ଧାନ ଉଠେଇଲେନି ମିଲର୍ସ: ଦାବି ପୂରଣ ନ ହେବାରୁ…

ବରଗଡ଼,୬।୧(ପ୍ରେମାନନ୍ଦ ଖମାରୀ): ଆଉ ୨ସପ୍ତାହ ପରେ ବରଗଡ଼ ଜିଲାରେ ଖରିଫ୍‌ ଧାନ ସଂଗ୍ରହ ପ୍ରକ୍ରିୟାକୁ ୨ମାସ ବିତିବ। ହେଲେ ଜିଲାରେ ଧାନ କିଣାବିକା ସମସ୍ୟା ଅସମାହିତ ରହିଛି। ଟୋକନ ସମସ୍ୟାକୁ ନେଇ ଚାଷୀମାନେ ମଣ୍ଡିକୁ ଧାନ ଆଣିପାରୁ ନଥିବାବେଳେ ମଣ୍ଡିକୁ ଆସିଥିବା ଧାନ ମଧ୍ୟ ଠିକ୍‌ଭାବେ ଉଠାଣ କରାଯାଉ ନଥିବାବେଳେ କଟ୍‌ନୀଛଟ୍‌ନୀ ଜୋର୍‌ ଧରିଛି। ଏଭଳି ସ୍ଥିତିରେ ପୂର୍ବ ଘୋଷଣା ଅନୁଯାୟୀ, ସୋମବାରରୁ ବିଭିନ୍ନ ଦାବି ନେଇ ମଣ୍ଡିଗୁଡ଼ିକରୁ ଧାନ ଉଠାଣ ପ୍ରକ୍ରିୟାକୁ ବନ୍ଦ କରି ଦେଇଛନ୍ତି। ଫଳରେ ପୂର୍ବାପେକ୍ଷା ଜିଲାର ଧାନ ସଂଗ୍ରହ ପ୍ରକ୍ରିୟା ଆହୁରି ଜଟିଳ ହୋଇପଡ଼ି ଥିବାବେଳେ ଚାଷୀଙ୍କ ଚିନ୍ତା ବଢ଼ିଯାଇଛି।
ଜିଲାରେ ଗତ ନଭେମ୍ବର ୧୮ତାରିଖରୁ ଖରିଫ ଧାନ ସଂଗ୍ରହ ପ୍ରକ୍ରିୟା ଆରମ୍ଭ ହୋଇଛି। ଆରମ୍ଭରୁ ଧାନବିକ୍ରିରେ ଚାଷୀମାନଙ୍କୁ ବିଭିନ୍ନ ସମସ୍ୟାରେ ଛନ୍ଦି ହେବାକୁ ପଡ଼ିଛି। କେତେବେଳେ ଟୋକନ ସମସ୍ୟା ତ ଆଉକେବେ ମଣ୍ଡିରୁ ଧାନ ଉଠାଣରେ ମନ୍ଥରତା ଯୋଗୁ ଅନେକ ଚାଷୀ ଏପର୍ଯ୍ୟନ୍ତ ସେମାନଙ୍କ ଅମଳ ଧାନ ବିକ୍ରି କରି ପାରିନାହାନ୍ତି। ଅନ୍ୟପଟେ ନିଜ ପରିବାର ଗୁଜୁରାଣ ମେଣ୍ଟାଇବା ପାଇଁ କେତେକ ଚାଷୀ ବାଧ୍ୟ ହୋଇ ବେପାରୀ ହାତକୁ ଧାନ ଟେକିଦେବା ସାଧାରଣରେ ଆଲୋଚିତ ହୋଇଛି। ଏଭଳି ସ୍ଥଳେ ରାଜ୍ୟ ସରକାରଙ୍କ ପ୍ରତି ଚାଷୀଙ୍କ ବିଷୋଦ୍‌ଗାର ପରିଲକ୍ଷିତ ହୋଇଥିବାବେଳେ ଆନ୍ଦୋଳନ ପାଇଁ ଚାଷୀ ସଙ୍ଗଠନଗୁଡ଼ିକ ପୁଣି ପ୍ରସ୍ତୁତି ଆରମ୍ଭ କରି ଦେଇଛନ୍ତି। ଅପରପକ୍ଷେ ମିଲର୍ସଙ୍କ ଦ୍ୱାରା ଆରମ୍ଭ ହୋଇଥିବା ମଣ୍ଡିରୁ ଧାନ ଉଠାଣ ବନ୍ଦ ରାଜ୍ୟ ସରକାରଙ୍କୁ ଅଡୁଆରେ ପକାଇ ଦେଇଛି।
ଜିଲାରେ ଖରିଫ ଧାନ ସଂଗ୍ରହ ପ୍ରକ୍ରିୟା ଆରମ୍ଭ ହେବା ପୂର୍ବରୁ ଅଲ୍‌ ଓଡ଼ିଶା ମିଲର୍ସ ଆସୋସିଏଶନ ବରଗଡ଼ରେ ଏକ ଖବରଦାତା ସମ୍ମିଳନୀ କରିଥିଲା। କଷ୍ଟମ ମିଲିଂ ଚାର୍ଜ ବୃଦ୍ଧି, ଧାନ ସଂରକ୍ଷଣ ଓ ରକ୍ଷଣାବେକ୍ଷଣର ଖର୍ଚ୍ଚ ପ୍ରଦାନ, ଧାନ ପରିବହନ ଖର୍ଚ୍ଚ ପ୍ରଦାନ, ମିଲ୍‌ ଗୋଦାମରେ ଗଚ୍ଛିତ ଚାଉଳ ଉଠାଣ ନେଇ ଆସୋସିଏଶନ ଦାବି କରିଥିଲା ଏବଂ ରାଜ୍ୟ ସରକାରଙ୍କୁ ଏ ନେଇ ଲେଖି ଜଣାଇଥିଲା। ତେବେ ସେତେବେଳେ ରାଜ୍ୟ ସରକାର ଓ ମିଲର୍ସ ଆସୋସିଏଶନ ମଧ୍ୟରେ ଆଲୋଚନା ହୋଇଥିଲା ଏବଂ ଦାବି ପୂରଣ ନେଇ ଆଶ୍ୱାସନା ମିଳିବା ପରେ ମିଲର୍ସମାନେ ଧାନ ଉଠାଣ ନେଇ ରାଜ୍ୟ ସରକାରଙ୍କ ଖାଦ୍ୟ ଯୋଗାଣ, ଖାଉଟି କଲ୍ୟାଣ ବିଭାଗ ସହିତ ଚୁକ୍ତିନାମା କରିଥିଲେ। ମାତ୍ର ଆଲୋଚନାର ଦୀର୍ଘଦିନ ପରେ ମଧ୍ୟ ମିଲର୍ସଙ୍କ ଦାବି ପୂରଣ ନ ହେବାରୁ ଗତ ୧ତାରିଖ ଅଲ୍‌ ଓଡ଼ିଶା ମିଲର୍ସ ଆସୋସିଏଶନ ପୁଣି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ମନ୍ତ୍ରୀଙ୍କୁ ଲେଖି ଜଣାଇଥିଲା ଏବଂ ୩ତାରିଖ ସୁଦ୍ଧା ଦାବି ପୂରଣ ନହେଲେ ୫ତାରିଖରୁ ମଣ୍ଡିରୁ ଧାନ ଉଠାଇବେ ନାହିଁ ବୋଲି ମିଲର୍ସ ଆସୋସିଏଶନ ଚେତାବନୀ ଦେଇଥିଲା। ଏହି କ୍ରମରେ ମିଲର୍ସ ଆସୋସିଏଶନ ମଣ୍ଡିରୁ ଧାନ ଉଠାଣ ପ୍ରକ୍ରିୟାକୁ ବନ୍ଦ କରିଦେଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଅତିରିକ୍ତ ଜିଲାପାଳଙ୍କ ତଦାରଖ କଲେ ଜନଗଣନା କାର୍ଯ୍ୟ: ଘର ଘର ବୁଲି କଲେ…

ଗଞ୍ଜାମ,୧୮।୪(ବିଦ୍ୟାଧର ସାହୁ ): ଜନଗଣନା ଚାଲିଥିବାବେଳେ ଗଞ୍ଜାମ ବିଜ୍ଞାପିତ ଅଞ୍ଚଳରେ ମଧ୍ୟ ଏହା ଜାରି ରହିଛି l ଏଥିରେ ସ୍କୁଲ ଶିକ୍ଷୟିତ୍ରୀ/ଶିକ୍ଷକମାନେ ନିୟୋଜିତ ଅଛନ୍ତି। ଠିକ ଭାବେ…

ବନ୍ଦ ହୋଇଯିବ ହର୍ମୁଜ ପ୍ରଣାଳୀ? ଫେରିଗଲା ୨୧ ଜାହାଜ, ଇରାନ ଦେଲା ବଡ଼ ଓ୍ବାର୍ଣ୍ଣିଂ

ତେହରାନ,୧୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧବିରତି ସମୟସୀମା ନିକଟତର ହେବା ସହିତ, ହର୍ମୁଜ ପ୍ରଣାଳୀକୁ ଘେରି ରହିଥିବା ଉତ୍ତେଜନା ପୁଣି ଥରେ ବୃଦ୍ଧି ପାଇବା ଆରମ୍ଭ…

କାମ କରୁଥିବା ବେଳେ ପଡ଼ିଲେ ତଳେ: ଅଂଶୁଘାତରେ  ମୃତ୍ୟୁ ସନ୍ଦେହ

ସମ୍ବଲପୁର,୧୮।୪(ପ୍ରମୋଦ ବହିଦାର): ସମ୍ବଲପୁର ସହର ସମେତ ସମଗ୍ର ଜିଲାରେ ଗ୍ରୀଷ୍ମ ପ୍ରବାହ ଜାରି ରହିଥିବା ବେଳେ ଶନିବାର ଜଣେ ବ୍ୟକ୍ତିଙ୍କ ମୃତ୍ୟୁକୁ ନେଇ ଅଂଶୁଘାତ ସନ୍ଦେହ କରାଯାଉଛି।…

ବନ୍ତରୁ ଉଦ୍ଧାର ହେଲା ଅତି ବିରଳ ସାପ: ଚିକିତ୍ସା ପାଇଁ ଯିବ ନନ୍ଦନକାନନ

ବନ୍ତ,୧୮।୪(କିଶୋର କୁମାର ସେଠୀ): ଭଦ୍ରକ ଜିଲା ବନ୍ତ ବ୍ଲକ ଛୟାଳସିଂ ହରିଜନ ସାହିରୁ ଏକ ଅତି ବିରଳ ରଙ୍ଗର ସାପକୁ ଶୁକ୍ରବାର ଅପରାହ୍ନରେ ଉଦ୍ଧାର କରାଯାଇଛି। ହଳଦିଆ…

ଇରାନ ସହ କଥା ହେବା ମଧ୍ୟରେ ପୁଣି ଧମକ ଦେଲେ ଟ୍ରମ୍ପ, କହିଲେ ବୁଧବାର ସୁଦ୍ଧା ଡିଲ ନ ହେଲେ…

ଓ୍ବାଶିଂଟନ,୧୮।୪: ଇରାନ ସମ୍ପର୍କରେ ଏକ ପ୍ରମୁଖ ବିବୃତ୍ତି ଦେଇ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସଙ୍କେତ ଦେଇଛନ୍ତି ଯେ ବର୍ତ୍ତମାନର ଯୁଦ୍ଧବିରତି ଅଧିକ ଦିନ ପର୍ଯ୍ୟନ୍ତ ରହିପାରିବ…

ପ୍ରାଇଭେଟ୍‌ ଚାକିରିଆଙ୍କ ପାଇଁ ଦୁଃଖ ଖବର! ନୂଆ ଲେବର କୋଡ୍‌ ଯୋଗୁ ଦରମାରୁ କଟିଯିବ ଏତେ ଟଙ୍କା…

ନୂଆଦିଲ୍ଲୀ,୧୮।୪: କେନ୍ଦ୍ର ସରକାରଙ୍କ ଦ୍ୱାରା ଲାଗୁ ହୋଇଥିବା ନୂଆ ଲେବର କୋଡ୍ (New Labour Code) ଅଧୀନରେ ବେସରକାରୀ କ୍ଷେତ୍ରର କର୍ମଚାରୀଙ୍କ ପାଇଁ ଅନେକ ନୂତନ ନିୟମ…

ମାଙ୍କଡ଼ ଆତଙ୍କ: ସିଧା ଆସି ଧରିଲା ଅଣ୍ଟାକୁ …

ବନ୍ତ,୧୮।୦୪(କିଶୋର କୁମାର ସେଠୀ): ମାଙ୍କଡ଼ ଆକ୍ରମଣରେ ଜଣେ ବୃଦ୍ଧ ଗୁରୁତର ହୋଇଛନ୍ତି। ଆହତ ବ୍ୟକ୍ତିଜଣକ ଭଦ୍ରକ ଜିଲା ବନ୍ତ ବ୍ଲକ ଟିଲୋ ତାଳପଦା ଗ୍ରାମର ଦାମୋଦର ବାରିକ…

ଗୋଟିଏ ଦିନ ପୂର୍ବରୁ ଜଣା ନ ଥିଲା କ’ଣ ହେବ, ହେଲେ ହୋଇଛି ଗଣତନ୍ତ୍ରର ବଡ଼ ବିଜୟ: ପ୍ରିୟଙ୍କା

ନୂଆଦିଲ୍ଲୀ,୧୮।୪: କଂଗ୍ରେସ ଏମପି ପ୍ରିୟଙ୍କା ଗାନ୍ଧୀ ଶନିବାର ସକାଳେ ଏକ ସାମ୍ବାଦିକ ସମ୍ମିଳନୀ କରିଥିଲେ। ଏହି କାର୍ଯ୍ୟକ୍ରମ ସମୟରେ, ସେ କହିଥିଲେ ଯେ ଶୁକ୍ରବାର ଯାହା ଘଟିଲା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri