Posted inଖେଳ

ମିଲ୍‌ଖାଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର

ଚଣ୍ଡିଗଡ଼,୨୭।୫(ପି.ଟି.): କିମ୍ବଦନ୍ତୀ ଆଥ୍‌ଲେଟ ମିଲ୍‌ଖା ସିଂଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର ରହିଛି। ତାଙ୍କୁ ଇଣ୍ଟେନସିଭ କେୟାର ୟୁନିଟ୍‌ (ଆଇସିୟୁ) ବାହାରକୁ ନିଆଯାଇଛି। ସେ କୋଭିଡ୍‌ ନିମୋନିଆ ପାଇଁ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ। ତେବେ ତାଙ୍କ ୮୨ ବର୍ଷୀୟା ସ୍ତ୍ରୀ ନିର୍ମଲ କୌର କୋଭିଡ୍‌ ନିମୋନିଆ ପାଇଁ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ଟେଷ୍ଟରେ ସେ ପଜିଟିଭ ବୋଲି ଜଣାପଡିଥିଲା। ନିର୍ମଲ ଭାରତର ପୂର୍ବତନ ଭଲିବଲ ଅଧିନାୟିକା ରହିଥିଲେ। ଉଭୟଙ୍କ ସ୍ବାସ୍ଥ୍ୟାବସ୍ଥା ଉପରେ ନଜର ରଖାଯାଇଛି ବୋଲି ହସ୍ପିଟାଲ କତ୍ତୃର୍ପକ୍ଷ କହିଛନ୍ତି। ସୋମବାର ମିଲ୍‌ଖାଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇଥିଲା। ଟେଷ୍ଟରେ ତାଙ୍କ ରିପୋର୍ଟ ପଜିଟିଭ ଆସିଥିଲା। ସେହିଦିନ ସେ କୋଭିଡ୍‌ ନିମୋନିଆରେ ଆକ୍ରାନ୍ତ ଥିଲେ ବୋଲି ଜଣାପଡିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଅକ୍ଷୟ କୁମାରଙ୍କ ଅଭିନେତ୍ରୀଙ୍କ ସହ ଯୋଡି ହୋଇଥିଲା ଏହି କ୍ରିକେଟରଙ୍କ ନାମ: ଏନ୍‌କାଉଣ୍ଟରରେ ସହିଦ ହୋଇଥିଲେ ବାପା

ଫିଲ୍ମ କଳାକାର ଏବଂ କ୍ରିକେଟରଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ବହୁତ ପୁରୁଣା। ନବାବ ପଟୌଦୀ-ଶର୍ମିଲା ଟାଗୋରଙ୍କ ଠାରୁ ଆରମ୍ଭ କରି ବିରାଟ କୋହଲି-ଅନୁଷ୍କା ଶର୍ମାଙ୍କ ପର୍ଯ୍ୟନ୍ତ...

ଖେଳରତ୍ନ, ଦ୍ରୋଣାଚାର୍ଯ୍ୟ ପାଇଁ ଅଞ୍ଜୁମ, ଜଶପାଲଙ୍କ ନାମ ସୁପାରିସ

ନୂଆଦିଲ୍ଲୀ,୧୪।୫(ପି.ଟି.): ନ୍ୟାଶନାଲ ରାଇଫଲ ଆସୋସିଏଶନ ଅଫ୍‌ ଇଣ୍ଡିଆ (ଏନ୍‌ଆର୍‌ଏଆଇ) ଦେଶର ସର୍ବୋଚ୍ଚ କ୍ରୀଡ଼ା ପୁରସ୍କାର ରାଜୀବ ଗାନ୍ଧୀ ଖେଳରତ୍ନ ପାଇଁ ମହିଳା ଶୁଟର ଅଞ୍ଜୁମ ମୋଦ୍‌ଗିଲ୍‌ଙ୍କ...

ପ୍ରଥମ ମ୍ୟାଚ୍‌ ଶେଷ: ଆର୍ଜେଣ୍ଟିନା ବିଜୟୀ

ଭୁବନେଶ୍ୱର,୧୩।୧(ବ୍ୟୁରୋ): ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିୟମରେ ଅନୁଷ୍ଠିତ ପୁରୁଷ ହକି ବିଶ୍ୱକପର ପ୍ରଥମ ମ୍ୟାଚ୍‌ ଶେଷ ହୋଇଛି। ଏଥିରେ ଆର୍ଜେଣ୍ଟିନା ଦକ୍ଷିଣ ଆଫ୍ରିକାକୁ ୧-୦ ଗୋଲରେ ପରାସ୍ତ...

କୋହଲି ଦଣ୍ଡିତ

ସାଉଥାମ୍ପଟନ,୨୩ା୬: ଆଫଗାନିସ୍ତାନ ବିପକ୍ଷ ମ୍ୟାଚ୍‌ରେ ଅତ୍ୟଧିକ ଅପିଲ କରିବା ପାଇଁ ଭାରତୀୟ ଅଧିନାୟକ ବିରାଟ କୋହଲିଙ୍କୁ ଦଣ୍ଡିତ ହେବାକୁ ପଡ଼ିଛି। ତାଙ୍କ ମ୍ୟାଚ୍‌ ଫି’ର ୨୫...

ଚର୍ଚ୍ଚାରେ ଡ୍ରାଭିଡ୍‌ଙ୍କ ପୁଅ ସମିତ

ନୂଆଦିଲ୍ଲୀ, ୧୯।୨- ଭାରତୀୟ ବ୍ୟାଟିଂ କିମ୍ବଦନ୍ତୀ ରାହୁଲ ଡ୍ରାଭିଡ୍‌ଙ୍କ ପୁଅ ସମିତ୍‌ ଏବେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁରେ ରହିଛନ୍ତି। ଦୁଇମାସ ବ୍ୟବଧାନରେ ୨ଟି ଦ୍ୱିଶତକ ହାସଲ କରି...

ପୋଲିସ୍‌ ଶିଲ୍ଡ: ଅର୍ଜୁନ ତେନ୍ଦୁଲକରଙ୍କ ଅଲ୍‌ରାଉଣ୍ଡ ପ୍ରଦର୍ଶନ

ମୁମ୍ବାଇ,୧୫।୨(ପି.ଟି.): ମୁମ୍ବାଇ କ୍ରିକେଟ ଆସୋସିଏଶନ (ଏମ୍‌ସିଏ) ଆନୁକୂଲ୍ୟରେ ଏଠାରେ ଚାଲିଥିବା ୭୩ତମ ପୋଲିସ ଆମନ୍ତ୍ରଣୀୟ ଶିଲ୍ଡ କ୍ରିକେଟ ଟୁର୍ନାମେଣ୍ଟରେ ରବିବାର ଖେଳାଯାଇଥିବା ଦ୍ୱିତୀୟ ରାଉଣ୍ଡ ଗ୍ରୁପ୍‌...

ରୋହିତଙ୍କ ଓପନିଂ ପାର୍ଟନର କୋହଲି ନୁହନ୍ତି

ନୂଆଦିଲ୍ଲୀ,୯।୯: ଗତ ମାର୍ଚ୍ଚରେ ବିରାଟ କୋହଲି ସଫଳତାର ସହ ଇଂଲଣ୍ଡ ବିପକ୍ଷ ୫ ମ୍ୟାଚ୍‌ ବିଶିଷ୍ଟ ଟି୨୦ ସିରିଜ୍‌ରେ ଓପନିଂ କରିଥିଲେ। ଆଉ ଟି୨୦ ବିଶ୍ୱକପ୍‌ରେ...

ନଟିଂହାମଶାୟର ପକ୍ଷରୁ ଖେଳିବେ ଅଶ୍ୱିନ

ନୂଆଦିଲ୍ଲୀ, ୧୯ା୫(ପିଟି)- ସିନିୟର ଭାରତୀୟ ସ୍ପିନର ରବିଚନ୍ଦ୍ରନ ଅଶ୍ୱିନ ଇଂଲଣ୍ଡ କାଉଣ୍ଟି ଦଳ ନଟିଂହାମଶାୟର ପାଇଁ ଖେଳିବେ। ଚଳିତ ସିଜନରେ ସେ ନଟିଂହାମ ପାଇଁ ୬...

Advertisement
Archives

Model This Week