କାଶୀରେ ଗୋଟେ, ଲିଙ୍ଗରାଜ ପାଇଁ ଆଉ ଗୋଟେ

ଭୁବନେଶ୍ୱର,୭ା୪(ବ୍ୟୁରୋ): ଶ୍ରୀଲିଙ୍ଗରାଜ ମନ୍ଦିର ଓ ଏହାର ପାର୍ଶ୍ୱବର୍ତ୍ତୀ ଅଞ୍ଚଳର ବିକାଶ ପାଇଁ ପୁରୀ ଶ୍ରୀଜଗନ୍ନାଥ ମନ୍ଦିର ଆଇନ ଭଳି ସ୍ବତନ୍ତ୍ର ଆଇନ ଆଣିବା ସକାଶେ ରାଜ୍ୟ ସରକାର ୨୦୨୦ରେ ଅଧ୍ୟାଦେଶ ଆଣିଛନ୍ତି। ତେବେ ଏହା ଉପରେ କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ରୋକ ଲଗାଇ ସ୍ପଷ୍ଟୀକରଣ ଦେବା ନିମନ୍ତେ ରାଜ୍ୟପାଳଙ୍କ ନିକଟକୁ ଚିଠି କରିଛିି। କେନ୍ଦ୍ର ସରକାର ନିଜ ଆଇନ ଥୋପି ରାଜ୍ୟର ଏହି ପୁରାତନ କୀର୍ତ୍ତିରାଜିକୁ ସମ୍ପୂର୍ଣ୍ଣ ନିୟନ୍ତ୍ରଣରେ ରଖିବାକୁ ସମସ୍ତ ଷଡ଼ଯନ୍ତ୍ର କରିଛନ୍ତି ବୋଲି ଓଡ଼ିଶାରେ ପ୍ରତିକ୍ରିୟା ପ୍ରକାଶ ପାଇଛି। କେନ୍ଦ୍ରର ଏଭଳି ପଦକ୍ଷେପକୁ ବିଭିନ୍ନ ମହଲରେ ନାପସନ୍ଦ କରାଯାଇଛି। ଏକାମ୍ର ବିଧାୟକ ତଥା ମନ୍ତ୍ରୀ ଅଶୋକ ପଣ୍ଡା ପ୍ରଶ୍ନ କରିଛନ୍ତି ଯେ କାଶୀ ବିଶ୍ୱନାଥ, ସୋମନାଥ ଓ କେଦାରନାଥ ମନ୍ଦିର ପାଇଁ କେନ୍ଦ୍ର ସରକାରଙ୍କ ଗୋଟେ ଏବଂ ଲିଙ୍ଗରାଜ ମନ୍ଦିର ପାଇଁ ଆଉ ଗୋଟେ ମାପକାଠି କାହିଁକି?

ସ୍ବରାଷ୍ଟ୍ର ମନ୍ତ୍ରଣାଳୟର ଚିଠି ଅନୁଯାୟୀ ଲିଙ୍ଗରାଜ ମନ୍ଦିର ଅଧ୍ୟାଦେଶ ଉପରେ କେତେକ ସ୍ପଷ୍ଟୀକରଣ କେନ୍ଦ୍ର ସରକାରଙ୍କୁ ଦେବା ପାଇଁ ରାଜଭବନ ପକ୍ଷରୁ ରାଜ୍ୟ ସରକାରଙ୍କୁ ଗତ ମାର୍ଚ୍ଚ ୩୧ରେ ଅବଗତ କରାଯାଇଛି। ଲିଙ୍ଗରାଜ ମନ୍ଦିର ସ୍ବତନ୍ତ୍ର ଆଇନ ଅଧ୍ୟାଦେଶ ଉପରେ ଆପତ୍ତି ଉଠାଇ କେନ୍ଦ୍ର ସଂସ୍କୃତି ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଯେ ଏକାଦଶ ଶତାବ୍ଦୀରେ ନିର୍ମିତ ଲିଙ୍ଗରାଜ ମନ୍ଦିର ଓ ଏହାର ଚତୁଃପାର୍ଶ୍ୱରେ ଥିବା ୮ ମନ୍ଦିରକୁ ଏକ ସ୍ବତନ୍ତ୍ର ଆଇନ ଅଧୀନକୁ ଆଣିବା ଓଡ଼ିଶା ବିଧାନସଭାର କ୍ଷମତା ନାହିଁ। ଏହା ଆନ୍ସିଏଣ୍ଟ ମନୁମେଣ୍ଟ୍‌ସ ଆଣ୍ଡ୍‌ ଆର୍କିଓଲୋଜିକାଲ ସାଇଟ୍ସ ଆଣ୍ଡ ରିମେନ୍ସ(ଏଏମ୍‌ଏଏସ୍‌ଆର୍‌) ଆକ୍ଟ-୧୯୫୮ର ସମ୍ପୂର୍ଣ୍ଣ ବିରୁଦ୍ଧାଚରଣ କରୁଛି। ଏଥିରେ ଥିବା ଅନେକ ଧାରା ଏଏମ୍‌ଏଏସ୍‌ଆର୍‌ ଆଇନର ବିରୋଧ କରୁଛି ବୋଲି ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। ରାଜ୍ୟ ସରକାର ଲିଙ୍ଗରାଜ ମନ୍ଦିର ଚାରିପଟେ ଆଧୁନିକ ଢାଞ୍ଚା ନିର୍ମାଣ କରି ଉକ୍ତ ଆଇନର ଉଲ୍ଲଂଘନ କରିଥିବା ସଂସ୍କୃତି ମନ୍ତ୍ରଣାଳୟ ଉଲ୍ଲେଖ କରିଛି। କେନ୍ଦ୍ରୀୟ ତତ୍ତ୍ୱାବଧାନରେ ଥିବା ଲିଙ୍ଗରାଜ ମନ୍ଦିର ସମେତ ୧୨ଟି ଐତିହ୍ୟ ଏବଂ ୩ ପୋଖରୀକୁ ଉକ୍ତ ଅଧ୍ୟାଦେଶ ଅଧୀନକୁ ଆଣିବା ରାଜ୍ୟ ବିଧାନସଭାର କ୍ଷମତା ବହିର୍ଭୂତ ବୋଲି ଦର୍ଶାଇ ସଂସ୍କୃତି ମନ୍ତ୍ରଣାଳୟ ଆପତ୍ତି ଉଠାଇଥିବା ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ଚିଠିରେ ଉଲ୍ଲେଖ କରିଛି। କେନ୍ଦ୍ରୀୟ ତତ୍ତ୍ୱାବଧାନରେ ଥିବା ଐତିହ୍ୟଗୁଡ଼ିକ ଆନ୍ସିଏଣ୍ଟ ମନୁମେଣ୍ଟ୍‌ସ ଆଣ୍ଡ୍‌ ଆର୍କିଓଲୋଜିକାଲ ସାଇଟ୍ସ ଆଣ୍ଡ ରିମେନ୍ସ ଆକ୍ଟ, ୧୯୫୮(ଏଏମ୍‌ଏଏସ୍‌ଆର୍‌) ଦ୍ୱାରା ପରିଚାଳିତ। ଉକ୍ତ ଆଇନ ଅନୁସାରେ ନିଷିଦ୍ଧାଞ୍ଚଳ (ସୁରକ୍ଷାରେ ଥିବା ଐତିହ୍ୟର ୧୦୦ ମିଟର)ରେ କୌଣସି ନୂଆ ନିର୍ମାଣକୁ ଅନୁମତି ଦିଆଯାଇ ନ ଥାଏ। ସେହିପରି ନିଷିଦ୍ଧାଞ୍ଚଳର ୨୦୦ ମିଟର ବାହାରେ ଥିବା ଜାଗାକୁ ନିୟନ୍ତ୍ରିତ ଅଞ୍ଚଳ ଭାବେ ଘୋଷଣା କରାଯାଇଥାଏ। ଏଭଳି ସ୍ଥାନରେ ମରାମତି ଓ ନୂଆ ନିର୍ମାଣ ସମ୍ପର୍କିତ କାର୍ଯ୍ୟ କରିବାକୁ ହେଲେ ଜାତୀୟ ଐତିହ୍ୟ ପ୍ରାଧିକରଣଙ୍କ ସୁପାରିସ କ୍ରମେ ଯୋଗ୍ୟ କର୍ତ୍ତୃପକ୍ଷଙ୍କଠାରୁ ଅନୁମତି ଆବଶ୍ୟକ। କେନ୍ଦ୍ରୀୟ ତତ୍ତ୍ୱାବଧାନରେ ଥିବା ଏହି ୧୨ ଐତିହ୍ୟର ସଂରକ୍ଷଣ ଓ ସୁରକ୍ଷା ଦାୟିତ୍ୱ ଭାରତୀୟ ପ୍ରତ୍ନତାତ୍ତ୍ୱିକ ସର୍ବେକ୍ଷଣ (ଏଏସ୍‌ଆଇ) ହାତରେ ନ୍ୟସ୍ତ କରାଯାଇଛି। ରାଜ୍ୟ ସରକାରଙ୍କ ଅଧ୍ୟାଦେଶରେ ଥିବା କେତେକ ନିର୍ଦ୍ଦିଷ୍ଟ ନିୟମ ମଧ୍ୟ ମନ୍ଦିର/ପୋଖରୀ ସଂରକ୍ଷଣ ଓ ମରାମତି ସହ ଜଡ଼ିତ। ଏଭଳି ଦ୍ୱନ୍ଦ୍ୱ କେନ୍ଦ୍ରୀୟ ତତ୍ତ୍ୱାବଧାନରେ ଥିବା ଏହି କୀର୍ତ୍ତିରାଜିଗୁଡ଼ିକର ପରିଚଳାନା ପାଇଁ ଅନୁକୂଳ ନୁହେଁ। ଦ୍ୱୈତ ପ୍ରଶାସନିକ କର୍ତ୍ତୃପକ୍ଷଙ୍କୁ ନେଇ କାର୍ଯ୍ୟ କରାଗଲେ ବିବାଦ ସୃଷ୍ଟି ହେବ। କୌଣସି ପରିସ୍ଥିତିରେ

କୀର୍ତ୍ତିରାଜୀଗୁଡିକର ମୂଳ ଢାଞ୍ଚାରେ ପରିବର୍ତ୍ତନ କରାଯାଇପାରିବ ନାହିଁ ବୋଲି ଚିଠିରେ ଉଲ୍ଲେଖ କରାଯାଇଛି।
ଅଧ୍ୟାଦେଶ ଉପରେ କେନ୍ଦ୍ର ସରକାର ୨/୩ ଥର ସ୍ପଷ୍ଟୀକରଣ ମାଗିଥିଲେ। ରାଜ୍ୟ ସରକାରଙ୍କ ପକ୍ଷରୁ ଏହାର ଜବାବ ଦିଆଯାଇଛି। ଅଧ୍ୟାଦେଶ ଉପରେ ରୋକ ଲଗାଯିବା ପରେ ରାଜ୍ୟ ସରକାରଙ୍କ ପକ୍ଷରୁ ଆଇନଗତ ପଦକ୍ଷେପ ଉପରେ ମଧ୍ୟ ବିଚାର ବିମର୍ଶ ଆରମ୍ଭ ହୋଇଛି। ଅଧ୍ୟାଦେଶ ରୋକ ସମ୍ପର୍କିତ ଚିଠି ମିଳିବା ପରେ ପରବର୍ତ୍ତୀ ପଦକ୍ଷେପ ନିଆଯିବ ବୋଲି ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର କହିଛନ୍ତି।

ଲିଙ୍ଗରାଜ ମନ୍ଦିର ଅଧ୍ୟାଦେଶ ରୋକ ଲଗାଇବା ଖବରକୁ ନେଇ ବିଭିନ୍ନ ମହଲରୁ ତୀବ୍ର ପ୍ରତିକ୍ରୀୟା ପ୍ରକାଶ ପାଇଛି। ମନ୍ତ୍ରୀ ଅଶୋକ ପଣ୍ଡା କହିଛନ୍ତି ଯେ, ଲିଙ୍ଗରାଜ ଅଧ୍ୟାଦେଶ ନେଇ ୨ ଥର ଭିଡିଓ କନ୍‌ଫରେନ୍ସ ଜରିଆରେ ସ୍ପଷ୍ଟୀକରଣ ଦିଆଯାଇଛି। ଆଉଥରେ ପଚାରିଥିଲେ ଦିଆଯାଇଥାନ୍ତା। କେନ୍ଦ୍ରର ଅଧିକାରୀ ଭିଡିଓ କନଫରେନ୍ସ ଜରିଆରେ ମୁଖ୍ୟ ଶାସନ ସଚିବଙ୍କ ସହ ଆଲୋଚନା କରିପାରିଥାନ୍ତେ। ତାହା ନ କରି ଅଧ୍ୟାଦେଶ ଉପରେ ରୋକ ଲଗାଇବା ପାଇଁ ହେଉଥିବା ଉଦ୍ୟମ ଓଡ଼ିଆଙ୍କ ଭାବାବେଗକୁ କୁଠାରାଘାତ କରିଛି। ଦେଶର ଆଇନ ସମସ୍ତଙ୍କ ପାଇଁ ସମାନ। ଦୟାକରି ଓଡ଼ିଶାର ଠାକୁରଙ୍କ କ୍ଷେତ୍ରରେ ବାଛବିଚାର କରନ୍ତୁ ନାହିଁ ବୋଲି ମନ୍ତ୍ରୀ କହିଛନ୍ତି।

ବଡୁ ନିଯୋଗ ସମ୍ପାଦକ କମଳାକାନ୍ତ ବଡୁ କହିଛନ୍ତି ଯେ ବହୁ ବର୍ଷ ପରେ ଶ୍ରୀଲିଙ୍ଗରାଜଙ୍କ ସ୍ବତନ୍ତ୍ର ଆଇନ ପ୍ରଚଳନ ନେଇ ସମସ୍ତେ ଆଶାବାଦୀ ଥିବାବେଳେ କେନ୍ଦ୍ର ଏହା ଉପରେ ରୋକ ଲଗାଇବା ନିନ୍ଦନୀୟ। ଏଥିରେ ରାଜନୈତିକ ଷଡ଼ଯନ୍ତ୍ର ଥାଇପାରେ। ରାଜନୀତିଠାରୁ ଦୂରରେ ରହି ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ନିଜ ମଧ୍ୟରେ ସମନ୍ବୟ ରଖି ଏହି ଅଧ୍ୟାଦେଶକୁ ପ୍ରଚଳନ କଲେ ମନ୍ଦିର ପରିଚାଳନା ସୁରୁଖୁରରେ ହେବ। ପରମ୍ପରା ମଧ୍ୟ ଭଙ୍ଗ ହେବ ନାହିଁ ବୋଲି ସେ କହିଛନ୍ତି। ବ୍ରାହ୍ମଣ ନିଯୋଗ ସମ୍ପାଦକ ବିରଞ୍ଚି ନାରାୟଣ ପତି କହିଛନ୍ତି, ଶ୍ରୀଲିଙ୍ଗରାଜଙ୍କ ପରମ୍ପରା ବାରମ୍ବାର ଭଙ୍ଗ ହେଉଥିଲା। ଏଥିରେ ସୁଧାର ଆଣିବା ପାଇଁ ସ୍ବତନ୍ତ୍ର ଆଇନ ପ୍ରଚଳନ ପାଇଁ ସରକାରଙ୍କ ନିକଟରେ ଦାବି କରିଆସୁଥିଲୁ। ରାଜ୍ୟ ସରକାର ଏହାକୁ ଲାଗୁ କରିବା ପାଇଁ ସବୁଜ ସଙ୍କେତ ଦେଇଥିଲେ। କେନ୍ଦ୍ର ସରକାର ଏହା ଉପରେ ରୋକ ଲଗାଇବା ଦୁଃଖଦାୟକ। ରାଜ୍ୟ ଭାଜପା ସଭାପତି ସମୀର ମହାନ୍ତି କହିଛନ୍ତି ଯେ କେନ୍ଦ୍ର ସରକାର କୌଣସି ପ୍ରକାର ବିକାଶମୂଳକ କାର୍ଯ୍ୟକୁ ବିରୋଧ କରୁନାହାନ୍ତି। ବରଂ ସମସ୍ତ ବିକାଶମୂଳକ କାର୍ଯ୍ୟ ଆଇନ ଅନୁଯାୟୀ ହେବା ଉଚିତ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?