Posted inଜାତୀୟ

ଏନ୍‌ଇଇଟି-ପିଜି କଟ୍‌-ଅଫ୍‌ ୧୫ ଶତାଂଶ କମାଇବାକୁ ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ନିର୍ଦ୍ଦେଶ

ନୂଆଦିଲ୍ଲୀ,୧୩।୩(ପି.ଟି.): ଖାଲିପଡ଼ିଥିବା ପୋଷ୍ଟଗ୍ରାଜୁଏଟ୍‌ ମେଡିକାଲ ସିଟ୍‌ ପୂରଣ ଲାଗି ଏନ୍‌ଇଇଟି-ପିଜି ୨୦୨୧ରେ ସବୁ ବର୍ଗର ପ୍ରାର୍ଥୀଙ୍କ ପାଇଁ କଟ୍‌ଅଫ୍‌ ୧୫ ଶତାଂଶ (ପର୍ସେଣ୍ଟାଇଲ୍‌) ହ୍ରାସ କରିବାକୁ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଜାତୀୟ ପରୀକ୍ଷା ବୋର୍ଡ (ଏନ୍‌ବିଇ)କୁ ନିର୍ଦ୍ଦେଶ ଦେଇଛି। ମେଡିକାଲ କାଉନସେଲିଂ କମିଟି (ଏମ୍‌ସିସି)ର ସଦସ୍ୟ ସଚିବ ବି. ଶ୍ରୀନିବାସ ଏନ୍‌ବିଇ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ମିନୁ ବାଜପାୟୀଙ୍କୁ ପତ୍ର ଲେଖି ଏହା ଜଣାଇଛନ୍ତି। ଏନ୍‌ଏମ୍‌ସି ସହ ଆଲୋଚନା ଓ ବିଚାର ବିମର୍ଶ ପରେ କଟ୍‌-ଅଫ୍‌ ୧୫ ଶତାଂଶ କମାଇବାକୁ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ନିଷ୍ପତ୍ତି ନେଇଛି। ଅର୍ଥାତ୍‌ ସାଧାରଣ ବର୍ଗ ପ୍ରାର୍ଥୀଙ୍କ ଲାଗି କଟ୍‌-ଅଫ୍‌ ୩୫ ଶତାଂଶକୁ ଏବଂ ସାଧାରଣ ବର୍ଗର ଭିନ୍ନକ୍ଷମଙ୍କ ପାଇଁ ୩୦ ଶତାଂଶକୁ ତଥା ଏସ୍‌ସି, ଏସ୍‌ଟି ଏବଂ ଓବିସିଙ୍କ ଲାଗି ୨୫ ଶତାଂଶକୁ ହ୍ରାସ କରାଯିବ। ସେହି ଅନୁଯାୟୀ ସଂଶୋଧିତ ଫଳାଫଳ ଘୋଷଣା କରିବା ସହ ନୂତନ ଯୋଗ୍ୟ ପ୍ରାର୍ଥୀଙ୍କ ସଂଶୋଧିତ ଫଳାଫଳ ତଥ୍ୟ ଏମ୍‌ସିସିକୁ ପଠାଇବା ଲାଗି ଶ୍ରୀନିବାସ ଏନ୍‌ବିଇକୁ ଅନୁରୋଧ କରିଛନ୍ତି। ସର୍ବଭାରତୀୟ ସ୍ତରରେ ଦୁଇ ପର୍ଯ୍ୟାୟ କାଉନସେଲିଂ ଏବଂ ଦୁଇ ପର୍ଯ୍ୟାୟ ରାଜ୍ୟ କୋଟା କାଉନସେଲିଂ ପରେ ମଧ୍ୟ ପ୍ରାୟ ୮,୦୦୦ ସିଟ୍‌ ଖାଲି ପଡ଼ିଥିବାରୁ ନ୍ୟାଶନାଲ ମେଡିକାଲ କମିଶନଙ୍କ ସହ ଆଲୋଚନା ପରେ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଉପରୋକ୍ତ ନିଷ୍ପତ୍ତି ନେଇଛି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରିୟଙ୍କାଙ୍କୁ କଂଗ୍ରେସ ଅଧ୍ୟକ୍ଷ ଭାବେ ଦେଖିବାକୁ ଚାହୁଁ ନାହାଁନ୍ତି ରାହୁଲ

ନୂଆଦିଲ୍ଲୀ,୩୦।୭: ଏବେ କଂଗ୍ରେସର ଅଧ୍ୟକ୍ଷ ପଦ ଖାଲି ପଡିଥିବା ବେଳେ ଏହାକୁ ନେଇ ଚାଲିଛି ଅଙ୍କକଷା। ହେଲେ ଏହା ଛିଡି ପାରୁ ନାହିଁ। ଗୋଟିଏ ଦିନ...

ଏଠି ଠାକୁରଙ୍କୁ ନଗଦ ଅର୍ଥ ଦାନ କରିପାରିବେନି ଭକ୍ତ

ଭାରତରେ ୨୦୧୬ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ରମୋଦି ନୋଟବନ୍ଦୀ ଘୋଷଣା କରିବା ପରେ ପ୍ରାୟ ସମସ୍ତେ କ୍ୟାଶ୍‌ ଲେସ୍‌ ଟ୍ରାଞ୍ଜାକଶନ୍‌କୁ ଗୁରୁତ୍ୱ ଦେଇଆସୁଛନ୍ତି। ଏମିତିକି ଏଥିରୁ ବାଦ୍‌ ପଡି...

ପରଲୋକରେ ଟେଲି ଅଭିନେତା

ମୁମ୍ବାଇ,୨୪।୧୧: ଚଳିତ ବର୍ଷ ଫିଲ୍ମ ଇଣ୍ଡଷ୍ଟ୍ରି ହେଉ ବା ସିରିୟଲ୍‌ ଜଗତ ପାଇଁ ଏକ କଳାବର୍ଷ ପାଲଟିଛି। ୨୦୨୦ କେତେକ ବିଶିଷ୍ଟ ଅଭିନେତା ଓ ଅଭିନେତ୍ରୀଙ୍କୁ...

ଶେଷ ୩ ଅଭିଯୁକ୍ତ ଦୋଷମୁକ୍ତ

ଅହମ୍ମଦାବାଦ, ୧ା୪: ଇସ୍‌ରତ ଜହାଁ ଏନକାଉଣ୍ଟର ମାମଲାରେ ଗୁଜରାଟର ଅହମ୍ମଦାବାଦସ୍ଥିତ ସ୍ବତନ୍ତ୍ର ସିବିଆଇ କୋର୍ଟ ଶେଷ ତିନି ଅଭିଯୁକ୍ତଙ୍କୁ ଦୋଷମୁକ୍ତ କରିଛନ୍ତି। ଜଜ୍‌ ଭି. ଆର୍‌...

କରୋନା ଭାଇରସ ମୁକାବିଲା ପାଇଁ କେରଳ ଜେଲରେ ଖୋଲିଲା ସ୍ବତନ୍ତ୍ର ସେଲ

ଥିରୁଭାନନ୍ତପୁରମ,୧୦।୩: କେରଳରେ କୋଭିଡ-୧୯ ପଜିଟିଭ ଥିବା ୬ ଜଣଙ୍କୁ ସୋମବାର ଚିହ୍ନଟ କରାଯାଇଥିବା ବେଳେ ଏବେ ଏହାକୁ ନେଇ ସରକାର ସତର୍କ ହୋଇଯାଇଛନ୍ତି। ଏହାକୁ ଦୃଷ୍ଟିରେ...

ଜନଧନ ଯୋଜନାରେ ୪୫ କୋଟି ହୋଇଛନ୍ତି ଉପକୃତ…

ହାଇଦ୍ରାବାଦ, ୨।୭ : ତେଲେଙ୍ଗାନାର ହାଇଦ୍ରାବାଦରେ ଭାଜପାର ଦୁଇ ଦିନିଆ ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ଶନିବାରଠାରୁ ଆରମ୍ଭ ହୋଇଛି। କାର୍ଯ୍ୟକାରିଣୀର ପ୍ରଥମ ଦିନରେ ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି.ନଡ୍ଡା...

ଭାରତରେ ପ୍ରଥମ: ନିଜକୁ ବିବାହ କରିବାକୁ ଯାଉଛନ୍ତି ଏହି ଯୁବତୀ

ବରୋଦା,୨।୬: ଆଜିକାଲି ବିବାହ ଋତୁ ଚାଲିଛି। ଅନେକ ଯୋଡିଙ୍କୁ ବିବାହ ବନ୍ଧନରେ ଆବଦ୍ଧ ହେଉଥିବା ଦେଖାଯାଇଛି। କିନ୍ତୁ ଆସନ୍ତା ଜୁନ ୧୧ରେ ଗୁଜରାଟରେ ଏକ ନିଆରା...

ନିର୍ବନ୍ଧର ୩ ଦିନ ପୂର୍ବରୁ ପାଣି ଡ୍ରମରୁ ମିଳିଲା ଯୁବତୀଙ୍କ ମୃତଦେହ

ଖଣ୍ଡଓ୍ବା,୬।୨: ଜଣେ ୨୭ ବର୍ଷୀୟା ଯୁବତୀଙ୍କ ମୃତଦେହ ତାଙ୍କ ଘରେ ରଖାଯାଇଥିବା ପାଣି ଡ୍ରମରୁ ଉଦ୍ଧାର କରାଯାଇଛି। ଏଭଳି ଘଟଣା ମଧ୍ୟପ୍ରଦେଶର ଖାଣ୍ଡଓ୍ବା ଜିଲାରେ ରବିବାର...

Advertisement
Archives

Model This Week