ବାତ୍ୟା ସମୀକ୍ଷା ବୈଠକ ପରେ ମନ୍ତ୍ରୀଙ୍କ ବଡ଼ ସୂଚନା: ଏହି ୧୫ ଜିଲା ହୋଇପାରେ ପ୍ରଭାବିତ

ଭୁବନେଶ୍ୱର,୨୫।୧୦: ଶନିବାର ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ବାତ୍ୟା ସମୀକ୍ଷା କରିଛନ୍ତି। ମନ୍ତ୍ରୀ କହିଛନ୍ତି, ପ୍ରାୟ ୧୫ ଜିଲା ପ୍ରଭାବିତ ହେବାର ଆଶଙ୍କା ରହିଛି। ବିଶେଷକରି ଦକ୍ଷିଣାଞ୍ଚଳ ଓ ଉପକୂଳ ଜିଲ୍ଲାରେ ପ୍ରଭାବ ପଡ଼ିପାରେ।ଯଦି ବି ବାତ୍ୟା ଦିଗ ପରିବର୍ତ୍ତନ କରେ ତା’ହେଲେ ବି ପ୍ରସ୍ତୁତ ଅଛୁ। ଜଳସମ୍ପଦ, ପଞ୍ଚାୟତିରାଜ, କୃଷି, ଶକ୍ତି ବିଭାଗକୁ ସଜାଗ କରିଛୁ।ଅତୀତର ଅନୁଭୂତିକୁ ଦେଖି ସବୁ ପଦକ୍ଷେପ ନେଇଛୁ। ଯଦି କେହି ପାଣିରେ ରୁହନ୍ତି, ରନ୍ଧା ଖାଦ୍ୟ ଯୋଗାଇବୁ ବୋଲି ମନ୍ତ୍ରୀ କହିଛନ୍ତି।

ଅନ୍ୟପଟେ, ଭୀଷଣ ବାତ୍ୟା ‘ମୋନ୍ଥା’ ପାଇଁ ପାରାଦୀପରେ ସତର୍କ ସୂଚନା ଜାରି କରାଯାଇଛି। ମାଇକ ଦାରା ସତର୍କ କରାଇଲେ ମତ୍ସ୍ୟ ବିଭାଗ ଓ ସାମୁଦ୍ରିକ ପୋଲିସ। ନେହରୁବଙ୍ଗଳା ଫିସିଂ ହାର୍ବର, ଅଠରବାଙ୍କି, ଷଣ୍ଢକୁଦରେ ପ୍ରଚାର ଯୋଗେ ସତର୍କ କରାଯାଇଛି। ନୂଆବଜାର, ଚୌମୁହାଣି ଅଞ୍ଚଳରେ ବି ମାଇକ ଦ୍ୱାରା ସତର୍କ କରାଯାଇଛି। ୨୯ ତାରିଖ ଯାଏ ସମୁଦ୍ର ମଧ୍ୟକୁ ନଯିବା ପାଇଁ ପରାମର୍ଶ ଦିଆଯାଇଛି। ଯେଉଁମାନେ ସମୁଦ୍ରରେ ଅଛନ୍ତି ତୁରନ୍ତ କୂଳକୁ ଫେରି ଆସିବାକୁ ଅପିଲ କରାଯାଇଛି।

 

Dharitri – The Largest & Most Trusted Odia Daily

\


Enter your email to get our daily news in your inbox.

All Right Reserved By Dharitri.Com

ଅବୈଜ୍ଞାନିକ, ତ୍ରୁଟିପୂର୍ଣ୍ଣ ପାଠ୍ୟପୁସ୍ତକ ସମ୍ପୂର୍ଣ୍ଣ ପ୍ରତ୍ୟାହାର ଦାବି : ଜିଲାପାଳ ଅଫିସ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କଲେ…

ବଲାଙ୍ଗୀର ,୨୩।୬ (ସୁନିଲ କୁମାର ମହାନ୍ତି): ଓଡ଼ିଶା ଭଳି ଏକ ଆଦିବାସୀ ଅଧ୍ୟୁଷିତ ରାଜ୍ୟରେ ଉତ୍ତମ ସରକାରୀ ଶିକ୍ଷା ଅତ୍ୟନ୍ତ ଜରୁରୀ ଥିବା ସତ୍ତ୍ୱେ ଗତ ସରକାର…

ସାମାନ୍ୟ ବିଳମ୍ବ ପାଇଁ ବହୁ ପିଲା ଏନ୍‌ଇଇଟି ପରୀକ୍ଷାରୁ ବଞ୍ଚିତ

ନୂଆଦିଲ୍ଲୀ,୨୩ା୬: ଏନ୍‌ଇଇଟି-ୟୁଜି ପରୀକ୍ଷା ବାତିଲ ହେବା ପରେ ପାଖାପାଖି ୨୩ ଲକ୍ଷ ଛାତ୍ରୀଛାତ୍ର ପୁନଃ ପରୀକ୍ଷା ପାଇଁ ମାସେରୁ ଅଧିକ ସମୟ ଅପେକ୍ଷା କଲେ। ପୁଣି ଥରେ…

ମାନସିକ ଉଦ୍‌ବେଗ ପାଇଁ ଦାୟୀ ୭୪ ଜିନ୍‌ ଚିହ୍ନଟ

ନୂଆଦିଲ୍ଲୀ,୨୩ା୬: ବିଜ୍ଞାନ ଜଗତରେ ମାନସିକ ସ୍ବାସ୍ଥ୍ୟକୁ ନେଇ ଏକ ବଡ଼ ସଫଳତା ମିଳିଛି। ବୈଜ୍ଞାନିକମାନେ ମାନବ ଶରୀରର ଡିଏନ୍‌ଏ (ଜେନୋମ) ମଧ୍ୟରେ ଏଭଳି ୭୪ଟି ଦିଗ ଚିହ୍ନଟ…

୪୮ ଘଣ୍ଟା ମଧ୍ୟରେ ସାରା ଓଡ଼ିଶା ଛୁଇଁବ ମୌସୁମୀ: ଆଜି ଏହି ସବୁ ଜିଲାରେ ପ୍ରବଳ ବର୍ଷା ସହ ପବନ

ଭୁବନେଶ୍ୱର, ୨୩।୬ (ବନ୍ଦନା ସେଠୀ): ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ସୋମବାର ଓଡ଼ିଶାର ଆହୁରି କିଛି ଅଞ୍ଚଳକୁ ପ୍ରବେଶ କରିଛି। ମୌସୁମୀ ବାୟୁର ଉତ୍ତର ସୀମା ଏବେ ବଲାଙ୍ଗୀର…

ଓଡ଼ିଶାର ୧୦ ବିଦ୍ୟାଳୟକୁ ଜାତୀୟ ସ୍ବୀକୃତି: ଜାଣନ୍ତୁ ଲିଷ୍ଟରେ କେଉଁ ସ୍କୁଲ…

ଭୁବନେଶ୍ୱର,୨୩ା୬(ସୁଚିସ୍ମିତା ସାହୁ): କେନ୍ଦ୍ର ସରକାରଙ୍କ ସ୍ବଚ୍ଛ ଓ ହରିତ୍‌ ବିଦ୍ୟାଳୟ ମୂଲ୍ୟାଙ୍କନ (ଏସ୍‌ଏଚ୍‌ଭିଆର୍‌) ୨୦୨୫-୨୬ ପୁରସ୍କାର ନିମନ୍ତେ ଓଡ଼ିଶାର ୧୦ଟି ବିଦ୍ୟାଳୟ ଜାତୀୟସ୍ତରୀୟ ସ୍ବୀକୃତି ପାଇବାକୁ ମନୋନୀତ…

ପାଠ୍ୟପୁସ୍ତକରେ ରହିବ ବାର୍‌କୋଡ୍‌

ଭୁବନେଶ୍ୱର,୨୩ା୬(ସୁଚିସ୍ମିତା ସାହୁ): ପ୍ରଥମରୁ ଅଷ୍ଟମଶ୍ରେଣୀ ପର୍ଯ୍ୟନ୍ତ ତ୍ରୁଟିପୂର୍ଣ୍ଣ ପୁସ୍ତକଗୁଡ଼ିକୁ କିପରି ତ୍ରୁଟିଶୂନ୍ୟ କରାଯାଇ ପିଲାଙ୍କ ପାଖରେ ପହଞ୍ଚାଯିବ ସେନେଇ ବିକଳ୍ପ ସମ୍ପର୍କରେ ସୋମବାର ଲୋକସେବା ଭବନରେ ଗଣଶିକ୍ଷା…

ହ୍ବାଟ୍‌ସଆପ୍‌ ମୁଖ୍ୟ ହେବେ କୁନାଲ ଶାହା

ନୂଆଦିଲ୍ଲୀ,୨୩ା୬: ଫିନ୍‌ଟେକ୍‌ କମ୍ପାନୀ ସିଆର୍‌ଇଡି(କ୍ରେଡ୍‌)ର ମୁଖ୍ୟ କାର୍ଯ୍ୟନିର୍ବାହୀ ପଦରେ ରହିଥିବା କୁନାଲ ଶାହା ତାଙ୍କ ପଦବୀ ଛାଡ଼ି ମେଟାରେ ଯୋଗ ଦେବେ ବୋଲି ସୋମବାର ଘୋଷଣା କରିଛନ୍ତି।…

ସଂଶୋଧନ ହେଲା ୬୪ ସ୍ଥାନର ଇଂଲିଶ ବନାନ, ତାଲିକାରେ…

ଭୁବନେଶ୍ୱର,୨୩ା୬(ସୁନିତ୍‌ ମିଶ୍ର): ରାଜ୍ୟ ସରକାରଙ୍କ ପକ୍ଷରୁ ନିକଟରେ ଅନୁଷ୍ଠିତ ହୋଇଥିବା କ୍ୟାବିନେଟ୍‌ ବୈଠକରେ ଓଡ଼ିଶାର ଯେଉଁ କେତେଗୁଡ଼ିଏ ସ୍ଥାନର ଇଂଲିଶ ବନାନ୍‌ ଭୁଲ୍‌ ଅଛି ତାକୁ ବଦଳାଇବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri