Posted inଖେଳ

୨୬ ବର୍ଷ ବଡ଼ ମିଲିନ୍ଦଙ୍କ ପ୍ରେମରେ ପଡ଼ିଥିଲେ ଏହି ଯୁବତୀ; ନାଇଟ୍‌ କ୍ଲବରେ ଭେଟିବା ପରେ …

ବମ୍ବେ: କଥାରେ ଅଛି ପ୍ରେମ ମାନେନା ବୟସ। ସେଭଳି କିଛି ଘଟିଥିଲା ଅଙ୍କିତା କୋନ୍‌ଓ୍ବରଙ୍କ କ୍ଷେତ୍ରରେ। ନିଜଠାରୁ ୨୬ବର୍ଷ ବଡ଼ ଜାଣି ବି ସେ ବଲିଉଡ୍‌ ଅଭିନେତା ତଥା ମଡେଲ ମିଲିନ୍ଦ ସୋମନଙ୍କ ପ୍ରେମରେ ପଡ଼ିଯାଇଥିଲେ। ବୟସାଗତ ତାରତମ୍ୟ ଅଧିକ ଥିବାରୁ ପ୍ରେମର ରାସ୍ତା ସେତେଟା ସହଜ ନ ଥିଲା। ଦୀର୍ଘ ୫ ବର୍ଷ ଧରି ଦୁହେଁ ଦୁହିଁଙ୍କୁ ଡେଟ୍‌ କରିଥିଲେ। ୨୦୧୮ ଏପ୍ରିଲ ୨୨ରେ ସେମାନେ ବିବାହ ବନ୍ଧନରେ ଆବଦ୍ଧ ହୋଇଥିଲେ। ଆଜି ଉଭୟଙ୍କ ବିବାହକୁ ଆଉ ଏକ ବର୍ଷ ପୁରିଛି। ଏହି ଅବସରରେ ସେମାନଙ୍କ ନିକଟକୁ ଶୁଭେଚ୍ଛାର ସୁଅ ଛୁଟୁଛି।

ମିଲିନ୍ଦଙ୍କୁ ୫୫ବର୍ଷ ହୋଇଥିବା ବେଳେ ଅଙ୍କିତାଙ୍କୁ ୨୮। ଅଭିନେତାଙ୍କ ପୂର୍ବରୁ ଅଙ୍କିତା ଅନ୍ୟଜଣେ ଯୁବକଙ୍କୁ ପ୍ରେମ କରୁଥିଲେ। ହେଲେ ତାଙ୍କର ମୃତ୍ୟୁ ଘଟିଯାଇଥିଲା। ଏଥିରେ ଭାଙ୍ଗିପଡ଼ି ଅଙ୍କିତା ଦେଶ ଛାଡ଼ି ଚାଲିଯିବାକୁ ଭାବିଥିଲେ। ଏୟାର ଏସିଆରେ କ୍ୟାବିନ୍‌ କ୍ରୁ ମେମ୍ବର ଭାବେ କାମ କରିବା ଆରମ୍ଭ କରିଦେଇଥିଲେ। ଏହି ସମୟ ମଧ୍ୟରେ ତାଙ୍କର ପୋଷ୍ଟିଂ ଚେନ୍ନାଇରେ ହୋଇଥିଲା।

ଦିନେ ମିଲିନ୍ଦଙ୍କୁ ଅଙ୍କିତା ଲବିରେ ଦେଖିଥିଲେ। ୯୦ ଦଶକର ଲୋକପ୍ରିୟ ଅଭିନେତା ଥିବା ଯୋଗୁ ଅଙ୍କିତା ତାଙ୍କର ବଡ଼ ପ୍ରଶଂସକ ଥିଲେ। ସେ ‘ହାଲୋ’ କହିଥିଲେ ହେଁ କିଛି ଉତ୍ତର ଦେଇ ନ ଥିଲେ ମିଲିନ୍ଦ। କିଛି ଦିନ ପରେ ଚେନ୍ନାଇର ଏକ ନାଇଟ୍‌ କ୍ଲବରେ ପୁଣି ଉଭୟଙ୍କ ଭେଟ ହୋଇଥିଲା। ସେମାନେ ପରସ୍ପରକୁ ଦେଖୁଥିଲେ। ସାଙ୍ଗରେ ଥିବା ବନ୍ଧୁ ତାଙ୍କ ସହ କଥା ହେବାକୁ ପରାମର୍ଶ ଦେଇଥିଲେ। କିଛି ଦିନ ପରେ ଉଭୟ ଫୋନ୍‌ ନମ୍ବର ଦେଇ କଥା ହେବା ଆରମ୍ଭ କରିଥିଲେ। ପରେ ପାଞ୍ଚ ବର୍ଷ ଧରି ଡେଟ୍‌ କରିବା ପରେ ବିବାହ କରିଥିବା ଅଙ୍କିତା ଏକ ସାକ୍ଷାତକାରରେ କହିଥିଲେ। ଏବେ ଉଭୟ ସୁଖୀ ଦାମ୍ପତ୍ୟ ଜୀବନ ବିତାଉଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗୁରୁଦିବସରେ ଶିକ୍ଷା,ଶିକ୍ଷକ ଓ ଶିକ୍ଷାୟତନ

ଦିଗପହଣ୍ଡି,୫|୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ପୁଞ୍ଜିକଂୟା ଛକ ସ୍ଥିତ ନନ୍ଦିଘୋଷ କଲ୍ୟାଣ ମଣ୍ଡପ ସଭାଗୃହରେ ସ୍ଥାନୀୟ ଗଣ ଅଧିକାର ଓ ଆଇନ ସୁରକ୍ଷା ମଞ୍ଚ…

ନେପାଳ ମାଗିବ ‘Climate Justice’: ବନ୍ୟା କ୍ଷୟକ୍ଷତି ପରେ UN ଯିବେ ପ୍ରଧାନମନ୍ତ୍ରୀ ବାଲେନ ଶାହ

କାଠମାଣ୍ଡୁ,୫।୯: ନେପାଳର ପ୍ରଧାନମନ୍ତ୍ରୀ ବାଲେନ ଶାହ ଚଳିତ ମାସ ଶେଷ ଭାଗରେ ମିଳିତ ଜାତିସଂଘ ସାଧାରଣ ପରିଷଦ (UNGA)ର 81ତମ ଅଧିବେଶନରେ ଉଦବୋଧନ ଦେବା ପାଇଁ ଆମେରିକା…

‘ଝିଅଙ୍କୁ ସ୍କର୍ଟ ପିନ୍ଧାଇ ସ୍କୁଲ ଛାଡନ୍ତୁନି’… ସ୍ୱାସ୍ଥ୍ୟମନ୍ତ୍ରୀ ଦେଲେ ଏମିତି ବୟାନ, ହେଉଛି ଚର୍ଚ୍ଚା

କୋଲକାତା,୫।୯: ପଶ୍ଚିମବଙ୍ଗର ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ଶରଦ୍ୱତ ମୁଖାର୍ଜୀ ରାଜ୍ୟର ସମସ୍ତ ସ୍କୁଲକୁ ପରାମର୍ଶ ଦେଇଛନ୍ତି ଯେ, ଡେଙ୍ଗୁ ଋତୁରେ ସ୍କୁଲ ଛାତ୍ରଛାତ୍ରୀଙ୍କୁ ହାତ-ଗୋଡ଼ ସମ୍ପୂର୍ଣ୍ଣ ଘୋଡ଼ାଇ ହୋଇ…

ବଞ୍ଜାରା ଗ୍ୟାଙ୍ଗର ୫ ମହିଳାଙ୍କୁ ଗିରଫ କଲା ପୋଲିସ

ଭୁବନେଶ୍ୱର,୫।୯: ନୟାପଲ୍ଲୀ ପୋଲିସ ଶନିବାର ବଞ୍ଜାରା ଲୁଟେରା ଗ୍ୟାଙ୍ଗର ୫ଜଣ ମହିଳାଙ୍କୁ ଧରିବାରେ ସକ୍ଷମ ହୋଇଛି। ଗରଫ ସମସ୍ତ ମହିଳା ମହାରାଷ୍ଟ୍ରର ବୋଲି ସୂଚନା ମିଳିଛି। ପୋଲିସ…

୫ ଦିନ ହେଲା ‘ଆଜି ନୁହେଁ, କାଲି ଦେବୁ’ କହି ଭଣ୍ଡାଉଛନ୍ତି ଗ୍ୟାସ ବିତରକ: ସିଲିଣ୍ଡର ରଖି ଗ୍ରାହକଙ୍କ ରାସ୍ତାରୋକ

ରାଜନଗର, ୫।୯(ଭାସ୍କର ରାଉତରାୟ): ଦୀର୍ଘଦିନ ଧରି ରାଜନଗର ଅଞ୍ଚଳରେ ଗ୍ୟାସ ଯୋଗାଣକୁ ନେଇ ଗ୍ରାହକମାନେ ନାନା ସମସ୍ୟାର ସମ୍ମୁଖୀନ ହେଉଥିବା ଅଭିଯୋଗ ହୋଇଛି। ଗ୍ୟାସ ବିତରକମାନେ ବିଭିନ୍ନ…

ଭୟଙ୍କର! ଏଭରେଷ୍ଟକୁ ତରଳାଉଛି ମଣିଷ ପରିସ୍ରା? ୩୨ ବର୍ଷର ଭାଙ୍ଗିଲା ରେକର୍ଡ, ଦୁଇ ଗୁଣା ସ୍ପିଡ୍‌ରେ ତରଳୁଛି ବରଫ

ନୂଆଦିଲ୍ଲୀ,୫।୯: ମାଉଣ୍ଟ ଏଭରେଷ୍ଟକୁ ନଷ୍ଟ କରୁଛି ମଣିଷର ପରିସ୍ରା! ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ବି ଏହା ହିଁ ସବୁଠାରୁ ବଡ଼ ସତ… ଯେଉଁ ଏଭରେଷ୍ଟକୁ ଜିତିବା ପାଇଁ…

ପରିବର୍ତ୍ତନ ହେବ କି RCBର ନାମ? ମୁହଁ ଖୋଲିଲେ ଚେୟାରମ୍ୟାନ ଆର୍ଯ୍ୟମାନ ବିର୍ଲା

ନୂଆଦିଲ୍ଲୀ,୫।୯: ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (RCB) IPL 2026 ଟାଇଟଲ ଜିତିଲା। ଏହା ଦଳର ଲଗାତାର ଦ୍ୱିତୀୟ ଟ୍ରଫି। ପୂର୍ବ ସିଜିନ ଆରମ୍ଭ ହେବା ପୂର୍ବରୁ ଫ୍ରାଞ୍ଚାଇଜର…

ନେପାଳ ବନ୍ୟା: ୧୧ ଦିନ ପରେ ଚମତ୍କାର: ପଙ୍କ କାଦୁଅ ଭିତରୁ ଜୀବିତ ଉଦ୍ଧାର ହେଲେ ମହିଳା

କାଠମାଣ୍ଡୁ,୫।୯: ନେପାଳର ନୂଆକୋଟ ଜିଲାର ବେତ୍ରାବତୀ ଅଞ୍ଚଳରେ ରିଲିଫ ଏବଂ ଉଦ୍ଧାର କାର୍ଯ୍ୟ ସମୟରେ ଏକ ଉଲ୍ଲେଖନୀୟ ଘଟଣା ସାମ୍ନାକୁ ଆସିଛି। ତ୍ରିଶୂଳୀ ନଦୀ ଅଞ୍ଚଳରେ ପ୍ରବଳ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri