ଖଣି ତ୍ୟାଗ ଅନ୍ତରାଳେ

ଭୁବନେଶ୍ୱର,୧୪ା୮(ବ୍ୟୁରୋ): ଜେଏସ୍‌ଡବ୍ଲ୍ୟୁ ଷ୍ଟିଲ୍‌ ବର୍ଷକ ତଳେ ହାତେଇଥିବା ସୁନ୍ଦରଗଡ଼ ଜିଲାର ଗୋନୁଆ ଲୁହାପଥର ଖଣି ଛାଡ଼ିଦେବାକୁ ଅଗଷ୍ଟ ୧୧ ତାରିଖରେ ଓଡ଼ିଶା ସରକାରଙ୍କୁ ଜଣାଇଛି। ଜେଏସ୍‌ଡବ୍ଲ୍ୟୁ ଲେଖିଥିବା ଚିଠିରେ ଉଲ୍ଲେଖ କରିଛି ଯେ ଗୋନୁଆ ଖଣି ଆର୍ଥିକ ଦୃଷ୍ଟିକୋଣରୁ ଲାଭଦାୟକ ନୁହେଁ। ଏହି ଖଣିର ଉପରିଭାଗରେ ନିମ୍ନମାନର ଖଣିଜ ରହିଛି। ଖଣି ଖନନ ପାଇଁ ବ୍ୟବହୃତ ଜିନିଷପତ୍ର ରଖିବାକୁ ଆବଶ୍ୟକ ସ୍ଥାନ ଅଭାବ ଦର୍ଶାଇ ୨୦୨୨ ଅଗଷ୍ଟ ୧୨ ତାରିଖରୁ ଖଣି ଛାଡ଼ିଦେବାକୁ ରୋକ୍‌ଠୋକ ଜଣାଇ ଦେଇଛି। ଜେଏସ୍‌ଡବ୍ଲ୍ୟୁ ଖୁବ୍‌ଶୀଘ୍ର ଇଣ୍ଡିଆନ ବ୍ୟୁରୋ ଅଫ୍‌ ମାଇନ୍ସ(ଆଇବିଏମ୍‌) ନିକଟରେ ଖଣି ବନ୍ଦ ସଂକ୍ରାନ୍ତରେ ଏକ ଚୂଡ଼ାନ୍ତ ଖଣି ଯୋଜନା(ଫାଇନାଲ ମାଇନିଂ କ୍ଲୋଜର ପ୍ଲାନ୍‌) ଦାଖଲ କରିବ ବୋଲି ଓଡ଼ିଶା ସରକାରଙ୍କୁ ଦର୍ଶାଇଛି। ତେବେ ଆଇବିଏମ୍‌ ନିକଟରୁ ମାଇନିଂ କ୍ଲୋଜର ପ୍ଲାନ୍‌ କିପରି ହାସଲ କରିବ ସେ ନେଇ ରାଜ୍ୟ ସରକାରଙ୍କ ସହଯୋଗ ମଧ୍ୟ ଲୋଡ଼ିଛି।
କୌଶଳ କ୍ରମେ ଜେଏସ୍‌ଡବ୍ଲ୍ୟୁ ରାଜ୍ୟରେ ଏକାଧିକ ଖଣି ହାତେଇଛି। ୨୦୨୦ ଜୁନ୍‌ ୨୭ ତାରିଖରେ ସୁନ୍ଦରଗଡ଼ର ଉକ୍ତ ଲୁହାପଥର ଖଣିକୁ ଲିଜ୍‌ ଆକାରରେ ନେଇଥିଲା। ଲିଜ୍‌ ନେବାର ବର୍ଷକ ପରେ ଏହି ଖଣିକୁ ଜେଏସ୍‌ଡବ୍ଲ୍ୟୁ କମ୍ପାନୀ ଖଣିକୁ କାହିଁକି ଛାଡୁଛି ସେ ନେଇ ଏବେ ଅନେକ ପ୍ରଶ୍ନ ଉଠିଛି।
ଜେଏସ୍‌ଡବ୍ଲ୍ୟୁ ଭଳି ଅନ୍ୟ କେତୋଟି କମ୍ପାନୀ ସର୍ବନିମ୍ନ ୫୦ ବର୍ଷ ପର୍ଯ୍ୟନ୍ତ ନିଲାମ ମାଧ୍ୟମରେ ଖଣି ହାତେଇଛନ୍ତି। ତଥାପି କେତେକ ଶୀଘ୍ର ଖଣି ତ୍ୟାଗ କରିବା ସାଧାରଣ ବ୍ୟବସାୟିକ ଦୃଷ୍ଟିରୁ ବୁଝାପଡ଼େ ନାହିଁ। ନିଲାମ ବ୍ୟବସ୍ଥାରେ ସାଧାରଣତଃ, ସର୍ବାଧିକ ଅର୍ଥ ଯାଚିଥିବା କମ୍ପାନୀ ତାହାର ଦାବି ଛାଡ଼ିଦେଲେ ସେହି ପ୍ରାକୃତିକ ସମ୍ପଦ ଦ୍ୱିତୀୟ ନିଲାମଧାରୀ ପାଖକୁ ଯିବା କଥା। ଏବେ ସରକାର ସେହି ଦ୍ୱିତୀୟ କମ୍ପାନୀକୁ ଖଣି ଦେବେ କି ନାହିଁ ସ୍ପଷ୍ଟ ହେଉ ନାହିଁ। ଜେଏସ୍‌ଡବ୍ଲ୍ୟୁ ଖଣି ଛାଡ଼ିବା ପରେ ସରକାର ଉକ୍ତ ଖଣିକୁ ଟେଣ୍ଡରରେ ଭାଗ ନେଇ ଦ୍ୱିତୀୟ ସ୍ଥାନରେ ରହିଥିବା କମ୍ପାନୀକୁ କମ୍‌ ମୂଲ୍ୟରେ ଦେଇପାରନ୍ତି। ଖଣି ବିଭାଗର ଜଣେ ବରିଷ୍ଠ ଅଧିକାରୀ ନିଜର ନାମ ଗୋପନ ରଖିବାକୁ କହି ମତ ଦେଇଛନ୍ତି ଯେ ପୁନର୍ବାର ଖଣି ନିଲାମ ହେବା ଦରକାର।
ଲିଜ୍‌ ନେଇଥିବା କୌଣସି କମ୍ପାନୀ ଖଣିକୁ ଛାଡ଼ି ଦେଉଥିଲେ ମଧ୍ୟ ସେହି କମ୍ପାନୀ ଉପରେ ଜରିମାନା କିମ୍ବା କଳାତାଲିକାଭୁକ୍ତ କରିବା କ୍ଷମତା ରାଜ୍ୟ ସରକାରଙ୍କ ହାତରେ ନ ଥିବାରୁ ରାଜ୍ୟ ପରିତ୍ୟକ୍ତ ଖଣି ରଖିବା ସହ ବହୁକୋଟି ଟଙ୍କା ରାଜସ୍ବ ହରାଇବାକୁ ବାଧ୍ୟ ହେବ। ତେବେ ପରିତ୍ୟକ୍ତ ଅବସ୍ଥାରେ ଥିବା ଏହି ଖଣିକୁ ଯଦି ପୁନର୍ବାର ନିଲାମ କରାଯାଏ, ତେବେ ପୂର୍ବ ମୂଲ୍ୟ କିମ୍ବା ଏହାଠାରୁ ଆଉ ଚଢ଼ା ଦର ମିଳିବା ସମ୍ଭାବନା ରହିବ ନାହିଁ।
ଏଠାରେ ସୂଚନାଯୋଗ୍ୟ ଯେ ଗୋନୁଆ ଲୁହାପଥର ଖଣି ପାଇଁ ୧୧ ଜଣ ବିଡର ଅଂଶଗ୍ରହଣ କରିଥିଲେ। ସେମାନଙ୍କ ମଧ୍ୟରୁ କମଲଜିତ ସିଂ ଆହଲୁଓ୍ବାଲିଆ, ରୁଙ୍ଗ୍‌ଟା ମାଇନ୍ସ, ଶ୍ୟାମ ଷ୍ଟିଲ୍‌ ଇଣ୍ଡଷ୍ଟ୍ରିଜ, ଆମଲଗାମ ଷ୍ଟିଲ୍‌ ଆଣ୍ଡ ପାଓ୍ବାର ଲିମିଟେଡ୍‌ ଏବଂ ଜେଏସ୍‌ଡବ୍ଲ୍ୟୁ ଷ୍ଟିଲ୍‌ ଲିମିଟେଡ ଚୂଡ଼ାନ୍ତ ତାଲିକାରେ ଥିଲେ। ସମସ୍ତଙ୍କୁ ପଛରେ ପକାଇ ଜେଏସ୍‌ଡବ୍ଲ୍ୟୁ ଉକ୍ତ ଲୁହାପଥର ଖଣିକୁ ହାତେଇବା ସଫଳ ହୋଇଥିଲା। ନିଲାମ ପ୍ରକ୍ରିୟାରେ ଭାଗ ନେବା ପୂର୍ବରୁ ଏହି ସବୁ କମ୍ପାନୀଗୁଡ଼ିକ ପ୍ରତ୍ୟେକ ଖଣିର ତଦାରଖ କରିଥିଲେ। ଇଣ୍ଡିଆନ ବ୍ୟୁରୋ ଅଫ୍‌ ମାଇନ୍ସ ଦ୍ୱାରା କରାଯାଇଥିବା ସର୍ଭେ ଅନୁଯାୟୀ ପ୍ରତ୍ୟେକ ଖଣିରେ ଥିବା ଗଚ୍ଛିତ ପଦାର୍ଥର ଷ୍ଟେ ଆକଳନ ସମ୍ପୃକ୍ତ କମ୍ପାନୀମାନଙ୍କୁ ଯୋଗାଇ ଦିଆଯାଇଥିଲା। ତଥାପି ଏହି ଖଣିରେ ସମ୍ପଦ ନାହିଁ ବୋଲି ଜେଏସ୍‌ଡବ୍ଲ୍ୟୁ କହିବା ଆଶ୍ଚର୍ଯ୍ୟ କଥା। କେବଳ ସରକାରୀ ସୂତ୍ରରୁ ମିଳୁଥିବା ତଥ୍ୟକୁ ନେଇ ଏହି କମ୍ପାନୀମାନେ ନିଲାମ ଦର ମୂଲ୍ୟାୟନ କରନ୍ତି ନାହିଁ। ନିଜର ଆଭ୍ୟନ୍ତରୀଣ ମାଧ୍ୟମରେ ତଥ୍ୟ ଯୋଗାଡ଼ କରିବାର ଯଥେଷ୍ଟ ଉପାୟ ଏବଂ ଧନ ରଖିଥିବା ଏହି ବ୍ୟବସାୟିକ ସଂସ୍ଥାମାନଙ୍କ ପାଖରେ ସବୁକିଛି ରହିଛି।
ଖଣି ନିଲାମକୁ ଦୁଇ ଭାଗରେ ବିଭକ୍ତ କରାଯାଇଥିଲା। ପ୍ରଥମଟି ଥିଲା କ୍ୟାପଟିଭ୍‌। ଅର୍ଥାତ୍‌ ନିଜସ୍ବ ଇସ୍ପାତ କାରଖାନା ସ୍ଥାପନ କରିଥିବା କମ୍ପାନୀକୁ ତାହାର ଚାହିଦା ମୁତାବକ ଖଣି ଦିଆଯାଇଥିଲା। ଦ୍ୱିତୀୟରେ ମର୍ଚ୍ୟାଣ୍ଟ ବା ବ୍ୟବସାୟିକ ଖଣି ନିଲାମ କରାଯାଇଥିଲା, ଯାହାର ସମ୍ପଦକୁ ଖଣି ମାଲିକ ଉତ୍ତୋଳନ କରି ବିଭିନ୍ନ ଗ୍ରାହକଙ୍କୁ ବିକ୍ରକରି ପାରିବ। ଏହି ଦ୍ୱିତୀୟ ଶ୍ରେଣୀ ନିଲାମଧାରୀମାନେ ଲୁହାପଥରକୁ ଅନ୍ୟ ଇସ୍ପାତ କାରଖାନାକୁ ବିକ୍ରି କରିବାର ଅନୁମତି ଦିଆଯାଇଥିଲା। ଜେଏସ୍‌ଡବ୍ଲ୍ୟୁ କେବଳ କ୍ୟାପ୍ଟିଭ ଖଣି ପାଇଁ ନିଲାମରେ ଭାଗ ନେଇଥିଲା। ତାହାର ଇସ୍ପାତ କାରଖାନା କର୍ନାଟକରେ ସ୍ଥାପିତ ହୋଇଥିବା ସତ୍ତ୍ୱେ ଓଡ଼ିଶାର ଖଣି ହାତେଇ କର୍ନାଟକକୁ କଞ୍ଚାମାଲ ପଠାଇ ଥାଆନ୍ତା। ଏଭଳି ନିଲାମଧାରୀ ରାଜ୍ୟରେ କୌଣସି ଅର୍ଥ ଲଗାଣ କରି ନ ଥିବାରୁ ଓଡ଼ିଶାରେ ‘ଭାଲ୍ୟୁ ଆଡିଶନ’ (ମୂଲ୍ୟ ଯୁକ୍ତ) କରିବାର ସମ୍ଭାବନା ନାହିଁ।
ଏହି ଗୋଟିଏ ଖଣି ଛାଡ଼ିବାରୁ ବୁଝାଯାଉଛି ଯେ ଏଭଳି ପ୍ରକ୍ରିୟା ଆରମ୍ଭ ମାତ୍ର ହେଲା। ଖଣିଜ ପଦାର୍ଥର ଦର ବୃଦ୍ଧି ଘଟି ନ ଥିବା ସତ୍ତ୍ୱେ ଭାରତରେ ଇସ୍ପାତ ଦର ପ୍ରବଳ ମାତ୍ରାରେ ବୃଦ୍ଧି ପାଇବାରେ ଲାଗିଛି। କେନ୍ଦ୍ର ସରକାରଙ୍କ ଦ୍ୱାରା ନୂତନ ଖଣି ଆଇନ ଲାଗୁହେଲା ପରେ ମନେହେଉଛି ଯେପରି ଅଳ୍ପ କେତେକ ଧନୀ ଲୋକଙ୍କ ହାତରେ ଦେଶର ସମ୍ପୂର୍ଣ୍ଣ ପ୍ରାକୃତିକ ସମ୍ପଦ ଟେକିଦେବାର ଉଦ୍ଦେଶ୍ୟ ରହିଛି।
ଖଣି ଆଇନକୁ ସମ୍ପୂର୍ଣ୍ଣ ଭାବେ ଉଲ୍ଲଂଘନ କରୁଥିବା ବିଭିନ୍ନ କମ୍ପାନୀଙ୍କୁ ଦଣ୍ଡିତ କରିବାର କୌଣସି ବ୍ୟବସ୍ଥା ରଖାଯାଇ ନ ଥିବା ହେତୁ ଓଡ଼ିଶା ଭଳି ପ୍ରାକୃତିକ ସମ୍ପଦରେ ଭରପୂର ରାଜ୍ୟ ଆସନ୍ତା ୧ ଶତାବ୍ଦୀ ପର୍ଯ୍ୟନ୍ତ ଅଧିକରୁ ଅଧିକ ଦରିଦ୍ର ହେବ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?