ମହିଳା ମନ୍ତ୍ରଣାଳୟ ହେଲା ପାପ-ପୁଣ୍ୟ ମନ୍ତ୍ରଣାଳୟ

କାବୁଲ୍‌, ୧୮।୯: ଆଫଗାନିସ୍ତାନର ତାଲିବାନ୍‌ ସରକାର ମହିଳା ମନ୍ତ୍ରଣାଳୟ ନାଁ ବଦଳାଇ ଏହାକୁ ‘ପାପ-ପୁଣ୍ୟ’ ମନ୍ତ୍ରଣାଳୟ ଭାବେ ନାମିତ କରିଛନ୍ତି। ସରକାରୀ ମନ୍ତ୍ରଣାଳୟରେ ପୁରୁଷଙ୍କ ସହ ମହିଳା କର୍ମଚାରୀମାନଙ୍କୁ କାର୍ଯ୍ୟ କରିବା ଲାଗି ଅନୁମତି ମିଳିବ ନାହିଁ ବୋଲି ତାଲିବାନ ପୂର୍ବରୁ କହିଥିଲା। ଶୁକ୍ରବାର କାବୁଲସ୍ଥିତ ମହିଳା ମନ୍ତ୍ରଣାଳୟର ନାମଫଳକ ବଦଳାଯାଇ ଏହାକୁ ତାଲିବାନ ମୋରାଲ ପୋଲିସ ପାଇଁ ରଖାଯିବ ସହ ବିଭାଗର ପୂର୍ବତନ ମହିଳା କର୍ମଚାରୀମାନଙ୍କୁ ବିଲ୍ଡିଂ ଭିତରକୁ ଛଡ଼ାଯାଇ ନ ଥିଲା। ସେଠାରେ ‘ମିନିଷ୍ଟ୍ରି ଅଫ୍‌ ପ୍ରେୟାର ଆଣ୍ଡ ଗାଇଡାନ୍ସ ଆଣ୍ଡ ଦି ପ୍ରମୋଶନ ଅଫ୍‌ ଭର୍ଚୁ ଆଣ୍ଡ ପ୍ରିଭେନ୍‌ଶନ ଅଫ୍‌ ଭାଇସ୍‌’ ବୋଲି ଦରି ଓ ଆରବିକ୍‌ ଭାଷାରେ ଲେଖାଯାଇଛି। ମହିଳା କର୍ମଚାରୀମାନଙ୍କୁ ଘରକୁ ଫେରିଯିବା ଲାଗି ବହୁ ସପ୍ତାହ ହେଲା କୁହାଯାଉଥିବାବେଳେ ସେମାନେ କାର୍ଯ୍ୟକୁ ଆସିବା ଲାଗି ଉଦ୍ୟମ ଚଳାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପାକିସ୍ତାନରେ ମହଙ୍ଗା ମାଡ: ଗ୍ୟାସ୍‌ ସିଲିଣ୍ଡର ପିଛା ୨ ହଜାର ଟଙ୍କାରେ ପହଞ୍ଚିଲା

ଇସଲମାବାଦ୍‌,୨।୧: ପାକିସ୍ତାନ ବଜାରରେ ହୁ ହୁ ହୋଇ ବଢୁଛି ଦର। ପେଟ୍ରୋଲ, ଡିଜେଲଠୁ ଆରମ୍ଭ କରି କ୍ଷୀର ଓ ପନିପରିବା ଦର ମହଙ୍ଗା ହେବାରେ ଲାଗିଛି।...

ଇସ୍ରାଏଲ୍‌ ସମୁଦ୍ର କୂଳରେ ଶହ ଶହ ଜେଲି ଫିଶ୍‌: ସରକାର ଜାରି କଲେ ସତର୍କ ସୂଚନା

ଜେରୁଜେଲମ୍‌,୭।୭: ଇସ୍ରାଏଲ୍‌ ସମୁଦ୍ର କୂଳରେ ଶହ ଶହ ଜେଲି ଫିଶ୍‌ ଜମା ହେବାରେ ଲାଗିଛନ୍ତି। ସୁରକ୍ଷା ଦୃଷ୍ଟିରୁ ସରକାରଙ୍କ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି।...

ଦେଶବ୍ୟାପୀ ଲକ୍‌ଡାଉନ୍‌ ଘୋଷଣା

ପ୍ୟାରିସ,୧।୪: ଫ୍ରାନ୍ସରେ କରୋନାର ତୃତୀୟ ଲହର ଜାରି ରହିଛି। ଏହାକୁ ଦୃଷ୍ଟିରେ ସରକାର ଦେଶବ୍ୟାପୀ ଲକ୍‌ଡାଉନ୍‌ ଘୋଷଣା କରିଛନ୍ତି। ରାଷ୍ଟ୍ରପତି ଇମାନୁଏଲ ମାକ୍ରୋନ ଦେଶବ୍ୟାପୀ ଲକ୍‌ଡାଉନ୍‌...

ବଢୁଛି ପାକିସ୍ତାନର ସମସ୍ୟା: ଭାରତରେ ମିଶିବାକୁ ଦାବି କରୁଛନ୍ତି ପିଓକେ ଲୋକେ

ଇସଲାମାବାଦ୍‌,୧୩।୮: ପାକିସ୍ତାନର ସମସ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି। ଅନୁଚ୍ଛେଦ ୩୭୦ ଉଚ୍ଛେଦ ପରେ ପାକିସ୍ତାନ ଭାରତ ଆଗରେ ବଡ଼ ଭାଇ ପଣିଆ ଦେଖାଇବାକୁ ଉଦ୍ୟମ...

୫୦ ଲୋକଙ୍କ ମୁଣ୍ଡ କାଟିଲା ଆଇଏସ୍‌ ଆତଙ୍କବାଦୀ ସଂଗଠନ

ମାପୁଟୋ,୧୧।୧୧: ମୋଜାମ୍ବିକ୍ୟୁରେ ଇସଲାମିକ ଷ୍ଟେଟ୍‌(ଆଇଏସ) ଆତଙ୍କବାଦୀ ସଂଗଠନ ଅତି ଅମାନୁଷିକ ଭାବେ ୫୦ ଜଣ ନୀରିହ ଲୋକଙ୍କ ମୁଣ୍ଡ କାଟ କରିଛି। ସ୍ଥାନୀୟ କେବୋ ଡେଲଗାଡ଼ୋ...

ନିର୍ବାଚନ ଲଢ଼ିବେନି କ୍ୟାରି ଲାମ୍‌

ହଂକଂ, ୫ା୪: ହଂକଂ ଲିଡର କ୍ୟାରି ଲାମ୍‌ ଦ୍ୱିତୀୟ ଥର ଶାସନରେ ରହିବା ନିମନ୍ତେ ନିର୍ବାଚନ ଲଢ଼ିବେ ନାହିଁ ବୋଲି ସୋମବାର ଘୋଷଣା କରିଛନ୍ତି। ଜୁନ୍‌...

୧୦% ଭାରତୀୟଙ୍କୁ ହୋଇପାରେ କ୍ୟାନ୍‌ସର

ଜାତିସଂଘ,୫ା୨: କର୍କଟ ରୋଗ ଭାରତରେ ଉଦ୍‌ବେଗଜନକ ସ୍ଥିତି ସୃଷ୍ଟି କରିଛି। ଦେଶର ପ୍ରତି ୧୦ ଜଣରେ ଜଣେ ବ୍ୟକ୍ତି ନିଜ ଜୀବନ କାଳ ମଧ୍ୟରେ କର୍କଟ...

ହଂକଂରେ ଚାଇନାର ସେନା ମୁତୟନ

ବେଜିଂ, ୧୭ା୧୧(ପି.ଟି.) : ହଂକଂରେ ଗତ ୫ ମାସ ଧରି ଗଣତନ୍ତ୍ର ସପକ୍ଷବାଦୀଙ୍କ ବିକ୍ଷୋଭ ଜାରି ରହିଥିବାବେଳେ ପ୍ରଥମ ଥର ଲାଗି ଶନିବାର ଚାଇନା ପକ୍ଷରୁ...

Advertisement
Archives

Model This Week