ସ୍ବୟଂବର ରଚିବେ ମିକା

ପ୍ରସିଦ୍ଧ ଗାୟକ ମିକା ସିଂ ୪୪ ବର୍ଷ ବୟସରେ ମଧ୍ୟ ସିଙ୍ଗ୍‌ଲ ଅଛନ୍ତି। ଯଦିଓ ତାଙ୍କ ନାମ କିଛି ଯୁବତୀଙ୍କ ସହ ଯୋଡାଯାଇଛି, କିନ୍ତୁ ସେ ଏବେ ବି ଅବିବାହିତ ଅଛନ୍ତି। ତେବେ ସେ ଏବେ ସ୍ବୟବଂର ରଚିବାକୁ ନିଷ୍ପତ୍ତି ନେଇଛନ୍ତି। ରାଖୀ ସାୱନ୍ତଙ୍କ ପରେ ମିକା ମଧ୍ୟ ଜାତୀୟ ଟେଲିଭିଜନରେ ସ୍ବୟଂବର କରୁଥିବା ଦେଖିବାକୁ ମିଳିବ। ଏହାପୂର୍ବରୁ ରତନ ରାଜପୁତ ଏବଂ ମଲ୍ଲିକା ଶେରାୱତ ମଧ୍ୟ ସ୍ବୟବଂର କରିଛନ୍ତି। ଏହି ସୋ ପୂର୍ବ ଶୋ ସହିତ ସମାନ ହେବ।ଏହି ଶୋ କିଛି ମାସ ମଧ୍ୟରେ ଆରମ୍ଭ ହେବ। ମିକା ସିଂ ଶୋ’ରେ ବିବାହ କରିବେ ନାହିଁ, ସେ ସେଠାରେ ନିର୍ବନ୍ଧ କରିବେ ଏବଂ ସମ୍ପର୍କକୁ ସେଠାରୁ ଆଗକୁ ନେଇଯିବେ। ଏଥିରେ ଅଂଶଗ୍ରହଣ କରିବାକୁ ମିକା ବହୁତ ଉତ୍ସାହିତ ଅଛନ୍ତି। ଏହି ଶୋ’ରେ ଅଂଶଗ୍ରହଣ କରୁଥିବା ପ୍ରତିଯୋଗୀମାନେ ଭାରତର ବିଭିନ୍ନ ସ୍ଥାନରୁ ଆସିଛନ୍ତି। ଏହାପୂର୍ବରୁ, ଏହି ଶୋ ବିଷୟରେ ଅନେକ ପ୍ରଶ୍ନ ଚିହ୍ନ ମଧ୍ୟ ଉଠିଛି । ଏହା ପଛର କାରଣ ହେଉଛି ରତନ ରାଜପୁତ, ରାଖୀ ସାୱନ୍ତ କିମ୍ବା ମଲ୍ଲିକା ଶେରୱତଙ୍କ ମଧ୍ୟରୁ କେହି ନିଜ ସାଥୀଙ୍କୁ ବିବାହ କରିନାହାଁନ୍ତି। ଯଦିଓ ରାହୁଲ ମହାଜନ ଡିମ୍ପି ଗାଙ୍ଗୁଲିଙ୍କୁ ବିବାହ କରିଥିଲେ ଏବଂ ଦୁହେଁ ମଧ୍ୟ ୫ ବର୍ଷ ଏକାଠି ରହୁଥିଲେ ଏବଂ ଏହା ପରେ ଦୁହେଁ ୨୦୧୫ ରେ ଅଲଗା ହୋଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଚାଇନାର କୃତିମ ସୂର୍ଯ୍ୟ! ବିଶ୍ୱର ସବୁଠାରୁ ବଡ଼ ଚୁମ୍ୱକ ଦେଖି ସମସ୍ତେ ତାଜୁବ

ନୂଆଦିଲ୍ଲୀ,୧।୭: ଚୀନ୍ ନିଜର ‘କମ୍ପ୍ରିହେନ୍‌ସିଭ୍ ରିସର୍ଚ୍ଚ ଫାସିଲିଟି ଫର୍ ଫ୍ୟୁଜନ୍ ଟେକ୍ନୋଲୋଜି’ (CRAFT) ପାଇଁ ବିଶ୍ୱର ସବୁଠାରୁ ବଡ଼ ସୁପରକଣ୍ଡକ୍ଟିଂ ମ୍ୟାଗ୍ନେଟ୍ (ଚୁମ୍ବକ) ପ୍ରସ୍ତୁତ କରିଛି ଏବଂ ଏହାର…

WhatsAppର ନୂଆ ଫିଚର୍ସରୁ ବଢ଼ୁଛି ସାଇବର ଠକେଇ! ରୋକିବାକୁ କେନ୍ଦ୍ର ସରକାରଙ୍କ ମାଷ୍ଟର ପ୍ଲାନ୍

ନୂଆଦିଲ୍ଲୀ,୧।୭:  ଦେଶରେ ସାଇବର ଅପରାଧ ବୃଦ୍ଧି ପାଉଥିବା ଘଟଣା ଉପରେ ରୋକ ​​ଲଗାଇବା ପାଇଁ କେନ୍ଦ୍ର ସରକାର ଏକ ବଡ଼ ନିଷ୍ପତ୍ତି ନେବାକୁ ଯାଉଛନ୍ତି । ଏହି ପଦକ୍ଷେପର…

ମନ୍ତ୍ରୀଙ୍କ ହାଇ ଆଲର୍ଟ, ଜରୁରୀ ପରିସ୍ଥିତିରେ ସଜାଗ ରହିବାକୁ ୟୁଏଲ୍‌ବିକୁ ନିର୍ଦ୍ଦେଶ

ଭୁବନେଶ୍ୱର,୧ା୭: ସମସ୍ତ ସହରାଞ୍ଚଳ ସ୍ଥାନୀୟ ସଂସ୍ଥା (ୟୁଏଲ୍‌ବି)କୁ ହାଇ ଆଲର୍ଟରେ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି ରାଜ୍ୟ ସରକାର। ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର…

ମୋଦି କ୍ୟାବିନେଟ୍‌ରେ ବଡ଼ ବୈଠକ: ରାସନ ସମେତ ୪ଟି ବଡ଼ ନିଷ୍ପତ୍ତି ସମ୍ଭବ, ସିଧାସଳଖ ପ୍ରଭାବିତ ହେବେ ସାଧାରଣ ଜନତା!

ନୂଆଦିଲ୍ଲୀ,୧।୭: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଆଜି ବୁଧବାର ଦିଲ୍ଲୀରେ କେନ୍ଦ୍ର କ୍ୟାବିନେଟ୍‌ର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ଦେଶହିତ, ଆର୍ଥିକ ସୁଧାର…

ବଙ୍ଗରେ ଟିଏମସି ଏମପି ମହୁଆ ମୋଇତ୍ରାଙ୍କ ଉପରକୁ ଅଣ୍ଡାମାଡ଼, ଭାଜପା…

କୋଲକାତା,୧।୭: ତୃଣମୂଳ କଂଗ୍ରେସ (ଟିଏମସି) ଏମପି ମହୁଆ ମୋଇତ୍ରାଙ୍କ ଉପରକୁ ଅଣ୍ଡା ମାଡ଼ ହୋଇଛି । ବୁଧବାର ଅଭିଯୋଗ କରିଛନ୍ତି ଯେ ପଶ୍ଚିମବଙ୍ଗର ଏକ ରେଷ୍ଟୁରାଣ୍ଟ ବାହାରେ…

ଅମିତ୍ ଶାହାଙ୍କ ଗସ୍ତ ପୂର୍ବରୁ ଘରୋଇ ବସ୍ ମାଲିକ ସଂଘର ଚରମ ନିଷ୍ପତ୍ତି: ଇ.ଭି ବସ୍ ଚଳାଚଳ ବନ୍ଦ ନ ହେଲେ ଆମେ…

ବରଗଡ଼,୧।୭(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଘରୋଇ ବସ୍ ମାଲିକ ସଂଘ ଆହ୍ୱାନରେ ବୁଧବାର ବରଗଡ଼ ସହରସ୍ଥିତ ବିଜୁ ପଟ୍ଟନାୟକ ଟାଉନ ହଲରେ ୱେଷ୍ଟର୍ଣ୍ଣ ଆଣ୍ଡ୍ ସାଉଥ୍ ଇଷ୍ଟ…

ପ୍ରତିଶ୍ରୁତି ରକ୍ଷା କଲା ଯାତ୍ରା କମିଟି, ନିର୍ଦ୍ଧାରିତ ସମୟରେ ହିସାବ ଦାଖଲ କରି…

ଭଞ୍ଜନଗର,୧ା୭(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଐତିହାସିକ ଠାକୁରାଣୀ ଯାତ୍ରାର ଆୟବ୍ୟୟ ହିସାବ ବୁଧବାର ଦାଖଲ ହୋଇଛି। ଏନେଇ ଭଞ୍ଜନଗର ଠାକୁରାଣୀ ମନ୍ଦିରରେ ଯାତ୍ରା କମିଟି କର୍ମକର୍ତ୍ତାଙ୍କ…

ସମ୍ବଲପୁରରେ ବେଆଇନ ନିଶା କଫସିରପ୍ ରାକେଟ‌ର ପର୍ଦ୍ଦାଫାଶ, ୬ ଅଭିଯୁକ୍ତ ଗିରଫ

ସମ୍ବଲପୁର,୧।୭(ପ୍ରମୋଦ ବହିଦାର): ସମ୍ବଲପୁର ସହର ଓ ଏହାର ଆଖପାଖ ଅଞ୍ଚଳରେ ବେଆଇନ ନିଷିଦ୍ଧ ନିଶା କଫସିରପ କାରବାରରେ ସମ୍ପୃକ୍ତ ୬ ଅଭିଯୁକ୍ତଙ୍କୁ ସମ୍ବଲପୁରର ଅଇଁଠାପାଲି ଥାନା ପୋଲିସ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri