୭ା୭(ଡି.ଏନ୍‌.ଏ.): ଏକ ହତ୍ୟା ଅଭିଯୋଗରେ ୧୦ବର୍ଷ ଜେଲ୍‌ରେ ସଜାକାଟି ପାରୋଲରେ ଆସିଥିବା ଜଣେ କଏଦୀଙ୍କୁ ହତ୍ୟା ଉଦ୍ୟମ କରାଯାଇଛି। ୪ଜଣ ବ୍ୟକ୍ତି ତାଙ୍କୁ ଘେରିଯାଇ...

ଚାଳ ଘର ଓ ଗଛରେ ଓହଳୁଛି ମୋବାଇଲ

ହାଟଡିହୀ,୨୮।୧୨(ଡି.ଏନ.ଏ.)-ପ୍ରଧାନମନ୍ତ୍ରୀଙ୍କ ଡିଜିଟାଲ ଇଣ୍ଡିଆ ଯୋଜନା କାର୍ଯ୍ୟକାରୀ ହେବା ସତ୍ତ୍ୱେ ଏବେବି କେନ୍ଦୁଝର ଜିଲାର ବଣପାହାଡ ଘେରା ବହୁ ଅଞ୍ଚଳରେ ଟାୱାର ସେବା ନ ଥିବାରୁ ମୋବାଇଲ...

ଶିକ୍ଷକ ଅଭାବ, ଶିକ୍ଷାଦାନରେ ଅବ୍ୟବସ୍ଥା; ଗୋଟିଏ ଶ୍ରେଣୀଗୃହରେ ୩ ଗୁଣା ପିଲା

ଅନୁଗୋଳ ଅଫିସ, ୨୯।୭: ଅନୁଗୋଳ ଜିଲାରେ ଶିକ୍ଷକ ଅଭାବ ସମସ୍ୟା ଯୋଗୁ ବିଭିନ୍ନ ବିଦ୍ୟାଳୟରେ ଶିକ୍ଷାଦାନ ବାଧାପ୍ରାପ୍ତ ହେଉଛି। ବର୍ଷ ବର୍ଷ ଧରି ଶିକ୍ଷକ ନିଯୁକ୍ତି ଦିଆଯାଉ...

ଉତ୍ତରପ୍ରଦେଶ ପୀଡ଼ିତାଙ୍କୁ ତ୍ୱରିତ ନ୍ୟାୟ ଦାବି: ରାଜରାସ୍ତାରେ ଗର୍ଜିଲେ ଆମ୍ବେଡକରବାଦୀ ସଂଗଠନ

ଭବାନୀପାଟଣା,୪।୧୦(ଡି.ଏନ୍‌.ଏ.): ଉତ୍ତରପ୍ରଦେଶର ହାଥରସ ଓ ବଳରାମପୁରରେ ଦଳିତ ନାବାଳିକାଙ୍କ ଗଣଦୁଷ୍କର୍ମ ଓ ହତ୍ୟା ମାମଲାକୁ ନେଇ ସାରା ଦେଶର ବିଭିନ୍ନ ରାଜନୈତିକ ଓ ସାମାଜିକ ସଂଗଠନ...

କର୍ମୀଙ୍କ ଭଙ୍ଗା ଘରେ ଚାଲିଛି ଅଙ୍ଗନଓ୍ବାଡି କେନ୍ଦ୍ର

ଚମ୍ପୁଆ, ୧୫ା୯(ଡି.ଏନ୍‌.ଏ): ଚମ୍ପୁଆ ସମନ୍ବିତ ଶିଶୁ ବିକାଶ ପ୍ରକଳ୍ପ ଅଧିନରେ ଥିବା ଟୁଣୁଟୁଣା ଭୂମିଜ ସାହି ମିନି ଅଙ୍ଗନୱାଡି କେନ୍ଦ୍ରର ନିଜସ୍ବ ଗୃହ ନାହିଁ। ୨୦୦୮ରୁ...

ଶହୀଦ ବିଭୀଷଣ ସାହୁ ସ୍ମାରକୀ କ୍ରିକେଟ ଟୁର୍ନାମେଣ୍ଟ: ସେମିରେ ବୀରମହାରାଜପୁର

ଅମରପାଲି, ୧୬।୧୦ (ଡି.ଏନ.ଏ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ପଣ୍ଡିଆପାଲି ଖେଳ ପଡିଆରେ ଚାଲିଥିବା ୧୦ମ ଶହୀଦ ବିଭୀଷଣ ସାହୁ ସ୍ମାରକୀ କ୍ରିକେଟ ଟୁର୍ନାମେଣ୍ଟରେ ବୁଧବାର...

ଜଗନ୍ନାଥଙ୍କ ଭଡ଼ାଘରେ କ୍ରାଇମ୍‌ବ୍ରାଞ୍ଚ ଯାଞ୍ଚ

ପୁରୀ ଅଫିସ,୧୮।୧୨: ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ସଞ୍ଜୟ କୁମାର ଦାସବର୍ମାଙ୍କ ବ୍ୟକ୍ତିଗତ ସହାୟକ ଚିତ୍ତରଞ୍ଜନ ପଲେଇ ହତ୍ୟାକାଣ୍ଡ ମାମଲାରେ କ୍ରାଇମବ୍ରାଞ୍ଚ ପକ୍ଷରୁ ତଦନ୍ତ ଜାରି...

ବିଦ୍ୟାଳୟ ପରିସରରେ ଭଙ୍ଗା ଘର

କେନ୍ଦୁଝର,୩ା୧୨(ସ୍ବ.ପ୍ର.): କେନ୍ଦୁଝର ସହର ଶିରିପୁର ସାହି ନିକଟରେ ଥିବା ପ୍ରାଥମିକ ବିଦ୍ୟାଳୟ ତଦାରଖ ଅଭାବରୁ ଅସୁରକ୍ଷିତ ହୋଇପଡ଼ିଛି। ପରିସରରେ ଭଙ୍ଗା ଦଦରା ଘର ରହିଥିବା ବେଳେ...

Advertisement
Archives

Model This Week