ଇସ୍ରାଏଲକୁ ସମର୍ଥନ କଲେ ଏହିସବୁ ଶକ୍ତିଶାଳୀ ଦେଶ

ଜେରୁଜେଲମ,୭।୧୦: ହମାସ ଇସ୍ରାଏଲ ଉପରେ ହୋଇଥିବା ମିସାଇଲ ମାଡ଼ରେ ଏପର୍ଯ୍ୟନ୍ତ ୨୨ଜଣଙ୍କର ମୃତ୍ୟୁ ହୋଇଥିବେଳେ ୭୦୦ରୁ ଅଧିକ ଗୁରୁତର ଆହତ ହୋଇଛନ୍ତି। ୨୦ ମିନିଟରେ ୭ହଜାର ମିସାଇଲ ମାଡରେ ଲୋକେ ଆତଙ୍କିତ ଅବସ୍ଥାରେ ଅଛନ୍ତି। ଆତଙ୍କବାଦୀ ହାମାସ ବିରୋଧରେ ଇସ୍ରାଏଲ ଯୁଦ୍ଧ ଘୋଷଣା କରିସାରିଛି। ତେବେ ଏହାରି ଭିତରେ ବିଶ୍ୱର କେତେକ ଶକ୍ତିଶାଳୀ ଦେଶ ଇସ୍ରାଏଲକୁ ସମର୍ଥନ କରିଛନ୍ତି।

ବ୍ରିଟେନର ବୈଦେଶିକ ମନ୍ତ୍ରୀ ଜେମ୍ସ କ୍ଲିଭରଲି ପାଲେଷ୍ଟାଇନ ଆତଙ୍କବାଦୀ ଗୋଷ୍ଠୀ ହମାସ ଦ୍ୱାରା ହୋଇଥିବା ଆକ୍ରମଣକୁ ନିନ୍ଦା କରିଛି। ସୋସିଆଲ ମିଡିଆ ଏକ୍ସରେ ପୋଷ୍ଟ କରି ଜେମ୍ସ କହିଛନ୍ତି, ଇସ୍ରାଏଲର ସାଧାରଣ ନାଗରିକଙ୍କ ଉପରେ ହମାସ ଦ୍ୱାରା ହୋଇଥିବା ଭୟଙ୍କର ଆକ୍ରମଣକୁ ବ୍ରିଟେନ ନିନ୍ଦା କରୁଛି। ବ୍ରିଟେନ ସର୍ବଦା ଇସ୍ରାଏଲର ଅଧିକାରକୁ ସମର୍ଥନ କରିବ।
ଏଥିସହ ଫ୍ରାନ୍ସର ବୈଦେଶିକ ମନ୍ତ୍ରଣାଳୟ ମଧ୍ୟ ଏହି ଆକ୍ରମଣକୁ ଦୃଢ଼ ଭାବରେ ନିନ୍ଦା କରିଛି। ମନ୍ତ୍ରଣାଳୟ କହିଛି ଫ୍ରାନ୍ସ, ଇସ୍ରାଏଲ ଏବଂ ଏହି ଆକ୍ରମଣର ଶିକାର ହୋଇଥିବା ଲୋକଙ୍କ ପାଇଁ ଦୁଖ ପ୍ରକାଶ କରିଛି। ଆତଙ୍କବାଦକୁ ଆମର ଦୃଢ ପ୍ରତ୍ୟାଖ୍ୟାନ କରିବା ସହ ଇସ୍ରାଏଲର ସୁରକ୍ଷା ପ୍ରତି ଆମର ପ୍ରତିବଦ୍ଧତାକୁ ନିଶ୍ଚିତ କରୁଛୁ।

ସେହିପରି ଜର୍ମାନୀ ବୈଦେଶିକ ମନ୍ତ୍ରୀ ଆନ୍ନାଲେନା ବେରବକ ଏହି ଆକ୍ରମଣକୁ ନିନ୍ଦା କରିଛନ୍ତି। ସେ କହିଛନ୍ତି,ନିରୀହ ଲୋକଙ୍କ ପ୍ରତି ହିଂସା ତୁରନ୍ତ ବନ୍ଦ ହେବା ଆବଶ୍ୟକ। ଗାଜାରୁ ଇସ୍ରାଏଲ ବିରୋଧରେ ହୋଇଥିବା ଆତଙ୍କବାଦୀ ଆକ୍ରମଣକୁ ଜର୍ମାନୀ ଦୃଢ ନିନ୍ଦା କରୁଛି। ନିରୀହ ସାଧାରଣ ନାଗରିକଙ୍କ ବିରୋଧରେ ହିଂସା ଏବଂ ମିସାଇଲ ମାଡକୁ ବନ୍ଦ କରିବା ପାଇଁ ଆମେ ଦାବି କରୁଛୁ। ଜେରୁଜେଲମ ଓ ତେଲ ଅଭିଭରେ ସାଧାରଣ ନାଗରିକଙ୍କ ଉପରେ ମିସାଇଲ ଆକ୍ରମଣକୁ ନିନ୍ଦା କରିଛି ୟୁକ୍ରେନ।

ସୂଚନାଯୋଗ୍ୟ, ଇସ୍ରାଏଲର ୩ଟି ସହରରେ ମିସାଇଲ ମାଡ ହୋଇଛି। ଶନିବାର ସକାଳେ ଗାଜାରୁ ଇସ୍ରାଏଲକୁ ହୋଇଥିବା ମିସାଇଲ ମାଡରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୧୬ଜଣ ଆହତ ହୋଇଛନ୍ତି। ଫିଲିସ୍ତିନୀ ସଂଗଠନ ହମାସ୍‌, ଇସ୍ରାଏଲର ୩ଟି ସହରରେ ମିସାଇଲ ମାଡ କରିଛି। ଶନିବାର ସକାଳେ ଇସ୍ରାଏଲର ତେଲ ଅଭିଭ୍‌, ସ୍ଡେରୋଟ୍‌, ଅଶ୍କଲେନ ସହର ଉପରେ ମିସାଇଲ ମାଡ ହେବାରୁ ଦେଶରେ ସାଇରନ ବାଜିବା ଆରମ୍ଭ ହୋଇଥିଲା।
ଏହି ଆକ୍ରମଣ ପାଇଁ ହମାସ୍‌ ନିଜକୁ ଦାୟୀ କରିଛି। ତେବେ ହମାସ୍‌ ଇସ୍ରାଏଲ ବିରୋଧରେ ଯୁଦ୍ଧ ଘୋଷଣା କରିଛି। ଅନ୍ୟପଟେ ଇସ୍ରାଏଲ ମଧ୍ୟ ଯୁଦ୍ଧ ପାଇଁ ପ୍ରସ୍ତୁତ ବୋଲି କହିଛି। ମିସାଇଲ ମାଡର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ମିସାଇଲ ମାଡରେ ରାସ୍ତାରେ ଥିବା କାର୍‌ ଜଳିଯିବା ସହ କୋଠାଗୁଡିକ ମଧ୍ୟ ଜଳୁଥିବାର ଦେଖାଯାଉଛି। ଇସ୍ରାଏଲ, ଦେଶର ନାଗରିକଙ୍କୁ ଘରେ ସୁରକ୍ଷିତ ରହିବାକୁ ସତର୍କ ଜାରି କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ବସ୍‌ ଚକାତଳେ ଚାଲିଗଲା ଶିଶୁକନ୍ୟାର ଜୀବନ

ସୋରଡ଼ା,୧୩ା୯(ରଜନୀ ମହାପାତ୍ର): ଗଞ୍ଜାମ ଜିଲା ବଡ଼ଗଡ଼ ଥାନା ଢଉପଦା ଗ୍ରାମ ନିକଟରେ ବସ୍‌ଚକା ତଳେ ଚାପି ହୋଇ ଜଣେ ଶିଶୁକନ୍ୟାର ଜୀବନ ଚାଲିଯାଇଛି। ମୃତକ ଜଣକ ସେହି…

ପୁଣି ୪ ଗେଟ୍‌ ଖୋଲିଲା ହୀରାକୁଦ

ସମ୍ବଲପୁର,୧୩ା୯(ପ୍ରମୋଦ ବହିଦାର): ହୀରାକୁଦ ଜଳଭଣ୍ଡାରର ଉପର ବର୍ଷା ପରିମାଣ ବୃଦ୍ଧି ଯୋଗୁ ହୀରାକୁଦ ଜଳଭଣ୍ଡାରକୁ ପୁଣିଥରେ ବନ୍ୟା ଜଳ ପ୍ରବେଶ ପରିମାଣର ବୃଦ୍ଧି ପାଇଛି। ଏହାସହ ଜଳଭଣ୍ଡାରର…

BRICS ସମ୍ମିଳନୀ ମଧ୍ୟରେ ରାହୁଲ-ପ୍ରିୟଙ୍କାଙ୍କୁ ଭେଟିଲେ ମାଲେସିଆ ପ୍ରଧାନମନ୍ତ୍ରୀ; ବ୍ରେକଫାଷ୍ଟ ସମୟରେ କ’ଣ ଆଲୋଚନା ହେଲା? ଜାଣନ୍ତୁ…

ନୂଆଦିଲ୍ଲୀ,୧୩।୯: ମାଲେସିଆର ପ୍ରଧାନମନ୍ତ୍ରୀ ଅନୱର ଇବ୍ରହିମ ଲୋକ ସଭାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଏବଂ କଂଗ୍ରେସ ଏମପି ପ୍ରିୟଙ୍କା ଗାନ୍ଧୀଙ୍କ ସହ ଏକ ବ୍ରେକଫାଷ୍ଟ…

ପାଇଖାନା ଗର୍ତ୍ତରେ ଭାସୁଛି ନବଜାତ ଶିଶୁର ମୃତଦେହ, ସନ୍ଦେହ ଘେରରେ ଘରମାଲିକ

ତୁମୁଡ଼ିବନ୍ଧ,୧୩ା୯(ଦୀପକ କୁମାର ପରାସେଠ): ପାଇଖାନା ଗର୍ତ୍ତରେ ଭାସୁଛି ନବଜାତ ଶିଶୁର ମୃତଦେହ। ଏପରି ଏକ ସମ୍ବେଦନଶୀଳ ତଥା ଅମାନୁଷିକ ଘଟଣା କନ୍ଧମାଳ ଜିଲା ତୁମୁଡ଼ିବନ୍ଧ ଥାନା ଅନ୍ତର୍ଗତ…

ସାରା ଦିନ ସମ୍ମିଳନୀରେ ବ୍ୟସ୍ତ ଥିଲେ ସି ଜିନପିଙ୍ଗ, ହେଲେ କାହିଁକି BRICSର ଭବ୍ୟ ଭୋଜିରେ ଯୋଗ ଦେଲେ ନାହିଁ? ଜାଣନ୍ତୁ ଏହାର ବଡ଼ କାରଣ

ନୂଆଦିଲ୍ଲୀ,୧୩।୯: BRICS ସମ୍ମିଳନୀରେ ଯୋଗ ଦେଇଥିବା ବିଭିନ୍ନ ଦେଶର ରାଷ୍ଟ୍ରମୁଖ୍ୟ ଏବଂ ବିଶିଷ୍ଟ ଅତିଥିମାନଙ୍କ ପାଇଁ ଶନିବାର ରାତିରେ ରାଜଧାନୀ ନୂଆଦିଲ୍ଲୀସ୍ଥିତ ‘ଭାରତ ମଣ୍ଡପମ’ରେ ଏକ ଅତ୍ୟନ୍ତ…

‘ଗାଡ଼ି ଗଭୀର ଖାଲ ଆଡ଼କୁ ମାଡ଼ିଚାଲିଛି; ବ୍ରେକ ଲଗାଇବାର ସମୟ ଆସିଯାଇଛି’ AIକୁ ନେଇ ଆମେରିକୀୟ ଆଇନ ପ୍ରଣେତାଙ୍କ ଚେତାବନୀ

ଓ୍ବାଶିଂଟନ,୧୩।୯: ଆମେରିକାର ସିନେଟର ବର୍ନି ସାଣ୍ଡର୍ସ ରବିବାର କହିଛନ୍ତି ଯେ AI (କୃତ୍ରିମ ବୁଦ୍ଧିମତ୍ତା) ବିକାଶର ଗତି ମନ୍ଥର କରିବା ପାଇଁ ଡାରିଓ ଆମୋଡେଇ, ସାମ ଅଲ୍ଟମ୍ୟାନ…

ୟୁଏଇରୁ ଫେରିଲେ ମୁଖ୍ୟମନ୍ତ୍ରୀ, ଓଡ଼ିଶା ପାଇଁ ଆଣିଛନ୍ତି ଖୁସିଖବର, କହିଲେ ଏଥର ଆମ…

ଭୁବନେଶ୍ୱର,୧୩ା୯: ସଂଯୁକ୍ତ ଆରବ ଏମିରେଟ୍ସ ଗସ୍ତ ସାରି ରବିବାର ଓଡ଼ିଶା ଫେରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଓଡ଼ିଶା ନିବେଶକ ସମ୍ମିଳନୀରେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ ଆଜି…

୨୪୦ ଜଣ ଯାତ୍ରୀଙ୍କୁ ନେଇ ଯାଉଥିବା ଜାହାଜ ନିଖୋଜ; ସର୍ଚ୍ଚ ଅପରେଶନ ଆରମ୍ଭ

ଜାକର୍ତ୍ତା,୧୩।୯: ଜାଭା ସାଗରରେ ରବିବାର ୨୪୦ ଜଣ ଯାତ୍ରୀଙ୍କୁ ନେଇ ଯାଉଥିବା ଏକ ଜାହାଜ ନିଖୋଜ ହୋଇଯାଇଛି। ଅଧିକାରୀଙ୍କ କହିବାନୁସାରେ, ବୋର୍ଣ୍ଣିଓ ଦ୍ୱୀପର ପୂର୍ବ ଜାଭାରୁ ଦକ୍ଷିଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?