ପରିବହନ ବେଳେ ଖଣିଜ ଚୋରି

ଭୁବନେଶ୍ୱର,୪।୧୦(ବ୍ୟୁରୋ): ହାର୍ଡ କୋକ୍‌, ଚାର୍ଜକ୍ରୋମ୍‌ ଭଳି ମୂଲ୍ୟବାନ ଖଣିଜ ପଦାର୍ଥକୁ ବନ୍ଦର ଓ ବିଭିନ୍ନ ସ୍ଥାନକୁ ପରିବହନ ବେଳେ ଚୋରି ହେଉଛି। ଏଥିରେ ସମ୍ପୃକ୍ତ ଏକ ବଡ଼ ର଼୍ୟାକେଟକୁ ରବିବାର କ୍ରାଇମବ୍ରାଞ୍ଚର ସ୍ପେଶାଲ ଟାସ୍କଫୋର୍ସ (ଏସ୍‌ଟିଫ୍‌) ଧରିଛି। କଟକ ଜିଲା ଚୌଦ୍ୱାର ଥାନା ଅନ୍ତର୍ଗତ ଗୋପାଳପୁର ଅଞ୍ଚଳରେ ଏସ୍‌ଟିଏଫ୍‌ ଟିମ୍‌ ଚଢାଉ କରି ୪ ଜଣଙ୍କୁ ଗିରଫ କରିଛି। ସେମାନେ ହେଲେ ତାମିଲନାଡୁ ତିରୁଭରୁନ୍‌ ଜିଲା ୱାଦିଙ୍ଗମେନ୍‌ ଥାନା ଅଞ୍ଚଳର ଜୟବାଲ ଅରୁମୁଗଙ୍ଗ୍‌, ଥାଞ୍ଜାଭୁର୍‌ ଜିଲା କୁମ୍ବାକୋନମ୍‌ ଥାନା ଅଞ୍ଚଳର ରାଜେନ୍ଦ୍ରବାଳ ମୁର୍ଗାନ ଏବଂ ସ୍ଥାନୀୟ ଥାନାଞ୍ଚଳର ନିଶାକର ସ୍ବାଇଁ ଓ ଭଗବାନ ରାଉତ। ତେବେ ର଼୍ୟାକେଟର ମାଷ୍ଟର ମାଇଣ୍ଡ୍‌ ଗୋପାଳପୁରର ଅଜୟ ପ୍ରଧାନ ଓରଫ ଭୁଆଁ ଫେରାର ହୋଇଯାଇଛନ୍ତି। ଏଥିସହ କଜଳକଣାରୁ ୩୭ ଟନ୍‌ ହାର୍ଡ କୋକ୍‌, ୩ ଟନ୍‌ ଚାର୍ଜ କ୍ରୋମ୍‌, ୨ଟି ଟ୍ରକ୍‌, ଗୋଟିଏ ଜେସିବି ଓ ୨ଟି ବାଇକ ଜବତ ହୋଇଛି। ଏନେଇ ଚୌଦ୍ୱାର ଥାନାରେ ମାମଲା (ନଂ.୪୧୩) ରୁଜୁ କରାଯାଇ ଅଧିକ ତଦନ୍ତ ଚାଲିଛି। ସୋମବାର ସମସ୍ତ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯିବ। ତେବେ ଏମାନେ କେତେଦିନ ହେଲା ଏହି କାରବାର ଚଳାଇଥିଲେ, ଏଥିରେ ଆଉ କେଉଁମାନେ ସମ୍ପୃକ୍ତ ସେନେଇ ଏସ୍‌ଟିଏଫ୍‌ ତଦନ୍ତ ଜାରି ରଖିଛି।
ଚୌଦ୍ୱାର ୫୫ ନଂ. ଜାତୀୟ ରାଜପଥ ଦେଇ ରାଜ୍ୟ ତଥା ରାଜ୍ୟ ବାହାରକୁ ଖଣିଜ ପଦାର୍ଥ ରପ୍ତାନି କରାଯାଉଛି। ଅଭିଯୁକ୍ତମାନେ ବିଳମ୍ବିତ ରାତିରେ ଟ୍ରକର ଡ୍ରାଇଭରମାନଙ୍କୁ ହାତଗୁଞ୍ଜା ଦେଇ
ସେଥିରୁ ୪ରୁ ୫ କୁଇଣ୍ଟାଲ ବିଭିନ୍ନ
ପ୍ରକାର ଖଣିଜ ପଦାର୍ଥ କାଢିଦିଅନ୍ତି। ତେବେ ଏମାନେ ଉକ୍ତ ଖଣିଜ ପଦାର୍ଥକୁ
ଜାତୀୟ ରାଜପଥ ନିକଟ କଜଳକଣା ନିକଟରେ ଗଚ୍ଛିତ କରି ରଖୁଥିଲେ। ସୁବିଧା ଦେଖି ଏମାନେ ସେସବୁକୁ ଟ୍ରକ ମାଧ୍ୟମରେ ରାଜ୍ୟ ବାହାରକୁ ଚାଲାଣ କରୁଥିଲେ। ତେବେ ଏନେଇ ଏସ୍‌ଟିଏଫ୍‌ ବିଶ୍ୱସ୍ତ ସୂତ୍ରରୁ ଖବର ପାଇବା ପରେ ରବିବାର ସକାଳେ ଏସ୍‌ଟିଏଫ୍‌ର ଏକ ଟିମ୍‌ ସେଠାରେ ଚଢାଉ କରିଥିଲା।
ଉଲ୍ଲେଖଯୋଗ୍ୟ, ଚଳିତ ବର୍ଷ ଏସ୍‌ଟିଏଫ୍‌ ଓଡ଼ିଶାର ବିଭିନ୍ନ ଅଞ୍ଚଳରେ ଖଣିଜ ପଦାର୍ଥ ଚୋରି ରାକେଟକୁ ଠାବ କରି ସମ୍ପୃକ୍ତ ୩୨ ଜଣଙ୍କୁ ଗିରଫ କରିଛି। ଏପର୍ଯ୍ୟନ୍ତ ଏସ୍‌ଟିଏଫ୍‌ ୨୯୯ ଟନ୍‌ ହାର୍ଡ କୋକ୍‌, ୨୧୯ ଟନ୍‌ ଚାର୍ଜକ୍ରୋମ୍‌, ୧୫୦ ଟନ୍‌ କୋଇଲା ଜବତ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ଇଲେକ୍ଟ୍ରିସିଆନକୁ ଭଲ ପାଉଥିଲେ ନାବାଳିକା, ରାଗିଯାଇ ଝିଅର ଗଳା କାଟିଦେଲେ ବାପା

ବେଙ୍ଗାଲୁରୁ,୧୮।୫: ବେଙ୍ଗାଲୁରୁରୁ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ଝିଅର ପ୍ରେମକୁ ସହିନପାରି ହତ୍ୟା କଲେ ବାପା । ଘଟଣାଟି ଆଶ୍ଚର୍ଯ୍ୟ ଲାଗିଲେ ମଧ୍ୟ ସତ…

ପ୍ରଦୂଷଣ ଓ ଜଳବାୟୁ ପରିବର୍ତ୍ତନ

ବର୍ତ୍ତମାନ ପ୍ରଦୂଷଣ ସମଗ୍ର ବିଶ୍ୱରେ ଚିନ୍ତାର କାରଣ ପାଲଟିଛି। ଏହା ଏବେ ଏଭଳି ଆକାର ଧାରଣ କରିଛି ଯେ ତାହାଦ୍ୱାରା ଜଳବାୟୁ ପ୍ରଭାବିତ ହେଉଛି। କେବଳ ସେତିକି…

ଭାଜପା ପାର୍ଟି ଅଫିସର କୋର୍‌ କମିଟି ବୈଠକ: ଏମିତି କ’ଣ ଆଲୋଚନା ହେଲା କହିଦେଲେ ବସନ୍ତ ପଣ୍ଡା

ଭୁବନେଶ୍ୱର,୧୮।୫: ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବୀନ ଓଡ଼ିଶା ଆସିବା ପରେ ସୋମବାର ସକାଳେ ଭାଜପା ପାର୍ଟି ଅଫିସର କୋର୍‌ କମିଟି ବୈଠକ ବସିଥିଲା। ଯେଉଁଥିରେ ଦଳକୁ…

କଟକ ପରେ ମାଲକାନଗିରିରେ ପେଟ୍ରୋଲ ନେଲା ଜୀବନ

ମାଲକାନଗିରି,୧୮ା୫(ଦୁର୍ଯ୍ୟୋଧନ ପାତ୍ର): ଡାକ୍ତରଖାନା ଆସୁଥିବା ବେଳେ ବାଟରେ ସରିଗଲା ବାଇକରୁ ପେଟ୍ରୋଲ। ଆଖପାଖରେ ଆଉ ମିଳିଲା ନାହିଁ ପେଟ୍ରୋଲ। ଫଳରେ ହସ୍ପିଟାଲ ପହଞ୍ଚିବା ପୂର୍ୱରୁ ଚାଲିଯାଇଛି ଆଉ…

୬ ମାସରେ ଭାଙ୍ଗିଯିବ TVK ସରକାର, ଷ୍ଟାଲିନ ପୁଣି ହେବେ ମୁଖ୍ୟମନ୍ତ୍ରୀ! ଜାଣନ୍ତୁ କିଏ କରିଛନ୍ତି ଏମିତି ଭବିଷ୍ୟବାଣୀ

ଚେନ୍ନାଇ,୧୮।୫: ତାମିଲନାଡୁରେ ବିଜୟଙ୍କ ସରକାର ସମ୍ପର୍କରେ ଏକ ବଡ଼ ଭବିଷ୍ୟବାଣୀ କରାଯାଇଛି। ଡିଏମକେ ଦାବି କରିଛି ଯେ ଥାଲାପତି ବିଜୟଙ୍କ ଟିଭିକେ ସରକାର ଛଅ ମାସ ମଧ୍ୟ…

ପ୍ରୋତ୍ସାହନ ନାହିଁ, ସଙ୍କଟରେ ଜୀବିକା

ବରଗଡ଼,୧୮।୫(ପ୍ରେମାନନ୍ଦ ଖମାରୀ):ଗ୍ରୀଷ୍ମବେଳେ ମନେପଡ଼େ ବେଣାଚେର। ଦିନ ଥିଲା, ଖରାବେଳେ ଏହା ଲୋକଙ୍କ ସାଥୀ ହୋଇ ରହିଥିଲା। ତାତି ହେଉ ଅବା ଗୁଳୁଗୁଳି, ଲୋକେ ବେଣାଚେର ନିର୍ମିତ ବିଞ୍ଚଣା…

ତେଲକୁ ନେଇ ମୋଦିଙ୍କ ଅପିଲ, ହାଇକୋର୍ଟକୁ ସାଇକେଲରେ ଆସିଲେ ବିଚାରପତି

କଟକ,୧୮।୫(ପ୍ରଭୁକଲ୍ୟାଣ ପାଲ୍): ହାଇକୋର୍ଟକୁ ସାଇକେଲରେ ଆସିଲେ ବିଚାରପତି। ହାଇକୋର୍ଟର ବିଚାରପତି ଜଷ୍ଟିସ ସାବିତ୍ରୀ ରଥ, ଜଷ୍ଟିସ ଭି ନରସିଂହ ଏବଂ ଜଷ୍ଟିସ ଶିବ ଶଙ୍କର ମିଶ୍ର ଆଜି…

ସହଜରେ ଦୂର ହେବ ଅବସାଦ

ଶରୀରକୁ ସୁସ୍ଥ ଓ ମଜଭୁତ ରଖିବାରେ ସୁଷମ ତଥା ଭିଟାମିନ୍‌ଯୁକ୍ତ ଖାଦ୍ୟର ଭୂମିକା ଗୁରୁତ୍ୱପୂର୍ଣ୍ଣ। ଆମେ ନିଜକୁ କେତେ ସୁସ୍ଥ ରଖିପାରିବା ତାହା ମୁଖ୍ୟତଃ ଆମେ ପ୍ରତିଦିନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri