Posted inଖେଳ

UAEଠାରୁ ହାରିଲା ଭାରତ: ନିରାଶାଜନକ ପ୍ରଦର୍ଶନ ଜାରି

ନୂଆଦିଲ୍ଲୀ,୩୧।୧୦: ହଂକଂ ସିକ୍ସ ଟୁର୍ନାମେଣ୍ଟରେ ଟିମ ଇଣ୍ଡିଆର ନିରାଶାଜନକ ପ୍ରଦର୍ଶନ ଜାରି ରହିଛି। UAE ବିପକ୍ଷ ମ୍ୟାଚ୍‌ରେ ଭାରତ ୬ ଉଇକେଟ୍‌ରେ ପରାସ୍ତ ହୋଇଛି। ଏହା ସହିତ ଟୁର୍ନାମେଣ୍ଟରେ କ୍ରୁଣାଲ ପାଣ୍ଡ୍ୟାଙ୍କ ନେତୃତ୍ୱାଧୀନ ଭାରତୀୟ ଦଳ କ୍ରମାଗତ ଦ୍ୱିତୀୟ ପରାଜୟ ବରଣ କରିଛି। ପ୍ରଥମେ ବ୍ୟାଟିଂ କରି ଭାରତ ୬ ଓଭରରେ ୯୪ ରନ କରିଥିବା ବେଳେ UAE ମାତ୍ର ୪.୨ ଓଭର ଅର୍ଥାତ୍‌ ୨୬ ବଲ୍‌ରେ ବିଜୟ ଲକ୍ଷ୍ୟ ହାସଲ କରିନେଇଥିଲା।

ଭାରତୀୟ ବ୍ୟାଟିଂ ବିଭାଗ ପୁଣିଥରେ ନିରାଶ କରିଥିଲା। ଦଳ ପକ୍ଷରୁ ଟି. ନଟରାଜନ ୧୪ଟି ବଲ୍‌ରୁ ୩୮ ରନ୍‌ର ଦମଦାର ଇନିଂସ ଖେଳିଥିଲେ। ତାଙ୍କ ବିସ୍ଫୋରକ ବ୍ୟାଟିଂ ଯୋଗୁଁ ଭାରତ ୯୪ ରନ୍‌ରେ ପହଞ୍ଚି ପାରିଥିଲା। ଅନ୍ୟପଟେ ନୀତିଶ ରାଣା, ରାହୁଲ ତେୱାତିଆ ଓ ଶଶାଙ୍କ ସିଂହଙ୍କ ଭଳି ଖେଳାଳି ସମ୍ପୂର୍ଣ୍ଣ ଫେଲ ମାରିଥିଲେ। ନୀତିଶ ମାତ୍ର ୬ ରନ କରିଥିବା ବେଳେ ରାହୁଲ ତେୱାତିଆ ଓ ଶଶାଙ୍କ ସିଂହ ମାତ୍ର ୧ ରନ ଲେଖାଏ କରି ଆଉଟ ହୋଇଥିଲେ। ପାକିସ୍ତାନ ବିପକ୍ଷ ମ୍ୟାଚ୍‌ରେ ମଧ୍ୟ ଏହି ଖେଳାଳିମାନେ ନିଜ ଦକ୍ଷତା ଅନୁଯାୟୀ ପ୍ରଦର୍ଶନ କରିପାରି ନଥିଲେ।

୯୫ ରନ୍‌ର ଲକ୍ଷ୍ୟକୁ ପିଛା କରି UAE ଆରମ୍ଭରୁ ହିଁ ଆକ୍ରମଣାତ୍ମକ ଖେଳ ଦେଖାଇଥିଲା। ଖାଲିଦ ଶାହ ଟି. ନଟରାଜନଙ୍କ ପ୍ରଥମ ଓଭରରୁ ୨୫ ରନ ଆଦାୟ କରିଥିଲେ। ଦ୍ୱିତୀୟ ଓଭରରେ ଶଶାଙ୍କ ସିଂହ ବୋଲିଂ କରିବାକୁ ଆସିଥିଲେ। ତାଙ୍କ ପ୍ରଥମ ୩ଟି ବଲ୍‌ରେ ୨ଟି ଛକା ସହ ୧୬ ରନ ହୋଇଥିଲା। ତେବେ ଶଶାଙ୍କ ଶେଷ ୩ଟି ବଲ୍‌ରେ କୌଣସି ରନ ଦେଇ ନ ଥିଲେ। କିନ୍ତୁ ତୃତୀୟ ଓଭରରେ ନୀତିଶ ରାଣା ବୋଲିଂ କରିବାକୁ ଆସିବା ପରେ UAE ବ୍ୟାଟର୍‌ ପୁଣି ଆକ୍ରମଣ ଆରମ୍ଭ କରିଥିଲେ। ଏହି ଓଭରରେ ୨୪ ରନ ଖର୍ଚ୍ଚ ହୋଇଥିଲା। ଖାଲିଦ ଶାହ ଓ ଅଂଶ ଟଣ୍ଡନ ଭାରତୀୟ ବୋଲରଙ୍କୁ ନିର୍ଧୁମ ପ୍ରହାର କରିଥିଲେ। ଚତୁର୍ଥ ଓଭରରେ ନଟରାଜନଙ୍କ ଉପରେ ରନ ରୋକିବାର ଦାୟିତ୍ୱ ଥିଲା। କିନ୍ତୁ ସେ ନିଜ ଦ୍ୱିତୀୟ ଓଭରରେ ୧୯ ରନ ବ୍ୟୟ କରିଥିଲେ। ଏହାପରେ UAEର ବିଜୟ କେବଳ ଔପଚାରିକତା ହୋଇ ରହିଥିଲା।

ଭାରତୀୟ ଅଧିନାୟକ କ୍ରୁଣାଲ ପାଣ୍ଡ୍ୟାଙ୍କ ପାଇଁ ମଧ୍ୟ ଏହି ମ୍ୟାଚ ନିରାଶାଜନକ ରହିଥିଲା। ପୂର୍ବ ମ୍ୟାଚ୍‌ରେ ଗୋଟିଏ ଓଭରରେ ତାଙ୍କୁ ଲଗାତାର ୫ଟି ଛକା ମାଡ଼ ହୋଇଥିଲା। UAE ବିପକ୍ଷରେ ବୋଲିଂ କରିବାକୁ ଆସିବା ପରେ ଖାଲିଦ ଶାହ ତାଙ୍କ ପ୍ରଥମ ଦୁଇଟି ବଲ୍‌ରେ ଦୁଇଟି ଛକା ମାରିଥିଲେ।

ଏହି ଟୁର୍ନାମେଣ୍ଟରେ କ୍ରୁଣାଲ ଏପର୍ଯ୍ୟନ୍ତ ମୋଟ ୮ଟି ବଲ ବୋଲିଂ କରିଥିବାବେଳେ ୭ଟି ଛକା ଖାଇଛନ୍ତି। ତାଙ୍କ ବୋଲିଂ ଏବେ ଭାରତ ପାଇଁ ବଡ଼ ଚିନ୍ତାର କାରଣ ପାଲଟିଛି। UAE ବିପକ୍ଷ ପରାଜୟ ପରେ ଗ୍ରୁପ-C ପଏଣ୍ଟ ଟେବୁଲ୍‌ରେ ଭାରତ ଶେଷ ସ୍ଥାନକୁ ଖସି ଆସିଛି। ଭାରତ ଏପର୍ଯ୍ୟନ୍ତ ଖେଳିଥିବା ଉଭୟ ମ୍ୟାଚ୍‌ରେ ପରାଜିତ ହୋଇଛି। ଅନ୍ୟପଟେ UAE ଉଭୟ ମ୍ୟାଚ ଜିତି ଶୀର୍ଷ ସ୍ଥାନରେ ରହିଛି। ପାକିସ୍ତାନ ଦ୍ୱିତୀୟ ସ୍ଥାନରେ ଅଛି। ଲଗାତାର ଦୁଇଟି ପରାଜୟ ପରେ ଟୁର୍ନାମେଣ୍ଟରେ ଭାରତର ଆଗକୁ ବଢ଼ିବା ରାସ୍ତା କଷ୍ଟକର ହୋଇପଡ଼ିଛି।

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ଏହି ଦିନ ବଜାରକୁ ଆସିବ ୧୦ ଓ ୨୦ ଟଙ୍କିଆ ପ୍ଲାଷ୍ଟିକ ନୋଟ୍‌: RBIର କଲା ଘୋଷଣା!

ନୂଆଦିଲ୍ଲୀ,୩୧।୧୦: ଭାରତୀୟ ରିଜର୍ଭ ବ୍ୟାଙ୍କ (RBI) ୨୦୨୭ ଏପ୍ରିଲ ୧ ତାରିଖରୁ ୧୦ ଓ ୨୦ ଟଙ୍କିଆ ନୂଆ ପଲିମର (ପ୍ଲାଷ୍ଟିକ) ନୋଟ୍‌ର ପାଇଲଟ ପ୍ରୋଜେକ୍ଟ ବା…

ଗଞ୍ଜାମ ବନ୍ୟାରେ ମାନବିକତାର ପରିଚୟ ଦେଲେ ଏନଏସଏସ ସ୍ବେଚ୍ଛାସେବୀ

ଭଞ୍ଜନଗର, ୩୧।୧୦(ବାବୁଲା ପ୍ରଧାନ)- ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକର ବନ୍ୟା ପ୍ରଭାବିତ ଅଞ୍ଚଳରେ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟର ଜାତୀୟ ସେବା ଯୋଜନା (ଏନଏସଏସ) କୋ-ୟୁନିଟ୍‌ର…

BCCIର ବଡ଼ ଘୋଷଣା: ନ୍ୟୁଜିଲାଣ୍ଡ ସିରିଜ ପୂର୍ବରୁ ବଦଳିଲା ଟିମ ଇଣ୍ଡିଆ, ଏମାନେ ପଡିଲେ ବାଦ୍‌, ଏହି ଖେଳାଳିଙ୍କୁ ସୁଯୋଗ

ନୂଆଦିଲ୍ଲୀ,୩୧।୧୦: ନ୍ୟୁଜିଲାଣ୍ଡ ବିପକ୍ଷ ଦିନିକିଆ ସିରିଜ ପାଇଁ ଭାରତୀୟ ଦଳରେ ଆକିବ ନବୀଙ୍କ ଏଣ୍ଟ୍ରି ହୋଇଛି। BCCI ପୁଣି ଥରେ ଟିମ ଇଣ୍ଡିଆରେ ପରିବର୍ତ୍ତନ କରିଛି। ପୂର୍ବରୁ…

ବିଦ୍ୟୁତ ଉପଭୋକ୍ତାଙ୍କୁ ଝଟ୍‌କା! ନଭେମ୍ୱର ୧ରୁ ବଢିବ ଇଲେକ୍ଟ୍ରି ବିଲ୍‌, ପ୍ରତି କିଲୋଓ଼୍ବାଟ୍‌ ପିଛା ଲାଗିବ…

ନୂଆଦିଲ୍ଲୀ,୩୧।୧୦: ରାଜ୍ୟରେ ବିଜୁଳି ସଂଯୋଗ (Electricity Connection) ମହଙ୍ଗା ହୋଇଯାଇଛି ଏବଂ ନଭେମ୍ୱର ୧ ରୁ ନୂଆ ଦର ଲାଗୁ ହେବ। ନୂଆ ବିଜୁଳି ସଂଯୋଗ ପାଇଁ…

ଧରିତ୍ରୀ ପ୍ରଭାବ: ୨୪ ଦିନ ପରେ ଖୋଲିଲା ହାତୀଲିମୁଣ୍ଡା ୟୁପି ସ୍କୁଲ

ଅମରପାଲି,୩୧ା୧୦(ପୀତାମ୍ବର ସାହୁ):ଶେଷରେ ଅଭିଭାବକଙ୍କ ଦାବି ପୂରଣ ହେବା ସହ ୨୪ ଦିନ ପରେ ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ବହଳପଦର କ୍ଲଷ୍ଟର ଅନ୍ତର୍ଗତ ହାତୀଲିମୁଣ୍ଡା ଉଚ୍ଚ ପ୍ରାଥମିକ…

ଭାରତକୁ ହରାଇବାର ଖୁସି ମନାଇଲେ ପାକ ପ୍ରଧାନମନ୍ତ୍ରୀ: ସୋସିଆଲ ମିଡିଆରେ ଲେଖିଲେ ଏମିତି, ୟୁଜର୍ସ କହିଲେ…

ନୂଆଦିଲ୍ଲୀ,୩୧।୧୦: ହଂକଂ ସିକ୍ସେସ୍‌ରେ ଅକ୍ଟୋବର ୩୦ ତାରିଖରେ ଭାରତ ଓ ପାକିସ୍ତାନ ମଧ୍ୟରେ ମ୍ୟାଚ ଖେଳାଯାଇଥିଲା। ଏହି ମୁକାବିଲାରେ ପାକିସ୍ତାନ ୪ ଉଇକେଟ୍‌ରେ ବିଜୟୀ ହୋଇଥିଲା। ହଂକଂ…

ନଭେମ୍ବର ୧ରୁ ନୂଆ ନିୟମ: NHAIର ନୂଆ ପାସ୍‌କୁ ନେଇ ଆସିଲା ବଡ଼ ଖବର

ନୂଆଦିଲ୍ଲୀ,୩୧।୧୦: ଜାତୀୟ ରାଜପଥ ପ୍ରାଧିକରଣ (NHAI) ସ୍ଥାନୀୟ ଲୋକଙ୍କୁ ବଡ଼ ଆଶ୍ୱସ୍ତି ଦେବାକୁ ଯାଇ ୧ ନଭେମ୍ବର ୨୦୨୬ରୁ କନସେସନାଲ ଆନୁଆଲ ଲୋକାଲ ପାସ (Concessional Annual…

ଜଳବନ୍ଦୀ ଗ୍ରାମରେ ପହଞ୍ଚିଲା ରିଲିଫ ସାମଗ୍ରୀ: ଲୋକଙ୍କ ଦୁଃଖ ବୁଝିଲେ ବିଧାୟକ

ଗଞ୍ଜାମ,୩୦।୧୦ (ଅନାଥ ତରାଇ): ବାତ୍ୟା ‘ଅର୍ଣ୍ଣବ’ର ପ୍ରଭାବରେ ଲଗାଣ ବର୍ଷା ଓ ଋଷିକୂଲ୍ୟା ନଦୀର ବନ୍ୟା ଯୋଗୁ ଗଞ୍ଜାମ ବ୍ଲକର ବିଭିନ୍ନ ଅଞ୍ଚଳରେ ଜଳବନ୍ଦୀ ସ୍ଥିତି ଉପୁଜିଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?