Posted inଜାତୀୟ

ସୀମାରେ ଖଣି ମାଫିଆ ଭୟ: ଖୋଳା ଯାଉଛି ସୁଡ଼ଙ୍ଗ

ଯୋଧପୁର, ୧୫।୯: ସୀମାରେ ଭାରତ ପାଇଁ ଚାଇନା ପାକିସ୍ତାନର ବିପଦ ରହିଛି। ତେବେ ଏହାଠାରୁ ଅଧିକ ବପଦ ସୃଷ୍ଟି କରୁଛନ୍ତି ଖଣି ମାଫିଆମାନେ। ରାଜସ୍ଥାନର ଭାରତ ପାକିସ୍ତାନ ସୀମାରେ ଖଣି ମାଫିଆମାନେ ଜିପ୍‌ସମ୍‌ ଲୋଭ ଆଶାରେ ୭୦ କିଲୋମିଟର ସୀମା ଅଞ୍ଚଳକୁ ଖୋଳି ଦେଇଛନ୍ତି। ଖଣି ମାଫିଆ ସୀମାର ୫୦୦ ମିଟର ପର୍ଯ୍ୟନ୍ତ ଜମି ଖୋଳି ଏଠାରେ ସୁଡ଼ଙ୍ଗ କରିଦେଇଛନ୍ତି। ଫଳରେ ଦେଶରେ ଆତଙ୍କବାଦୀ ଅନୁପ୍ରବେଶ ଆଶଙ୍କା ବଢ଼ିବାରେ ଲାଗିଛି। ୩୦ରୁ ୪୦ ସ୍ଥାନରେ ତାରବାଡ଼ର ୫୦୦ ମିଟର ପର୍ଯ୍ୟନ୍ତ ସୁଡ଼ଙ୍ଗ ଖୋଳାଯାଇଛି। ଏସବୁ ସୁଡ଼ଙ୍ଗର ଆକାର ୩୦ରୁ ୪୦ ଫୁଟ ବୋଲି କୁହାଯାଉଛି। ଜାତୀୟ ସବୁଜ ପ୍ରାଧିକରଣ ଅନୁସାରେ ବନ୍ୟପ୍ରାଣୀ ଅଞ୍ଚଳର ୧୦କିଲୋମିଟର ବ୍ୟାସ ମଧ୍ୟରେ କୌଣସି ଖନନ କରାଯିବ ନାହିଁ। ତେବେ ବିକାନେରର କୋଲାୟତ, ଖାଜୁଓ୍ବାଲା, ବଜ୍ଜୁ, ପୁଗଲ ଏବଂ ଦନ୍ତୋର ଅଞ୍ଚଳରେ ଏହି ଆଇନର ଖୋଲାଖୋଲି ଉଲ୍ଲଂଘନ ହେଉଛି। ଫଳରେ ଦେଶର ସୁରକ୍ଷା ବ୍ୟବସ୍ଥାରେ ପ୍ରଶ୍ନ ସୃଷ୍ଟି ହେବାରେ ଲାଗିଛି। ୨୦୧୬-୧୭ରେ ଖନନ ପାଇଁ ୨୦୧ ଅନୁମତି ପତ୍ର ଜାରି ହୋଇଥିଲା। ସେଥିମଧ୍ୟରୁ ୧୫୨ରେ ଖନନ ଆରମ୍ଭ ହୋଇଥିଲା। ଅନୁମତି ପତ୍ରରେ ଦେଢ଼ରୁ ଦୁଇ ମିଟର ପର୍ଯ୍ୟନ୍ତ ଜମି ଖୋଳିବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ତେବେ ଖନନକାରୀ ୫ରୁ୭ ମିଟର ପର୍ଯ୍ୟନ୍ତ ଜମି ଖୋଳି ଥିବା କୁହାଯାଉଛି। ଖଣି ମାଫିଆଙ୍କ କାର ଏସବୁ ଅଞ୍ଚଳରେ ବେଧଡ଼କ ଘୁରି ବୁଲୁଥିବାରୁ ସୁରକ୍ଷା ବ୍ୟବସ୍ଥା ସୁଦୃଢ଼ ହୋଇପାରୁ ନ ଥିବା ବିଏସ୍‌ଏଫ୍‌ ପକ୍ଷରୁ କୁହାଯାଇଛି। ଏନେଇ ସରକାରଙ୍କୁ ବାରମ୍ବାର ଜଣାଇ ଦିଆଯାଇଥିବା ବିଏସ୍‌ଏଫ୍‌ କହିଛି। ଏସବୁ ଅଞ୍ଚଳରେ ୧୦, ୨୦, ୨୧ ଏବଂ ୨୨ ବିଏସ୍‌ଏଫ୍‌ ଶିବିର ରହିଛି। ଶିବିର ନିକଟରେ ମଧ୍ୟ ଖନନ ଜାରି ରହିଛି। ସୀମାରେ ବେଆଇନ ଖନନ ସମ୍ପର୍କିତ ଅଭିଯୋଗ ମିଳିବା ଖଣି ବିଭାଗ ପକ୍ଷରୁ ପଦକ୍ଷେପ ଗ୍ରହଣ କରାଯାଇଛି। ବିକାନେର ସର୍କଲ ସୁପରିଟେଣ୍ଡେଣ୍ଟ୍‌ ମାଇନିଂ ଇଞ୍ଜିନିୟର ଏନ୍‌.କେ. ବୈରଓ୍ବା ସୀମାରରେ ଜିପ୍‌ସମ୍‌ ଖନନ ରୋକିବା ନେଇ ନିଷ୍ପତ୍ତି ଗ୍ରହଣ କରାଯାଇଥିବା ସୂଚନା ଦେଇଛନ୍ତି। ଖଣି ମାଫିଆଙ୍କୁ ବାଧା ଦିଆଯିବା ଆରମ୍ଭ ହୋଇଥିବା ମାଇନିଂ ଇଞ୍ଜିନିୟର ରାମ ନିଓ୍ବାସ ମଙ୍ଗଳ କହିଛନ୍ତି।

 


Enter your email to get our daily news in your inbox.

All Right Reserved By Dharitri.Com

ଆଥ୍‌ଲେଟଙ୍କୁ ଭବ୍ୟ ସ୍ବାଗତ ସମ୍ବର୍ଦ୍ଧନା

ନୂଆଦିଲ୍ଲୀ, ୯ା୮: ଜାଭେଲିନ ଥ୍ରୋରେ ସ୍ବର୍ଣ୍ଣ ଜିତି ଇତିହାସ ସୃଷ୍ଟି କରିଥିବା ନୀରଜ ଚୋପ୍ରାଙ୍କ ସମେତ ସଫଳତା ହାସଲ କରିଥିବା ଭାରତୀୟ ଅଲିମ୍ପିକ ଦଳ ସୋମବାର...

ଏଏପିକୁ ଟାର୍ଗେଟ କଲେ କପିଲ

ନୂଆଦିଲ୍ଲୀ,୩।୨: ଦିଲ୍ଲୀ ବିଧାନସଭା ନିର୍ବାଚନ ଯେତେ ପାଖେଇ ଆସୁଛି ନେତାମାନେ ପରସ୍ପର ମଧ୍ୟରେ ସେତେ ଦୋଷ ଲଦାଲଦି ହେଉଛନ୍ତି। ଭାରତୀୟ ଜନତା ପାର୍ଟି(ଭାଜପା) ପ୍ରାର୍ଥୀ କପିଲ...

ଦିଦିଙ୍କ ପାଖରେ ୯ ଗ୍ରାମ୍‌ ଅଳଙ୍କାର…

କୋଲକାତା,୧୧।୯: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ତଥା ତୃଣମୂଳ କଂଗ୍ରେସ (ଟିଏମସି) ସୁପ୍ରିମୋ ମମତା ବାନାର୍ଜୀ ସେପ୍ଟେମ୍ବର ୩୦ରେ ହେବାକୁ ଥିବା ଭବାନୀପୁର ଉପ-ନିର୍ବାଚନ ପାଇଁ ପ୍ରାର୍ଥୀପତ୍ର ଦାଖଲ...

ପ୍ରଧାନମନ୍ତ୍ରୀଙ୍କ ଉଡ଼ାଣ ସମ୍ପର୍କିତ ସୂଚନା ଆର୍‌ଟିଆଇରେ ଦିଆଯାଇ ପାରିବ ନାହିଁ: ଭାରତୀୟ ବାୟୁସେନା

ନୂଆଦିଲ୍ଲୀ,୯।୧୨: ପ୍ରଧାନମନ୍ତ୍ରୀଙ୍କ ଉଡ଼ାଣ ସମ୍ପର୍କିତ ତଥ୍ୟ ସୂଚନା ଅଧିକାର ଆଇନ (ଆର୍‌ଟିଆଇ) ଅନ୍ତର୍ଗତ ପ୍ରଦାନ କରାଯାଇ ପାରିବ ନାହିଁ। ଏସମ୍ପର୍କରେ ଭାରତୀୟ ବାୟୁସେନା ପକ୍ଷରୁ ବୁଧବାର...

‘ମଦ୍ୟପାନ କରୁଥିବା ଲୋକେ ମହାପାପି’

ପାଟଣା,୩୧।୩: ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ମଦ୍ୟପାନ କରୁଥିବା ଲୋକଙ୍କୁ ମହାପାପି କହିଛନ୍ତି। ଏଥିସହିତ ବିଷାକ୍ତ ମଦ ଯୋଗୁ ପ୍ରାଣ ହରାଇଥିବା ଲୋକଙ୍କୁ ରାଜ୍ୟ ସରକାରଙ୍କ...

ଆଇଇଡି ବିସ୍ଫୋରଣ: ୨ ଯବାନ ଆହତ

ସୁକମା,୨୧।୫: ଛତିଶଗଡ଼ର ସୁକମା ଜିଲାରେ ମଙ୍ଗଳବାର ହୋଇଥିବା ଏକ ଇମ୍ପ୍ରୋଭାଇଜ୍ଡ ଏକ୍ସପ୍ଲୋସିଭ୍‌ ଡିଭାଇସ୍‌(ଆଇଇଡି) ବିସ୍ଫୋରଣ ହେବା ଫଳରେ ୨ ଯବାନ ଆହତ ହୋଇଥିବା ସୂଚନା ମିଳିଛି।...

ଦେଶର ୨୫୫ ଜିଲାର ୭୫୬ ସହରରେ ଜଳ ସଙ୍କଟ: ତାମିଲନାଡୁର ସର୍ବାଧିକ ୧୮୪

ନୂଆଦିଲ୍ଲୀ,୮।୭: ଦେଶର ୨୫୫ ଜିଲାର ୭୫୬ ସହରରେ ତଥା ୧,୫୯୭ ବ୍ଲକ୍‌ରେ ଜଳ ସଙ୍କଟ ଦେଖାଦେଇଛି। ସେଥିମଧ୍ୟରେ ତାମିଲନାଡୁର ସର୍ବାଧିକ ସହର ରହିଛି। ତାମିଲନାଡୁର ୨୭ଟି...

ରାସ୍ତା କ୍ୟାଟ୍ରିନାଙ୍କ ଗାଲ ଭଳି ହେବା କଥା

ଜୟପୁର,୨୫।୧୧: ରାଜସ୍ଥାନର ଗେହଲଟ ସରକାରରେ ନୂଆକରି ମନ୍ତ୍ରୀ ହୋଇଥିବା ରାଜେନ୍ଦ୍ର ସିଂ ଗୁଧାଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ତାଙ୍କ ନିର୍ବାଚନମଣ୍ଡଳୀର...

Advertisement
Archives

Model This Week