Posted inଜାତୀୟ

ଅବସର ନେବ ମିଗ୍‌-୨୧…

ନୂଆଦିଲ୍ଲୀ, ୧୯।୯ : ଭାରତୀୟ ବାୟୁସେନା ମିଗ-୨୧ ଯୁଦ୍ଧ ବିମାନକୁ ଅବସର ପ୍ରଦାନ କରିବାକୁ ଯାଉଛି। ଜଣେ ଅଧିକାରୀ କହିଛନ୍ତି ଯେ ବାୟୁସେନା ସେପ୍ଟେମ୍ବର ୩୦ ରେ ମିଗ-୨୧ ଯୁଦ୍ଧ ବିମାନର ଅବଶିଷ୍ଟ ଚାରିଟି ସ୍କ୍ବାଡ୍ରନ ମଧ୍ୟରୁ ଗୋଟିଏକୁ ଅବସର ଦେବ। ଶ୍ରୀନଗରରେ ଅବସ୍ଥିତ ୫୧ ନମ୍ବର ବିଶିଷ୍ଟ ଏହି ସ୍କ୍ବାଡ୍ରନ ସୋର୍ଡ ଆର୍ମସ ଭାବରେ ମଧ୍ୟ ଜଣାଶୁଣା।

ୱିଙ୍ଗ କମାଣ୍ଡର ବର୍ତ୍ତମାନର ଗ୍ରୁପ କ୍ୟାପଟେନ ଅଭିନନ୍ଦନ ଭର୍ଥମାନ ୨୦୧୯ ଫେବୃଆରୀ ୨୭ରେ ଲାଇନ ଅଫ କଣ୍ଟ୍ରୋଲ(ଏଲଓସି)ରେ ଡଗଫାଇଟ ସମୟରେ ପାକିସ୍ତାନୀ ଏଫ୍‌-୧୬କୁ ଗୁଳି କରି ଖସାଇଥିଲେ।

ମିଗ -୨୧ ବିମାନ ୧୯୬୩ ମସିହାରେ ବାୟୁସେନାରେ ସାମିଲ ହୋଇଥିଲା ଏବଂ ବିଭିନ୍ନ ପ୍ରକାରର ପ୍ରାୟ ୯୦୦ ବିମାନ ବାୟୁସେନାରେ ଅନ୍ତର୍ଭୁକ୍ତ କରାଯାଇଥିଲା। ଅଧିକାରୀ କହିଛନ୍ତି ଯେ ମିଗ -୨୧ର ଅବଶିଷ୍ଟ ତିନୋଟି ସ୍କ୍ବାଡ୍ରନ ୨୦୨୫ ସୁଦ୍ଧା ହଟାଯିବ। ବାସ୍ତବରେ, ନିକଟ ଅତୀତରେ ଅନେକ ମିଗ -୨୧ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି । ଏଭଳି ପରିସ୍ଥିତିରେ ସେମାନଙ୍କ ସୁରକ୍ଷାକୁ ନେଇ ଗମ୍ଭୀର ପ୍ରଶ୍ନ ଉଠିଛି। ଗତ ୬ ଦଶନ୍ଧି ମଧ୍ୟରେ୪୦୦ରୁ ଅଧିକ ବିମାନ ଦୁର୍ଘଟଣା ଘଟିଛି ଯେଉଁଥିରେ ପ୍ରାୟ ୨୦୦ପାଇଲଟଙ୍କ ମୃତ୍ୟୁ ଘଟିଛି। ବାରମ୍ବାର ଦୁର୍ଘଟଣା ହେତୁ ଏହି ବିମାନକୁ ଫ୍ଲାଇଙ୍ଗ କଫିନ କୁହାଯାଉଥିଲା ।


Enter your email to get our daily news in your inbox.

All Right Reserved By Dharitri.Com

ନିର୍ବାଚନ ଫଳାଫଳ ପୂର୍ବରୁ ମନ୍ଦିର ମୁହାଁ ନେତା, ଭିଡିଓ ଭାଇରାଲ…

ନୂଆଦିଲ୍ଲୀ,୨।୧୨ : ରବିବାର ମଧ୍ୟପ୍ରଦେଶ, ରାଜସ୍ଥାନ, ଛତିଶଗଡ ଏବଂ ତେଲେଙ୍ଗାନାରେ ଭୋଟ ଗଣନା କରାଯିବ। ଏହାପୂର୍ବରୁ ନିର୍ବାଚନୀ ରାଜ୍ୟରେ ଜୋରଦାର ଆଲୋଡ଼ନ ସୃଷ୍ଟି ହୋଇଛି। ନିର୍ବାଚନ...

ଫଳାଫଳ ପୂର୍ବରୁ ଭାଜପା-କଂଗ୍ରେସ ମଧ୍ୟରେ ଛକାପଞ୍ଝା: ରିସୋର୍ଟ-ପ୍ଲେନ ବୁକ, ସ୍ବାଧୀନ ପ୍ରାର୍ଥୀଙ୍କ ଉପରେ ନଜର…

ଜୟପୁର,୨।୧୨ : ରାଜସ୍ଥାନ ବିଧାନସଭା ନିର୍ବାଚନର ଏକଜିଟ ପୋଲ ପରେ ଶାସକ କଂଗ୍ରେସ ଏବଂ ବିରୋଧୀ ଭାଜପା ମଧ୍ୟରେ ଛକାପଞ୍ଝା ଆରମ୍ଭ ହୋଇଛି। ଯଦି ବିଜୟୀ...

ବଳାତ୍କାର ମାମଲା ମହିଳାଙ୍କ ବିରୋଧରେ ହୋଇପାରିବ ନାହିଁ: ସୁପ୍ରିମକୋର୍ଟ…

ନୂଆଦିଲ୍ଲୀ,୨।୧୨ : ସୁପ୍ରିମକୋର୍ଟ ପ୍ରଶ୍ନ ଉଠାଇଛନ୍ତି ଜଣେ ମହିଳାଙ୍କୁ ଭାରତୀୟ ଦଣ୍ଡ ସଂହିତା ଧାରା ୩୭୫ ଅନୁଯାୟୀ ବଳାତ୍କାର ମାମଲାରେ ଅଭିଯୁକ୍ତ କରାଯାଇପାରିବ କି? \ବଳାତ୍କାର...

ଘୋଡା ବେପାରରେ ଲଗାମ ପାଇଁ କଂଗ୍ରେସର ନୂଆ ରଣନୀତି: ୭୨ ସିଟର ପ୍ଲେନ ବୁକ…

ରାୟପୁର, ୨।୧୨ : ଏକଜିଟ ପୋଲ ସର୍ଭେରେ ଛତିଶଗଡରେ କଂଗ୍ରେସ ଅଗ୍ରଣୀ ଥିବା ଦେଖାଯାଇଛି, ଆସନ ସଂଖ୍ୟା କମ ଥିବାରୁ ଦଳର ନେତାମାନେ ଚିନ୍ତିତ ଅଛନ୍ତି।...

ଜ୍ୟୋତିରାଦିତ୍ୟଙ୍କ ସହିତ କଂଗ୍ରେସରୁ ଶେଷ ହୋଇଛନ୍ତି ବିଶ୍ୱାସଘାତକ: ଦିଗବିଜୟ…

ଭୋପାଳ,୨।୧୨ : ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା କଂଗ୍ରେସ ନେତା ଦିଗବିଜୟ ସିଂ ଶନିବାର ପୁଣି ଥରେ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କୁ ଟାର୍ଗେଟ କରିଛନ୍ତି। ନିର୍ବାଚନ ଫଳାଫଳ...

ଭାରତ ପାଇଁ ଖୁସି ଖବର: ବଢ଼ିଲା ବିକାଶ ହାର, ବ୍ରୋକେଜ କମ୍ପାନୀ ନୋମୁରା ରିପୋର୍ଟ ଜାରି…

ନୂଆଦିଲ୍ଲୀ,୨।୧୨ : ଭାରତୀୟ ଅର୍ଥନୀତି ପାଇଁ ଏକ ଖୁସି ଖବର ଆସିଛି। ବାସ୍ତବରେ, ଜାପାନର ବ୍ରୋକେଜ କମ୍ପାନୀ ନୋମୁରା ଚଳିତ ଆର୍ଥିକ ବର୍ଷ ୨୦୨୩-୨୪ ପାଇଁ...

ସମସ୍ତ ବିଶ୍ୱବିଦ୍ୟାଳୟ-କଲେଜରେ ଲଗାଯିବ ମୋଦିଙ୍କ ଫଟୋ : ୟୁଜିସି ପଠାଇଲା ଚିଠି…

ନୂଆଦିଲ୍ଲୀ,୨।୧୨ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଫଟୋ ଦେଶର ସମସ୍ତ ବିଶ୍ୱବିଦ୍ୟାଳୟ ଏବଂ କଲେଜଗୁଡ଼ିକରେ ଲଗାଯିବ। ଏହା ସହିତ ସମସ୍ତ ବିଶ୍ୱବିଦ୍ୟାଳୟ ଏବଂ କଲେଜଗୁଠିକ ନିଜ...

ରାଜନୀତିରେ ବଡ ବେଟିଂ: ଭାଜପା ଉପରେ ଲାଗିଲା ଅଧିକ ଟଙ୍କା

ନୂଆଦିଲ୍ଲୀ,୨।୧୨: ୫ରାଜ୍ୟର ବିଧାନସଭା ଫଳାଫଳକୁ ନେଇ ସାମ୍ନାକୁ ଆସିସାରିଛି ଏକଜିଟ୍‌ ପୋଲ୍‌। ତାଜା ସ୍ଥିତି ଦର୍ଶାଉଛି ଯେ, ଭାଜପା ୨ଟି, କଂଗ୍ରେସ ଗୋଟିଏ ରାଜ୍ୟ ହାତେଇବ।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri