କାମରେ ଲାଗୁନି ଖଣି ସ୍କ୍ବାଡ୍‌

କେନ୍ଦୁଝର,୧୦ା୭(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲାରେ ଖଣି ଚୋରି ଓ ଖଣିଜପଥର ମାନ ହେରଫେର କରି ବେଆଇନ ଚାଲାଣ ରୋକିବା ପାଇଁ ଗଠନ ହୋଇଥିବା ଏନ୍‌ଫୋର୍ସମେଣ୍ଟ ସ୍କ୍ବାଡ୍‌ ଠିକ୍‌ ଭାବେ କାମ କରୁନାହିଁ। ଗତ କିଛି ମାସ ହେବ ଧରପଗଡ଼ ହେଉ ନ ଥିବାରୁ କେନ୍ଦୁଝର ଦେଇ ରାଜ୍ୟ ଏବଂ ରାଜ୍ୟ ବାହାରକୁ ଗ୍ରେଡ୍‌ ହେରଫେର କରି ଉଚ୍ଚମାନର ଲୁହାପଥର ଏବଂ ମାଙ୍ଗାନିଜ ଚାଲାଣ ହେଉଛି। ଫଳରେ ବ୍ୟାପକ ରାଜସ୍ବହାନି ହେଉଥିବା ପୂର୍ବତନ ବିଧାୟକ ସୁବର୍ଣ୍ଣ ନାୟକ ଅଭିଯୋଗ କରିଛନ୍ତି। ଏଣୁ ଏହାକୁ ପୂର୍ଣ୍ଣ କାର୍ଯ୍ୟକ୍ଷମ କରିବାକୁ ଦାବି କରିଛନ୍ତି।
ଜିଲାରେ ଖଣି ମହାଦୁର୍ନୀତି ପଦାକୁ ଆସିଲା ପରେ ଖଣି, ରାଜସ୍ବ, ପୋଲିସ, ବନ ବିଭାଗକୁ ନେଇ ଏନ୍‌ଫୋର୍ସମେଣ୍ଟ ସ୍କ୍ବାଡ୍‌ ଗଠନ ହୋଇଥିଲା। ଓଡ଼ିଶା ଖଣି ନିଗମ ପକ୍ଷରୁ ଗଠିତ ଏନ୍‌ଫୋର୍ସମେଣ୍ଟ ସ୍କ୍ବାଡ୍‌ ପାଇଁ କେନ୍ଦୁଝର ଖଣି କାର୍ଯ୍ୟାଳୟ, ଯୋଡ଼ା ଖଣି ଉପନିର୍ଦ୍ଦେଶକ କାର୍ଯ୍ୟାଳୟକୁ ଗାଡ଼ି ଦିଆଯିବା ସହ ତେଲ ଖର୍ଚ୍ଚ ମଧ୍ୟ ଦିଆଯାଉଛି। ସ୍କ୍ବାଡ୍‌ କିଛି ବର୍ଷ ଜୋର୍‌ଦାର ଚଢ଼ାଉକରି ଚୋରା କାରବାରରେ ରୋକ ଲଗାଇଥିଲା। କେନ୍ଦୁଝର ଖଣି ଉପନିର୍ଦ୍ଦେଶକ କାର୍ଯ୍ୟାଳୟରେ ଥିବା ସ୍କ୍ବାଡ୍‌ ଦୀର୍ଘ ମାସ ହେବ ନିୟମିତ ଯାଞ୍ଚକରୁ ନ ଥିବା ଅଭିଯୋଗ ହୋଇଛି। ଏହାର ସୁଯୋଗ ନେଇ ବେଆଇନ ଖଣି ଚୋରା କାରବାର ବଢୁଛି। ରାଜ୍ୟସ୍ତରରେ ଥିବା ସ୍କ୍ବାଡ୍‌ ମଧ୍ୟ ଯାଞ୍ଚ କରୁ ନ ଥିବାରୁ ମାଫିଆମାନେ ବେଧଡ଼କ ଖଣି ଚୋରା କାରବାର କରୁଛନ୍ତି। କେତେକ ଖଣି ସଂସ୍ଥା ଖଣିର ମାନ କମ୍‌ କରି ଲୁହାପଥର ଏବଂ ମାଙ୍ଗାନିଜ ଚାଲାଣ କରୁଛନ୍ତି। ଫଳରେ ସରକାରଙ୍କ କୋଟି କୋଟି ରାଜସ୍ବହାନି ହେଉଛି। ଚଢ଼ାଉ ପାଇଁ ଦିଆଯାଇଥିବା ଗାଡ଼ିଗୁଡ଼ିକ ନିଜସ୍ବ କାମରେ ବ୍ୟବହାର ହେଉଥିବା ବେଳେ ତେଲ ଖର୍ଚ୍ଚ ହେରଫେର ହେଉଛି। ପୂର୍ବରୁ କେନ୍ଦୁଝର ଖଣି ଉପନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟରେ ଧରପଗଡ଼ ବେଳେ ବ୍ୟାପକ ଗ୍ରେଡ୍‌ ହେରଫେର ହେଉଥିବା ଯାଞ୍ଚ ବେଳେ ଧରା ପଡ଼ିଥିଲା। କେତେକ ଲିଜ୍‌ଧାରୀ ଏଥିପାଇଁ ଜରିମାନା ମଧ୍ୟ ଦେଇଛନ୍ତି। ଖଣି ସ୍କ୍ବାଡ୍‌ ଧରପଗଡ଼ କଲେ ଖଣି ଚୋରା କାରବାର ଉପରେ ଅଙ୍କୁଶ ଲାଗିପାରିବ ବୋଲି ପୂର୍ବତନ ବିଧାୟକ ନାୟକ କହିଛନ୍ତି। କେନ୍ଦୁଝର ସ୍କ୍ବାଡ୍‌ ଉପନିର୍ଦ୍ଦେଶକ ବିଷ୍ଣୁପ୍ରସାଦ ରାଉତ କହିଛନ୍ତି, ଲଘୁ ବନଜାତ ଦ୍ରବ୍ୟ ଖଣି ବିଭାଗ ଅଧୀନକୁ ଆସିଥିବାରୁ ଏବେ ସେସବୁ କାମ ଚାଲିଛି। ଫଳରେ ଜିଲା ଏନ୍‌ଫୋର୍ସମେଣ୍ଟ ସ୍କ୍ବାଡ୍‌ କାମ କରିପାରୁନାହିଁ। ତେବେ ଏହି କାମ ସରିବା ପରେ ପୁଣି ଖଣିଜ ମାନ ଯାଞ୍ଚ କାମ ହେବ ବୋଲି କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ୟୁକ୍ରେନ୍‌-ରୁଷିଆ ଯୁଦ୍ଧ: ୟୁକ୍ରେନ୍‌ର ଡ୍ରୋନ ଆକ୍ରମଣରେ ଜଳିଗଲା ରୁଷିଆର ବଡ଼ ଗୋଦାମ ଘର

ମସ୍କୋ,୧୬ା୮: ରୁଷିଆ ୟୁକ୍ରେନ୍‌ ଉପରେ ଜୋର୍‌ଦାର ଏୟାରଷ୍ଟ୍ରାଇକ୍‌ କରିଥିବା ବେଳେ କିଭ୍‌ ମଧ୍ୟ ଏହାର କଡ଼ା ଜବାବ ଦେଇଛି। ମସ୍କୋ ଅଞ୍ଚଳରେ ୟୁକ୍ରେନ୍‌ ଓଜନଦାର ଡ୍ରୋନ୍‌ ଯୋଗେ…

ଗାଲେ ଟେଷ୍ଟରେ ପଡିକଲଙ୍କ ଦମ୍‌ଦାର ଶତକ, ଭାରତ ୪୬୦/୯

ଗାଲେ, ୧୬ା୮: ଶ୍ରୀଲଙ୍କା ବିପକ୍ଷରେ ଚାଲିଥିବା ପ୍ରଥମ ଟେଷ୍ଟ କ୍ରିକେଟ ମ୍ୟାଚ୍‌ରେ ଭାରତୀୟ ବ୍ୟାଟର ଦମ୍‌ଦାର ପ୍ରଦର୍ଶନ କରିଛନ୍ତି। ବ୍ୟାଟର ଦେବଦତ୍ତ ପଡିକଲଙ୍କ ଶତକ ବଳରେ ଭାରତ…

କେନାଲରେ ଫସି ରହିଥିଲା ବାର୍‌ହା, ଏମିତି ଉଦ୍ଧାର କଲେ ଅଗ୍ନିଶମ କର୍ମଚାରୀ

ଗଞ୍ଜାମ,୧୬।୮(ବିଦ୍ୟାଧର ସାହୁ): ଗଞ୍ଜାମ ସହର ସ୍ଥିତ ପୋତାଗଡ଼ ପାର୍ଶ୍ୱରେ ଥିବା ଋଷୁକୂଲ୍ୟା ନଦୀ ଜଳରେ ବୋଟିଙ୍ଗ ପାଇଁ ନିର୍ମାଣ ହୋଇଥିବା କ୍ଷୁଦ୍ର କେନାଲରେ ଫସି ରହିଥିବା ଏକ…

Ananya Raj Death: ୩୫ ବର୍ଷରେ ଅଭିନେତ୍ରୀ ଅନନ୍ୟା ରାଜଙ୍କ ପରଲୋକ, ମାସେ ପରେ ସାମ୍ନାକୁ ଆସିଲା ଖବର

ମୁମ୍ବାଇ,୧୬।୮: ଅଭିନେତ୍ରୀ ତଥା ସୋସିଆଲ ମିଡିଆ ଷ୍ଟାର ଅନନ୍ୟା ରାଜଙ୍କ ୩୫ ବର୍ଷ ବୟସରେ ଦେହାନ୍ତ ହୋଇଛି । ତାଙ୍କ ମୃତ୍ୟୁର ପ୍ରାୟ ଏକ ମାସ ପରେ…

ଛକରେ କଫସିରପ ବିକ୍ରି ବେଳେ ମାଡିବସିଲା ସୋହେଲା ପୋଲିସ, ୩ ଗିରଫ

ସୋହେଲା,୧୬।୮(ଅଶ୍ୱିନୀ ପାତ୍ର): ବରଗଡ଼ ଜିଲା ସୋହେଲା ପୋଲିସ ଆଜି ବାଉଁସେନମୁରା ଗ୍ରାମ ପଂଚାୟତ ଅନ୍ତର୍ଗତ କେନ୍ଦବାହାଲ ରାସ୍ତାରେ ପେଟ୍ରୋଲିଂ ସମୟରେ ତିନିଜଣ କଫସିରପ ବ୍ୟବସାୟୀଙ୍କୁ ଗିରଫ କରି…

UGC NET 2026: ପରୀକ୍ଷା ନେଇ ବଡ଼ ଖବର: ଏହି ୩ବିଷୟରେ ପୁନଃ ପରୀକ୍ଷା ଦେବେ ଛାତ୍ରୀଛାତ୍ର!

ନୂଆଦିଲ୍ଲୀ,୧୬।୮: UGC-NET ଜୁନ୍ ୨୦୨୬ ପରୀକ୍ଷାକୁ ନେଇ ବଡ଼ ଖବର ସାମ୍ନାକୁ ଆସିଛି । ସୂଚନା ଅନୁସାରେ, ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି (NTA) ଇଂରାଜୀ, କମର୍ସ ଏବଂ…

ଅନ୍ଧାରିଆ ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ; ମାଡ଼ିବସିଲା ଝରିଗାଁ ପୋଲିସ, ଜବତ କଲା…

ଝରିଗାଁ,୧୬।୮(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ନିକଟସ୍ଥ ହୁଣ୍ଡାରଧଡକି ଜଙ୍ଗଲ ନିକଟରେ ଜୁଆ ଖେଳ ଚାଲିଥିବା ବେଳେ ରବିବାର ସନ୍ଧ୍ୟାରେ ଝରିଗାଁ ପୋଲିସ ତରଫରୁ ଅତର୍କିତ…

ଖେମୁଣ୍ଡି ଫୁଟବଲ ଟୁର୍ନାମେଣ୍ଟ: ବ୍ରହ୍ମପୁରର ନଟରାଜ ଟିମ୍‌ ଚାମ୍ପିୟନ

ଦିଗପହଣ୍ଡି,୧୬।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଖେମୁଣ୍ଡି ସ୍ପୋର୍ଟିଂ କ୍ଲବ ଏବଂ ଏନଏସି କାର୍ଯ୍ୟାଳୟର ମିଳିତ ଆନୁକୁଲ୍ୟରେ ପବିତ୍ର ସ୍ବାଧୀନତା ଦିବସ ଅବସରରେ ସ୍ଥାନୀୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri