ଦୁଗ୍ଧ ଉତ୍ପାଦନ ୨୫% ହ୍ରାସ, ଗୋ ସମ୍ପଦ ପ୍ରଭାବିତ

ଜଗତ୍‌ସିଂହପୁର ଅଫିସ, ୨୪ା୮: ଜଗତ୍‌ସିଂହପୁର ଏକ କୃଷିପ୍ରଧାନ ଜିଲା ଭାବେ ପରିଚିତ। ଏହି ଜିଲାର ଅଧିକାଂଶ ଲୋକ କୃଷି ଓ ଗୋ ସମ୍ପଦ ପାଳନ କରି ଜୀବିକା ନିର୍ବାହ କରିଥାନ୍ତି। ବିଶେଷକରି ଦୁଗ୍ଧ ବିକ୍ରି କରି ଜିଲାର ବହୁ ଲୋକ ପରିବାର ଭରଣପୋଷଣ କରିଥାନ୍ତି। ଏନେଇ ଜଗତ୍‌ସିଂହପୁର ଜିଲା ଦୁଗ୍ଧ ଉତ୍ପାଦନରେ ରାଜ୍ୟରେ ପ୍ରଥମ ସ୍ଥାନ ଅଧିକାର କରିଛି। ମାତ୍ର ଲଗାଣ ବର୍ଷା ଓ ବନ୍ୟା ଯୋଗୁ ଜିଲାର ଗୋ ସମ୍ପଦ ପ୍ରଭାବିତ ହୋଇଛି, ଯେଉଁ କାରଣରୁ ଜିଲାରେ ଦୁଗ୍ଧ ଉତ୍ପାଦନ ୨୫% ହ୍ରାସ ପାଇଛି। ସେଥିରୁ ତିର୍ତ୍ତୋଲ ଓ କୁଜଙ୍ଗ ବ୍ଲକରେ ସର୍ବାଧିକ କ୍ଷତିଗ୍ରସ୍ତ ହୋଇଛି।
ଜିଲା ମୁଖ୍ୟ ପ୍ରାଣୀ ଚିକିତ୍ସା ବିଭାଗରୁ ମିଳିଥିବା ସୂଚନା ଅନୁଯାୟୀ, କିଛି ମାସ ପୂର୍ବରୁ ଜିଲାରୁ ଓମଫେଡ୍‌ ମାଧ୍ୟମରେ ୧,୧୫,୦୦୦ ଲିଟର ଦୁଗ୍ଧ କାରବାର ହେଉଥିଲା। ଲଗାଣ ବର୍ଷା ଓ ବନ୍ୟା ପୂର୍ବରୁ ଏହି ପରିମାଣ ୧,୦୭,୦୦୦ ଲିଟରକୁ ଖସି ଆସିଥିଲା। ବନ୍ୟା ହେଲା ପରେ ଜିଲାର ୩୨ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ୮୨ ଗ୍ରାମର ପାଖାପାଖି ୨୮,୨୪୧ ପ୍ରାଣୀ ପ୍ରଭାବିତ ହୋଇଥିବା ପ୍ରାଥମିକ ଆକଳନରୁ ଜଣାଯାଇଛି। ସେଥିମଧ୍ୟରୁ କୁଜଙ୍ଗ ବ୍ଲକ ଅନ୍ତର୍ଗତ ୧୧ ପଞ୍ଚାୟତ ଅଧୀନ ୨୮ ଗ୍ରାମର ୬,୪୩୧ ଗାଈ, ୧,୫୭୭ ଛେଳି ଓ ମେଣ୍ଢା ମିଶାଇ ମୋଟ ୮୦୦୮ଟି ପ୍ରାଣୀ ପ୍ରଭାବିତ ହୋଇଛନ୍ତି। ଅନୁରୂପ ଭାବେ ତିର୍ତ୍ତୋଲ ବ୍ଲକ ଅନ୍ତର୍ଗତ ୧୦ ପଞ୍ଚାୟତ ଅଧୀନ ୩୫ଟି ଗ୍ରାମର ୯,୦୧୪ ଗୋରୁଗାଈ, ୫,୨୮୪ ଛେଳି, ମେଣ୍ଢାକୁ ମିଶାଇ ମୋଟ ୧୪,୨୯୮ ପ୍ରାଣୀ କ୍ଷତିଗ୍ରସ୍ତ ହୋଇଛନ୍ତି। ପାଖାପାଖି ୧୦ ଦିନ ହେବ ଅନେକ ଗୋସମ୍ପଦ ଖାଦ୍ୟ, ପାନୀୟ ଓ ଆବଶ୍ୟକ ଚିକିତ୍ସା ଅଭାବରୁ ଅସୁସ୍ଥ ହୋଇ ପଡ଼ିଛନ୍ତି। ଏ ପରିସ୍ଥିତିରେ ଜିଲାପାଳ ପାରୁଲ ପଟାୱରୀ ଓ ଜିଲା ମୁଖ୍ୟପ୍ରାଣୀ ଚିକିତ୍ସା ଅଧିକାରୀ ଡ. ବୀରକିଶୋର ପରିଡ଼ାଙ୍କ ତତ୍ତ୍ୱାବଧାନରେ ଜିଲା ପ୍ରାଣୀ ସମ୍ପଦ କାର୍ଯ୍ୟାଳୟ ପକ୍ଷରୁ ବୋଟ୍‌ ଓ ଡଙ୍ଗା ଯୋଗେ ଗୋ ଖାଦ୍ୟ ଯୋଗାଇବା ପାଇଁ ଯଥାସମ୍ଭବ ଉଦ୍ୟମ ହୋଇଛି। ଏଥିମଧ୍ୟରେ କୁଜଙ୍ଗ ବ୍ଲକ ଅଞ୍ଚଳରେ ୧୦୧, ତିର୍ତ୍ତୋଲରେ ୧୩୨ ସହ ଜିଲାରେ ମୋଟ ୨୬୫ ମେଟ୍ରିକ ଟନ୍‌ ଦାନା ଯୋଗାଇବା ସମ୍ଭବ ହୋଇପାରିଛି। ୯୨ କ୍ୟାମ୍ପ କରାଯାଇଛି। ୨୩ ଡାକ୍ତରୀ ଦଳ ବନ୍ୟାଞ୍ଚଳ ବୁଲି ୫,୨୦୭ ପ୍ରାଣୀଙ୍କୁ ଚିକିତ୍ସା ସେବା ଯୋଗାଇ ଦେଇଛନ୍ତି। ମାତ୍ର ଠିକଣା ସମୟରେ ବୋଟ୍‌ ଓ ଡଙ୍ଗାର ଅଭାବ ଦେଖାଦେଇଥିଲା,ତେଣୁ ଖାଦ୍ୟ ଓ ଆବଶ୍ୟକ ଚିକିତ୍ସା ସୁବିଧା ନ ପାଇ ଗୋ ସମ୍ପଦ ଅବହେଳିତ ଅବସ୍ଥାରେ ଥିବା ସାଧାରଣରେ ଅଭିଯୋଗ ହୋଇଛି। ଏବେ ପରିସ୍ଥିତିରେ ସୁଧାର ଆସିଥିଲେ ସୁଦ୍ଧା ଦୁଗ୍ଧ ଉତ୍ପାଦନ କମିଛି ଅର୍ଥାତ୍‌ ପାଖାପାଖି ୭୫,୦୦୦ ଲିଟରକୁ ଖସି ଆସିଛି। ପୂର୍ବରୁ ମିଲ୍କ ମନ୍ତ୍ର ଓ ପ୍ରଗତି ଆଦି ମାଧ୍ୟମରେ ପାଖାପାଖି ୧,୧୦,୦୦୦ ଲିଟର କାରବାର ହେଉଥିଲା। ଏବେ ଏହି ପରିମାଣ ପାଖାପାଖି ୨୫% କମିଥିବା ଆକଳନ କରାଯାଉଛି। ପରିସ୍ଥିତି ସୁଧୁରିଲା ପରେ ବାସ୍ତବସ୍ଥିତି ଜଣାପଡ଼ିବ।
ଏ ସମ୍ପର୍କରେ କୁଜଙ୍ଗ ବ୍ଲକ ହଂସୁରା ପଞ୍ଚାୟତ ଅନ୍ତର୍ଗତ ଅନଳିପାଟଣା ଗ୍ରାମର ଲକ୍ଷ୍ମଣ ମଳିକ, ଦେବଦତ୍ତ ଦାସ, ନୃସିଂହ ଦାସ, ବୈଦ୍ୟନାଥ ମହାପାତ୍ର, ବିଚିତ୍ରାନନ୍ଦ ଦାସ, ଉମେଶ ମହାରଣା, ହଂସୁରାର ସୂର୍ଯ୍ୟମଣି ସାମନ୍ତରାୟ, ସାଂପୁରର ସୂର୍ଯ୍ୟକାନ୍ତ ଦାସ ଓ ମନଦଲପୁରର ଗୋଲେଖ ବେହେରା ପ୍ରମୁଖ କହିଛନ୍ତି, ଗୋରୁଗାଈ ଘାସ ଖାଇବାକୁ ପାଉ ନ ଥିବାରୁ ଗୋଖାଦ୍ୟ ଉପରେ ନିର୍ଭରଶୀଳ। ସରକାରଙ୍କ ପକ୍ଷରୁ ପର୍ଯ୍ୟାପ୍ତ ପରିମାଣର ଗୋଖାଦ୍ୟ ଦିଆଯିବା ଜରୁରୀ। ବନ୍ୟା ଯୋଗୁ ପରିବେଶ ଖରାପ ହୋଇଯାଇଥିବାରୁ ରୋଗ ବଢ଼ିବାର ଆଶଙ୍କା ରହିଛିି। ତେଣୁ ପ୍ରାଣୀ ସମ୍ପଦର ସୁରକ୍ଷା ପାଇଁ ଆବଶ୍ୟକ ସହଯୋଗ ନ ମିଳିଲେ ପରିସ୍ଥିତି ବିଗିଡ଼ିଯିବ। ହଂସୁରା ସରପଞ୍ଚ ରବିନାରାୟଣ ଦାସ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି, ପାରାଦୀପରେ ବଡବଡ ଶିଳ୍ପ ସାଙ୍ଗକୁ ବନ୍ଦର ରହିଛି। କିନ୍ତୁ ବନ୍ୟା ସମୟରେ ଏହି ଶିଳ୍ପ ସଂସ୍ଥାଗୁଡିକ କୌଣସି ପ୍ରକାର ସହାୟତା ଯୋଗାଇ ନ ଦେବା ଦୁର୍ଭାଗ୍ୟଜନକ କଥା । ତେଣୁ ଶିଳ୍ପ ସଂସ୍ଥାଗୁଡିକ ଏବେଠାରୁ ସହାୟତାର ହାତ ବଢାଇବାକୁ ସେ ଅନୁରୋଧ କରିଛନ୍ତି। ଜିଲା ମୁଖ୍ୟ ପ୍ରାଣୀଚିକିତ୍ସା ଅଧିକାରୀ ଡା. ପରିଡ଼ା କହିଛନ୍ତି, ବିଭାଗ ପକ୍ଷରୁ ବନ୍ୟାଞ୍ଚଳରେ ଯଥାସମ୍ଭବ ଗୋଖାଦ୍ୟ, ଚିକିତ୍ସା ଓ ଟିକା ଆଦି ଯୋଗାଇ ଦିଆଯାଉଛି। ସମ୍ଭାବ୍ୟ ପରିସ୍ଥିତିକୁ ଏଡାଇବା ପାଇଁ ଅଭିଯାନ ଜାରି ରହିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଅବ୍ୟବସ୍ଥାରେ ବଡ଼ଛତ୍ରଙ୍ଗ ହାଇସ୍କୁଲ, ଛାତରୁ ଝରୁଛି ପାଣି, ନାହାନ୍ତି ଶିକ୍ଷକ

ଥୁଆମୂଳ ରାମପୁର,୨୩।୮(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ ଐତିହାସିକ ସରକାରୀ ଉଚ୍ଚ ବିଦ୍ୟାଳୟ ବଡ଼ଛତ୍ରଙ୍ଗରେ ଶିକ୍ଷାବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇପଡ଼ିଛି। ୧୯୬୬ରୁ ସ୍ଥାପିତ ଏହି…

ଲଗାଣ ବର୍ଷାରେ ପାପଡ଼ାହାଣ୍ଡିରେ ବନ୍ୟା, ଭାଙ୍ଗିଲା ୩୮ ଘର, ୧୦୦ଜଣଙ୍କୁ ସ୍ଥାନାନ୍ତର

ପାପଡ଼ାହାଣ୍ଡି, ୨୩।୮(ସ୍ବପ୍ନଜିତ ପଟ୍ଟନାୟକ): ଗତ ୨ ଦିନ ଧରି ଲାଗି ରହିଥିବା ଲଗାଣ ବର୍ଷାରେ ରବିବାର ପାପଡ଼ାହାଣ୍ଡି ବ୍ଲକରେ ବନ୍ୟା ପରିସ୍ଥିତି ଉପୁଜିଛି। ପାପଡ଼ାହାଣ୍ଡି ସଦର ସମେତ…

ମହିଳା ବିଜେଡି ଜିଲା ଉପସଭାପତି ହେଲେ କର୍ଲାମୁଣ୍ଡାର ମନ୍ଦିରା ନାଏକ, ଛୁଟିଲା ଶୁଭେଚ୍ଛା

କର୍ଲାମୁଣ୍ଡା,୨୩।୮(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା ବିଜୁ ମହିଳା ଜନତା ଦଳର କର୍ମକର୍ତ୍ତାଙ୍କ ନାମ ଘୋଷଣା କରାଯାଇଛି । ଏଥିରେ କର୍ଲାମୁଣ୍ଡା ବ୍ଲକ ପୂର୍ବତନ ଜିଲା ପରିଷଦ…

ଦୋକାନ ଭିତରୁ ମିଳିଲା ମାଲିକାଣୀଙ୍କ ରକ୍ତାକ୍ତ ମୃତଦେହ, ଭାଇ ଆଣିଲେ ହତ୍ୟା ଅଭିଯୋଗ

କେନ୍ଦୁଝର,୨୩।୮(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଟାଉନ ଥାନା ଅଧୀନ ଘୁଟୁରୁରେ ଥିବା ଏକ ଶୋରୁମ ଭିତରୁ ଜଣେ ମହିଳାଙ୍କ ମୃତଦେହ ପୋଲିସ ଉଦ୍ଧାର କରିଛି। ତାଙ୍କ ନାମ…

ସ୍କୁଲ ବନ୍ଦ କରି ଚାଲିଗଲେ ଶିକ୍ଷକ: ଭିତରେ ଫସି ରହିଲେ ଛାତ୍ରୀ, କାନ୍ଦ ବୋବାଳି….

ବଲାଙ୍ଗୀର,୨୩ା୮(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ପାଟଣାଗଡ ଭାଇଁସା ସରକାରୀ ପ୍ରାଥମିକ ଉଚ୍ଚ ବିଦ୍ୟାଳୟରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ଗତକାଲି ଶନିବାର ଦିନ…

ଡିଜିଟାଲ ଠକେଇରୁ କେମିତି ମିଳିବ ମୁକ୍ତି? ବରିଷ୍ଠ ନାଗରିକଙ୍କୁ ନେଇ…

ଛତ୍ରପୁର,୨୩ା୮(ଦିଲ୍ଲୀପ ସାମଲ): ବଢୁଥିବା ସାଇବର ଅପରାଧ ଓ ବିଶେଷକରି ଡିଜିଟାଲ ଆରେଷ୍ଟ ନାମରେ ହେଉଥିବା ଠକେଇରୁ ବରିଷ୍ଠ ନାଗରିକମାନଙ୍କୁ ସଚେତନ କରିବା ଲକ୍ଷ୍ୟରେ ଛତ୍ରପୁର ଥାନା ପକ୍ଷରୁ…

ଥୁଆମୂଳ ରାମପୁରରେ ରେକର୍ଡ ବର୍ଷା; ଯାତାୟତ ସମ୍ପୂର୍ଣ୍ଣ ଠପ୍, ପାଣିରେ ଫସିଲା ଆମ୍ବୁଲାନ୍ସ

ଥୁଆମୂଳ ରାମପୁର,୨୩ା୮(ଦୁର୍ଗା କୀର୍ତ୍ତି): ଲଘୁଚାପ ପ୍ରଭାବରେ ଦକ୍ଷିଣ ଓଡ଼ିଶାର ବିଭିନ୍ନ ଜିଲାରେ ପ୍ରବଳ ବର୍ଷା ଜାରି ରହିଥିବା ବେଳେ କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକରେ ରେକର୍ଡ…

ଭରା ପାଣିରେ ବଞ୍ଚିବା ପାଇଁ ସଂଘର୍ଷ, ଗ୍ରାମବାସୀ ଜନପ୍ରତିନିଧିଙ୍କୁ ଅଭିଯୋଗ କରିବା ପରେ ବି…

ଗୁଡ଼ାରି,୨୩ା୮(ପ୍ରମୋଦ କୁମାର ପତି): ରାୟଗଡ଼ା ଜିଲା ଗୁଡ଼ାରି ବ୍ଲକର ପେଣ୍ଡିଲି ପଞ୍ଚାୟତ ଅନ୍ତର୍ଗତ ପଞ୍ଚୁପାଣ୍ଡବ ଗ୍ରାମ ନିକଟରେ ପ୍ରବାହିତ ନାଳରେ ଲଘୁଚାପ ଜନିତ ବର୍ଷା ଯୋଗୁ ଅଧିକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri