Posted inଜାତୀୟ

ଡ୍ରଗ୍ସ୍‌ ଆଇନରେ ପରିବର୍ତ୍ତନ ପାଇଁ ମନ୍ତ୍ରୀଙ୍କ ଦାବି, ଯୁବବର୍ଗଙ୍କୁ ଜେଲ୍‌ ବଦଳରେ ସୁଧାର ଗୃହ ପଠାଯାଉ…

ଲକ୍ଷ୍ନୌ,୨୮।୧୦: ଦେଶରେ ଡ୍ରଗ୍ସ ମାମଲାକୁ ନେଇ ଚାଲିଥିବା ରାଜନୈତିକ ଅସ୍ଥିରତା ମଧ୍ୟରେ କେନ୍ଦ୍ର ସାମାଜିକ ନ୍ୟାୟ ଏବଂ ସଶକ୍ତିକରଣ ମନ୍ତ୍ରୀ ରାମଦାସ ଆଠୱାଲେ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଦେଇଛନ୍ତି। ଉତ୍ତରପ୍ରଦେଶ ଲକ୍ଷ୍ନୌରେ ଏକ ଗଣମାଧ୍ୟମ ସମ୍ମିଳନୀରେ ରାମଦାସ କହିଛନ୍ତି ଦେଶରେ ପ୍ରଚଳିତ ଡ୍ରଗ୍ସ ଆଇନରେ ପରିବର୍ତ୍ତନ କରାଯିବାର ଆବଶ୍ୟକତା ରହିଛି। ଏହି ଘଟଣାରେ ଧରାପଡିଥିବା ଯୁବକମାନଙ୍କୁ ଜେଲ ପଠାଇବା ପରିବର୍ତ୍ତେ ସୁଧାର ଗୃହକୁ ପଠାଯିବା ଉଚିତ।

ରାମଦାସ କହିଛନ୍ତି, ମଦ୍ୟପାନକାରୀଙ୍କୁ ଜେଲକୁ ପଠାଯାଉ ନାହିଁ, କିନ୍ତୁ ଆଇନରେ ଏପରି ଏକ ବ୍ୟବସ୍ଥା ଅଛି ଯେ ଯେଉଁମାନେ ଡ୍ରଗ୍ସ ସେବନ କରନ୍ତି ସେମାନଙ୍କୁ ଜେଲକୁ ପଠାଯାଇପାରିବ। ସେ କହିଛନ୍ତି ଯେ ଏହି ଆଇନରେ ପରିବର୍ତ୍ତନ ଆଣିବା ଜରୁରୀ। ଆମ ମନ୍ତ୍ରଣାଳୟ ଅନୁଭବ କରୁଛି ଯେ ନିଶା ସେବନ ଅଭିଯୁକ୍ତଙ୍କୁ ଜେଲକୁ ପଠାଯିବା ଉଚିତ ନୁହେଁ ବରଂ ସେମାନଙ୍କର ସୁଧାର ପାଇଁ ଉଦ୍ୟମ କରାଯିବା ଆବଶ୍ୟକ।

ଗତ ୨୧ ଦିନ ଧରି ଅଭିନେତା ଶାହାରୁଖ ଖାଁଙ୍କ ପୁଅ ଆର୍ଯନ ଖାଁ ମୁମ୍ବାଇ କ୍ରୁଜ ଡ୍ରଗ୍ସ ପାର୍ଟି ମାମଲାରେ ଜେଲରେ ଅଛନ୍ତି। ଚଳିତ ମାସ ୭ ତାରିଖରେ ଆର୍ଯନଙ୍କୁ ମୁମ୍ବାଇର ଆର୍ଥର ରୋଡ ଜେଲକୁ ପଠାଯାଇଥିଲା, କିନ୍ତୁ ସେବେଠାରୁ ସେ ଏହି ମାମଲାର ସମସ୍ତ ଶୁଣାଣି ସତ୍ତ୍ୱେ ଜାମିନ ପାଇପାରି ନାହାନ୍ତି। ଏପରିସ୍ଥଳେ କେନ୍ଦ୍ରୀୟ ମନ୍ତ୍ରୀଙ୍କ ବିବୃତ୍ତି ନେଇ ଚର୍ଚ୍ଚା ଆରମ୍ଭ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଇନ୍‌ଷ୍ଟାଗ୍ରାମ ରିଲ୍‌ କରିବା କାଳ ହେଲା

ନୂଆଦିଲ୍ଲୀ,୨୦ା୪: ଉତ୍ତରପ୍ରଦେଶର ଏକ ଗ୍ରାମରେ ଜଣେ ୨୧ ବର୍ଷୀୟ ଯୁବକ ଇନ୍‌ଷ୍ଟାଗ୍ରାମ ରିଲ୍‌କୁ ଭାଇରାଲ କରିବାକୁ ଉଦ୍ୟମ କରି ପ୍ରାଣ ହରାଇଛନ୍ତି। ଶିବମ୍‌ କୁମାର ନାମକ...

ହିନ୍ଦୀ ନ କହିବାରୁ କନ୍ନଡ଼ ଅଭିନେତ୍ରୀଙ୍କୁ ଆକ୍ରମଣ

ବେଙ୍ଗାଲୁରୁ, ୨୦।୪: କନ୍ନଡ଼ ଅଭିନେତ୍ରୀ ହର୍ଷିକା ପୁନାଚାଙ୍କୁ ୨ ଦିନ ତଳେ କେତେଜଣ ଦୁର୍ବୃତ୍ତ ଆକ୍ରମଣ କରିଥିବା ଶୁକ୍ରବାର ସେ ନିଜ ଫେସବୁକରେ ପୋଷ୍ଟ କରି...

୧୦୨ ଆସନରେ ୬୦% ମତଦାନ

ନୂଆଦିଲ୍ଲୀ,୨୦ା୪(ପି.ଟି.): ୨୧ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ୧୦୨ଟି ଆସନରେ ପ୍ରଥମ ପର୍ଯ୍ୟାୟ ଲୋକ ସଭା ନିର୍ବାଚନ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି। ଭୋଟିଂ ଶେଷ ସୁଦ୍ଧା...

‘ଦୂରଦର୍ଶନର ଗୈରିକୀକରଣ’

ନୂଆଦିଲ୍ଲୀ,୨୦ା୪: ସରକାରୀ ନ୍ୟୁଜ୍‌ ଚ୍ୟାନେଲ୍‌ ‘ଡିଡି ନ୍ୟୁଜ୍‌’ ଏହାର ନୂଆ ଲୋଗୋ ଉନ୍ମୋଚନ କରିବା ପରେ ଏହାକୁ ନେଇ ସୋସିଆଲ ମିଡିଆରେ ଜୋର୍‌ଦାର ପ୍ରତିକ୍ରିୟା ପ୍ରକାଶ...

ପ୍ରଧାନମନ୍ତ୍ରୀ ମୋଦିଙ୍କ ବିପକ୍ଷରେ ପ୍ରାର୍ଥୀ ବଦଳାଇଲା ବିଏସ୍‌ପି

ଲକ୍ଷ୍ନୌ,୧୯।୪: ଲୋକ ସଭା ନିର୍ବାଚନ ୨୦୨୪ ପାଇଁ ବିଏସ୍‌ପି ଏହାର ପ୍ରାର୍ଥୀଙ୍କ ଆଉ ଏକ ତାଲିକା ପ୍ରକାଶ କରିଛି। ଏହି ତାଲିକାରେ ମୋଟ ୧୧ ଜଣ...

କଂଗ୍ରେସ ପ୍ରାର୍ଥୀ ପାଇଁ ପ୍ରଚାର କଲେ ଶାହାରୁଖ ଖାନ୍‌! ଭିଡିଓ ଭାଇରାଲ

ନୂଆଦିଲ୍ଲୀ,୧୯।୪: କଂଗ୍ରେସ ପାଇଁ ପ୍ରଚାର କଲେ ବଲିଉଡର କିଙ୍ଗ ଖାନ୍‌ ଶାହରୁଖ ଖାନ୍‌। ଆଗାମୀ ଲୋକ ସଭା ନିର୍ବାଚନ ପାଇଁ କଂଗ୍ରେସ ପ୍ରାର୍ଥୀଙ୍କ ପାଇଁ ଷ୍ଟାର...

‘ଭାଜପାର ପ୍ରଥମ ଦିନ ଫ୍ଲପ୍‌ ହୋଇଗଲା’

ଲକ୍ଷ୍ନୌ,୧୯।୪: ସମାଜବାଦୀ ପାର୍ଟୀ ନେତା ଅଖିଳେଶ ଯାଦବ ଲୋକ ସଭା ନିର୍ବାଚନର ପ୍ରଥମ ଦିନର ଭୋଟିଂକୁ ନେଇ ଭାଜପାକୁ କଟାକ୍ଷ କରିଛନ୍ତି। ଭାଜପାର ପ୍ରଥମ ଦିନ...

ମେଣ୍ଟକୁ ନେଇ ଶାହାଙ୍କ ବଡ଼ ବୟାନ, କହିଲେ ଏମିତି…

ନୂଆଦିଲ୍ଲୀ,୧୯।୪: ଦେଶରେ ଆରମ୍ଭ ହୋଇଛି ଲୋକ ସଭା ନିର୍ବାଚନର ମହାପର୍ବ। ଏହାରି ଭିତରେ ୩ ଦଳ ଭୋଟରଙ୍କୁ ଆକର୍ଷିତ କରେଇବାକୁ ପୁରା ଜୋର ଲଗାଇ ଦେଇଛନ୍ତି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri