ସୌମ୍ୟ ହତ୍ୟା ମାମଲା: ଝାରପଡ଼ା ଜେଲ୍‌ରେ ୨୦ ଅଭିଯୁକ୍ତଙ୍କୁ କ୍ରାଇମବ୍ରାଞ୍ଚର ଜେରା

ଭୁବନେଶ୍ୱର, ୭।୭: ବହୁଚର୍ଚ୍ଚିତ ସୌମ୍ୟ ହତ୍ୟା ମାମଲାର ତଦନ୍ତକୁ ଆହୁରି ଜୋରଦାର କରିଛି କ୍ରାଇମବ୍ରାଞ୍ଚ। ଏହି କ୍ରମରେ କ୍ରାଇମବ୍ରାଞ୍ଚର ଦୁଇଜଣିଆ ଟିମ୍‌ ଆଜି ଭୁବନେଶ୍ୱର ଝାରପଡ଼ା ସ୍ପେସିଆଲ୍‌ ଜେଲ୍‌ରେ ପହଞ୍ଚି ମାମଲାରେ ଗିରଫ ହୋଇଥିବା ୨୦ ଜଣ ଅଭିଯୁକ୍ତଙ୍କୁ ଜେଲ୍‌ ଭିତରେ ପଚରାଉଚରା କରିଛନ୍ତି।

କ୍ରାଇମବ୍ରାଞ୍ଚ ଡିଏସ୍‌ପି ରତ୍ନପ୍ରଭା ଶତପଥୀଙ୍କ ନେତୃତ୍ୱରେ ଟିମ୍‌ ଅଭିଯୁକ୍ତମାନଙ୍କୁ ପୃଥକ୍‌ ପୃଥକ୍‌ ଭାବେ ଜେରା କରିଥିବା ସୂଚନା ମିଳିଛି। ହତ୍ୟାକାଣ୍ଡର ପୃଷ୍ଠଭୂମି, ଷଡ଼ଯନ୍ତ୍ର, ଘଟଣାରେ ସମ୍ପୃକ୍ତ ବ୍ୟକ୍ତିମାନଙ୍କ ଭୂମିକା ଏବଂ ପୂର୍ବରୁ ମିଳିଥିବା ତଥ୍ୟର ସତ୍ୟତା ଯାଞ୍ଚ କରିବା ଉଦ୍ଦେଶ୍ୟରେ ଏହି ପଚରାଉଚରା କରାଯାଇଛି।

ସୂତ୍ରରୁ ପ୍ରକାଶ ଯେ, ତଦନ୍ତ ସମୟରେ ମିଳିଥିବା କିଛି ନୂଆ ତଥ୍ୟକୁ ଆଧାର କରି କ୍ରାଇମବ୍ରାଞ୍ଚ ଅଭିଯୁକ୍ତମାନଙ୍କୁ ଜେରା କରୁଛି। ପଚରାଉଚରାରୁ ମିଳୁଥିବା ସୂଚନାକୁ ଅନ୍ୟାନ୍ୟ ପ୍ରମାଣ ସହ ମେଳ କରାଯାଇ ତଦନ୍ତକୁ ଆଗକୁ ବଢ଼ାଯିବ ବୋଲି ଜଣାପଡ଼ିଛି।

ସୌମ୍ୟ ହତ୍ୟା ମାମଲାରେ ଏପର୍ଯ୍ୟନ୍ତ ୨୦ ଜଣଙ୍କୁ ଗିରଫ କରାଯାଇଥିବା ବେଳେ, ମାମଲାର ସମସ୍ତ ଦିଗକୁ ନେଇ କ୍ରାଇମବ୍ରାଞ୍ଚ ତଦନ୍ତ ଜାରି ରଖିଛି।

 

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଜାତୀୟ ସ୍ତରୀୟ ପ୍ରେରଣା ଉତ୍ସବ ପାଇଁ ଛାତ୍ରୀ କୀର୍ତ୍ତନା ମନୋନୀତ, ଅଞ୍ଚଳରେ ଖୁସିର ଲହରି

ପଟାଙ୍ଗି,୧୯ା୭(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ସଦରମହକୁମାର ଓଡ଼ିଶା ଆଦର୍ଶ ବିଦ୍ୟାଳୟ ଛାତ୍ରୀ କୀର୍ତ୍ତନା ସାହୁ ଜାତୀୟ ସ୍ତରୀୟ ପ୍ରେରଣା ଉତ୍ସବ କାର୍ଯ୍ୟକ୍ରମକୁ ମନୋନୀତ…

ଶ୍ରୀଗୁଣ୍ଡିଚା ମନ୍ଦିରରୁ ବାହାରିଲା ପ୍ରଥମ ଆଡ଼ପ ଅବଢ଼ା: ଶ୍ରଦ୍ଧାଳୁ ଆନନ୍ଦିତ

ପୁରୀ,୧୯ା୭: ଶ୍ରୀଗୁଣ୍ଡିଚା ମନ୍ଦିରରୁ ବାହାରିଛି ପ୍ରଥମ ଆଡ଼ପ ଅବଢ଼ା। ଶହଶହ ଶ୍ରଦ୍ଧାଳୁ ଆଡ଼ପ ଅବଢ଼ା ପାଇ ଆନନ୍ଦିତ ହୋଇଛନ୍ତି। ମହାପ୍ରଭୁ ଶ୍ରୀଜଗନ୍ନାଥ ବଡ଼ଭାଇ ପ୍ରଭୁ ବଳଭଦ୍ର ଏବଂ…

FIFA World Cup 2026: ସମସ୍ତେ ଟ୍ରଫି ଦେଖିଛନ୍ତି… କିନ୍ତୁ ଏବେ FIFA ଚାମ୍ପିୟଙ୍କୁ ଦିଆଯିବ ଏକ ସ୍ବତନ୍ତ୍ର ‘Ring’, ଯାହାର ମୂଲ୍ୟ…

ନ୍ୟୁୟର୍କ,୧୯।୭: ମାତ୍ର କିଛି ଘଣ୍ଟା ମଧ୍ୟରେ, ଫୁଟବଲ ତାର ପରବର୍ତ୍ତୀ ବିଶ୍ୱ ବିଜେତାଙ୍କୁ ମୁକୁଟ ପିନ୍ଧାଇବ। ୧୯ ଜୁଲାଇ ବିଳମ୍ବିତ ରାତିରେ ଆର୍ଜେଣ୍ଟିନା ଏବଂ ସ୍ପେନ ମଧ୍ୟରେ…

ଉଦ୍‌ଘାଟନ ପୂର୍ବରୁ ଚକରାଘାଟିରେ ପର୍ଯ୍ୟଟକଙ୍କ ଭିଡ଼, ଏବେଠୁ ସୁରକ୍ଷା ଚିନ୍ତା, ନଚେତ୍‌…

ଭଞ୍ଜନଗର,୧୯ା୭(ବାବୁଲା ପ୍ରଧାନ): ଘୁମୁସର ମାଟିରେ ଭଞ୍ଜ ରାଜବଂଶର ଯାହା କିଛି ସ୍ମୃତି ଅଛି ସେଥିମଧ୍ୟରୁ ଚକରାଘାଟି ଅନ୍ୟତମ। ଉକ୍ତ ଘଞ୍ଚ ଜଙ୍ଗଲ ଘାଟିରେ ଘୁମୁସର ବୀର ଚକରା…

୭ ଜିଲାକୁ ପ୍ରବଳ ବର୍ଷା: ସତର୍କ କରାଇ ପାଣିପାଗ ବିଭାଗ କହିଲା ଏହି ସମୟରେ…

ଭୁବନେଶ୍ୱର,୧୯ା୭: ରବିବାର ପଶ୍ଚିମ ଏବଂ ଉତ୍ତର ଓଡ଼ିଶାର କିଛି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ (IMD)। ରାଜ୍ୟ…

ଟ୍ରମ୍ପଙ୍କ ଶୁଳ୍କ ଦ୍ୱାରା କିଏ ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ହୋଇଥିଲେ? IMFର ଆଶ୍ଚର୍ଯ୍ୟଜନକ ରିସର୍ଚ୍ଚ ଆସିଲା ସାମ୍ନାକୁ

ଓ୍ବାଶିଂଟନ,୧୯।୭: ଅର୍ଥନୀତିଜ୍ଞ ଏବଂ ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି (IMF)ର ପୂର୍ବତନ ଉପ-ପରିଚାଳନା ନିର୍ଦ୍ଦେଶକ ଗୀତା ଗୋପୀନାଥ କହିଛନ୍ତି ଯେ ଆମେରିକାର ଶୁଳ୍କର ପରିଣାମ ଆମେରିକୀୟ ଗ୍ରାହକମାନଙ୍କ ପାଇଁ…

ରାଜ୍ୟ ସରକାରଙ୍କ ବଡ଼ ଘୋଷଣା, ସୋମବାର ସମସ୍ତ ସ୍କୁଲ ଛୁଟି

ଥିରୁଭାନନ୍ତପୁରମ,୧୯ା୭: ରବିବାର ଫିଫା ବିଶ୍ବକପର ଫାଇନାଲ ମ୍ୟାଚ ଅନୁଷ୍ଠିତ ହେବାକୁ ଯାଉଛି । ଏହାକୁ ସମସ୍ତେ ଉତ୍ସାହର ସହିତ ଅପେକ୍ଷା କରି ରହିଥିବା ବେଳେ କେରଳ ସରକାର…

ଘରକୁ ଫେରିବାବେଳେ ହାତୀ ହାବୁଡ଼ରେ ପଡ଼ିଗଲେ, ଶୁଣ୍ଢରେ ଟେକି ବିଲରେ କଚାଡ଼ିଲା, ଆଉ ତା’ ପରେ…

କେନ୍ଦୁଝର,୧୯ା୭(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ବାଂଶପାଳ ବ୍ଲକ ଭୂୟାଁ ଜୁଆଙ୍ଗପିଢ଼ ରେଞ୍ଜ ତଳରଢ଼ୁଆଁ ଗ୍ରାମରେ ହାତୀ ଆକ୍ରମଣରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଥିବାବେଳେ ଉକ୍ତ ଅଞ୍ଚଳରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri