ଆର୍ଥିକ ସ୍ଥିତିକୁ ବଞ୍ଚାଇଛି ଖଣି ରାଜସ୍ବ

ଭୁବନେଶ୍ୱର,୨୧ା୬(ବ୍ୟୁରୋ):କୋଭିଡ୍‌-୧୯ ମହାମାରୀ ପରେ ରାଜ୍ୟର ଆର୍ଥିକ ସ୍ଥିତି ଧୀରେ ଧୀରେ ସୁଧୁରୁଛି। ଟିକସ ଓ ଅଣଟିକସ କ୍ଷେତ୍ରରେ ରାଜସ୍ବ ଆଦାୟ ବଢୁଛି। ଚଳିତ ଆର୍ଥିକ ବର୍ଷର ମେ’ ମଧ୍ୟରେ ରାଜକୋଷକୁ ଖଣିକ୍ଷେତ୍ରରୁ ରାଜସ୍ବ ଅଭିବୃଦ୍ଧି ୫୦.୭୦ ପ୍ରତିଶତ ହୋଇଛି। ୨୦୨୧ ମେ’ ସୁଦ୍ଧା ଖଣିକ୍ଷେତ୍ରରୁ ରାଜସ୍ବ ଆଦାୟ ୫୭୬୮.୭୭ କୋଟି ହୋଇଥିବା ବେଳେ ଚଳିତ ଆର୍ଥିକ ବର୍ଷର ସେହି ସମୟ ପର୍ଯ୍ୟନ୍ତ ୮୧୯୬.୧୮ କୋଟି ହୋଇଛି। ସେହିପରି ଏହି ସମୟ ମଧ୍ୟରେ ଅଣ ଲୁହାପଥର ଓ ମେଟାଲର୍ଜିକାଲ ଇଣ୍ଡଷ୍ଟ୍ରିଗୁଡ଼ିକରୁ ରାଜସ୍ବ ଆଦାୟ ୪୨.୦୮ ପ୍ରତିଶତ ବଢ଼ିଛି। କେବଳ ମେ’ରେ ଖଣିକ୍ଷେତ୍ରରୁ ୪୪୩୮.୭୯ କୋଟି ଟଙ୍କା ଆଦାୟ ହୋଇଛି। ୨୦୨୦-୨୧ରେ ଖଣି ରାଜସ୍ବ ୭୪୬.୭୦ କୋଟି ହୋଇଥିବା ବେଳେ ୨୦୨୧-୨୨ରେ ୫୭୬୮.୭୭ କୋଟିରେ ପହଞ୍ଚିଥିଲା। ବଜାରରେ ଲୁହାପଥର ଓ ଅନ୍ୟାନ୍ୟ ଖଣିଜ ପଦାର୍ଥର ମୂଲ୍ୟ ବୃଦ୍ଧି ଯୋଗୁ ରାଜସ୍ବ ବୃଦ୍ଧି ପାଇଛି ବୋଲି ଇସ୍ପାତ ଓ ଖଣି ବିଭାଗର ଜଣେ ଅଧିକାରୀ କହିଛନ୍ତି। ତେବେ ଏହି ସମୟ ମଧ୍ୟରେ ରାଜ୍ୟ ସରକାର ୯୨୫୨.୬୭ କୋଟି ଟଙ୍କା ଆଦାୟ କରିଛନ୍ତି। ଉଭୟ ଟିକସ ଓ ଅଣ ଟିକସ ରାଜସ୍ବ ବାବଦରେ ଓଡ଼ିଶା ୩୮.୭୬ ପ୍ରତିଶତ ରେକର୍ଡ ଅଭିବୃଦ୍ଧି କରିଛି। ଗତ ଆର୍ଥିକ ବର୍ଷରେ ରାଜ୍ୟ ଏ ବାବଦରେ ୧୧୪୯୫.୭୪ କୋଟି ଟଙ୍କା ରାଜସ୍ବ ଆଦାୟ କରିଥିବା ବେଳେ ଚଳିତ ଆର୍ଥିକ ବର୍ଷର ମେ’ ମାସ ମଧ୍ୟରେ ୧୫୯୫୦.୯୪ କୋଟି ଟଙ୍କା ରାଜସ୍ବ ଆଦାୟ କରାଯାଇଛି। ୨୦୨୧-୨୨ ମେ’ ସୁଦ୍ଧା ୫୩୫୯.୪୬ କୋଟି ଟଙ୍କା ନିଜସ୍ବ ଟିକସ ଆଦାୟ ହୋଇଥିବା ବେଳେ ଚଳିତ ଆର୍ଥିକ ବର୍ଷର ଏହି ସମୟ ମଧ୍ୟରେ ୬୬୯୮.୨୭ କୋଟି ଟଙ୍କା ଆଦାୟ କରାଯାଇଛି।
ତେବେ ରାଜ୍ୟର ଆର୍ଥିକ ସ୍ଥିତି ଠିକ୍‌ ଥିବାରୁ ଆଗାମୀ ୩ ବର୍ଷ ପାଇଁ ବଜେଟ ନିଅଣ୍ଟ ଫିସିକାଲ ମ୍ୟାନେଜ୍‌ମେଣ୍ଟ ଆଣ୍ଡ ବଜେଟ ମ୍ୟାନେଜ୍‌ମେଣ୍ଟ (ଏଫ୍‌ଆରବିଏମ୍‌) ଆଇନ-୨୦୦୫ ନିର୍ଦ୍ଧାରିତ ସୀମା ସାମଗ୍ରିକ ଘରୋଇ ଉତ୍ପାଦ (ଜିଏସ୍‌ଡିପି)ର ୨.୩% ମଧ୍ୟରେ ରହିବ ବୋଲି ସରକାର ଆଶା ରଖିଛନ୍ତି, ଯଦ୍ଦ୍ବାରା ସରକାର ବିଭିନ୍ନ ଉନ୍ନୟନମୂଳକ କ୍ଷେତ୍ର ପାଇଁ ଖୋଲା ବଜାରରୁ ଋଣ କରିପାରିବେ।


Enter your email to get our daily news in your inbox.

All Right Reserved By Dharitri.Com

‘ମୁଁ ଏଠାକାର ଖେଳାଳି’, ନଦୀରେ ଡେଇଁ ଭିଡିଓ ପୋଷ୍ଟ କଲେ କିରେନ ରିଜିଜୁ, ରାହୁଲ ଗାନ୍ଧୀଙ୍କ ସହ ତୁଳନାରେ ଦେଲେ ଏମିତି ଜବାବ

ନୂଆଦିଲ୍ଲୀ,୨୩।୮: ଅରୁଣାଚଳ ପ୍ରଦେଶର ଏମପି ତଥା କେନ୍ଦ୍ରମନ୍ତ୍ରୀ କିରେନ ରିଜିଜୁ ସୋସିଆଲ ମିଡିଆରେ ନିଜର ଏକ ଭିଡିଓକୁ ନେଇ ଚର୍ଚ୍ଚାରେ ଅଛନ୍ତି । ନଦୀରେ ଡେଇଁ ତୀବ୍ର…

ଦୋକାନ ଭିତରୁ ମିଳିଲା ମାଲିକାଣୀଙ୍କ ରକ୍ତାକ୍ତ ମୃତଦେହ, ଭାଇ ଆଣିଲେ ହତ୍ୟା ଅଭିଯୋଗ

କେନ୍ଦୁଝର,୨୩।୮(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଟାଉନ ଥାନା ଅଧୀନ ଘୁଟୁରୁରେ ଥିବା ଏକ ଶୋରୁମ ଭିତରୁ ଜଣେ ମହିଳାଙ୍କ ମୃତଦେହ ପୋଲିସ ଉଦ୍ଧାର କରିଛି। ତାଙ୍କ ନାମ…

ରନ୍ଧନ ଗ୍ୟାସକୁ ନେଇ କେନ୍ଦ୍ର ସରକାରଙ୍କ ବଡ଼ ନିୟମ: ଏହା ଥିଲେ ବନ୍ଦ ହେବ LPG ସିଲିଣ୍ଡର

ନୂଆଦିଲ୍ଲୀ,୨୩।୮: ଦେଶର ଘରୋଇ ରୋଷେଇ ଗ୍ୟାସ ବ୍ୟବସ୍ଥାରେ ବଡ଼ ପରିବର୍ତ୍ତନ ଆଣିବା ଦିଗରେ କେନ୍ଦ୍ର ସରକାର ପଦକ୍ଷେପ ନେଉଛନ୍ତି । ଯେଉଁ ଅଞ୍ଚଳରେ ପୂର୍ବରୁ PNG (Piped…

ସ୍କୁଲ ବନ୍ଦ କରି ଚାଲିଗଲେ ଶିକ୍ଷକ: ଭିତରେ ଫସି ରହିଲେ ଛାତ୍ରୀ, କାନ୍ଦ ବୋବାଳି….

ବଲାଙ୍ଗୀର,୨୩ା୮(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ପାଟଣାଗଡ ଭାଇଁସା ସରକାରୀ ପ୍ରାଥମିକ ଉଚ୍ଚ ବିଦ୍ୟାଳୟରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ଗତକାଲି ଶନିବାର ଦିନ…

ଡିଜିଟାଲ ଠକେଇରୁ କେମିତି ମିଳିବ ମୁକ୍ତି? ବରିଷ୍ଠ ନାଗରିକଙ୍କୁ ନେଇ…

ଛତ୍ରପୁର,୨୩ା୮(ଦିଲ୍ଲୀପ ସାମଲ): ବଢୁଥିବା ସାଇବର ଅପରାଧ ଓ ବିଶେଷକରି ଡିଜିଟାଲ ଆରେଷ୍ଟ ନାମରେ ହେଉଥିବା ଠକେଇରୁ ବରିଷ୍ଠ ନାଗରିକମାନଙ୍କୁ ସଚେତନ କରିବା ଲକ୍ଷ୍ୟରେ ଛତ୍ରପୁର ଥାନା ପକ୍ଷରୁ…

ଥୁଆମୂଳ ରାମପୁରରେ ରେକର୍ଡ ବର୍ଷା; ଯାତାୟତ ସମ୍ପୂର୍ଣ୍ଣ ଠପ୍, ପାଣିରେ ଫସିଲା ଆମ୍ବୁଲାନ୍ସ

ଥୁଆମୂଳ ରାମପୁର,୨୩ା୮(ଦୁର୍ଗା କୀର୍ତ୍ତି): ଲଘୁଚାପ ପ୍ରଭାବରେ ଦକ୍ଷିଣ ଓଡ଼ିଶାର ବିଭିନ୍ନ ଜିଲାରେ ପ୍ରବଳ ବର୍ଷା ଜାରି ରହିଥିବା ବେଳେ କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକରେ ରେକର୍ଡ…

ଭରା ପାଣିରେ ବଞ୍ଚିବା ପାଇଁ ସଂଘର୍ଷ, ଗ୍ରାମବାସୀ ଜନପ୍ରତିନିଧିଙ୍କୁ ଅଭିଯୋଗ କରିବା ପରେ ବି…

ଗୁଡ଼ାରି,୨୩ା୮(ପ୍ରମୋଦ କୁମାର ପତି): ରାୟଗଡ଼ା ଜିଲା ଗୁଡ଼ାରି ବ୍ଲକର ପେଣ୍ଡିଲି ପଞ୍ଚାୟତ ଅନ୍ତର୍ଗତ ପଞ୍ଚୁପାଣ୍ଡବ ଗ୍ରାମ ନିକଟରେ ପ୍ରବାହିତ ନାଳରେ ଲଘୁଚାପ ଜନିତ ବର୍ଷା ଯୋଗୁ ଅଧିକ…

ଆସନ୍ତାକାଲି ପ୍ରବଳ ବର୍ଷା ସହ ବଜ୍ରପାତ ସମ୍ଭାବନା: ଏହି ଜିଲାରେ ସବୁ ସ୍କୁଲ ଛୁଟି

ନବରଙ୍ଗପୁର,୨୩ା୮(ସଦାଶିବ ପ୍ରହରାଜ): ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ନବରଙ୍ଗପୁର ଜିଲାରେ ଆସନ୍ତାକାଲି ଅର୍ଥାତ୍‌ ୨୪ ଅଗଷ୍ଟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସହିତ ଘଡ଼ଘଡ଼ି ଓ ବଜ୍ରପାତର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri