Posted inଫୁରସତ

ପରିବା କିଣିବା ପାଇଁ ୫୦୦ ଟଙ୍କାର ଖୁଚୁରା ମିଳିଲାନି, କିଣିଲେ ଲଟେରି ଟିକେଟ; ଆଉ ତା’ ପରେ…

କାହାର ଭାଗ୍ୟ କେତେବେଳେ ବଦଳିଯିବ ସେ ବିଷୟରେ କିଛି କହି ହେବନାହିଁ। କଥାରେ ଅଛି, ଆଜି ଯିଏ ରାଜା କାଲି ସେ ଚାକର। ଆଉ କାଲି ଯେ ଚାକର ଆଜି ସେ ରାଜା। ଦୁନିଆରେ କିଛି ଲୋକ ଅଛନ୍ତି ଯେଉଁମାନେ କଠିନ ପରିଶ୍ରମ କରି ଭଲରେ ରହିଥାନ୍ତି। ଆଉ କିଛି ଲୋକ ଥାନ୍ତି ବିନା ପରିଶ୍ରମରେ ରାତାରାତି କୋଟିପତି ହୋଇଯାନ୍ତି। ସୋସିଆଲ ମିଡିଆରେ ସେମିତି ଏକ ଘଟଣା ଭାଇରାଲ ହେଉଛି। ଯିଏ କି ମାତ୍ର କିଛି ସମୟ ମଧ୍ୟରେ କୋଟିପତି ହୋଇଯାଇଛନ୍ତି।

କେରଳର କୋଟାୟାମରେ ରହୁଥିବା ୭୭ ବର୍ଷୀୟ ସଦାନନ୍ଦ ଅଲିପାରାମ୍ବିଲ ପନିପରିବା ଆଣିବା ପାଇଁ ଦିନେ ସକାଳେ ଘରୁ ବାହାରି ଯାଇଥିଲେ। ସେ ୫୦୦ ଟଙ୍କା ନେଇ ବଜାରକୁ ଯାଇଥିଲେ। ଯେତେବେଳେ ସେ ପନିପରିବା କିଣିସାରିଲେ ସେ ଦୋକାନୀ ହାତକୁ ୫୦୦ ଟଙ୍କିଆ ନୋଟ୍‌ଟାଏ ବଢ଼ାଇ ଦେଲେ। ଦୋକାନୀଙ୍କ ନିକଟରେ ଖୁଚୁରା ନ ଥିଲା। ତେଣୁ ସଦାନନ୍ଦ ନିକଟରୁ ଏକ ଲଟେରି ଟିକେଟ କିଣି ଆଣିବା ପରେ ଦୋକାନୀକୁ ତା’ର ପାଉଣା ଦେଇଥିଲେ। କିଛି ସମୟ ପରେ, ସେ ଜାଣିବାକୁ ପାଇଲେ ଯେ ସେ କିଣିଥିବା ଟିକେଟ ଉପରେ ଲଟେରି ଲାଗିଛି। କିଛିକ୍ଷଣ ମଧ୍ୟରେ ସଦାନନ୍ଦ ୧୨ କୋଟି ଟଙ୍କାର ମାଲିକ ହୋଇପାରିଛନ୍ତି।

ସଦାନନ୍ଦ ବୃତ୍ତିରେ ଜଣେ ଚିତ୍ରକାର। ସେ କରୋନା ମହାମାରୀରେ କାମ କରିବା ବନ୍ଦ କରିଦେଇଥିଲେ। ଫଳରେ ଘରର ଖର୍ଚ୍ଚ କରିବା ତାଙ୍କ ପାଇଁ କଷ୍ଟକର ଥିଲା। ବର୍ତ୍ତମାନ ଲଟେରି ଜିତିଥିବାରୁ ସେ କହିଛନ୍ତି, ପ୍ରଥମେ ଏହି ଟଙ୍କାରେ ଏକ ସୁନ୍ଦର ଘର ନିର୍ମାଣ କରିବେ।
ପରେ ବଳକା ଅର୍ଥ କିପରି ଖର୍ଚ୍ଚ କରିବେ ସେ ସ୍ଥିର କରିବେ। ଏକ ରିପୋର୍ଟ ଅନୁଯାୟୀ, ଟ୍ୟାକ୍ସ ଏବଂ କମିଶନ କାଟିବା ପରେ ସଦାନନ୍ଦ ପ୍ରାୟ ୭.୩୯ କୋଟି ଟଙ୍କା ପାଇବେ।


Enter your email to get our daily news in your inbox.

All Right Reserved By Dharitri.Com

 ଚେନ୍ନାଇର ଝଡ଼ବର୍ଷାରେ ରାସ୍ତା ମଝିରେ  ମାଛ ଧରୁଛନ୍ତି ବ୍ୟକ୍ତି, ଭିଡିଓ ଦେଖିଲେ…

ବାତ୍ୟା ମିଗ୍‌ଜୋମ୍‌  ପ୍ରଭାବରେ ତାମିଲନାଡୁର ଚେନ୍ନାଇ ସହର ଜଳାର୍ଣ୍ଣବ ହୋଇଯାଇଥିଲା। ଏହାର ଅନେକ ଫଟୋ ଏବଂ ଭିଡିଓ ଭାଇରାଲ ହୋଇଥିଲା। ଯେଉଁଥିରୁ ସେଠାକାର କ୍ଷୟକ୍ଷତି ଆକଳନ...

ବିବାହ ଲାଗି ଗୋଟିଏ ଝିଅ ମିଳିବା ମୁସ୍କିଲ; ହେଲେ ଏକାସାଙ୍ଗରେ ୪ଜଣଙ୍କୁ ଜୀବନସାଥୀ କଲେ ଏହି ପୁଅ: ଭିଡିଓ ଦେଖିଲେ…

ଭାରତରେ ଏବେ ବିବାହ ଋତୁ ଆରମ୍ଭ ହୋଇଛି। ପ୍ରତି ଦିନ ହଜାର ହଜାର ବିବାହ ହେଉଛି। ସୋସିଆଲ ମିଡିଆରେ ମଧ୍ୟ କିଛି ବିବାହର ଝଲକ ଦେଖିବାକୁ...

ବିଦେଶୀ ପଣ୍ଡିତ ପଢ଼ିଲେ ଅନର୍ଗଳ ସଂସ୍କୃତ ମନ୍ତ୍ର, ଭାରତୀୟ ସଂସ୍କୃତି ଅନୁଯାୟୀ ହେଲା ବିବାହ; ଭିଡିଓ ଦେଖିଲେ କହିବେ ବାଃ…

ଆରମ୍ଭ ହୋଇଛି ବିବାହ ଋତୁ। ଦେଶବିଦେଶରେ ଏହାର ଧୁମ୍‌ ଦେଖିବାକୁ ମିଳୁଛି। ଏହି କ୍ରମରେ ସୋସିଆଲ ମିଡିଆରେ ଏକ ବିଦେଶୀ ଯୋଡ଼ିଙ୍କ ବିବାହ ଚର୍ଚ୍ଚାର ବିଷୟ...

ଗୁଗ୍‌ଲରେ ଲୋକେ ସବୁଠୁ ଅଧିକ ସର୍ଚ୍ଚ କରନ୍ତି ଏସବୁ, ଜାଣିଲେ ହେବେ ଆଶ୍ଚର୍ଯ୍ୟ

ଗୁଗ୍‌ଲ ଆମକୁ ପ୍ରତ୍ୟେକ ପ୍ରଶ୍ନର ଉତ୍ତର ଦେଇଥାଏ। ଯେତେବେଳେ ଆମେ କିଛି ଜାଣିବାକୁ ଚାହିଁଥାଉ, ପ୍ରଥମେ ଆମେ ଗୁଗ୍‌ଲରେ ସର୍ଚ୍ଚ କରିଥାଉ ବା ଖୋଜିଥାଉ। କିନ୍ତୁ...

Online Transaction Fraud : ବିଚଳିତ ନ ହୋଇ ପ୍ରଥମେ କରନ୍ତୁ ଏପରି ଫେରି ଆସିବ ଠକେଇ ହୋଇଥିବା ଟଙ୍କା …

ମୁମ୍ବାଇ,୭।୧୨ : ବ୍ୟାଙ୍କ ଆକାଉଣ୍ଟରୁ XXXXX ଟଙ୍କା କଟାଯାଇଛି। ଏପରି ବାର୍ତ୍ତା ପାଇଛନ୍ତି କି ବ୍ୟାଙ୍କ ଆକାଉଣ୍ଟଧାରୀଙ୍କ ଅଜ୍ଞାତରେ ଆକାଉଣ୍ଟରୁ ଟଙ୍କା କଟାଯାଇଥିବା ବେଳେ ଆପଣ...

୨୨ ସନ୍ତାନଙ୍କ ମା’, ପ୍ରତିଦିନ ଜଳଖିଆରେ ପିଲାଙ୍କ ପାଇଁ ଖର୍ଚ୍ଚ କରନ୍ତି ଏତିକି ଟଙ୍କା, ଜାଣିଲେ ହେବେ ଆଶ୍ଚର୍ଯ୍ୟ

ମା’ ହେବା ଜଣେ ମହିଳାଙ୍କ ପାଇଁ ସବୁଠାରୁ ସୁଖଦ ଅନୁଭବ। ମା’ ହେବା ପରେ ହିଁ ଜଣେ ମହିଳା ବୁଝିପାରନ୍ତି ଯେ, ଭଗବାନ ତାଙ୍କୁ କାହିଁକି...

ରୋବଟର ଚାକିରି ଛଡାଇ ନେଲେ ମହିଳା, ଏବେ ମେଶିନ ପରି କରୁଛନ୍ତି କାମ

ବେଜିଂ,୭।୧୨: ଟେକ୍ନୋଲଜି ଏବେ ମଣିଷଙ୍କ କାମ ସହଜ କରିଦେଉଛି। ବର୍ତ୍ତମାନ ଏଆଇର ଭିନ୍ନ ଏକ ବିପ୍ଲବରେ ମଣିଷଙ୍କ ରୋଜଗାର ଛଡାଇବାକୁ ବସିଲାଣି। ଏଥିସଯୋଗୁ ସବୁଠି ଛଟେଇ...

ଗଞ୍ଜା ରାବ ନୁହେଁ ଅପରାଧ, ଏହା ତାଙ୍କର ଅଧିକାର: ଫ୍ରାନ୍ସ ସରକାରଙ୍କ ନିର୍ଦ୍ଦେଶ ଜାରି…

ପ୍ୟାରିସ,୭।୧୨ : ପ୍ରାଣୀମାନଙ୍କ ଅଧିକାରର ସୁରକ୍ଷା ପାଇଁ ବହୁ ଲୋକେ ବାହାରିଥାନ୍ତି। କେହି କେହି ମାଂସାହାର ବିରୁଦ୍ଧରେ ଛିଡା ହୋଇଥିବାବେଳେ ଅନ୍ୟମାନେ ପ୍ରାଣୀଙ୍କୁ ବାନ୍ଧି ରଖିବାକୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri