Posted inଖେଳ

ହୁକାର୍ଜଙ୍କୁ ମାୟାମି ଟାଇଟଲ

ମାୟାମି, ୬ା୪ (ଏପି)-ପୋଲାଣ୍ଡର ହୁବର୍ଟ ହୁର୍କାଜ ମାୟାମି ଓପନ୍‌ ଟେନିସ ପୁରୁଷ ସିଙ୍ଗଲ୍ସ ଟାଇଟଲ ହାସଲ କରିଛନ୍ତି। ଫାଇନାଲରେରେ ଇଟାଲୀର ୧୯ ବର୍ଷୀୟ ଜାନିକ ସିନରଙ୍କୁ ୭-୬ (୪), ୬-୪ ସେଟ୍‌ରେ ହରାଇ ଦେଇଛନ୍ତି। ୨୪ ବର୍ଷୀୟ ହୁକାର୍ଜଙ୍କ କ୍ୟାରିୟରର ଏହା ହେଉଛି ସବୁଠାରୁ ବଡ଼ ଟାଇଟଲ। ଜାନୁୟାରୀରେ ସେ ଡେଲରେ ବିଚ୍‌ ଟାଇଟଲ ଜିତିଥିଲେ। ଟେନିସ୍‌ରେ ବିଗ୍‌ ଥ୍ରି ରୂପେ ପରିଚିତ ନୋଭାକ ଜୋକୋଭିଚ୍‌, ରାଫାଲ ନାଡାଲ ଓ ରୋଜର ଫେଡରର ଏବଂ ୟୁଏସ୍‌ ଓପନ ଚାମ୍ପିୟନ ଡୋମିନିକ ଥିମ୍‌ଙ୍କ ଭଳି ଷ୍ଟାର ଖେଳାଳି ଓହରିଯିବାରୁ ଏଠାରେ ସେ ଚାମ୍ପିୟନ ହୋଇପାରିଛନ୍ତି। ଆସନ୍ତା ସପ୍ତାହ ର଼୍ୟାଙ୍କିଙ୍ଗ ତାଲିକାରେ ସେ ତାଙ୍କ କ୍ୟାରିୟର ଶ୍ରେଷ୍ଠ ୧୬ତମ ସ୍ଥାନ ଅଧିକାର କରିବେ। ହୁକାର୍ଜ ଆହୁରି ମଧ୍ୟ ପୋଲାଣ୍ଡର ପ୍ରଥମ ଖେଳାଳି ଭାବେ ମାଷ୍ଟର୍ସ ୧୦୦୦ ଚାମ୍ପିୟନ ହୋଇପାରିଛନ୍ତି। ପୂର୍ବରୁ ବିଶ୍ୱର ନମ୍ବର ଓ୍ବାନ ର଼୍ୟାଙ୍କିଙ୍ଗ ଆଶଲେ ବାର୍ଟି ମାୟାମି ମହିଳା ସିଙ୍ଗଲ୍ସ ଟାଇଟଲ ହାସଲ କରିଛନ୍ତି। ଫାଇନାଲରେ ସେ ୬-୩, ୪-୦ରେ ଅଗ୍ରଣୀ ଥିବାବେଳେ ପାଦରେ ଇଞ୍ଜୁରି ଯୋଗୁ ବାଏଙ୍କା ଆଣ୍ଡ୍ରେସ୍କୁ ମ୍ୟାଚ ଅଧାରୁ ରିଟାୟର୍ଡ ନେଇଥିଲେ। ବାର୍ଟିିଙ୍କର ଏହା ହେଉଛି କ୍ରମାଗତ ଦ୍ୱିତୀୟ ମାୟାମି ଟାଇଟଲ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଖେଳ ଉପରେ କେହି ନୁହନ୍ତି, ଖେଳ ହିଁ ସର୍ବୋତ୍ତମ, କହିଲେ କ୍ରୀଡ଼ାମନ୍ତ୍ରୀ…

ନୂଆଦିଲ୍ଲୀ, ୧୫।୧୨: ଭାରତୀୟ କ୍ରିକେଟ ଟିମ୍‌ ଦକ୍ଷିଣ ଆଫ୍ରିକା ଗସ୍ତ ପାଇଁ ପ୍ରସ୍ତୁତ ହେଉଛି। କିନ୍ତୁ ଏହାପୂର୍ବରୁ ଅଧିନାୟକତ୍ୱକୁ ନେଇ ବିବାଦ ବଢ଼ିବାରେ ଲାଗିଛି। ବିରାଟ...

ଏହି ଖେଳାଳିଙ୍କ ଭଉଣୀ ହେଉଛନ୍ତି ସୋସିଆଲ ମିଡିଆର କୁଇନ୍‌

ଅଷ୍ଟ୍ରେଲିଆ ଗ୍ରାଉଣ୍ଡରେ ବ୍ୟାଟିଂକରି କଙ୍ଗାରୁଙ୍କୁ ଧୂଳି ଚଟାଇବା ପରେ ଭାରତୀୟ ଖେଳାଳିମାନେ ଏବେ ଚର୍ଚ୍ଚାରେ ରହିଛନ୍ତି। ରିଷଭ ପନ୍ତ ଭାରତୀୟ କ୍ରିକେଟର ଉଦୀୟମାନ ତାରକାଙ୍କ ମଧ୍ୟରୁ...

ଆଜି ମୁମ୍ବାଇ ବନାମ ହାଇଦ୍ରାବାଦ: ଜାଣନ୍ତୁ କେବେ, କେଉଁଠି, କେତେବେଳେ ଦେଖିବେ ଏହି ଆଇପିଏଲ୍‌ ମ୍ୟାଚ୍‌

ନୂଆଦିଲ୍ଲୀ,୧୭।୪: ଆଇପିଏଲ୍‌ର ୯ମ ମ୍ୟାଚ୍‌ ମୁମ୍ବାଇ ଇଣ୍ଡିଆନ୍ସ ଏବଂ ସନରାଇଜର୍ସ ହାଇଦ୍ରାବାଦ ମଧ୍ୟରେ ଖେଳାଯିବ। ଉଭୟ ଟିମ ଚଳିତ ସିଜିନରେ ଦୁଇଟି ଲେଖାଏ ମ୍ୟାଚ୍‌ ଖେଳି...

ଝିଅର ଏହି ନାଁ ଦେଲେ ଅଜିଙ୍କେ ରାହାଣେ

ଭାରତୀୟ ବ୍ୟାଟ୍ସମ୍ୟାନ୍‌ ଅଜିଙ୍କେ ରାହାଣେ ନିକଟରେ ପିତା ହେବାର ସୌଭାଗ୍ୟ ଲାଭ କରିଛନ୍ତି। ଗତ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଟେଷ୍ଟ ଖେଳୁଥିବାବେଳେ ଅକ୍ଟୋବର ୫ରେ ରାହାଣେ...

ଭାରତର ପରାଜୟ ପରେ ଉପଅଧିନାୟକଙ୍କ ଅଜବ ମନ୍ତବ୍ୟ

ସିଡନୀ,୩୦।୧୧: ଅଷ୍ଟ୍ରେଲିଆଠାରୁ କ୍ରମାଗତ ଦୁଇଟି ମ୍ୟାଚ ପରାସ୍ତ ହୋଇ ଭାରତୀୟ ଦଳ ସିରିଜ୍‌ ୨-୦ରେ ହାରିଛି । ଏବେ ଡିସେମ୍ବର ୨ରେ ସେ ସମ୍ମାନ ବଞ୍ଚାଇବା...

ରାଜସ୍ଥାନ ବିପକ୍ଷରେ ଟସ୍‌ ଜିତିଲା ଲକ୍ଷ୍ନୌ

ମୁମ୍ବାଇ,୧୦।୪: ଆଜି ଆଇପିଏଲ୍‌ ‘ସୁପର୍‌ ସନ୍‌ଡେ’ର ଦ୍ୱିତୀୟ ମ୍ୟାଚ୍‌ରେ ରାଜସ୍ଥାନ ରୟାଲ୍ସ ଏବଂ ଲକ୍ଷ୍ନୌ ସୁପର ଜିଆଣ୍ଟ୍ସ ଦଳ ମୁହାଁମୁହିଁ ହୋଇଛନ୍ତି। ମୁମ୍ବାଇର ୱାଙ୍ଖେଡେ ଷ୍ଟାଡିୟମରେ...

କଳିଙ୍ଗରେ ଆଜି ଇଣ୍ଡିଆନ ଗ୍ରାଁ ପ୍ରି-୩

ଭୁବନେଶ୍ୱର, ୨୧।୫(କ୍ରୀଡ଼ା ପ୍ରତିନିଧି): ସ୍ଥାନୀୟ କଳିଙ୍ଗ ଷ୍ଟାଡିୟମରେ ହେବାକୁ ଯାଉଛି ଆଥଲେଟିକ୍ସର ଆଉ ଏକ ବଡ଼ ପ୍ରତିଯୋଗିତା। ରାଜ୍ୟ ସରକାର ୨୦୧୭ରେ ଏସିଆନ ଆଥଲେଟିକ୍ସ ଚାମ୍ପିୟନଶିପ...

ଷ୍ଟଟଗାର୍ଟ ଓପନରୁ ଜେଭରେଭ ବିଦା

ଷ୍ଟଟଗାର୍ଟ,୧୪।୬(ଏଏଫ୍‌ପି): ବିଶ୍ୱର ୫ମ ର଼୍ୟାଙ୍କଧାରୀ ପୁରୁଷ ସିଙ୍ଗଲ୍ସ ଟେନିସ ଖେଳାଳି ଆଲେକ୍ସଜାଣ୍ଡାର ଜେଭରେଭ ଏଠାରେ ଚାଲିଥିବା ଷ୍ଟଟଗାର୍ଟ ଏଟିପି ଇଭେଣ୍ଟରେ ବିପର୍ଯ୍ୟୟର ସମ୍ମୁଖୀନ ହୋଇଛନ୍ତି। ତାଙ୍କୁ...

Advertisement
Archives

Model This Week