Posted inଜାତୀୟ

‘ଫେବୃୟାରୀରେ ଶୀର୍ଷ ଛୁଇଁପାରେ ତୃତୀୟ ଲହର’

କାନପୁର,୬।୧୨: ଭାରତରେ କୋଭିଡ୍‌-୧୯ର ତୃତୀୟ ଲହର ଆସନ୍ତା ବର୍ଷ ଜାନୁୟାରୀ-ଫେବୃୟାରୀ ବେଳକୁ ଶୀର୍ଷ ଛୁଇଁପାରେ ବୋଲି ଆଇଆଇଟି କାନପୁରର ପ୍ରଫେସର ମଣୀନ୍ଦ୍ର ଅଗ୍ରଓ୍ବାଲ ଦାବି କରିଛନ୍ତି। ଭାରତରେ ମହାମାରୀ ସଂକ୍ରମଣର ଗାଣିତିକ ଆକଳନ ପାଇଁ ବ୍ୟବହାର କରାଯାଉଥିବା ସୂତ୍ର ମଡେଲ୍‌ର ସେ ସହ-ପ୍ରତିଷ୍ଠାତା। ତାଙ୍କ କହିବା ଅନୁଯାୟୀ ଭାରତରେ ତୃତୀୟ ଲହର ବିଶେଷ ଗୁରୁତର ହେବନାହିଁ ବୋଲି ମିଳିଥିବା ବିଭିନ୍ନ ତଥ୍ୟରୁ ଜଣାପଡ଼ିଛି। ତେଣୁ ଜନସାଧାରଣ ଭୟଭୀତ ନ ହୋଇ ସତର୍କ ରହିବାକୁ ସେ ପରାମର୍ଶ ଦେଇଛନ୍ତି। ଦ୍ୱିତୀୟ ଲହର ବେଳେ ସୀମିତ ଲକ୍‌ଡାଉନ୍‌, କର୍ଫ୍ୟୁ ଭଳି କଟକଣା ସଂକ୍ରମଣ କମାଇବାରେ ସହାୟକ ହୋଇଥିଲା। କୋଭିଡ୍‌ରୁ ସୃଷ୍ଟ ପ୍ରାକୃତିକ ରୋଗ ପ୍ରତିରୋଧକ ଶକ୍ତିକୁ ଓମିକ୍ରନ୍‌ ଅତିକ୍ରମ କରି ନ ପାରେ ବୋଲି ସେ କହିଛନ୍ତି। ବିଭିନ୍ନ ଦେଶରେ ଓମିକ୍ରନ୍‌ ସଂକ୍ରମଣକୁ ନେଇ ଆତଙ୍କ ସୃଷ୍ଟି ହୋଇଥିବାବେଳେ ଏପର୍ଯ୍ୟନ୍ତ କେହି ଗୁରୁତର ହୋଇ ନାହାନ୍ତିି। ଓମିକ୍ରନ୍‌ର ସଂକ୍ରମଣ ହାର ଅଧିକ ହେଲେ ମଧ୍ୟ ଲକ୍ଷଣ ଗୁରୁତର ନୁହେଁ ବୋଲି ଅଗ୍ରଓ୍ବାଲ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଛାତ୍ରଙ୍କୁ ମାଡ଼ ମାରିବା ପଡିଲା ମହଙ୍ଗା, ଶ୍ରେଣୀ ଗୃହ ଭିତରେ ଶିକ୍ଷକଙ୍କୁ ତାଲା ପକାଇଦେଲେ…

ଲୋଇସିଂହା, ୧୪।୭ (ସୁଶାନ୍ତ ବାରିକ): ବଲାଙ୍ଗୀର ଜିଲା ଲୋଇସିଂହା ବ୍ଲକ ଅନ୍ତର୍ଗତ ଉପରବାହାଲ ଉଚ୍ଚ ବିଦ୍ୟାଳୟରେ ସୋମବାର ଏକ ଅଭାବନୀୟ ଘଟଣା ଘଟିଛି। ବିଦ୍ୟାଳୟର ଜଣେ ନବମ…

ରବିବାରଠୁ ନିଖୋଜ ଥିଲେ ବ୍ୟବସାୟୀ, ଏହି ସ୍ଥାନରୁ ମିଳିଲା ପତ୍ତା

ବଲାଙ୍ଗୀର, ୧୪।୭(ସୁନୀଲ କୁମାର ମହାନ୍ତି): ବଲାଙ୍ଗୀର ପେଲେସଲାଇନ ପଡାର ଜଣେ ବ୍ୟବସାୟୀ ମୃତ୍ୟୁଞ୍ଜୟ ପଟ୍ଟନାୟକ ରବିବାର ପୂର୍ବାହ୍ନ ପ୍ରାୟ ୧୦ଟା ୩୦ରୁ ଘରୁ ବାହାରି ଯିବା ପରେ…

ଭାଜପା ଜିଲା ସମ୍ପାଦକଙ୍କ ମାତୃ ବିୟୋଗ: ପରିବାର ସଦସ୍ୟଙ୍କୁ ଭେଟିଲେ ମନ୍ତ୍ରୀ ବିଭୁତି ଜେନା

ଛତ୍ରପୁର, ୧୪।୭ (ଦିଲ୍ଲୀପ ସାମଲ): ଛତ୍ରପୁର ସହରର ତିରୁପତିପେଟା ସାହି ନିବାସୀ ତଥା ଭାରତୀୟ ଜନତା ପାର୍ଟିର ଗଞ୍ଜାମ ଜିଲା ସମ୍ପାଦକ ବସନ୍ତ କୁମାର ବେହେରାଙ୍କ ମା’…

୩୮ ବର୍ଷୀୟ ରେଫରିଙ୍କ ମୃତ୍ୟୁକୁ ନେଇ ଉଠିଛି ପ୍ରଶ୍ନ, ୨୦୨୬ ଫିଫା ବିଶ୍ୱକପରୁ ବାଦ ପଡିଥିଲେ

ମାୟାମି,୧୪।୭: ଫୁଟବଲ ଜଗତରୁ ଏକ ଦୁଃଖଦ ଖବର ଆସିଛି: ଡଚ ରେଫରି ରବ ଡାଏପେରିଙ୍କ ମୃତ ଅବସ୍ଥାରେ ଉଦ୍ଧାର ହୋଇଛନ୍ତି। ତାଙ୍କୁ ପୂର୍ବରୁ 2026 FIFA ବିଶ୍ୱକପ…

ଇରାନକୁ ଶକ୍ତ ଆଘାତ: ମୋଜତାବା ଖାମେନେଇଙ୍କୁ ନେଇ ଆଶ୍ଚର୍ଯ୍ୟଜନକ ଦାବି କଲେ ଟ୍ରମ୍ପ, କହିଲେ -‘୯୦ ପ୍ରତିଶତ ଶେଷ…’

ଓ୍ବାଶିଂଟନ,୧୪।୭: ଆମେରିକା ଅନେକ ଇରାନୀ ଲକ୍ଷ୍ୟସ୍ଥଳ ଉପରେ ଘାତକ ଆକ୍ରମଣ କରି ଅନେକ କ୍ଷତି ପହଞ୍ଚାଇଛି। ଏହାର କଡ଼ା ଜବାବରେ, ଇରାନ ବିଭିନ୍ନ ଉପସାଗରୀୟ ରାଷ୍ଟ୍ର ଉପରେ…

ମାନବିକତାର ଅନନ୍ୟ ଦୃଷ୍ଟାନ୍ତ ସୃଷ୍ଟି କଲେ ଡାକ୍ତର ଶଙ୍କର ରାମଚନ୍ଦାନି: ଦୁର୍ଗମ ଗାଁରେ…

ପଦ୍ମପୁର,୧୪ା୭(ପ୍ରଦୀପ୍ତ ଦାଶ ):ଆଜିର ବ୍ୟସ୍ତବହୁଳ ସମାଜରେ ଯେଉଁଠି ଚିକିତ୍ସା ସେବା ଧୀରେ ଧୀରେ ବ୍ୟବସାୟର ରୂପ ନେଉଛି, ସେଠାରେ ଭୀମସାରର ଆସିଷ୍ଟାଣ୍ଟ ପ୍ରଫେସର ତଥା ‘ଟଙ୍କିକିଆ ଡାକ୍ତର’…

ଖୁବ୍‌ଶୀଘ୍ର ସ୍ବାସ୍ଥ୍ୟ ବିଭାଗରେ ନୂତନ ବୈଷୟିକ ପଦବୀ ନିଯୁକ୍ତି

ଭୁବନେଶ୍ୱର,୧୪।୭(ବନ୍ଦନା ସେଠୀ): ଖୁବ୍‌ଶୀଘ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଅଧୀନରେ ବହୁ ସଂଖ୍ୟାରେ ନୂତନ ବୈଷୟିକ ପଦବୀ ନିଯୁକ୍ତି କରାଯିବ । ଔଷଧ ସେବନ ଓ…

ପ୍ରେମରେ ଅନ୍ଧ ହେଲେ ୯ ସନ୍ତାନର ମା’, କାଠ ଫାଳିଆରେ ଛେଚି ସ୍ବାମୀଙ୍କୁ ହତ୍ୟା

ନୂଆଦିଲ୍ଲୀ,୧୪।୭: ଗୁଜୁରାଟର ବନାସକାଣ୍ଠା ଜିଲାରୁ ଏକ ଚାଞ୍ଚଲ୍ୟକର ହତ୍ୟା ମାମଲା ସାମ୍ନାକୁ ଆସିଛି। ପ୍ରାରମ୍ଭରେ, ଘଟଣାଟି ପ୍ରାକୃତିକ କିମ୍ବା ସାଧାରଣ ମୃତ୍ୟୁ ମାମଲା ପରି ମନେ ହେଉଥିଲା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri