
ଭୁବନେଶ୍ୱର,୬।୨(ବ୍ୟୁରୋ): ବଜେଟ ଘୋଷଣା ପରେ ପ୍ରଥମଥର ଲାଗି କେନ୍ଦ୍ର ରେଳ ଏବଂ ସୂଚନା ଓ ପ୍ରଯୁକ୍ତି ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ରବିବାର ଦିନିକିଆ ଗସ୍ତରେ ଓଡ଼ିଶା ଆସୁଛନ୍ତି। କେନ୍ଦ୍ରରେ ମୋଦି ସରକାରଙ୍କ ‘ଆତ୍ମନିର୍ଭର ଅର୍ଥ ବ୍ୟବସ୍ଥା’ ଓ ଗତ ୧ ତାରିଖରେ ଉପସ୍ଥାପିତ ‘ବଜେଟ-୨୦୨୨’ ପ୍ରସଙ୍ଗରେ ବିସ୍ତୃତ ତଥ୍ୟ ପହଞ୍ଚାଇବା ପାଇଁ କେନ୍ଦ୍ରମନ୍ତ୍ରୀମାନେ ବିଭିନ୍ନ ରାଜ୍ୟ ଗସ୍ତ କରୁଛନ୍ତି। ଏହିକ୍ରମରେ କେନ୍ଦ୍ରମନ୍ତ୍ରୀ ବୈଷ୍ଣବ ଓଡିଶା ଆସି ରବିବାର ମଧ୍ୟାହ୍ନ ୧୨ଟା ୫ରେ ଭାଜପା ରାଜ୍ୟ କାର୍ଯ୍ୟାଳୟରେ ଖବରଦାତା ସମ୍ମିଳନୀରେ ଯୋଗଦେବେ। ଅପରାହ୍ନ ୪ଟାରେ କଟକସ୍ଥିତ ଶାରଳା ଭବନରେ ବୁଦ୍ଧିଜୀବୀ ସମ୍ମିଳନୀରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ଏ ସମ୍ପର୍କରେ ଭାଜପା ରାଜ୍ୟ ସାଧାରଣ ସମ୍ପାଦକ ଗୋଲକ ମହାପାତ୍ର ସୂଚନା ପ୍ରଦାନ କରିଛନ୍ତି।